Shukra Gochar 2024: ଧନୁ ରାଶିରେ ପ୍ରବେଶ କଲେ ଶୁକ୍ର, ଏହି ରାଶିର ବ୍ୟକ୍ତି ରୁହନ୍ତୁ ସତର୍କ, ନଚେତ୍...
Advertisement
Article Detail0/zeeodisha/odisha2067462

Shukra Gochar 2024: ଧନୁ ରାଶିରେ ପ୍ରବେଶ କଲେ ଶୁକ୍ର, ଏହି ରାଶିର ବ୍ୟକ୍ତି ରୁହନ୍ତୁ ସତର୍କ, ନଚେତ୍...

Venus Transit: ଶୁକ୍ର ଧନୁ ରାଶିରେ ପ୍ରବେଶ କରିସାରିଛନ୍ତି । ଶୁକ୍ରଙ୍କର ଚଳନ ଅନେକ ରାଶିର ଲୋକଙ୍କ ଜୀବନରେ ଉନ୍ନତି ଆଣିବା ସହିତ କିଛି ରାଶିର ବ୍ୟକ୍ତିଙ୍କୁ ସତର୍କ ରହିବାର ଆବଶ୍ୟକତା ରହିଛି ।

Shukra Gochar 2024: ଧନୁ ରାଶିରେ ପ୍ରବେଶ କଲେ ଶୁକ୍ର, ଏହି ରାଶିର ବ୍ୟକ୍ତି ରୁହନ୍ତୁ ସତର୍କ, ନଚେତ୍...

Shukra Gochar 2024: ଜ୍ୟୋତିଷ ଶାସ୍ତ୍ରରେ ଶୁକ୍ର ଗ୍ରହଙ୍କୁ ସୁଖ ଏବଂ ସମୃଦ୍ଧି କାରକ ଗ୍ରହ ଭାବରେ ବିବେଚନା କରାଯାଇଥାଏ । ଜାନୁଆରୀ ୧୮ ତାରିଖ ରାତି ୮.୪୬ ସମୟରୁ ଶୁକ୍ର ଧନୁ ରାଶିରେ ପ୍ରବେଶ କରିଛନ୍ତି । ଶୁକ୍ର ଗ୍ରହ ସୌନ୍ଦର୍ଯ୍ୟ, ସୁଖ, ଯାନ, ଧନ, କଳା ଏବଂ ବ୍ୟବସାୟିକ କ୍ଷେତ୍ରରେ ପ୍ରଭାବିତ କରିଥାନ୍ତି । ଶୁକ୍ରଙ୍କ ଶୁଭ ପ୍ରଭାବ କାରଣରୁ ଅନେକ ବ୍ୟକ୍ତିଙ୍କ ଜୀବନରେ ସୁଖ ସମୃଦ୍ଧି ଆସିଥାଏ । ତେବେ ଶୁକ୍ରଙ୍କର ଉଦ୍‌ବେଗଜନକ ପ୍ରଭାବ କାରଣରୁ କିଛି ରାଶିର ବ୍ୟକ୍ତିଙ୍କୁ ନୈରାଶ୍ୟଜନକ ଫଳ ମିଳିପାରେ । ଆସନ୍ତୁ ଜାଣିବା ଧନୁ ରାଶିରେ ଶୁକ୍ରଙ୍କ ଚଳନ କେଉଁ ରାଶିର ବ୍ୟକ୍ତିଙ୍କୁ କ୍ଷତି ସହିବାକୁ ପଡପାରେ ...

ବୃଷ
ଶୁକ୍ରଙ୍କ ଚଳନ ଧନୁ ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ଭଲ ହୋଇନପାରେ । ଏହି ଚଳନ ବୃଷ ରାଶିର ଲୋକଙ୍କ ଜୀବନରେ ଅନେକ ଉତ୍ଥାନ-ପତନ ଆଣିବ ବୋଲି ଜୌତିର୍ବିଦମାନେ ଆକଳନ କରିଛନ୍ତି । ଆପଣଙ୍କ ଜୀବନରେ ଏପରି କିଛି ଘଟଣା ହଠାତ୍ ଘଟିପାରେ ଯାହା ଆପଣ ଆଗରୁ କେବେ ଭାବିନଥିବେ । ଏହି କାରଣରୁ ଆପଣ ମାନସିକ ଭାବେ ଅନେକ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି । ଆପଣ ଚିନ୍ତାଗ୍ରସ୍ତ ହୋଇପାରନ୍ତି । ଆପଣଙ୍କ ସାଥୀଙ୍କ ସହିତ ଆପଣଙ୍କ ସମ୍ପର୍କରେ ସାମାନ୍ୟ କଳହ ଉପୁଜିପାରେ । ଆର୍ଥିକ କ୍ଷତି ହେବାର ସମ୍ଭାବନା ରହିଛି । ତେଣୁ ଜଗିରଖି ଚଳିବାକୁ ପରାମର୍ଶ ।

