Advertisement
Photo Details/zeeodisha/odisha2366672
photoDetails0hindi

Mangal Nakshatra Gochar: ୬ ସେପ୍ଟେମ୍ୱର ପର୍ଯ୍ୟନ୍ତ ଜଗିରଖି ଚଳନ୍ତୁ ଏହି ରାଶି

Mangal Nakshatra Gochar 2024:  ଶୁକ୍ରବାର ଦିନ ମଙ୍ଗଳ ସକାଳ ୭ଟା୩୧ ସମୟରେ କ୍ରାନ୍ତିବୃତ୍ତ ନକ୍ଷତ୍ରରେ ପ୍ରବେଶ କରିବେ । ସେହି ଦିନ, ଦ୍ୱିପହର ୧୨ଟା୬ ରେ ମଙ୍ଗଳ ଗ୍ରହ ଆଦ୍ରା ନକ୍ଷତ୍ରରେ ଚଳନ କରିବେ ।  ମଙ୍ଗଳଙ୍କ ନକ୍ଷତ୍ରର ପରିବର୍ତ୍ତନ କାରଣରୁ ୫ଟି ରାଶିର ବ୍ୟକ୍ତିଙ୍କ ଜୀବନରେ ନକାରାତ୍ମକ ପ୍ରଭାବ ପଡିପାରେ । ତେବେ ସେହି ରାଶି ଗୁଡିକ କଣ ଆସନ୍ତୁ ଜାଣିବା ।

1/5

ବୃଷ ରାଶି ଚାକିରି କ୍ଷେତ୍ରରେ କୌଣସି ନିଷ୍ପତ୍ତି ଶୀଘ୍ର ନେବା ଉଚିତ୍ ନୁହେଁ । ଏହି ସମୟରେ ଆପଣ ଆର୍ଥିକ କ୍ଷତିର ଶିକାର ହୋଇପାରନ୍ତି । ବ୍ୟବସାୟୀମାନେ ଧର୍ଯ୍ୟ ଧରିବା ଆବଶ୍ୟକ । ଭାଗିଦାରୀରେ ବ୍ୟବସାୟ କରିବା ପାଇଁ ଏହି ସମୟ ଉପଯୁକ୍ତ ନୁହେଁ । ଦୂରଯାତ୍ରାରୁ ନିଜକୁ ଦୂରେଇ ରଖିବା ଭଲ ।

2/5

ମେଷ ରାଶି ଗ୍ରହମାନଙ୍କର ଦୁର୍ବଳ ସ୍ଥିତି କାରଣରୁ ଆର୍ଥିକ କ୍ଷତି ଭୋଗିପାରନ୍ତି । ବ୍ୟବସାୟୀମାନେ ଟଙ୍କା କାରବାର କରିବା ସମୟରେ ଅତ୍ୟନ୍ତ ସତର୍କ ହେବା ଉଚିତ୍ । କାହାକୁ ଋଣ ଦେବା କିମ୍ୱା ବିନିଯୋଗ କରିବାଠାରୁ ନିବୃତ୍ତ ରହିବା ଉଚିତ ହେବ । ଚାକିରିରେ ଭଲ ପ୍ରଦର୍ଶନ କରିବାକୁ ସକ୍ଷମ ହେବେ ନାହିଁ । ଯେଉଁ କାରଣରୁ ବରିଷ୍ଠ ଅଧିକାରୀଙ୍କ ଅସନ୍ତୋଷର ଶିକାର ହେବେ ।

3/5

ତୁଳା ରାଶି କୌଣସି କାରଣରୁ ବିବାହିତ ଲୋକଙ୍କ ଜୀବନରେ ମତଭେଦ ହୋଇପାରେ  । ଆଗାମୀ କିଛି ଦିନ ପାଇଁ ଘରର ପରିବେଶ ଖରାପ ରହିବ । କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହ ବିବାଦ ହୋଇପାରେ । ଯାହା ଅଫିସ୍ କାର୍ଯ୍ୟ ଉପରେ ନକାରାତ୍ମକ ପ୍ରଭାବ ପକାଇବ । ଭୁଲ ନିଷ୍ପତ୍ତି ନେବା କାରଣରୁ ଛାତ୍ରମାନେ ଅନୁତାପ କରିପାରନ୍ତି ।

4/5

ଧନୁ ରାଶି ଅଫିସ କାର୍ଯ୍ୟ ଘରୁ କରୁଥିଲେ ଆଦୌ କାର୍ଯ୍ୟରେ ଅବହେଳା କରନ୍ତୁ ନାହିଁ । ନଚେତ୍ ଚାକିରିରୁ ବରଖାସ୍ତ ହୋଇପାରିନ୍ତି । ବ୍ୟବସାୟୀଙ୍କ କାର୍ଯ୍ୟରେ ବିଭିନ୍ନ ପ୍ରକାରର ବାଧା ସୃଷ୍ଟି ହୋଇପାରେ । ବିଭିନ୍ନ କାରଣରୁ ଆପଣ ଚାପଗ୍ରସ୍ତ ହେବେ । ବୈବାହିକ ଜୀବନରେ ସମସ୍ୟା ଆସିପାରେ । ପିତାମାତାଙ୍କ ଅସନ୍ତୋଷର ଶିକାର ହୋଇପାରନ୍ତି ।

5/5

ସିଂହ ରାଶି ସ୍ୱାସ୍ଥ୍ୟ ଖରାପ ହେବାର ଯଥେଷ୍ଟ ସମ୍ଭାବନା ରହିଛି । ଚିକିତ୍ସା କାର୍ଯ୍ୟରେ ଟଙ୍କା ଖର୍ଚ୍ଚ ହୋଇପାରେ ତେଣୁ ସାବଧାନ ରହିବା ଆବଶ୍ୟକ । ଚାକିରି କ୍ଷେତ୍ରରେ ପିତାମାତାଙ୍କ ପରାମର୍ଶ ନେଇ ଆଗକୁ ବଢିବା ଉଚିତ । ନଚେତ୍ ଆପଣଙ୍କୁ ଜୀବନସାରା ଅନୁତାପ କରିବାକୁ ପଡିପାରେ । ପରୀକ୍ଷାରେ ବିଫଳତା କାରଣରୁ ଛାତ୍ରମାନେ ଚିନ୍ତିତ ରହିବେ । ଆପଣଙ୍କ ମନରେ ନକାରାତ୍ମକ ଚିନ୍ତାଧାରା ରହିବ । ଯେଉଁଥିପାଇଁ ଆପଣଙ୍କୁ ମାନସିକ ଚାପର ସମ୍ମୁଖୀନ ହେବାକୁ ପଡିପାରେ ।

ତଥ୍ୟ- ଜ୍ୟୋତିର୍ବିଦ ଆଚାର୍ଯ୍ୟ ସତ୍ୟବ୍ରତ ପାଢୀ, ପ୍ଲଟ ନମ୍ୱର ଏଚଆଇଜି, ୧/୧୨ ବିଡିଏ କଲୋନୀ ଏଲଏନ, ଚନ୍ଦ୍ରଶେଖରପୁର, ଭୁବନେଶ୍ୱର ୭୫୧୦୧୬ 

Disclamer: (ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।)