Advertisement
Photo Details/zeeodisha/odisha2548504
photoDetails0hindi

Weekly Health Horoscope: ନୂଆ ସପ୍ତାହରେ କିପରି ରହିବ ସ୍ୱାସ୍ଥ୍ୟ ? ପଢନ୍ତୁ ରାଶିଫଳ

Weekly Health Horoscope 09 To 15 Dec 2024: ୦୯ରୁ ରୁ ୧୫ ଡିସେମ୍ବର ମଧ୍ୟରେ ସ୍ୱାସ୍ଥ୍ୟ ଦୃଷ୍ଟିକୋଣରୁ ପ୍ରତ୍ୟକ ରାଶି ପାଇଁ ସପ୍ତାହଟି ଗୁରୁତ୍ୱପୂର୍ଣ୍ଣ ହେବାକୁ ଯାଉଛି। ଏହି ସପ୍ତାହରେ, କେତେକ ରାଶିର ବ୍ୟକ୍ତି କିଛି ପ୍ରମୁଖ ରୋଗରୁ ମୁକ୍ତି ପାଇବେ । ଏଥିସହ କିଛି ରାସିର ବ୍ୟକ୍ତିଙ୍କୁ ସାବଧାନ ରହିବାର ଆବଶ୍ୟକତା ରହିଛି ।

1/13

ମେଷ ରାଶି

ଏହି ସପ୍ତାହରେ ଆପଣଙ୍କ ଖାଦ୍ୟ ଅଭ୍ୟାସକୁ ନିୟନ୍ତ୍ରଣ କରିବା ଆବଶ୍ୟକ । ଆପଣଙ୍କ ପରିବାର ସଦସ୍ୟଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ହୋଇପାରନ୍ତି । ନିଜ ସ୍ୱାସ୍ଥ୍ୟର ଉନ୍ନତି ପାଇଁ ଆପଣ ବ୍ୟାୟାମ କରିବା ଆବଶ୍ୟକ ।

2/13

ବୃଷ ରାଶି

ସ୍ୱାସ୍ଥ୍ୟକୁ ନେଇ ଆପଣ ସତର୍କ ରହିବା ଆବଶ୍ୟକ । ଅତ୍ୟଧିକ କାର୍ଯ୍ୟ କରିବା କାରଣରୁ ସ୍ୱାସ୍ଥ୍ୟ ଖରାପ ହୋଇପାରେ । ଖାଦ୍ୟପେୟକୁ ନିୟନ୍ତ୍ରଣ କରିବା ଜରୁରୀ । ବାହାରେ ଖାଇବା ଠାରୁ ଦୂରେଇ ରହିବା ଭଲ । ବ୍ୟାୟାମ କରି ନିଜ ଶରୀରକୁ ଫିଟ୍ ରଖିବାକୁ ଚେଷ୍ଟା କରନ୍ତୁ ।

3/13

ମିଥୁନ ରାଶି

ନୂଆ ସପ୍ତାହରେ ଆପଣଙ୍କ ସ୍ୱାସ୍ଥ୍ୟ ସ୍ୱାଭାବିକ ରହିବ । ଆପଣଙ୍କ ପରିବାର ସଦସ୍ୟ ମଧ୍ୟ ସୁସ୍ଥ ରହିବେ । ତଥାବି ଆପଣଙ୍କ ଖାଦ୍ୟପେୟକୁ ନିୟନ୍ତ୍ରଣ କରିବାର ଆବଶ୍ୟକତା ରହିଛି । ଆପଣଙ୍କ ସ୍ୱାସ୍ଥ୍ୟକୁ ସଠିକ ବଜାୟ ରଖିବା ପାଇଁ ଆପଣ ଯୋଗ କରିପାରିବେ ।

4/13

କର୍କଟ ରାଶି

ସ୍ୱାସ୍ଥ୍ୟ ଦୃଷ୍ଟିକୋଣରୁ ନୂଆ ସପ୍ତାହଟି ଆପଣଙ୍କ ପାଇଁ ଏତେଟା ଫଳପ୍ରଦ ନୁହେଁ । ଯଦି ଅସୁସ୍ଥ ଅନୁଭବ କରୁଛନ୍ତି ତେବେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ କରିବାକୁ ଯାଆନ୍ତୁ । ସ୍ୱାସ୍ଥ୍ୟ ସମସ୍ୟା କାରଣରୁ ଆପଣଙ୍କୁ ଆର୍ଥିକ କ୍ଷତିର ସମ୍ମୁଖୀନ ହେବାକୁ ପଡିପାରେ ।

5/13

ସିଂହ ରାଶି

ଆପଣ ନିଜ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ହୋଇପାରନ୍ତି । ପରିବାର ସଦସ୍ୟ କିଛି ରୋଗର ଶିକାର ହୋଇପାରନ୍ତି । ବିଶେଷ କରି ସାଧାରଣ ପେଟ ଯନ୍ତ୍ରଣା ଏବଂ ଜ୍ୱର ଇତ୍ୟାଦି ହେବାର ସମ୍ଭାବନା ରହିଛି । ସ୍ୱାସ୍ଥ୍ୟଗତ ସମସ୍ୟା କାରଣରୁ ମନ ମଧ୍ୟ ବିଚଳିତ ରହିପାରେ ।

