Surya Gochar 2024: ସୂର୍ଯ୍ୟ ପରାଗର ୫ ଦିନ ପରେ ଫିଟିବ ୩ ରାଶିର ଭାଗ୍ୟ
Advertisement
Article Detail0/zeeodisha/odisha2193214

Surya Gochar 2024: ସୂର୍ଯ୍ୟ ପରାଗର ୫ ଦିନ ପରେ ଫିଟିବ ୩ ରାଶିର ଭାଗ୍ୟ

Surya Gochar 2024: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ ଏପ୍ରିଲ ୮ ରେ ହେବାକୁ ଯାଉଛି । ଆପଣଙ୍କୁ କହିରଖିବାକୁ ଚାହୁଁ ଯେ, ମୀନ ରାଶିରେ ସୂର୍ଯ୍ୟ ପରାଗ ଘଟିବାକୁ ଯାଉଛି । କିନ୍ତୁ ସୂର୍ଯ୍ୟ ପରାଗ ହେବାର କିଛି ଦିନ ପରେ ଭଗବାନ ସୂର୍ଯ୍ୟଦେବ ନିଜ ରାଶି ପରିବର୍ତ୍ତନ କରିବାକୁ ଯାଉଛନ୍ତି। ତେଣୁ ଆଜି ଆମେ ଜାଣିବା ସୂର୍ଯ୍ୟଙ୍କ ରାଶି ପରିବର୍ତ୍ତନର ଶୁଭ ପ୍ରଭାବ କେଉଁ ରାଶିର ବ୍ୟକ୍ତିବିଶେଷଙ୍କ ଉପରେ ପଡିବ ।

Surya Gochar 2024: ସୂର୍ଯ୍ୟ ପରାଗର ୫ ଦିନ ପରେ ଫିଟିବ ୩ ରାଶିର ଭାଗ୍ୟ

Surya Gochar 2024: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଅମାବାସ୍ୟା ତିଥି ତଥା ଏପ୍ରିଲ ୮ ତାରିଖରେ ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ ହେବାକୁ ଯାଉଛି। ସୂର୍ଯ୍ୟ ପରାଗ ହେବାର କିଛି ଦିନ ପରେ ପ୍ରଭୁ ସୂର୍ଯ୍ୟଦେବ ତାଙ୍କର ରାଶି ପରିବର୍ତ୍ତନ କରିବାକୁ ଯାଉଛନ୍ତି । ଜ୍ୟୋତିଷଙ୍କ ମତ ଅନୁଯାୟୀ, ସୂର୍ଯ୍ୟଦେବ ଏପ୍ରିଲ ୧୩ ତାରିଖ, ଶନିବାର ଦିନ ୯.୧୫ ମିନଟ ସମୟରେ ମେଷ ରାଶିରେ ଚଳନ କରିବେ। ସୂର୍ଯ୍ୟଦେବ ପ୍ରାୟ ୧ ମାସ ପର୍ଯ୍ୟନ୍ତ ମେଷ ରାଶିରେ ଅବସ୍ଥାନ କରିବେ । ପରେ ସୂର୍ଯ୍ୟଦେବ ମେଷରୁ ବାହାରି ୧୪ ମଇରେ ବୃଷ ରାଶିରେ ଚଳନ କରିବେ । ସୂର୍ଯ୍ୟଙ୍କ ରାଶି ପରିବର୍ତ୍ତନ କାରଣରୁ କିଛି ରାଶି ବ୍ୟକ୍ତିବିଶେଷଙ୍କର ଭାଗ୍ୟରେ ଏକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ତେବେ ସେହି ରାଶି ଗୁଡିକ କଣ କଣ ଆସନ୍ତୁ ସେ ବିଷୟରେ ଜାଣିବା ।

