Shukra Gochar 2024: ୩ ସପ୍ତାହ ପର୍ଯ୍ୟନ୍ତ ଏହି ୫ ରାଶିର ବ୍ୟକ୍ତି ହେବେ ମାଲେମାଲ !
Advertisement
Article Detail0/zeeodisha/odisha2189812

Shukra Gochar 2024: ୩ ସପ୍ତାହ ପର୍ଯ୍ୟନ୍ତ ଏହି ୫ ରାଶିର ବ୍ୟକ୍ତି ହେବେ ମାଲେମାଲ !

Shukra Gochar 2024: ଶୁକ୍ର ବର୍ତ୍ତମାନ ବୃହସ୍ପତିଙ୍କ ରାଶି  ମୀନରେ ଗତି କରୁଛନ୍ତି । ୨୪ ଏପ୍ରିଲ ୨୦୨୪ ପର୍ଯ୍ୟନ୍ତ ମୀନ ରାଶିରେ ଅବସ୍ଥାନ କରିବେ । ସେ ପର୍ଯ୍ୟନ୍ତ ୫ ଟି ରାଶିର ବ୍ୟକ୍ତିବିଶେଷଙ୍କୁ ବିଭିନ୍ନ ପ୍ରକାରର ଶୁଭଫଳ ମିଳିବ ।

Shukra Gochar 2024: ୩ ସପ୍ତାହ ପର୍ଯ୍ୟନ୍ତ ଏହି ୫ ରାଶିର ବ୍ୟକ୍ତି ହେବେ ମାଲେମାଲ !

Shukra Gochar 2024: ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଯେଉଁମାନଙ୍କର ରାଶିରେ ଶୁକ୍ରଙ୍କ ସ୍ଥାନ ସୁଦୃଢ ରହିଛି ସେମାନେ ଅଳ୍ପ ସମୟ ମଧ୍ୟରେ ଉଚ୍ଚ ପଦବୀ ହାସଲ କରିବାରେ ସକ୍ଷମ ହୋଇପାରନ୍ତି । ଏଥିସହ ସେମାନଙ୍କ ଜୀବନରେ ଧନର ଅଭାବ ରୁହେ ନାହିଁ । ସେହି ଲୋକମାନେ ନିଜ ମନ ପସନ୍ଦର ସାଥୀ ପାଇଥାନ୍ତି । ମୋଟ ଉପରେ କହିବାକୁ ଗଲେ ଏହିପରି ବ୍ୟକ୍ତିବିଶେଷ ରାଜାଙ୍କ ପରି ଜୀବନ ଉପଭୋଗ କରନ୍ତି । ସେଥିପାଇଁ ଶୁକ୍ରଙ୍କୁ ସୁଖର କାରକ ଗ୍ରହ ବୋଲି ବିବେଚନା କରାଯାଇଥାଏ । ମାର୍ଚ୍ଚ ୩୧ ତାରିଖ ଦିନ ଶୁକ୍ର ମୀନ ରାଶିରେ ଚଳନ କରିଥିଲେ । ବର୍ତ୍ତମାନ ଏପ୍ରିଲ୍ ୨୪ ତାରିଖ ପର୍ଯ୍ୟନ୍ତ ମୀନ ରାଶିରେ ଶୁକ୍ର ଅବସ୍ଥାନ କରିବେ । ଏହି ସମୟରେ ଶୁକ୍ର କିଛି ରାଶିଙ୍କ ପ୍ରତି ଅତ୍ୟନ୍ତ ଦୟାଳୁ ହେବେ ବୋଲି ଜ୍ୟୋତିର୍ବିଦମାନେ କହିଛନ୍ତି । ଆସନ୍ତୁ ଜାଣିବା କେଉଁ ରାଶି ପାଇଁ ଏପ୍ରିଲ୍ ୨୦୨୪ରେ ଶୁକ୍ରଙ୍କ ଚଳନ ଭାଗ୍ୟଶାଳୀ ପ୍ରମାଣିତ କରିବ ।

ବୃଷ ରାଶି: ଆପଣଙ୍କର ଅନେକ ଇଚ୍ଛା ପୂରଣ ହେବ । ଅଧିକ ଧନପ୍ରାପ୍ତିର ସମ୍ଭାବନା ରହିଛି । ନିଜ ମଧ୍ୟରେ ସୌନ୍ଦର୍ଯ୍ୟ ଏବଂ ଆକର୍ଷଣୀୟତା ମଧ୍ୟ ବୃଦ୍ଧି ପାଇବ । ଜୀବନରେ ଆରାମ ଏବଂ ବିଳାସପୂର୍ଣ୍ଣତା ବୃଦ୍ଧି ପାଇବ । ଅଧିକ ଲାଭ ପାଇଁ ଆପଣ ମନ୍ଦିରରେ ଅତର ଦାନ କରନ୍ତୁ । ଏଥିସହ ନିଜେ ବ୍ୟବହାର କରୁଥିବା ରୁମାଲରେ ଅତର ଲଗାଇ ପାଖରେ ରଖନ୍ତୁ ।

