Shukra Gochar 2024: ଆଜିଠାରୁ ଏହି ୬ଟି ରାଶିର ବ୍ୟକ୍ତି ରୁହନ୍ତୁ ସତର୍କ, ନହେଲେ ହୋଇପାରେ କ୍ଷତି
Advertisement

Shukra Gochar 2024: ଆଜିଠାରୁ ଏହି ୬ଟି ରାଶିର ବ୍ୟକ୍ତି ରୁହନ୍ତୁ ସତର୍କ, ନହେଲେ ହୋଇପାରେ କ୍ଷତି

Shukra Gochar 2024: ଶୁକ୍ରଙ୍କ ଚଳନରୁ କିଛି ରାଶିର ବ୍ୟକ୍ତିବିଶେଷ ଲାଭ ପାଉଥିବା ସମୟରେ କିଛି ରାଶିର ବ୍ୟକ୍ତିବିଶେଷ ସତର୍କ ହେବାର ଆବଶ୍ୟକତା ରହିଛି । ଆଜି ଆପଣଙ୍କୁ ଜଣାଇବୁ କେଉଁ ୬ଟି ରାଶିଙ୍କ ଉପରେ ନକରାତ୍ମକ ପ୍ରଭାବ ପଡିପାରେ ।

Shukra Gochar 2024: ଆଜିଠାରୁ ଏହି ୬ଟି ରାଶିର ବ୍ୟକ୍ତି ରୁହନ୍ତୁ ସତର୍କ, ନହେଲେ ହୋଇପାରେ କ୍ଷତି

Shukra Gochar 2024: ଶୁକ୍ର ଆଜି କୁମ୍ଭ ରାଶିରେ ଚଳନ କରିଛନ୍ତି । ଏହି ଚଳନ ୭ ମାର୍ଚ୍ଚ ୨୦୨୪ ସକାଳ ୧୦.୩୩ ମିନିଟରେ ହୋଇଛି । ଜ୍ୟୋତିଷ ଶାସ୍ତ୍ରରେ ଶୁକ୍ରଙ୍କୁ ପ୍ରେମ, ସୌନ୍ଦର୍ଯ୍ୟ, ଧନ ଏବଂ ଭୋଗ ସହିତ ଯଡିତ ଥିବା ଗ୍ରହ ବୋଲି ବିବେଚନା କରାଯାଇଥାଏ । ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଶୁକ୍ରଙ୍କ ଏହି ଚଳନ କିଛି ରାଶିର ବ୍ୟକ୍ତିଙ୍କ ପାଇଁ ଅତ୍ୟନ୍ତ ଶୁଭଫଳ ଆଣୁଥିବା ସମୟରେ କିଛି ରାଶିକୁ ନକରାତ୍ମକ ଫଳାଫଳ ମଧ୍ୟ ମିଳିପାରେ । ତେଣୁ ସତର୍କ ହେବା ନିହାତି ଆବଶ୍ୟକ । କେଉଁ ୬ଟି ରାଶିର ବ୍ୟକ୍ତିବିଶେଷଙ୍କ ଉପରେ ଶୁକ୍ର ଚଳନର କୁପ୍ରଭାବ ପଡିବ ଆସନ୍ତୁ ଜାଣିବା ।

ବୃଷ ରାଶି
ଶୁକ୍ରଙ୍କ କୁମ୍ଭ ରାଶିରେ ଚଳନ ଆପଣଙ୍କୁ ମିଶ୍ରିତ ଫଳାଫଳ ଦେବ । ବିଶେଷ କରି ସ୍ୱାସ୍ଥ୍ୟ କ୍ଷେତ୍ରରେ ଅଧିକ ଯତ୍ନବାନ ହେବାର ଆବଶ୍ୟକତା ରହିଛି । କର୍ମକ୍ଷେତ୍ରରେ ଆପଣଙ୍କର କାର୍ଯ୍ୟ ଭାର ବଢିପାରେ । ଟଙ୍କା ଖର୍ଚ୍ଚ ଉପରେ ଅଂକୁଶ ନଲଗାଇଲେ ଆର୍ଥିକ ସଙ୍କଟ ଦେଖାଦେଇପାରେ ।

