Sun Transit 2024: ଜାନୁଆରୀ ୧୫ରୁ ବଦଳିବ ଏହି ୪ ରାଶିର ଭାଗ୍ୟ, ହେବ ଧନର ବର୍ଷା !
Advertisement
Article Detail0/zeeodisha/odisha2058501

Sun Transit 2024: ଜାନୁଆରୀ ୧୫ରୁ ବଦଳିବ ଏହି ୪ ରାଶିର ଭାଗ୍ୟ, ହେବ ଧନର ବର୍ଷା !

Sun Transit 2024: ମକର ରାଶିରେ ସୂର୍ଯ୍ୟଙ୍କ ଚଳନ ୪ଟି ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ଅତ୍ୟନ୍ତ ଶୁଭପ୍ରଦ ହେବବୋଲି କୁହାଯାଉଛି । ଆପଣଙ୍କ ଭାଗ୍ୟ ନୂଆ ସମ୍ପତ୍ତି କିଣିବାର ସୁଯୋଗ ଆସିବ । ବିଦ୍ୟାର୍ଥୀଙ୍କ ବିଦ୍ୟା ସାଧନା ପାଇଁ ଏହା ଉପଯୁକ୍ତ ସମୟ ।

Sun Transit 2024: ଜାନୁଆରୀ ୧୫ରୁ ବଦଳିବ ଏହି ୪ ରାଶିର ଭାଗ୍ୟ, ହେବ ଧନର ବର୍ଷା !

Sun Transit 2024: ସୂର୍ଯ୍ୟଙ୍କୁ ସକଳ ଶକ୍ତିର ଆଧାର ଭାବରେ ଆମେମାନେ ବିବେଚନା କରିଥାଉ । ସୂର୍ଯ୍ୟଙ୍କୁ ନେଇ ଅନେକ ବିଶ୍ୱାସ ରହିଛି ହିନ୍ଦୁ ଧର୍ମର ଲୋକଙ୍କର । ଅନେକ ବ୍ୟକ୍ତି ସ୍ନାନ ପରେ ସୂର୍ଯ୍ୟଙ୍କୁ ଜଳଲାଗି ମଧ୍ୟ କରିଥାନ୍ତି । ବିଜ୍ଞାନ କ୍ଷେତ୍ରରେ ମଧ୍ୟ ସୂର୍ଯ୍ୟଙ୍କୁ ନେଇ ଅନେକ ରହସ୍ୟ ଉନ୍ମୋଚିତ ହୋଇଛି । ତେବେ ଜ୍ୟୋତିଷ ଶାସ୍ତ୍ରରେ ସୂର୍ଯ୍ୟଙ୍କୁ ବିଶେଷ ଭାବରେ ବିବେଚନା କରାଯାଇଥାଏ । ସୂର୍ଯ୍ୟ ରାଶିରେ ସଠିକ ସ୍ଥିତିରେ ଥିଲେ ରାଶିରେ ବ୍ୟକ୍ତିଙ୍କ ଜୀବନରେ ବହୁତ ବଡ଼ ସଫଳତା ହାସଲ ହୋଇଥାଏ ବୋଲି ବିଶ୍ୱାସ ରହିଛି । ପ୍ରତ୍ୟେକ ଦିଗରୁ ଲାଭ ମିଳିଥାଏ ବୋଲି କୁହାଯାଏ । ଚଳିତ ବର୍ଷ ଜାନୁୟାରୀ ୧୫ ତାରିଖରୁ ସୂର୍ଯ୍ୟ ମକର ରାଶିରେ ଚଳନ କରିବେ । ଏହି କାରଣରୁ କିଛି ରାଶିର ବ୍ୟକ୍ତିବିଶେଷଙ୍କୁ ଖୁବ ଲାଭ ମିଳିବ ବୋଲି କୁହାଯାଉଛି । ସେମଧ୍ୟରୁ ବୃଷ, ସିଂହ, ଧନୁ ରାଶି ଏବଂ ମୀନ ରାଶିର ଲୋକଙ୍କ ପାଇଁ ଅତ୍ୟନ୍ତ ଶୁଭ ସମୟ ବୋଲି ବିବେଚନା କରାଯାଉଛି ।