କର୍କଟ ରାଶି: ଆପଣ ପ୍ରତି କ୍ଷେତ୍ରରେ ସୌଭାଗ୍ୟ ଅର୍ଜନ କରିବେ । ଆପଣଙ୍କ ପାଇଁ ଭାଗ୍ୟ ଅନେକ କ୍ଷେତ୍ରରେ ସାଥ୍ ଦେବ । ଆପଣଙ୍କ କାର୍ଯ୍ୟ ସହଜ ହୋଇଯିବ । ନିଜ ମଧ୍ୟରେ ବୌଦ୍ଧିକ କ୍ଷମତା ବୃଦ୍ଧି ପାଇବ । ଆର୍ଥିକ ସମସ୍ୟା ଦୂର ହେବା ସହ ଟଙ୍କା ରୋଜଗାରର ନୂତନ ରାସ୍ତା ଫିଟିବ । କୌଣସି ତୀର୍ଥସ୍ଥାନକୁ ଯାତ୍ରା କରିବା ଲାଭଦାୟକ ହେବ ।

ବିଛା ରାଶି: ଶୁକ୍ରଙ୍କ ଚଳନ ଆପଣଙ୍କ ପ୍ରେମ ଜୀବନ ପାଇଁ ଅତ୍ୟନ୍ତ ଶୁଭ । ଅବିବାହିତ ଲୋକମାନଙ୍କୁ ପ୍ରକୃତ ପ୍ରେମ ମିଳିବାର ସମ୍ଭାବନା ରହିଛି । ପ୍ରେମ ସମ୍ପର୍କରେ ସମସ୍ୟା ଥିଲେ ତାହା ସମାଧାନ ହୋଇଯିବ । ବିବାହଯୋଗ୍ୟ ବ୍ୟକ୍ତିଙ୍କ ପାଇଁ ପ୍ରସ୍ତାବ ଆସିବ ।

ଧନୁ ରାଶି: ଆପଣ ନୂଆ ଜମି କିମ୍ୱା ଯାନବାହନ କିଣିପାରନ୍ତି । ପୈତୃକ ସମ୍ପତ୍ତିରୁ ଆପଣ ଲାଭବାନ ହେବେ । ଆର୍ଥିକ ପରିସ୍ଥିତି ସୁଦୃଢ ହେବ । ମାଆଙ୍କ ଆଶୀର୍ବାଦରୁ ଆପଣଙ୍କ କାର୍ଯ୍ୟ ସହଜ ହୋଇଯିବ ।

ମୀନ ରାଶି: ଆପଣଙ୍କ ପାଇଁ ଉଚ୍ଚ ପଦବୀ, ଅର୍ଥ ଏବଂ ପ୍ରତିଷ୍ଠା ପାଇବାର ପୂର୍ଣ୍ଣ ସୁଯୋଗ ରହିଛି । ଆର୍ଥିକ ଦୃଷ୍ଟିରୁ ଆପଣ ସନ୍ତୁଷ୍ଟ ଅନୁଭବ କରିବେ । ଅବିବାହିତ ଲୋକଙ୍କ ବିବାହ ଯୋଗ ରହିଛି । ପ୍ରେମ ସମ୍ପର୍କରେ ଥିବା ସମସ୍ୟାର ସମାଧାନ ହୋଇଯିବ ।

(Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ। କେବଳ ସୂଚନା ପାଇଁ ଦିଆଯାଇଛି। ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ। କୌଣସି ଉପାୟ କରିବା ପୂର୍ବରୁ ସମ୍ପୃକ୍ତ ବିଷୟର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ନିଶ୍ଚିତ ହୁଅନ୍ତୁ।

Also Read- NCERT syllabus: ପାଠ୍ୟକ୍ରମରୁ ବାଦ ପଡିଲା ବାବ୍ରି ଏବଂ ଗୁଜୁରାଟ ଦଙ୍ଗା

Also Read- Shani Purvabhadrapada Nakshtra Gochar: ୬ ଏପ୍ରିଲରୁ ବଦଳିଯିବ ୩ଟି ରାଶିର ଭାଗ୍ୟ