Balasore Akhada: ବାଲେଶ୍ୱର ଆଖଡ଼ା: ବାପାଙ୍କ ଅମଳରେ ଆରମ୍ଭ ଖେଳକୁ ଭୁଲିଗଲେଣି ପୁଅ ମହତାବ
Advertisement

Balasore Akhada: ବାଲେଶ୍ୱର ଆଖଡ଼ା: ବାପାଙ୍କ ଅମଳରେ ଆରମ୍ଭ ଖେଳକୁ ଭୁଲିଗଲେଣି ପୁଅ ମହତାବ

ଦଶହରାରେ ବାଲେଶ୍ବର ସହରରେ ପ୍ରସିଦ୍ଧ ହେଉଛି ଆଖଡା ଖେଳ। ୧୯୨୫ ମସିହାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ହରେକୃଷ୍ଣ ମହତାବ ଏକ ମହତ ଉଦ୍ଦେଶ୍ୟ ନେଇ ଆଖଡା ଖେଳ ଆରମ୍ଭ କରିଥିଲେ।

 Balasore Akhada: ବାଲେଶ୍ୱର ଆଖଡ଼ା: ବାପାଙ୍କ ଅମଳରେ ଆରମ୍ଭ ଖେଳକୁ ଭୁଲିଗଲେଣି ପୁଅ ମହତାବ

Balasore Akhada: ବାଲେଶ୍ବର (ପ୍ରଶନଜିତ ଆଶ): ରାଜ୍ୟରେ ଥିବା ଅନେକ ଜିଲ୍ଲା ମାନଙ୍କ ମଧ୍ୟରୁ ବାଲେଶ୍ବର ଜିଲ୍ଲା ହେଉଛି ଏକ କଳା, ସଂସ୍କୃତି ଭାଇ ଚାରାର ଜିଲ୍ଲା। ଚଳିତ ବର୍ଷ ଦୁର୍ଗା ପୂଜା ପାଇଁ ବାଲେଶ୍ବର ସହର ଚଳଚଞ୍ଚଳ ହୋଇ ଉଠି ଥିବା ବେଳେ ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ହରେକୃଷ୍ଣ ମହତାବଙ୍କ ସମୟରୁ ଆରମ୍ଭ ହୋଇଥିବା ବିଭିନ୍ନ ପାରମ୍ପରିକ ଆଖଡା ଖେଳ ଚଳିତ ବର୍ଷ ଦୁର୍ଗା ପୂଜାରେ ଲୋକମାନେ ଦେଖିବାକୁ ପାଇବେ। ବାଲେଶ୍ବର ଜିଲ୍ଲା ହେଉଛି ଭାଇ ଚାରା ଜିଲ୍ଲା। ଏଠି ବିଭିନ୍ନ ପର୍ବପର୍ବାଣୀ ସହିତ ଦୁର୍ଗା ପୂଜାରେ ଆଖଡା ଖେଳର ରହିଛି ଅନେକ ଚାହିଦା। 

ଦଶହରାରେ ବାଲେଶ୍ବର ସହରରେ ପ୍ରସିଦ୍ଧ ହେଉଛି ଆଖଡା ଖେଳ। ୧୯୨୫ ମସିହାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ହରେକୃଷ୍ଣ ମହତାବ ଏକ ମହତ ଉଦ୍ଦେଶ୍ୟ ନେଇ ଆଖଡା ଖେଳ ଆରମ୍ଭ କରିଥିଲେ।ଫାଇଟ ଏଗନେଷ୍ଟ ବ୍ରିଟିଶ ଓ ଶତ୍ରୁ ମାନଙ ସହିତ ଲଢେ଼ଇ ବିଜୟ ଲାଭ  ଉଦ୍ଦେଶ୍ୟ ନେଇ ଆଖଡା ଖେଳ ସେ ସମୟରୁ ଚାଲି ଆସୁଛି।ଦୁଇ ବର୍ଷ ହେବ ମହାମାରୀ କରୋନା ଯୋଗୁଁ ଆଖଡା ଖେଳ ପ୍ରଭାବିତ ହୋଇଥିବା ବେଳେ ଚଳିତ ବର୍ଷ କିନ୍ତୁ ଲୋକମାନେ ବିଭିନ୍ନ ପାରମ୍ପରିକ ଆଖଡା ଖେଳ ଦେଖିବାକୁ ପାଇବେ।

