Drugs Seized: ସୀମାରେ ସୁରକ୍ଷା ଢିଲା: ଧଳା ଜହର ନିଶାରେ କବଳିତ ବାଲେଶ୍ୱର
Advertisement
Article Detail0/zeeodisha/odisha1416084

Drugs Seized: ସୀମାରେ ସୁରକ୍ଷା ଢିଲା: ଧଳା ଜହର ନିଶାରେ କବଳିତ ବାଲେଶ୍ୱର

ବାହାର ଦେଶର ବଡ ବଡ ହସ୍ତି ରହି ନେଟୱର୍କ ମାଧ୍ୟମରେ ବ୍ୟବସାୟ କରୁଛନ୍ତି। ଏହି ନିଶା ଖାଇ ଯୁବକମାନେ ପଥଭ୍ରଷ୍ଟ ହୋଇ ନଷ୍ଟ ହେଉଛନ୍ତି।

Drugs Seized: ସୀମାରେ ସୁରକ୍ଷା ଢିଲା: ଧଳା ଜହର ନିଶାରେ କବଳିତ ବାଲେଶ୍ୱର

Balasore Excise: ବାଲେଶ୍ୱର (ପ୍ରଶନଜିତ ଆଶ): ବାଲେଶ୍ବର ପୋଲିସକୁ (Balasore Police) ବଡ ସଫଳତା। ସହଦେବଖୁଣ୍ଟା (Sahadev Khunta) ଥାନା ଅନ୍ତର୍ଗତ ଫୁଲାଡିରେ ଚଢ଼ାଉ କରି ୧୦ କେଜିର ଧଳା ଜହର (Drugs) ଜବତ ୬ ଜଣ ଗିରଫ। ଜବତ ଧଳା ଜହର ର ଆନୁମାନିକ ମୂଲ୍ୟ ୧୧ କୋଟି ଟଙ୍କା। ଜଣେ ଆୟୁବ ମଧ୍ୟପ୍ରଦେଶର ଓ ଅନ୍ୟ ୫ଜଣ ବାଲେଶ୍ବରର ମୋଟ ୬ ଜଣଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଏହା ସହିତ ୨୧ହଜାର ଟଙ୍କା, ମୋଟର ସାଇକେଲ, ମୋବାଇଲ ଫୋନ, ଆଧାର କାର୍ଡ ଜବତ କରି ଅଧିକ ତଦନ୍ତ ଜାରି ରହିଛି।

ଦିନକୁ ଦିନ ବ୍ରାଉନସୁଗାର ବ୍ୟବସାୟୀ ମାନଙ୍କ ଭୂର୍ସଗ ପାଲଟିଛି ବାଲେଶ୍ବର।ପୂର୍ବରୁ ମିଲିଗ୍ରାମ, ଗ୍ରାମ, କେଜି, ୫କେଜି ଜବତ ହେଉଥିବା ବେଳେ ବାଲେଶ୍ବର ପୋଲିସ ଏକାଥରେ ୧୦ କେଜି ଜବତ କରି ରାଜ୍ୟରେ ଗୋଟେ ବଡ ସଫଳତା ପାଇଛି। ଯାହାକି ବୁଦ୍ଧିଜୀବୀ ମହଲରେ ବେଶ ପ୍ରଶଂସା କରାଯାଇଛି। ତେବେ ଏହି ବ୍ରାଉନସୁଗାର ବର୍ତ୍ତମାନ ପଶ୍ଚିମବଙ୍ଗରୁ ଓଡିଶା ସୀମା ଦେଇ ବାଲେଶ୍ବରକୁ ପ୍ରବେଶ କରି ସାରା ରାଜ୍ୟକୁ ଚାଲାଣ ହେଉଛି।

ଏହି ବ୍ୟବସାୟରେ ବାହାର ଦେଶର ବଡ ବଡ ହସ୍ତି ରହି ନେଟୱର୍କ ମାଧ୍ୟମରେ ବ୍ୟବସାୟ କରୁଛନ୍ତି। ଏହି ନିଶା ଖାଇ ଯୁବକମାନେ ପଥଭ୍ରଷ୍ଟ ହୋଇ ନଷ୍ଟ ହେଉଛନ୍ତି। ଗତ ଗୁରୁବାର ଦିନ ବାଲେଶ୍ବର ଏସପି ସୁଧାଂଶୁ ଶେଖର ମିଶ୍ରଙ୍କ ନେତୃତ୍ୱରେ କ୍ରାଇମ ଡିଏସପି ଏସଡିପିଓ ସହଦେବଖୁଣ୍ଟା ଆଇଆଇସି ବଛା ବଛା ପୋଲିସର ଟିମ ଫୁଲାଡିରେ ଚଢ଼ାଉ କରି ୧୦କେଜିର ଧଳା ଜହର ଜବତ କରିଛି। ଯାହାର କି ବଜାର ମୂଲ୍ୟ ୧୧ କୋଟି ଟଙ୍କା ହେବ। ଏହା ସହିତ ପୋଲିସ ୨୧ ହଜାର ଟଙ୍କା, ମୋଟର ସାଇକେଲ, ମୋବାଇଲ ଫୋନ,ଆଧାର କାର୍ଡ, କିଛି ଡକ୍ୟୁମେଣ୍ଟ ଜବତ କରି ତଦନ୍ତ ଆଗକୁ ଚଳାଇଛି। ତେବେ ଏଥିରେ ଆହୁରି ଅନେକ ନିଶା ବ୍ୟବସାୟୀ ସଂପୃକ୍ତ ଥିବା ବେଳେ ସେମାନଙୁ ଧରିବା ପାଇଁ ପୋଲିସ ଅନ୍ୟ ଏକ ଟିମ ଗଠନ କରି ଛାନଭିନ କରୁଛି।

ପୂର୍ବରୁ ମଧ୍ୟ ବାଲେଶ୍ବର ଅଡରବଜାର ଅଞ୍ଚଳ ରେ ଧଳା ଜହର ବ୍ୟବସାୟ ଫେଣ୍ଟସ୍ଥଳୀ ରେ ଏସଟିଏଫ,ଅବକାରୀ ପୋଲିସ, ପୋଲିସ ବାରମ୍ବାର ଚଢ଼ାଉ କରି ବହୁ କିଙ୍ଗଫିନ କୁ ଗିରଫ କରିବା ସହିତ କୋଟି କୋଟି ଟଙ୍କାର ଧଳା ଜହରକୁ ଜବତ କରିଛି।ତେବେ ଆଗକୁ ଏଭଳି ଚଢ଼ାଉ ଜାରି ରହିବ ବୋଲି ଆଇଜି ହିମାଂଶୁ ଲାଲ,ଏସପି ସୁଧାଂଶୁ ଶେଖର ମିଶ୍ର ସୂଚନା ଦେଇଛନ୍ତି।ତେବେ ଆଗକୁ ପୋଲିସ ଗୁଇନ୍ଦା ବିଭାଗ ସହଯୋଗ ରେ ବାହାର ରାଜ୍ୟ ତଥା ଅନ୍ୟ ଦେଶରେ ରହି ନେଟୱର୍କ କରି ମାଫିଆ ମାନଙ୍କୁ ଧରିବା ପାଇଁ ସାଧାରଣ ରେ ଦାବି ହୋଇଛି।