ବୃଷ ରାଶି
ସୂର୍ଯ୍ୟ ପରାଗ ପରେ ସୂର୍ଯ୍ୟଦେବଙ୍କ ମେଷ ରାଶିରେ ଚଳନ ଆପଣଙ୍କ ଜୀବନରେ ଅନେକ ଲାଭ ଆଣିଦେବ । ବୃଷ ରାଶିର ବ୍ୟକ୍ତିବିଶେଷଙ୍କ ଆୟରେ ଉନ୍ନତି ଘଟିବ । ଅର୍ଥ ରୋଜଗାରର ନୂଆ ଉତ୍ସ ସୃଷ୍ଟି ହେବ । ସୂର୍ଯ୍ୟଙ୍କ ରାଶି ପରିବର୍ତ୍ତନ କାର୍ଯ୍ୟରତ ଲୋକଙ୍କ ପାଇଁ ଅତ୍ୟନ୍ତ ଅନୁକୂଳ ସାବ୍ୟସ୍ତ ହେବ । ଚାକିରି କ୍ଷେତ୍ରରେ ପଦୋନ୍ନତିର ସୁଯୋଗ ପାଇପାରନ୍ତି । ସମାଜରେ ମାନ ସମ୍ମାନ ବଢିବ । ପିଲାମାନଙ୍କ ପାଖରୁ କିଛି ଭଲ ଖବର ପାଇବେ ।

ମିଥୁନ ରାଶି
ସୂର୍ଯ୍ୟଙ୍କ ରାଶି ପରିବର୍ତ୍ତନ ଆପଣଙ୍କ ପାଇଁ ସୁଖ ଆଣିଦେବ । ଏହି ସମୟ ମଧ୍ୟରେ ଆପଣଙ୍କ ଜୀବନରେ ସମୃଦ୍ଧତା ଆସିବ । ଆପଣଙ୍କ ସମସ୍ତ ବାଧାବିଘ୍ନରେ ପୂର୍ଣ୍ଣଛେଦ ପଡିବ । ସୂର୍ଯ୍ୟ ଭଗବାନଙ୍କ ଆଶୀର୍ବାଦରେ ଆପଣ ବିଦେଶରେ କାମ କରିବାର ସୁଯୋଗ ପାଇପାରନ୍ତି । ବ୍ୟବସାୟ କ୍ଷେତ୍ରରେ ବହୁତ ଲାଭ ପାଇବେ । କ୍ୟାରିୟରରେ ହଠାତ୍ ପରିବର୍ତ୍ତନ ଆସିବ ।

ତୁଳା ରାଶି
ସୂର୍ଯ୍ୟଙ୍କ ରାଶି ପରିବର୍ତ୍ତନ ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭ ଏବଂ ଲାଭଦାୟକ ସାବ୍ୟସ୍ତ ହେବ । ସୂର୍ଯ୍ୟଙ୍କ ଅନୁଗ୍ରହରେ ଆପଣ ଜୀବନରେ ଅଗ୍ରଗତି କରିବେ । ଆପଣ ଅଧିକାଂଶ କାର୍ଯ୍ୟରେ ସଫଳତା ପାଇବେ । ନୂଆ କାର୍ଯ୍ୟ କରିବାର ସୁଯୋଗ ମଧ୍ୟ ମିଳିବ । ବିଦେଶ ଯିବାର ଇଚ୍ଛା ପୂରଣ ହେବ । ଜୀବନରେ ଥିବା ସମସ୍ତ ସମସ୍ୟା ଦୂର ହୋଇଯିବ ।

(Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ। କେବଳ ସୂଚନା ପାଇଁ ଦିଆଯାଇଛି। ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ। କୌଣସି ଉପାୟ କରିବା ପୂର୍ବରୁ ସମ୍ପୃକ୍ତ ବିଷୟର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ନିଶ୍ଚିତ ହୁଅନ୍ତୁ।

Also Read- Shani Maha Gochar 2024: ସୂର୍ଯ୍ୟ ପରାଗ ପୂର୍ବରୁ ଶନିଙ୍କ ମହାଚଳନ, ୩ ରାଶିକୁ ସଙ୍କଟ

Also Read- Budh Gochar 2024: ୧୮ ବର୍ଷ ପରେ ବୁଧ ଏବଂ ରାହୁଙ୍କ ଅପୂର୍ବ ସଂଯୋଗ, ୩ ରାଶିକୁ ବଡ଼ ଲାଭ