Advertisement
Photo Details/zeeodisha/odisha2434820
photoDetails0hindi

Shukra Gochar 2024: ୧୮ ସେପ୍ଟେମ୍ୱରରୁ ବଦଳିବ ୪ଟି ରାଶିର ଭାଗ୍ୟ

Shukra Gochar 2024: ସେପ୍ଟେମ୍ବର ୧୮ ତାରିଖରେ ଶୁକ୍ର ରାଶି ପରିବର୍ତ୍ତନ କରୁଛନ୍ତି । କେତେକ ରାଶିର ବ୍ୟକ୍ତିଙ୍କ ପାଇଁ ଶୁକ୍ରଙ୍କ ଏହି ରାଶି ପରିବର୍ତ୍ତନର ପ୍ରଭାବ ଭଲ ହେବ ।

1/5

ମେଷ ରାଶି

ଶୁକ୍ରଙ୍କ ପ୍ରଭାରୁ ଆପଣଙ୍କ ମାନ ସମ୍ମାନ ବୃଦ୍ଧି ପାଇବ । ଚଳଚ୍ଚିତ୍ର, ମିଡିଆ କ୍ଷେତ୍ରରେ କାର୍ଯ୍ୟ କରୁଥିଲେ ଆପଣଙ୍କ କାର୍ଯ୍ୟ ପାଇଁ ପ୍ରଶଂସିତ ହେବେ । ଶୁକ୍ରଙ୍କ ପ୍ରଭାବରୁ ପ୍ରେମ ଜୀବନରେ ଥିବା ସମସ୍ୟା ଦୂର ହେବ । ଆପଣଙ୍କ ସାଥୀଙ୍କ ସହିତ କୌଣସି ସ୍ଥାନକୁ ବୁଲିବାକୁ ଯିବା ପାଇଁ ଯୋଜନା କରିବେ । ଦାମ୍ପତ୍ୟ ଜୀବନ ଖୁସିରେ କଟିବ ।

2/5

ଧନୁ ରାଶି

ଶୁକ୍ରଙ୍କ ପ୍ରଭାବରୁ ଆପଣ ନୂତନ ଆୟର ଉତ୍ସ ପାଇପାରିବେ । ପୂର୍ବରୁ କରିଥିବା ବିନିଯୋଗରେ ଭଲ ଲାଭ ପାଇବେ । ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ବ୍ୟକ୍ତିଙ୍କୁ ସଫଳତା ମିଳିବାର ଅଧିକ ସମ୍ଭାବନା ରହିଛି । ଆର୍ଥିକ ସମସ୍ୟା ଦୂରେଇଯିବ । ପ୍ରେମ ଜୀବନରେ ସୁଖ ମିଳିବ ।

3/5

କର୍କଟ ରାଶି 

ଶୁକ୍ରଙ୍କ ପ୍ରଭାବର ସକରାତ୍ମକ ଫଳାଫଳ ଆପଣଙ୍କୁ ମିଳିବ । ନୂତନ ଯାନବାହନ କିଣିବା ପାଇଁ ଉପଯୁକ୍ତ ସମୟ । ପାରିବାରିକ ସମ୍ପର୍କ ମଜବୁତ ହେବ । ଆୟ ବଢିବାକୁ ଲାଗିବ । ବ୍ୟବସାୟୀମାନେ ଭଲ ଲାଭ ପାଇପାରିବେ । ପରିବାର ସଦସ୍ୟମାନେ ଆପଣଙ୍କ ପ୍ରେମକୁ ଗ୍ରହଣ କରିବେ । ଆପଣ କାହାକୁ ଟଙ୍କା ଧାର୍ ଦେଇଥିଲେ ତାହା ଫେରି ପାଇବେ ।

4/5

ତୁଳା ରାଶି

ଆପଣଙ୍କ ରାଶିର ଆରାଧ୍ୟ ଭାବେ ଶୁକ୍ରଙ୍କ ପ୍ରଭାବ ଆପଣଙ୍କ ପାଇଁ ସ୍ୱତନ୍ତ୍ର । ଆପଣଙ୍କ ପାଇଁ ଏହି ସମୟ ଅତ୍ୟନ୍ତ ଶୁଭ ସାବ୍ୟସ୍ତ ହେବ । ଆୟରେ ବୃଦ୍ଧି ଆପଣ ଦେଖିପାରିବେ । ଅଧ୍ୟୟନ କ୍ଷେତ୍ରରେ ବଡ଼ ସଫଳତା ହାସଲ କରିପାରନ୍ତି । ଦାମ୍ପତ୍ୟ ଜୀବନରେ ପ୍ରେମ ବୃଦ୍ଧି ପାଇବ । କ୍ୟାରିଅରରେ ସକରାତ୍ମକ ପରିବର୍ତ୍ତନ ଦେଖିବେ ।

5/5

Disclamer: (ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।