Surya Mangal Gochar 2024: ଆସନ୍ତୁ ଜାଣିବା କେଉଁ ୩ଟି ରାଶିର ବ୍ୟକ୍ତିବିଶେଷ ମଙ୍ଗଳ ଏବଂ ସୂର୍ଯ୍ୟଙ୍କ ଚଳନ କାରଣରୁ ଶୁଭଫଳ ପାଇବେ ।
ବୈଦିକ ଜ୍ୟୋତିଷଶାସ୍ତ୍ର ଅନୁଯାୟୀ, ଅଗଷ୍ଟ ୨୬ ତାରିଖ ଦିନ ୩:୪୦ ରେ ମିଥୁନ ରାଶିରେ ମଙ୍ଗଳ ଚଳନ କରିବେ । ଏହା ପରେ, ଅଗଷ୍ଟ ୩୦ ଶୁକ୍ରବାର ଦିନ, ସୂର୍ଯ୍ୟଦେବ ମଧ୍ୟ ଗତିବିଧି ପରିବର୍ତ୍ତନ କରିବେ । ଶୁକ୍ର ଦିନ ୩:୫୫ ରେ ପୁର୍ବା ଫାଲଗୁଣୀ ନକ୍ଷତ୍ରରେ ପ୍ରବେଶ କରିବେ । ଫଳରେ କିଛି ରାଶିର ବ୍ୟକ୍ତିଙ୍କୁ ଅତ୍ୟନ୍ତ ଶୁଭଫଳ ପ୍ରାପ୍ତ ହେବ ।
ମିଥୁନ ରାଶି
ମଙ୍ଗଳ ଏବଂ ସୂର୍ଯ୍ୟଙ୍କ ଚଳନ କାରଣରୁ ଆପଣଙ୍କୁ ଆର୍ଥିକ ଲାଭ ମିଳିପାରେ । ବ୍ୟବସାୟ ସମ୍ବନ୍ଧୀୟ ଯୋଜନା ସଫଳ ହେବ । ବିବାହିତ ବ୍ୟକ୍ତିଙ୍କ ପରିବାରକୁ ସମୟ ଦେବେ । ସାମାଜିକ କାର୍ଯ୍ୟରେ ସକ୍ରିୟ ଭାବେ ଅଂଶଗ୍ରହଣ କରିବେ । ପରିବାର ସହିତ କୌଣସି ସ୍ଥାନକୁ ଯାତ୍ରା କରିପାରନ୍ତି । ଚାକିରି କ୍ଷେତ୍ରରେ ଆପଣଙ୍କୁ ଏକ ଉଚ୍ଚ ପଦବୀ ମିଳିପାରେ । ମନରେ ଚାଲିଥିବା ଅଶାନ୍ତି ଦୂର ହୋଇଯିବ । ଯୁବକମାନଙ୍କୁ କର୍ମନିଯୁକ୍ତି ମିଳିବ ।
କର୍କଟ ରାଶି
ଭାଗ୍ୟ ଆପଣଙ୍କ ସପକ୍ଷରେ ରହିବ । ଧନ ବୃଦ୍ଧି ହେବାର ଦୃଢ ସମ୍ଭାବନା ରହିଛି । ବ୍ୟବସାୟରୁ ଲାଭ ମିଳିବ । ପାରିବାରିକ ଜୀବନରେ ଶାନ୍ତି ରହିବ । ଅନାବଶ୍ୟକ ଖର୍ଚ୍ଚ ନିୟନ୍ତ୍ରଣ କରିବାରେ ଆପଣ ସଫଳ ହେବେ । କଳା କ୍ଷେତ୍ର ସହିତ ଜଡିତ ବ୍ୟକ୍ତି ସମାଜରେ ସମ୍ମାନ ପାଇବେ । ଅଳସୁଆମି ସ୍ୱଭାବ ଛାଡିଲେ ଆପଣଙ୍କୁ କ୍ୟାରିୟରରେ ଉଚ୍ଚ ପଦବୀ ମିଳିବ ।
ଧନୁ ରାଶି
ମଙ୍ଗଳ ଏବଂ ସୂର୍ଯ୍ୟଙ୍କ ଶୁଭଦୃଷ୍ଟି ଆପଣଙ୍କ ଉପରେ ରହିବ । ଯେଉଁଥିପାଇଁ ଆପଣ ନିଜ କ୍ୟାରିଅରରେ ସଫଳତା ପାଇପାରିବେ । ଜୀବନରେ ସୁଖ ଏବଂ ସମୃଦ୍ଧି ବଢିବାକୁ ଲାଗିବ । ଘରେ ଖୁସିର ବାତାବରଣ ରହିବ । ବିବାହିତ ବ୍ୟକ୍ତି ନିଜ ସାଥୀଙ୍କଠାରୁ ଉପହାର ପାଇବେ । ଯୁବକମାନଙ୍କୁ କୌଣସି ସୁତ୍ରରୁ ଅର୍ଥ ମିଳିପାରେ । ଚାକିରିରେ ପରିବର୍ତ୍ତନ ସହିତ କ୍ୟାରିୟରରେ ପ୍ରଗତିର ସମ୍ଭାବନା ରହିଛି ।
Disclamer: (ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।)
ट्रेन्डिंग फोटोज़