Shukra Rashi Parivartan 2024: ଶୁକ୍ରଙ୍କ ପ୍ରଭାବରୁ ଏହି ୩ ରାଶିଙ୍କ ଭାଗ୍ୟ ପରିବର୍ତ୍ତନ
Advertisement
Article Detail0/zeeodisha/odisha2284594

Shukra Rashi Parivartan 2024: ଶୁକ୍ରଙ୍କ ପ୍ରଭାବରୁ ଏହି ୩ ରାଶିଙ୍କ ଭାଗ୍ୟ ପରିବର୍ତ୍ତନ

Shukra Rashi Parivartan 2024:  କିଛି ଦିନ ପରେ ଶୁକ୍ର ବୃଷ ରାଶି ଛାଡି ମିଥୁନ ରାଶିରେ ପ୍ରବେଶ କରିବେ । ଏପରି ପରିସ୍ଥିତିରେ କେତେକ ରାଶିଙ୍କ ଭାଗ୍ୟ ପରିବର୍ତ୍ତନ ହୋଇପାରେ । ଜ୍ୟୋତିର୍ବିଦ ଆଚାର୍ଯ୍ୟ ସତ୍ୟବ୍ରତ ପାଢୀଙ୍କ ଅନୁଯାୟୀ, କେଉଁ ରାଶିର ବ୍ୟକ୍ତିଙ୍କୁ ଶୁକ୍ରଙ୍କ ପ୍ରଭାବରୁ ଲାଭ ମିଳିବ ଆସନ୍ତୁ ଜାଣିବା ।

Shukra Rashi Parivartan 2024: ଶୁକ୍ରଙ୍କ ପ୍ରଭାବରୁ ଏହି ୩ ରାଶିଙ୍କ ଭାଗ୍ୟ ପରିବର୍ତ୍ତନ

Shukra Rashi Parivartan 2024: ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଶୁକ୍ରଙ୍କୁ ଧନ, ଗୌରବ, ସୁଖ, ଶାନ୍ତି ଏବଂ ସମୃଦ୍ଧତା ପାଇଁ ଦାୟୀ କରାଯାଇଥାଏ । ଶୁକ୍ରଙ୍କ ଗତିବିଧିରେ ପରିବର୍ତ୍ତନ ରାଶି ଗୁଡିକ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ବିଶ୍ୱାସ କରାଯାଏ ଯେ, ଯେଉଁ ବ୍ୟକ୍ତିଙ୍କ ରାଶିରେ ଶୁକ୍ରଙ୍କ ସ୍ଥାନ ମଜବୁତ ଥାଏ ସେମାନେ ସମସ୍ତ ସୁଖ ଭୋଗ କରନ୍ତି । ଆପଣଙ୍କୁ କହିରଖିବାକୁ ଚାହୁଁ ଯେ, ଶୁକ୍ର ବର୍ତ୍ତମାନ ବୃଷ ରାଶିରେ ବିଦ୍ୟମାନ କରିଛନ୍ତି । କିଛି ଦିନ ପରେ ଶୁକ୍ର ବୃଷ ରାଶି ଛାଡି ମିଥୁନ ରାଶିରେ ପ୍ରବେଶ କରିବେ । ଏପରି ପରିସ୍ଥିତିରେ କେତେକ ରାଶିଙ୍କ ଭାଗ୍ୟ ପରିବର୍ତ୍ତନ ହୋଇପାରେ । ଜ୍ୟୋତିର୍ବିଦ ଆଚାର୍ଯ୍ୟ ସତ୍ୟବ୍ରତ ପାଢୀଙ୍କ ଅନୁଯାୟୀ, କେଉଁ ରାଶିର ବ୍ୟକ୍ତିଙ୍କୁ ଶୁକ୍ରଙ୍କ ପ୍ରଭାବରୁ ଲାଭ ମିଳିବ ଆସନ୍ତୁ ଜାଣିବା ।

