Trigrahi Yog: ତ୍ରିଗ୍ରାହୀ ଯୋଗର ପ୍ରଭାବ, ୫ ରାଶିରେ ହେବ ଏହି ପରିବର୍ତ୍ତନ
Advertisement
Article Detail0/zeeodisha/odisha2290124

Trigrahi Yog: ତ୍ରିଗ୍ରାହୀ ଯୋଗର ପ୍ରଭାବ, ୫ ରାଶିରେ ହେବ ଏହି ପରିବର୍ତ୍ତନ

Trigrahi Yog 2024: ଜ୍ୟୋତିର୍ବିଦ ଆଚାର୍ଯ୍ୟ ସତ୍ୟବ୍ରତ ପାଢୀଙ୍କ ଅନୁଯାୟୀ, ତ୍ରିଗ୍ରାହୀ ଯୋଗ ପ୍ରଭାବ କେଉଁ ରାଶିରେ ରହିବ ଆସନ୍ତୁ ଜାଣିବା ।

Trigrahi Yog: ତ୍ରିଗ୍ରାହୀ ଯୋଗର ପ୍ରଭାବ, ୫ ରାଶିରେ ହେବ ଏହି ପରିବର୍ତ୍ତନ

Trigrahi Yog 2024: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ପ୍ରତ୍ୟେକ ଗ୍ରହ ରାଶି ପରିବର୍ତ୍ତନ କରିବାର ଉଭୟ ସକରାତ୍ମକ ଏବଂ ନକରାତ୍ମକ ପ୍ରଭାବ ୧୨ ଟି ରାଶିର ବ୍ୟକ୍ତିବିଶେଷଙ୍କ ଜୀବନକୁ ପ୍ରଭାବିତ କରିଥାଏ । ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ୨୦୨୪ ମସିହାର ଜୁନ୍ ମାସ ଅତ୍ୟନ୍ତ ସ୍ୱତନ୍ତ୍ର, କାରଣ ଏହି ମାସରେ ଅନେକ ଗ୍ରହ ରାଶି ଏବଂ ନକ୍ଷତ୍ର ପରିବର୍ତ୍ତନ କରୁଛନ୍ତି । ଜୁନ୍ ମାସରେ ପ୍ରଥମ ଥର ପାଇଁ ତ୍ରିଗ୍ରାହୀ ଯୋଗ ଗଠନ ହେଉଛି । ସର୍ବପ୍ରଥମେ, ଜୁନ୍ ୧୨, ୨୦୨୪ରେ ଶୁକ୍ର ମିଥୁନ ରାଶିରେ ଚଳନ କରିବେ । ଶୁକ୍ରଙ୍କ ପରେ, ଜୁନ୍ ୧୪ ରେ, ବୁଧ ମିଥୁନ ରାଶିରେ ଚଳନ କରିବେ । ଏହାର ଗୋଟିଏ ଦିନ ପରେ ଅର୍ଥାତ ଜୁନ୍ ୧୫ ରେ, ସୂର୍ଯ୍ୟ ମିଥୁନ ରାଶିରେ ଚଳନ କରିବେ । ମିଥୁନରେ ଶୁକ୍ର, ବୁଧ ଏବଂ ସୂର୍ଯ୍ୟଙ୍କ ଉପସ୍ଥିତି କାରଣରୁ ଏକ ମହା ମିଶ୍ରଣ ହେଉଛି । ଫଳରେ ତ୍ରିଗ୍ରାହୀ ଯୋଗ ସୃଷ୍ଟି ହେଉଛି । ଆସନ୍ତୁ ଜାଣିବା ୧୨ ଟି ରାଶି ମଧ୍ୟରୁ କେଉଁ ପାଞ୍ଚଟି ରାଶି ଉପରେ ଏହି ତ୍ରିଗ୍ରାହୀ ଯୋଗର ନକରାତ୍ମକ ପ୍ରଭାବ ରହିବ ।

ମେଷ ରାଶି
ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ବହୁ ବର୍ଷ ପରେ ଗଠିତ ତ୍ରିଗ୍ରାହୀ ଯୋଗ କାରଣରୁ ଆପଣଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିପାରେ । ଆପଣ ନେଇଥିବା ଏକ ଭୁଲ ନିଷ୍ପତ୍ତି ଭବିଷ୍ୟତରେ ଅନୁତାପର କାରଣ ହୋଇପାରେ । ଚାକିରୀ କ୍ଷେତ୍ରରେ ବିପଦ ରହିଛି । ପରିବାର ସଦସ୍ୟଙ୍କ ମଧ୍ୟରେ ଝଗଡା ହୋଇପାରେ ।

