Surya Gochar 2024: ୩ ରାଶି ପାଇଁ ଆରମ୍ଭ ହେଲା ଶୁଭ ସମୟ, ରହିବନି ଆର୍ଥିକ ସଙ୍କଟ
Advertisement

Surya Gochar 2024: ୩ ରାଶି ପାଇଁ ଆରମ୍ଭ ହେଲା ଶୁଭ ସମୟ, ରହିବନି ଆର୍ଥିକ ସଙ୍କଟ

Surya Nakshatra Gochar 2024: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ସୂର୍ଯ୍ୟଦେବ ଆଜି ତାଙ୍କ ନକ୍ଷତ୍ରରେ ପ୍ରବେଶ କରିବାକୁ ଯାଉଛନ୍ତି । ଏହି ପରିବର୍ତ୍ତନ କାରଣରୁ କିଛି ରାଶିର ବ୍ୟକ୍ତିଙ୍କୁ ବିଶେଷ ଲାଭ ମିଳିବ ।

Surya Gochar 2024: ୩ ରାଶି ପାଇଁ ଆରମ୍ଭ ହେଲା ଶୁଭ ସମୟ, ରହିବନି ଆର୍ଥିକ ସଙ୍କଟ

Sun Transit 2024: ସୂର୍ଯ୍ୟ ଦେବଙ୍କୁ ଗ୍ରହମାନଙ୍କ ମଧ୍ୟରେ ରାଜା ଭାବରେ ବିବେଚନା କରାଯାଇଥାଏ । ଜ୍ୟୋତିଷଙ୍କ ମତ ଅନୁଯାୟୀ, ଯେତେବେଳେ ଜଣେ ବ୍ୟକ୍ତିଙ୍କ ରାଶିରେ ସୂର୍ଯ୍ୟଙ୍କ ସ୍ଥିତି ଭଲ ଅବସ୍ଥାରେ ଥାଏ ସେତେବେଳେ ସେହି ବ୍ୟକ୍ତି ପ୍ରତ୍ୟେକ କାର୍ଯ୍ୟରେ ସଫଳତା ପାଇଥାଏ । ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଆଜି ଅର୍ଥାତ୍ ସୋମବାର, ମାର୍ଚ୍ଚ ୪ ରେ ଗ୍ରହମାନଙ୍କର ରାଜା ସୂର୍ଯ୍ୟଦେବ ନକ୍ଷତ୍ର ପରିବର୍ତ୍ତନ କରିବାକୁ ଯାଉଛନ୍ତି। ସୂର୍ଯ୍ୟଦେବ ପୂର୍ବା ଭାଦ୍ର ନକ୍ଷତ୍ରରେ ଅବସ୍ଥାନ କରିବାର ସମୟ ରାତି ୧୨.୪୪ମିନିଟ୍ । ସୂର୍ଯ୍ୟଙ୍କ ଏହି ନକ୍ଷତ୍ର ପରିବର୍ତ୍ତନ କାରଣରୁ କିଛି ରାଶିର ବ୍ୟକ୍ତିବିଶେଷଙ୍କ ଜୀବନରେ ଅନେକ ପରିବର୍ତ୍ତନ ଦେଖାଯିବ । ତେବେ ଆସନ୍ତୁ ଜାଣିବା ସୂର୍ଯ୍ୟଙ୍କ ଚଳନ କେଉଁ ରାଶି ଉପରେ ପ୍ରଭାବ ପକାଇବ ।

ମିଥୁନ ରାଶି
ଏହି ରାଶିର ଲୋକଙ୍କ ପାଇଁ ସୂର୍ଯ୍ୟଦେବଙ୍କ ନକ୍ଷତ୍ର ପରିବର୍ତ୍ତନ ଅତ୍ୟନ୍ତ ଶୁଭପ୍ରଦ ହେବ । ଆପଣ ଆଗାମୀ ଦିନରେ ଭଲ ଖବର ପାଇପାରନ୍ତି । କର୍ମକ୍ଷେତ୍ରରେ ସ୍ଥାନ ପରିବର୍ତ୍ତନ ହେବାର ସମ୍ଭାବନା ରହିଛି । ଆୟ ବୃଦ୍ଧି ହେବାର ସମ୍ଭାବନା ଅଧିକ ରହିଛି । ବୈବାହିକ ଜୀବନରେ ମଧୁରତା ଆସିବ । କର୍ମକ୍ଷେତ୍ରରେ ସହକର୍ମୀ କିମ୍ୱା କୌଣସି ସାଥୀଙ୍କ ସାହାଯ୍ୟ ପାଇବେ ।

କର୍କଟ ରାଶି
ସୂର୍ଯ୍ୟଙ୍କ ନକ୍ଷତ୍ରର ପରିବର୍ତ୍ତନ ଆପଣଙ୍କ ପାଇଁ ଲାଭଦାୟକ ସାବ୍ୟସ୍ତ ହେବ । ନୂଆ ବ୍ୟବସାୟ ଆରମ୍ଭ କରିବାକୁ ଚାହୁଁଥିଲେ ଏହି ସମୟ ଅତ୍ୟନ୍ତ ଶୁଭ । ଆବଶ୍ୟକ ପଡିଲେ ବିଶେଷଜ୍ଞଙ୍କଠାରୁ ପରାମର୍ଶ ନିଅନ୍ତୁ । କାର୍ଯ୍ୟ କ୍ଷେତ୍ରରେ ପ୍ରଶଂସିତ ହେବେ ।

ମୀନ ରାଶି
ଆପଣଙ୍କ ପାଇଁ ସୂର୍ଯ୍ୟଙ୍କ ନକ୍ଷତ୍ରର ପରିବର୍ତ୍ତନ ଶୁଭଦାୟକ । ଅଟକି ରହିଥିବା କାମ ଶେଷ ହେବ । ଋଣରୁ ମୁକ୍ତି ପାଇବାର ସମ୍ଭାବନା ଅଛି । ହଠାତ୍ କୌଣସି ସ୍ଥାନରୁ ଧନପ୍ରାପ୍ତି କରିବେ । ଅନେକ କାର୍ଯ୍ୟରେ ପରିବାର ସଦସ୍ୟଙ୍କଠାରୁ ସମର୍ଥନ ପାଇବେ । ପୈତୃକ ସମ୍ପତ୍ତିରୁ ଆର୍ଥିକ ଲାଭ ମିଳିପାରେ ।

Disclaimer: ଏଠାରେ ଦିଆଯାଇଥିବା ସମସ୍ତ ତଥ୍ୟ ସୂଚନା ଆଧାରରେ ପ୍ରକାଶିତ । ଏହା ଜୀ ଓଡ଼ିଶା ନ୍ୟୁଜର ନିଜସ୍ୱ ମତ ନୁହେଁ । ଅଧିକ ସୂଚନା ପାଇଁ ଆପଣ ବିଶେଷଜ୍ଞଙ୍କ ସହ ପରାମର୍ଶ କରନ୍ତୁ ।

Also Read- ଉର୍ଦ୍ଦୁ ଶିକ୍ଷକଙ୍କ ପାଇଁ ଖୁସି ଖବର, ରାଜ୍ୟ ସରକାର ବଢାଇଲେ ଦରମା

Also Read- Ketu Nakshatra Gochar 2024: କେତୁଙ୍କ ନକ୍ଷତ୍ର ପରିବର୍ତ୍ତନ, ଏହି ୩ ରାଶିର ଫିଟିବ ଭାଗ୍ୟ