6/13

କନ୍ୟା ରାଶି

ସ୍ୱାସ୍ଥ୍ୟ ଦୃଷ୍ଟିକୋଣରୁ ନୂଆ ସପ୍ତାହଟି ଆପଣଙ୍କ ପାଇଁ ଶୁଭ । ନିଜ ଡାଏଟକୁ ନିୟନ୍ତ୍ରଣ କରିବା ଆବଶ୍ୟକ । ସପ୍ତାହରେ ସୁସ୍ଥ ଅନୁଭବ କରିବେ । ପତ୍ନୀ ଏବଂ ପିଲାମାନଙ୍କର ସ୍ୱାସ୍ଥ୍ୟ ମଧ୍ୟ ଭଲ ରହିବ।

7/13

ତୁଳା ରାଶି

ପରିବାର ସଦସ୍ୟଙ୍କ ସ୍ୱାସ୍ଥ୍ୟ ସମସ୍ୟା ଆପଣଙ୍କ ଚିନ୍ତା ବଢାଇପାରେ । ପତ୍ନୀଙ୍କ ସ୍ୱାସ୍ଥ୍ୟକୁ ନେଇ ମଧ୍ୟ ଚିନ୍ତିତ ହେବେ । ଋତୁକାଳିନ ରୋଗର ଶିକାର ହୋଇପାରନ୍ତି । ଖାଇବା ପିଇବା ଅଭ୍ୟାସକୁ ନିୟନ୍ତ୍ରଣ କରନ୍ତୁ । ଦୂର ସ୍ଥାନକୁ ଯାତ୍ରା କରୁଥିଲେ ସାବଧାନ ରୁହନ୍ତୁ ।

8/13

ବିଛା ରାଶି

ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ । ମୌସୁମୀ ଜନିତ ରୋଗରୁ ନିଜକୁ ସୁରକ୍ଷିତ ରଖନ୍ତୁ । ସକାଳୁ ଉଠି ବ୍ୟାୟାମ ଇତ୍ୟାଦି କରିବାକୁ ଚେଷ୍ଟା କରନ୍ତୁ । ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ତାହା ବହୁତ ଲାଭଦାୟକ ସାବ୍ୟସ୍ତ ହେବ । ନୂଆ ସପ୍ତାହରେ ପରିବାରର ସମସ୍ତଙ୍କ ସ୍ୱାସ୍ଥ୍ୟ ଭଲ ରହିପାରେ ।

9/13

ଧନୁ ରାଶି

ସ୍ୱାସ୍ଥ୍ୟ ଦୃଷ୍ଟିକୋଣରୁ ନୂଆ ସପ୍ତାହ ମଧ୍ୟମଧରଣର ଫଳ ଦେବ । ତେଣୁ ଆପଣଙ୍କ ଖାଦ୍ୟ ପେୟକୁ ନିୟନ୍ତ୍ରଣ କରନ୍ତୁ । ଅତ୍ୟଧିକ କାର୍ଯ୍ୟ ମଧ୍ୟରେ ବିଶ୍ରାମ ପାଇଁ ସମୟ ବାହାର କରନ୍ତୁ । ସୁନ୍ଦର ସ୍ୱାସ୍ଥ୍ୟ ପାଇଁ ବିଶ୍ରାମ ବିଶେଷ ଲାଭଦାୟକ ହେବ । ଆବଶ୍ୟକ ହେଲେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।

10/13

ମକର ରାଶି

ସ୍ୱାସ୍ଥ୍ୟ ଦୃଷ୍ଟିକୋଣରୁ ନୂଆ ସପ୍ତାହ ଆପଣଙ୍କ ପାଇଁ ସ୍ୱାଭାବିକ ହେବ । ପରିବାରରେ ପ୍ରିୟଜନଙ୍କ ସ୍ୱାସ୍ଥ୍ୟ ଖରାପ ହୋଇପାରେ । ସପ୍ତାହ ଶେଷ ସୁଦ୍ଧା ସ୍ୱାସ୍ଥ୍ୟରେ ଉନ୍ନତି ହେବ । ଅତ୍ୟଧିକ କାର୍ଯ୍ୟ କାରଣରୁ ଆପଣ ଥକ୍କା ଅନୁଭବ କରିପାରନ୍ତି । ନିଜ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ ।

11/13

କୁମ୍ଭ ରାଶି

ନୂଆ ସପ୍ତାହରେ ଆପଣଙ୍କ ସ୍ୱାସ୍ଥ୍ୟ ଏତେଟା ଭଲ ରହିନପାରେ । ବିଶେଷ କରି ପେଟ ଯନ୍ତ୍ରଣା, ହାତ ଏବଂ ଗୋଡରେ ଯନ୍ତ୍ରଣା ଏବଂ ଅତ୍ୟଧିକ କାର୍ଯ୍ୟ ହେତୁ ମାନସିକ ଚାପରେ ପୀଡିତ ହୋଇପାରନ୍ତି । ସପ୍ତାହର ଶେଷ ଭାଗରେ ପତ୍ନୀଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତା ବଢିପାରେ ।

12/13

ମୀନ ରାଶି

ସପ୍ତାହଟି ଆପଣଙ୍କ ପାଇଁ ଭଲ ହେବ । କିନ୍ତୁ ମୌସୁମୀ ଜନିତ ରୋଗ କାରଣରୁ ପିଲାମାନଙ୍କର ସ୍ୱାସ୍ଥ୍ୟ ସାମାନ୍ୟ ଖରାପ ହୋଇପାରେ । ଆପଣଙ୍କର ସ୍ୱାସ୍ଥ୍ୟ ସଠିକ୍ ବଜାୟ ରଖିବା ପାଇଁ ନିୟମିତ ବ୍ୟାୟାମ କରିବା ସହ ଖାଦ୍ୟ ପେୟ ପ୍ରତି ଧ୍ୟାନ ଦିଅନ୍ତୁ ।

13/13

Disclamer: (ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।