କର୍କଟ ରାଶି
ଶୁକ୍ରଙ୍କ ପ୍ରଭାବ ଆପଣଙ୍କ ପାଇଁ ଆହ୍ୱାନପୂର୍ଣ୍ଣ ପ୍ରମାଣିତ ହୋଇପାରେ । କାର୍ଯ୍ୟରେ ଆପଣଙ୍କୁ ଅଧିକ ତଥା କଠିନ ପରିଶ୍ରମ କରିବାକୁ ପଡିବ । ସ୍ୱାସ୍ଥ୍ୟର ଉପଯୁକ୍ତ ଯତ୍ନ ନିଅନ୍ତୁ । ବଜାରର ଫାଷ୍ଟଫୁଡଠାରୁ ଦୂରେଇ ରୁହନ୍ତୁ ।

କନ୍ୟା ରାଶି
ଶୁକ୍ରଙ୍କ ଚଳନ ପ୍ରଭାବରୁ ଆପଣ ସାମାନ୍ୟ ଚାପଗ୍ରସ୍ତ ହେବେ । କାର୍ଯ୍ୟ କ୍ଷେତ୍ରରେ କିଛି ସମସ୍ୟାର ସାମ୍ନା କରିପାରନ୍ତି । କୌଣସି କାରଣକୁ ନେଇ ଆପଣଙ୍କ ସାଥୀଙ୍କ ସହିତ ସାମାନ୍ୟ ମତଭେଦ ସୃଷ୍ଟି ହୋଇପାରେ ।

ବିଛା ରାଶି
ଏହି ସମୟ ଆପଣଙ୍କ ପାଇଁ ସାବଧାନ ହେବାର ସମୟ । ଅଯୋଥା ବିତର୍କରୁ ନିଜକୁ ଦୂରରେ ରଖନ୍ତୁ । ନିଜ ସ୍ୱାସ୍ଥ୍ୟର ଯତ୍ନ ସଠିକ ଭାବେ ନିଅନ୍ତୁ । ପାରିବାରିକ କ୍ଷେତ୍ରରେ ଆପଣ ଚିନ୍ତାଜନିତ ରହିପାରନ୍ତି ।

ଧନୁ ରାଶି
ଆପଣଙ୍କ ପାଇଁ ଏହି ଚଳନ ମିଶ୍ରିତ ଫଳାଫଳ ପ୍ରଦାନ କରିବ । ଏହି ସମୟରେ ଆପଣ ସତର୍କ ରୁହନ୍ତୁ । କାହା ସହିତ ଯୁକ୍ତିତର୍କ କରନ୍ତୁ ନାହିଁ ।

ମୀନ ରାଶି
ଆପଣଙ୍କୁ ମଧ୍ୟ ଏହି ସମୟରେ ସତର୍କ ରହିବାର ଆବଶ୍ୟକତା ରହିଛି । କଠିନ ପରିଶ୍ରମ କରିବା ପରେ ସଫଳତା ନିକଟରେ ପହଞ୍ଚିବା ସକ୍ଷମ ହୋଇପାରନ୍ତି । ତରବରରେ କୌଣସି ନିଷ୍ପତ୍ତି ନନେବା ଭଲ । ଆପଣଙ୍କୁ କୌଣସି କ୍ଷତିର ସମ୍ମୁଖୀନ ହେବାକୁ ପଡିପାରେ ।

Disclaimer: ଏଠାରେ ଦିଆଯାଇଥିବା ସମସ୍ତ ତଥ୍ୟ ସୂଚନା ଆଧାରରେ ପ୍ରକାଶିତ । ଏହା ଜୀ ଓଡ଼ିଶା ନ୍ୟୁଜର ନିଜସ୍ୱ ମତ ନୁହେଁ । ଅଧିକ ସୂଚନା ପାଇଁ ଆପଣ ବିଶେଷଜ୍ଞଙ୍କ ସହ ପରାମର୍ଶ କରନ୍ତୁ ।

Also Read- Ayodhya Ramlala: ପ୍ରଭୁ ଶ୍ରୀରାମଙ୍କ ସେବାରେ ପରିବର୍ତ୍ତନ, ପଞ୍ଚାମୃତ ବଦଳରେ ମହୁ ଏବଂ ଜଳରେ ସ୍ନାନ

Also Read- ଭିଜିଲାନ୍ସ ହାତରେ ଧରାପଡିଲେ ଦେଓଗାଁ ବିଆରସି, ୫ ହଜାର ନେଉଥିଲେ ଲାଞ୍ଚ