ବୃଷ
ମକର ରାଶିରେ ସୂର୍ଯ୍ୟଙ୍କ ଚଳନ କାରଣରୁ ବୃଷ ରାଶିର ଲୋକଙ୍କୁ ଅତ୍ୟନ୍ତ ଶୁଭଫଳ ପ୍ରାପ୍ତି ହେବ । ଆପଣ ଇଚ୍ଛା କରୁଥିବା ସ୍ଥାନରେ ସମ୍ପତ୍ତି କିଣିବାର ସୁଯୋଗ ପାଇପାରିବେ । ଛାତ୍ରଛାତ୍ରୀମାନଙ୍କ ପାଇଁ ଏହା ଏକ ଭଲ ସମୟ ହେବ । ବିଦେଶରେ ପଢିବାର ସୁଯୋଗ ରହିଛି । କ୍ୟାରିୟର କ୍ଷେତ୍ରରେ ନୂଆ ସମ୍ଭାବନା ସୃଷ୍ଟି ହେବ ।

ସିଂହ
ମକର ରାଶିରେ ସୂର୍ଯ୍ୟଙ୍କ ଚଳନ ସିଂହ ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ଫଳପ୍ରଦ ହେବ । ଏହା ଆପଣଙ୍କ ଜୀବନରେ ଖୁବ ସଫଳତା ଆଣିବ । ଚାକିରିରେ ପଦୋନ୍ନତି ହେବାର ସୁଯୋଗ ରହିଛି । ମାନ ସମ୍ମାନ ବୃଦ୍ଧି ହେବା ସହିତ ପ୍ରଶଂସାଭାଜନ ହେବେ । ଦୂରଯାତ୍ରା ଫଳପ୍ରଦ ହେବ । ବ୍ୟବସାୟରେ ମଧ୍ୟ ଲାଭ ହେବ ।

ଧନୁ
ସୂର୍ଯ୍ୟଙ୍କର ଚଳନ କାରଣରୁ ଆପଣ ଭାଗ୍ୟବାନ ହେବେ । ପାରିବାରିକ ବିବାଦର ସମାଧାନ ହେବା ସହ ହସ ଖୁସିରେ ଜୀବନ ବିତିବ । ବିଦେଶୀ ଉତ୍ସରୁ ଟଙ୍କା ରୋଜଗାର କରିବାର ସୁଯୋଗ ମିଳିବ । ଆପଣଙ୍କ ସାଥୀଙ୍କ ଠାରୁ ଆପଣଙ୍କୁ ସାହାଯ୍ୟ ମିଳିବ ।

ମୀନ
ସୂର୍ଯ୍ୟଙ୍କର ଚଳନ ପ୍ରଭାବରୁ ଆପଣଙ୍କୁ ଶୁଭଫଳ ମିଳିବ । କଠିନ ପରିଶ୍ରମ କରି ଆପଣ ସଫଳତା ହାସଲ କରିବାରେ ସକ୍ଷମ ହେବେ । କ୍ୟାରିଅର କ୍ଷେତ୍ରରେ ମଧ୍ୟ ବଡ଼ ସଫଳତା ମିଳିବ । ବ୍ୟୟ ଅପେକ୍ଷା ଆୟ ବୃଦ୍ଧି ପାଇବ । ଦାମ୍ପତ୍ୟ ଜୀବନରେ ସୁଖଶାନ୍ତି ମିଳିବ ।

Disclaimer: ଆପଣଙ୍କୁ କହିରଖୁଛୁ ଯେ, ଏହା ଜୀ ଓଡ଼ିଶା ନ୍ୟୁଜର ନିଜସ୍ୱ ମତ ନୁହେଁ । ଅଧିକ ବିବରଣୀ ପାଇଁ ଆପଣ ବିଶେଷଜ୍ଞଙ୍କ ସହ ପରାମର୍ଶ କରନ୍ତୁ ।

Also Read- ଦିଲ୍ଲୀରୁ ମୁମ୍ବାଇ ପହଞ୍ଚିବେ ୧ ଘଣ୍ଟାରୁ କମ୍ ସମୟରେ ! ପ୍ରସ୍ତୁତ ହେଲା ସୁପରସୋନିକ୍ ଜେଟ୍

Also Read- ଏମିତି କ'ଣ ଘଟିଲା ଓୟୋ ରୁମରେ? ଚାଲିଗଲା ଅଙ୍ଗନବାଡି କର୍ମୀଙ୍କ ଜୀବନ