କର୍କଟ
ଶୁକ୍ରଙ୍କ ଏହି ଚଳନ ଧନୁ ରାଶିର ବ୍ୟକ୍ତିଙ୍କ ପାଇଁ ଭଲ ଫଳ ଦେବ ନାହିଁ । ଆପଣ ଅନେକ ଚ୍ୟାଲେଞ୍ଜର ସାମ୍ନା କରିପାରନ୍ତି । ଶୁକ୍ରଙ୍କ ରାଶିଚକ୍ର ପରିବର୍ତ୍ତନ କାରଣରୁ ଆପଣ କଠିନ ପରିଶ୍ରମର ସାମ୍ନା କରିପାରନ୍ତି । ଯେକୌଣସି କ୍ଷେତ୍ରରେ ହେଉନା କାହିଁକି ଫଳାଫଳ ପାଇବା ପାଇଁ ଆପଣଙ୍କୁ ଅଧିକ ସମୟ ଅପେକ୍ଷା କରିବାକୁ ପଡିପାରେ । ଆପଣଙ୍କ କାର୍ଯ୍ୟକ୍ଷେତ୍ରରେ ମଧ୍ୟ ଅନେକ ସମସ୍ୟା ମୁଣ୍ଡ ଟେକିପାରେ । ବର୍ତ୍ତମାନ ସ୍ଥିତିରେ ଆପଣ ଚାକିରି ବଦଳାଇବା କଥା ଚିନ୍ତା କରିବା ଆଦୌ ଉଚିତ୍ ନୁହେଁ । ଆପଣଙ୍କ ସ୍ୱାସ୍ଥ୍ୟ କ୍ଷେତ୍ରରେ ମଧ୍ୟ ଜଗିରଖି ଚଳିବାର ଆବଶ୍ୟକତା ରହିଛି ।

ମକର
ଶୁକ୍ରଙ୍କ ଚଳନ କାରଣରୁ ଆପଣ ମାନସିକ ସ୍ତରରେ ବହୁତ ବିବ୍ରତ ହୋଇପାରନ୍ତି । ଆପଣଙ୍କର ଆୟ ବୃଦ୍ଧି ପାଇଲେ ମଧ୍ୟ ତାହାକୁ ବଞ୍ଚାଇ ରଖିବା କଷ୍ଟକର ହୋଇଯିବ । ବିଭିନ୍ନ କ୍ଷେତ୍ରରେ ଆପଣଙ୍କର ଖର୍ଚ୍ଚ ମଧ୍ୟ ବୃଦ୍ଧି ପାଇବ । ଆପଣ ଖର୍ଚ୍ଚ ଉପରେ ନିୟନ୍ତ୍ରଣ କରିବା ଆବଶ୍ୟକ । ଆର୍ଥିକ କାରବାରରେ ସାବଧାନ ନହେଲେ ଆପଣ ବଡ଼ କ୍ଷତିରେ ପଡିପାରନ୍ତି । ଏହି ରାଶିର ଲୋକମାନେ ଏହି ସମୟ ମଧ୍ୟରେ ଅନାବଶ୍ୟକ ଖର୍ଚ୍ଚରୁ ଦୂରେଇ ରହିବା ଉଚିତ୍ ।

ବିଶେଷ ସୂଚନା- ଏଠାରେ ଦିଆଯାଇଥିବା ସମସ୍ତ ତଥ୍ୟ ସୂଚନା ଆଧାରରେ ପ୍ରକାଶିତ । ଏହା ଜୀ ଓଡ଼ିଶା ନ୍ୟୁଜର ନିଜସ୍ୱ ମତ ନୁହେଁ । ଆପଣ ଅଧିକ ଜାଣିବା ପାଇଁ ବିଶେଷଜ୍ଞଙ୍କ ସହ ପରାମର୍ଶ କରିପାରନ୍ତି ।

Also Read- ରାଜଧାନୀରେ ଦନ୍ତାହାତୀ ଉପଦ୍ରବ

Also Read- Antibiotics: ବିନା ପ୍ରେସକ୍ରିପସନରେ ଆଣ୍ଟିବାୟୋଟିକ୍ ମନା !