ମିଥୁନ ରାଶି
ଶୁକ୍ରଙ୍କ ରାଶି ପରିବର୍ତ୍ତନ ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭ ବୋଲି ପ୍ରମାଣିତ ହେବ । ଏହି ସମୟରେ ଘରେ ଶୁଭ କାର୍ଯ୍ୟକ୍ରମ ଆୟୋଜିତ ହୋଇପାରେ । ବ୍ୟବସାୟରେ ଏକ ଭଲ ଡିଲ୍ ହୋଇପାରେ । କାର୍ଯ୍ୟକ୍ଷେତ୍ରରେ ସମ୍ପ୍ରସାରଣ ହେବ । ଆପଣ ଜଣେ ବଡ଼ ବ୍ୟବସାୟୀଙ୍କୁ ଭେଟି ପାରନ୍ତି । ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ତ ସମସ୍ୟା ଦୂର ହୋଇଯିବ । ଶୁକ୍ରଙ୍କ ଅନୁଗ୍ରହରେ ଆପଣଙ୍କୁ ସୁଖ ପ୍ରାପ୍ତି ହେବ ।

ସିଂହ ରାଶି
ଶୁକ୍ରଙ୍କ ରାଶି ପରିବର୍ତ୍ତନ ଆପଣଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ପ୍ରମାଣିତ ହୋଇପାରେ । ଶୁକ୍ରଙ୍କ କୃପାରୁ କାର୍ଯ୍ୟକ୍ଷେତ୍ରରେ ଆଗକୁ ବଢିବେ । କୌଣସି ଏକ ବଡ଼ ଡିଲ୍ ହୋଇପାରେ ଯାହାଦ୍ୱାରା ବହୁତ ଲାଭ ପାଇବେ । ଅବିବାହିତଙ୍କ ପାଇଁ ବିବାହ ପ୍ରସ୍ତାବ ଆସିପାରେ । ଆପଣଙ୍କ ଘରେ କିଛି ଶୁଭ କାର୍ଯ୍ୟ ହୋଇପାରେ । ପରିବାର ସଦସ୍ୟଙ୍କ ସହିତ କୌଣସି ସ୍ଥାନକୁ ଯାତ୍ରା କରିପାରନ୍ତି । ପୂଜାପାଠରେ ବହୁତ ଆଗ୍ରହ ରହିବ ।

କନ୍ୟା ରାଶି
ଶୁକ୍ରଙ୍କ ରାଶି ପରିବର୍ତ୍ତନ ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଉଛି । ରାଶିର ପରିବର୍ତ୍ତନ କାରଣରୁ ପ୍ରେମ ଜୀବନରେ ଅତ୍ୟନ୍ତ ଖୁସି ମିଳିବ । ଆପଣ ନିଜ ସାଥୀଙ୍କ ସହିତ ଦୂରଯାତ୍ରା କରିପାରନ୍ତି । ଘରେ କୌଣସି ପୂଜାପାଠର ଆୟୋଜନ ହୋଇପାରେ । ପରିବାରରେ ସୁଖର ପରିବେଶ ରହିବ । ସମସ୍ତ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ଦୂର ହେବ ।

ତଥ୍ୟ- ଜ୍ୟୋତିର୍ବିଦ ଆଚାର୍ଯ୍ୟ ସତ୍ୟବ୍ରତ ପାଢୀ, ପ୍ଲଟ ନମ୍ୱର ଏଚଆଇଜି, ୧/୧୨ ବିଡିଏ କଲୋନୀ ଏଲଏନ, ଚନ୍ଦ୍ରଶେଖରପୁର, ଭୁବନେଶ୍ୱର ୭୫୧୦୧୬ 

(Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।)

Also Read- ବେଦବ୍ୟାସ ଘାଟରେ ଅଘଟଣ, ବ୍ରାହ୍ମଣୀରେ ବୁଡି ୨ ଛାତ୍ର ମୃତ

Also Read- Guru Rohini Nakshatra Gochar: ଗୁରୁ ନକ୍ଷତ୍ର ପରିବର୍ତ୍ତନ କାରଣରୁ ବୃତ୍ତି, ସ୍ୱାସ୍ଥ୍ୟ ଏବଂ ପ୍ରେମ ଉପରେ ପ୍ରଭାବ