Shani Margi 2024: ନ୍ୟାୟର ଦେବତା ଶନିଦେବ ନଭେମ୍ବର ୧୫ ରୁ କୁମ୍ଭ ରାଶିରେ ରହିଛନ୍ତି । ଯାହାର ପ୍ରଭାବ କିଛି ରାଶି କ୍ଷେତ୍ରରେ ଦେଖିବାକୁ ମିଳୁଛି ।
କର୍କଟ ରାଶି
ଆପଣଙ୍କ ପାଇଁ ଏହି ସମୟ କ୍ଷତିକାରକ ସାବ୍ୟସ୍ତ ହୋଇପାରେ । ମାନସିକ ସ୍ୱାସ୍ଥ୍ୟ ଖରାପ ହେବାର ସମ୍ଭାବନା ଅଛି । ଆପଣଙ୍କର ବ୍ୟକ୍ତିଗତ ଜୀବନରେ ଅନେକ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି । ଘରେ କାହା ସହିତ ଅନାବଶ୍ୟକ ଯୁକ୍ତି କରନ୍ତୁ ନାହିଁ । ଆପଣଙ୍କ ସମ୍ପର୍କରେ ମତଭେଦ ହୋଇପାରେ । ଘରେ ଶାନ୍ତି ବଜାୟ ରଖିବାକୁ ଚେଷ୍ଟା କରିବା ଆବଶ୍ୟକ ।
ମକର ରାଶି
ଆପଣଙ୍କ ପାଇଁ ଶନିଙ୍କ ପ୍ରତ୍ୟକ୍ଷ ଗତିବିଧି ଜୀବନରେ ଅସୁବିଧା ବଢାଇପାରେ । ଆପଣଙ୍କୁ ଆର୍ଥିକ ସଙ୍କଟର ସମ୍ମୁଖୀନ ହେବାକୁ ପଡିପାରେ । ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ବିବାଦ ହୋଇପାରେ । ସମ୍ପର୍କ ବଞ୍ଚାଇବାକୁ ଆପଣ ପରସ୍ପରକୁ ବୁଝାମଣା କରିବା ଆବଶ୍ୟକ ।
ମୀନ ରାଶି
ଶନିଙ୍କ ପ୍ରତ୍ୟକ୍ଷ ଗତି ଆପଣଙ୍କ ପାଇଁ ସାଂଘାତିକ ହୋଇପାରେ । ଶନିଙ୍କ ଚଳନ ଆପଣଙ୍କ ଜୀବନ ଉପରେ ପ୍ରତିକୂଳ ପ୍ରଭାବ ପକାଇପାରେ । ଶନିଙ୍କ ଗତିବିଧି ଆପଣଙ୍କ ମନକୁ ଦ୍ୱନ୍ଦରେ ପକାଇପାରେ । କୌଣସି ଜିନିଷରେ ସଫଳତା ସହଜରେ ହାସଲ କରିହେବ ନାହିଁ । ପାରିବାରିକ ଜୀବନ ପ୍ରତି ଆପଣ ଧ୍ୟାନ ଦେବା ଆବଶ୍ୟକ ।
Disclamer: (ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।
ट्रेन्डिंग फोटोज़