Freedom Fighter Baghajatin: ସରକାରଙ୍କ ନଜର ଆଢୁଆଳରେ ବାଘାଯତୀନଙ୍କ ଗାଁ
Advertisement
Article Detail0/zeeodisha/odisha1346794

Freedom Fighter Baghajatin: ସରକାରଙ୍କ ନଜର ଆଢୁଆଳରେ ବାଘାଯତୀନଙ୍କ ଗାଁ

ବାଲେଶ୍ବର ଜିଲ୍ଲା ରେମୁଣାର ଚଷାଖଣ୍ଡ ଗାଁ। ଏ ମାଟି ପବନ ମନେ ପକେଇ ଦେଉଛି ୧୦୭ ବର୍ଷ ତଳର ବିପ୍ଲବୀ ଯତିନ୍ଦ ନାତ ମୁଖାର୍ଜୀ ଓ ତାଙ୍କ ସାଥୀଙ୍କ ବିରତ କାହାଣୀ। 

Freedom Fighter Baghajatin: ସରକାରଙ୍କ ନଜର ଆଢୁଆଳରେ ବାଘାଯତୀନଙ୍କ ଗାଁ

Freedom Fighter Baghajatin:  ବାଲେଶ୍ୱର (ପ୍ରଶନଜିତ ଆଶ): ବାଲେଶ୍ୱର ବାସୀଙ୍କ ପାଇଁ ସେପ୍ଟେମ୍ବର ୯,୧୦ ତାରିଖ ହେଉଛି ଅବିସ୍ମରଣୀୟ ଦିନ। ଏହି ଦିନ ୫ଜଣ ବୀର ବିପ୍ଲବୀଙ୍କ ରକ୍ତରେ ଲେଖା ହୋଇଥିଲା ସଂଘର୍ଷମୟ କାହାଣୀ। ପରାଧିନ ଭାରତକୁ ବ୍ରିଟିଶ ଶାସକଙ୍କ କବଳରୁ ମୁକ୍ତ କରିବା ପାଇଁ ସଚ୍ଚା ଦେଶସେବକ ଶହୀଦ ବାଘାଯତୀନ ଓ ସାଥିଙ୍କ ବଳିଦାନ ଦିବସ ଆଜି ବି ତାଜା ହୋଇ ରହିଛି। ତେବେ ଆଜି ବି ଚଷାଖଣ୍ଡର ରାସ୍ତା କଦର୍ଯ୍ୟ ଅବସ୍ଥା ଓ ବାଘାଯତୀନଙ୍କ ପେରିଫେରି ଉନ୍ନତି ହୋଇନଥିବା ରୁ ମୁହଁ ଫେରାଉଛନ୍ତି ପର୍ଯ୍ୟଟକ।

ବାଲେଶ୍ବର ଜିଲ୍ଲା ରେମୁଣାର ଚଷାଖଣ୍ଡ ଗାଁ। ଏ ମାଟି ପବନ ମନେ ପକେଇ ଦେଉଛି ୧୦୭ ବର୍ଷ ତଳର ବିପ୍ଲବୀ ଯତିନ୍ଦ ନାତ ମୁଖାର୍ଜୀ ଓ ତାଙ୍କ ସାଥୀଙ୍କ ବିରତ କାହାଣୀ। ୧୯୧୫ ମସିହା ସେପ୍ଟେମ୍ବର ୯ ତାରିଖ। ବୁଢାବଳଙ୍କ ନଦୀ କୂଳରେ ଅବସ୍ଥିତ ଚଷାଖଣ୍ଡ ଗାଁରେ ବାଜି ଉଠିଥିଲା ରଣଭୋରୀ। ସମଗ୍ର ଅଞ୍ଚଳ ଥରହର ହୋଇ ଉଠିଥିଲା। ବ୍ରିଟିଶ ସେନା ସହିତ ଲଢିଥିଲେ ସହିଦ ବାଘାଯତୀନ ଓ ତାଙ୍କର ୪ଜଣ ସହଯୋଗୀ। ଏହି ସମ୍ମୁଖ ଯୁଦ୍ଧରେ ସହଯୋଗୀ ଚିତ୍ତପ୍ରିୟଙ୍କର ମୃତ୍ୟୁ ହୋଇଥିଲା। ଗୁରୁତର ଅବସ୍ଥାରେ ବାଘାଯତୀନଙ୍କୁ ସହର ବାରବାଟୀ ମିଲିଟାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