ବିରାଷ୍ଟମି ଓ ଦଶମୀ ଅବସରରେ ବିଭିନ୍ନ ଗ୍ରାମର ଯୁବକମାନେ ନିଜ ନିଜର ପାରଦର୍ଶିତା ଏହି ଆଖଡା ଖେଳ ମାଧ୍ୟମରେ ଦେଖାଇଥାନ୍ତି। ଲୋକମାନେ ମଧ୍ୟ ବେଶ ଉସାହର ସହିତ ଏହି ଆଖଡା ଖେଳ ଦେଖୁଥିବା ବେଳେ ଚଳିତବର୍ଷ ଆଖଡା ଖେଳରେ ବିଭିନ୍ନ ବାଜା ବାଜିବା ସହିତ ବିଭିନ୍ନ ପ୍ରକାରର ପାରମ୍ପରିକ ଆଖଡା ଖେଳ ଖେଳିବେ ବିଭିନ୍ନ କ୍ଲବର ଯୁବକ ମାନେ।ଏନେଇ ସହରର ବିଭିନ୍ନ ସ୍ଥାନରେ ଜରସରରେ ଚାଲିଛି ଆଖଡା ଖେଳ ପାଇଁ ପ୍ରସ୍ତୁତି।

କିଭଳି ଯୁବକମାନଙ୍କ ସହିତ ଛୋଟ ଛୋଟ ପିଲାମାନେ ମଧ୍ୟ ଆଖଡା ଖେଳ ପାଇଁ ଅଭ୍ୟାସ କରୁଛନ୍ତି ଏବଂ ବାଡି ବୁଲାଇବା ସହିତ ଯୁଦ୍ଧ ହେଲେ ଶତ୍ରୁ ସହିତ କିଭଳି କଡା ମୁକାବିଲା କରି କିଭଳି ପରାସ୍ତ କରିହେବ ସେ ନେଇ ଚାଲିଛି ପ୍ରସ୍ତୁତି। ଆଖଡା ଖେଳ ମଧ୍ୟରେ ବାନା, ଖଣ୍ଡାଯୁଦ୍ଧ, ବନାଟି, ଊକ ମାର୍କ, ଗଦା ଯୁଦ୍ଧ ସହିତ ବିଭିନ୍ନ ଖେଳ ରହିଛି ଯାହାକି ଖେଳାଳିମାନେ ନିଜର ଖେଳ ମାଧ୍ୟମରେ ଲୋକଙ୍କୁ ଉସାହିତ କରାଇଥାନ୍ତି।

ତେବେ ଧିରେ ଧିରେ ଏହି ଖେଳ ଲୋପ ପାଇବାକୁ ବସିଥିବା ବେଳେ କିଛି ସଂଘ,ବୁଦ୍ଧିଜୀବୀ, ଯୁବକ ଏହି ଖେଳକୁ ଜୀବିତ ରଖିଛନ୍ତି।ତେବେ ଆଗାମୀ ବିରାଷ୍ଟମୀ ଓ ଦଶହରା ରେ ଆଖଡା ଖେଳ ଦେଖିବା ପାଇଁ ଲୋକମାନେ ଅପେକ୍ଷା କରିଛନ୍ତି।

ଅଧିକ ପଢନ୍ତୁ: Earthquake: ଶକ୍ତିଶାଳୀ ଭୂମିକମ୍ପରେ ଥରି ଉଠିଲା ଇଣ୍ଡୋନେସିଆ, ଧ୍ୱସ୍ତ ବିଧ୍ୱସ୍ତ ହୋଇଗଲା ଘର

ଅଧିକ ପଢନ୍ତୁ: LPG cylinder Price: ଶସ୍ତା ହେଲା LPG cylinder ମୂଲ୍ୟ, ଜାଣନ୍ତୁ କେତେ କମିଲା ରେଟ୍

ଅଧିକ ପଢନ୍ତୁ: Aravind Kejriwalଙ୍କୁ ଘରକୁ ଡାକି, ଖାଇବାକୁ ଦେଇ ବେଇଜ୍ଜତ କଲେ ଅଟୋ ଡ୍ରାଇଭର!