କର୍କଟ ରାଶି
ଟେକ୍ସଟାଇଲ୍ କିମ୍ବା ପ୍ଲାଷ୍ଟିକ୍ ବ୍ୟବସାୟ ସହିତ ଜଡିତ ବ୍ୟକ୍ତିମାନେ ବହୁତ କ୍ଷତି ସହିପାରନ୍ତି । ଚାକିରୀ କ୍ଷେତ୍ରରେ ଆର୍ଥିକ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ଅଫିସରେ ସହକର୍ମୀମାନଙ୍କ ସହିତ ଝଗଡା ହୋଇପାରେ, ଯେଉଁ କାରଣରୁ ଚିନ୍ତା ବଢିବ । ଚାକିରୀରେ ପଦୋନ୍ନତି ମିଳିବାର ସମ୍ଭାବନା ହ୍ରାସ ପାଇପାରେ ।

ତୁଳା ରାଶି
ପ୍ରେମ ଜୀବନରେ ସମସ୍ୟା ଉପୁଜିପାରେ । ପରିବାର ସଦସ୍ୟଙ୍କ ସହିତ ମତଭେଦ ସୃଷ୍ଟି ହୋଇପାରେ । ମାଆଙ୍କ ସ୍ୱାସ୍ଥ୍ୟର ଉପଯୁକ୍ତ ଯନ୍ତ୍ର ନିଅନ୍ତୁ । ବ୍ୟବସାୟୀମାନେ ଆର୍ଥିକ କ୍ଷତି ସହିପାରନ୍ତି । ଭୁଲରେ ମଧ୍ୟ କାହାକୁ ଋଣ ଦିଅନ୍ତୁ ନାହିଁ । ନଚେତ୍ ଆପଣ ଠକାମୀର ଶିକାର ହୋଇପାରନ୍ତି ।

ମକର ରାଶି
ସ୍ୱାସ୍ଥ୍ୟବସ୍ଥା ବିଗିଡିବାର ସମ୍ଭାବନା ରହିଛି । ଅପଚୟ ଖର୍ଚ୍ଚ କାରଣରୁ ଆର୍ଥିକ ସ୍ଥିତି ଦୁର୍ବଳ ହୋଇପାରେ । କାର୍ଯ୍ୟକ୍ଷେତ୍ରରେ ମାଲିକଙ୍କ ସହିତ ଉପଯୁକ୍ତ ବ୍ୟବହାର ପ୍ରଦର୍ଶନ କରନ୍ତୁ । ଗାଡି ଧୀରେ ଚଲାନ୍ତୁ ନଚେତ୍ ଦୁର୍ଘଟଣାର ସମ୍ମୁଖୀନ ହୋଇପାରନ୍ତି । ପରିବାର ସଦସ୍ୟଙ୍କ ମଧ୍ୟରେ ମତଭେଦ ସୃଷ୍ଟି ହୋଇପାରେ ।

ସିଂହ ରାଶି
କୌଣସି ବ୍ୟକ୍ତିଙ୍କୁ ଋଣ ଦିଅନ୍ତୁ ନାହିଁ । ଆପଣଙ୍କୁ ଆର୍ଥିକ ସଙ୍କଟର ସମ୍ମୁଖୀନ ହେବାକୁ ପଡିପାରେ । ପ୍ରେମ ଜୀବନରେ ଆପଣ ପ୍ରତାରିତ ହୋଇପାରନ୍ତି । ବୈବାହିକ ଜୀବନରେ ସମସ୍ୟା ଉପୁଜିପାରେ । ଭାଗିଦାରୀରେ ବ୍ୟବସାୟରେ ସାମିଲ ହୁଅନ୍ତୁ ନାହିଁ । ନଚେତ୍ ଆର୍ଥିକ କ୍ଷତି ହୋଇପାରେ ।

ତଥ୍ୟ- ଜ୍ୟୋତିର୍ବିଦ ଆଚାର୍ଯ୍ୟ ସତ୍ୟବ୍ରତ ପାଢୀ, ପ୍ଲଟ ନମ୍ୱର ଏଚଆଇଜି, ୧/୧୨ ବିଡିଏ କଲୋନୀ ଏଲଏନ, ଚନ୍ଦ୍ରଶେଖରପୁର, ଭୁବନେଶ୍ୱର ୭୫୧୦୧୬ 

Disclamer: (ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।)

Also Read- Shukra Gochar 2024: ୩ ରାଶିକୁ ୨୫ ଦିନ ପାଇଁ ମିଳିବ ଶୁଭଫଳ