ପରେ ଯତିଦ୍ର ଓ ମନୋରଞ୍ଜନ ଙ୍କୁ ବାଲେଶ୍ବର ଜେଲରେ ଫାଶୀ ଦିଆଯାଇଥିଲା। ଯତୀନଙ୍କୁ ଆଜୀବନ ଦ୍ୱିପାନ୍ତର ଦଣ୍ଡରେ ଦଣ୍ଡିତ କରାଯାଇ ଆଣ୍ଡାମାନ ଜେଲକୁ ପଠାଇ ଦିଆଗଲା।ଚିକିତ୍ସା ଧିନ ଅବସ୍ଥାରେ ବାଘାଯତୀନ ଙ୍କର ଡାକ୍ତରଖାନାରେ ମୃତ୍ୟୁ ହୋଇଥିଲା।ସ୍ୱାଧିନତା ଆନ୍ଦୋଳନ ର ସେଦିନ ଏକ ଉଜ୍ୱଳ ଦୀପଶିଖା ସେଦିନ ନିର୍ବାପିତ ହୋଇଯାଇଥିଲା।ସେ ଦିନ ଠାରୁ ପ୍ରତ୍ୟେକ ବର୍ଷ ସେପ୍ଟେମ୍ବର ୧୦ ତାରିଖ ଦିନକୁ ବାଘାଯତୀନ ସ୍କୃତି ଦିବସ ରୂପେ ପାଳନ କରାଯାଉଛି। ହେଲେ ଆଜି ବି ଅବହେଳିତ ସ୍ଥାନୀୟ ଅଞ୍ଚଳର ରାସ୍ତା ଓ ସ୍କୃତି ପୀଠ।

ହେଲେ ଦୁଃଖର ବିଷୟ ଯିଏ ଦେଶ ପାଇଁ ପ୍ରାଣବଳି ଦେଲା ତା ପୀଠ ଆଜି ଅବହେଳିତ। ବିପ୍ଲବୀ ବୀର ମାନଙ୍କ ଜୀବନ ଆଦର୍ଶ ଓ ବ୍ରିଟିଶ ସରକାରଙ୍କ ବିରୋଧ ରେ ସଶସ୍ତ୍ର ଆନ୍ଦୋଳନ ରେ ସାମିଲ ହୋଇଥିବା ବୀରଙ୍କ ତ୍ୟାଗର ପକୃତ ମୂଲ୍ୟାଙ୍କନ ହୋଇନଥିବା ଅଭିଯୋଗ ହୋଇଛି। ବାଘାଯତୀନ ସ୍କୃତି ପୀଠର ଉଚିତ ରକ୍ଷଣାବେକ୍ଷଣ ନହେବାରୁ କେଉଁଠି କାନ୍ଥ ଫାଟ ପଡିଲାଣି ତ ଛାତରୁ ସିମେଣ୍ଟ ଝଡି ରଡ ଦେଖା ହେଲାଣି।

ତା ସହିତ ଆଖପାଖ ଅଞ୍ଚଳ ମଧ୍ୟ ଅପରିଷ୍କାର ଏହି ସହିତ ଆଜି ପଯ୍ୟନ୍ତ ଚଷାଖଣ୍ଡକୁ ଭଲ ରାସ୍ତାଟିଏ ନଥିବାରୁ ଲୋକମାନେ ସେଠାକୁ ଯିବା ପାଇଁ ମୁହଁ ଫେରାଇ ନେଉଛନ୍ତି। କେବଳ ସେପ୍ଟେମ୍ବର ମାସ ଆସିଲେ ପ୍ରଶାସନ ଓ ରାଜନେତାର ମନେପଡ। ତେବେ କିଛି ସ୍ଥାନୀୟ ଲୋକଙ୍କ ଜମି ଥିବାରୁ ଏହା କୋର୍ଟ ବିଚାରାଧୀନ ରହିଛି, ଖୁବଶୀଘ୍ର ଏହାର ସମାଧାନ ପାଇଁ ପ୍ରଶାସନ ଓ ଜନ ପ୍ରତିନିଧିମାନେ ଆଲୋଚନା କରିବା ପାଇଁ ସ୍ଥିର କରିଛନ୍ତି।ତେବେ ଏନେଇ ରାଜ୍ୟ ସରକାରଙ୍କ ପଯ୍ୟଟକ ବିଭାଗ ପକ୍ଷରୁ ୫୦ଲକ୍ଷ ଟଙ୍କା ଅନୁମୋଦନ ହୋଇଛି, ଖୁବଶୀଘ୍ର ଆଲୋଚନା କରି କାର୍ଯ୍ୟ ଆରମ୍ଭ ହେବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି।