Advertisement
Photo Details/zeeodisha/odisha2357405
photoDetails0hindi

Lucky Zodiac Sign: ୨୯ ଜୁଲାଇରେ ଧନ ଲକ୍ଷ୍ମୀ ଯୋଗର ଶୁଭ ସମକକ୍ଷ, ୫ଟି ରାଶିର ଭାଗ୍ୟ ଉଜ୍ୱଳ

Top 5 Lucky Zodiac Sign, 29 July 2024 : ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଦିନଟିରେ ଗଠିତ ଶୁଭ ଯୋଗରୁ ୫ ଟି ରାଶିର ବ୍ୟକ୍ତି ଉପକୃତ ହେବାକୁ ଯାଉଛନ୍ତି । ତେବେ ସେହି ଭାଗ୍ୟବାନ ରାଶି ଗୁଡିକ କିଏ ଆସନ୍ତୁ ଜାଣିବା ଜ୍ୟୋତିର୍ବିଦ ଆଚାର୍ଯ୍ୟ ସତ୍ୟବ୍ରତ ପାଢୀଙ୍କ ନିକଟରୁ 

 

1/5

ତୁଳା ରାଶି ଆପଣଙ୍କ ପାଇଁ ଦିନଟି ଖୁବ ଖାସ୍ ହେବାକୁ ଯାଉଛି । ହଠାତ୍ କିଛି ଭଲ ଖବର ଶୁଣିବାକୁ ପାଇପାରନ୍ତି । ଶ୍ରାବଣ ସୋମବାର କାରଣରୁ ଧାର୍ମିକ କାର୍ଯ୍ୟରେ ସକ୍ରିୟ ଭାବେ ଅଂଶଗ୍ରହଣ କରିବେ । ନୂତନ ବ୍ୟବସାୟ ଆରମ୍ଭ କରିବାକୁ ଯୋଜନା କରୁଥିଲେ ସମୟ ଶୁଭ । ଆପଣ ଉପରେ ମହାଦେବଙ୍କ କୃପା ରହିବ । ଯେଉଁମାନଙ୍କର ନିଜର ବ୍ୟବସାୟ ଅଛି ଭଲ ପ୍ରଗତି ହାସଲ କରିବେ । ସମସ୍ତଙ୍କ ସହିତ ଭଲ ସମ୍ପର୍କ ରଖିବେ । ନୂତନ ଚାକିରିର ସୁଯୋଗ ରହିଛି । ବ୍ୟସ୍ତବହୁଳ ରୁଟିନ୍ ମଧ୍ୟରେ ନିଜ ପ୍ରେମକୁ ସମୟ ଦେବେ । ପାରିବାରିକ ଜୀବନରେ ପିତାମାତାଙ୍କ ପରାମର୍ଶରେ କାର୍ଯ୍ୟ ସମାପ୍ତ କରିବେ ।

2/5

କର୍କଟ ରାଶି ଆପଣଙ୍କ ପାଇଁ ଏକ ଭଲ ଦିନ ହେବାକୁ ଯାଉଛି । ମହାଦେବଙ୍କ କୃପାରୁ ନିଜକୁ ପ୍ରମାଣ କରିବାକୁ ସମର୍ଥ ହେବେ । ସାହସର ସହିତ ପ୍ରତ୍ୟେକ ଆହ୍ୱାନ ସମ୍ମୁଖୀନ ହେବେ । ଯାହା ଆପଣଙ୍କ ଆତ୍ମବିଶ୍ୱାସ ବଢାଇବ । ଭାଗ୍ୟ ଆପଣଙ୍କ ସପକ୍ଷରେ ରହିବ । ଟଙ୍କା ରୋଜଗାର କରିବାର ସୁବର୍ଣ୍ଣ ସୁଯୋଗ ପାଇବେ । ଅର୍ଥ ସଞ୍ଚୟ କରିବାରେ ମଧ୍ୟ ସକ୍ଷମ ହେବେ । ବ୍ୟବସାୟୀମାନେ ବିପୁଳ ଲାଭ ପାଇପାରନ୍ତି । ଚାକିରି ଖୋଜୁଥିବା ଯୁବକମାନେ ଭଲ ଖବର ପାଇବେ । ନିଜକୁ ଫିଟ୍ ରଖିବା ଏବଂ ଶାରୀରିକ ଏବଂ ମାନସିକ ସ୍ତରରେ ପର୍ଯ୍ୟାପ୍ତ ପଦକ୍ଷେପ ନେବେ । ସନ୍ଧ୍ୟା ସମୟରେ ଧାର୍ମିକ ସ୍ଥାନରେ ସମୟ ବିତାଇବେ ।

3/5

କନ୍ୟା ରାଶି ଆପଣଙ୍କ ପାଇଁ ଏକ ଖୁସିର ଦିନ ହେବାକୁ ଯାଉଛି । ସମସ୍ତ ଯୋଜନାବଦ୍ଧ କାର୍ଯ୍ୟ ସମାପ୍ତ ହେବ । ସମସ୍ତଙ୍କ ସହ ଭଲ ବୁଝାମଣା ହେବ । ଶ୍ରାବଣ ମାସରେ ସୋମବାରରେ ଘରେ ଭକ୍ତିର ପରିବେଶ ରହିବ । ପରିବାର ସହ କିଛି ଧାର୍ମିକ ସ୍ଥାନ ପରିଦର୍ଶନ କରିପାରିନ୍ତି । ବିନିଯୋଗ କ୍ଷେତ୍ର ପାଇଁ ଶୁଭ ଦିନ । ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ସମୟ ଅତ୍ୟନ୍ତ ଅନୁକୂଳ ରହିଛି । ଚାକିରି କ୍ଷେତ୍ରରେ ଅନ୍ୟ କମ୍ପାନୀରୁ ଭଲ ଆୟ ସହିତ ଏକ ଅଫର୍ ପାଇପାରନ୍ତି । ଛାତ୍ରମାନେ ପ୍ରତିଯୋଗିତାରେ ସଫଳତା ପାଇବେ । ବନ୍ଧୁମାନଙ୍କୁ ଭେଟିବାର ସୁଯୋଗ ପାଇବେ ।

4/5

ମକର ରାଶି ଆପଣଙ୍କ ପାଇଁ ଦିନଟି ଶୁଭ ହେବାକୁ ଯାଉଛି । ଶ୍ରାବଣ ସୋମବାର କାରଣରୁ ଶୁଭ କାର୍ଯ୍ୟ ପ୍ରତି ଆଗ୍ରହ ବଢିବ । ଘରେ କିଛି ଧାର୍ମିକ କାର୍ଯ୍ୟକ୍ରମ ହୋଇପାରେ । ମହାଦେବଙ୍କ ଅନୁଗ୍ରହରେ ସମସ୍ତ କାର୍ଯ୍ୟ ସମାପ୍ତ କରିବାକୁ ସକ୍ଷମ ହେବେ । ଧନ ବୃଦ୍ଧିର ନୂତନ ଉତ୍ସ ପାଇବେ । ପିଲାମାନଙ୍କଠାରୁ କିଛି ଭଲ ଖବର ଶୁଣିବେ । କର୍ମକ୍ଷେତ୍ରରେ ପୂର୍ବ ଅପେକ୍ଷା ଅଧିକ ଉତ୍ସାହର ସହିତ କାମ କରିବେ । ବ୍ୟବସାୟ ପାଇଁ ନୂତନ ଚୁକ୍ତି ଚୂଡାନ୍ତ ହୋଇପାରେ । ନୂତନ ଆୟର ଉତ୍ସ ସୃଷ୍ଟି ହେବ । ପ୍ରେମ ଜୀବନରେ ଦିନଟି ସ୍ମରଣୀୟ ହେବ । ଭବିଷ୍ୟତ ଯୋଜନା ବିଷୟରେ ଆଲୋଚନା କରିବେ ।

5/5

ମୀନ ରାଶି ଆପଣଙ୍କ ପାଇଁ ଦିନଟି ସକରାତ୍ମକ ହେବାକୁ ଯାଉଛି । ମହାଦେବଙ୍କ କୃପାରୁ ସମସ୍ତ ଇଚ୍ଛା ପୂରଣ ହେବ । କଠିନ ପରିଶ୍ରମ ସୁଫଳ ଦେବ । ସମ୍ପତ୍ତି ଏବଂ ଯାନ କିଣିବାକୁ ଇଚ୍ଛା ଥିଲେ ତାହା ପୂରଣ ହେବ । ଧାର୍ମିକ କାର୍ଯ୍ୟରେ ଅଂଶଗ୍ରହଣ କରିବେ । ବିବାହ ପଥରେ ଆସୁଥିବା ବାଧା ଦୂର ହେବ । ସାମାଜିକ ପ୍ରତିଷ୍ଠା ବୃଦ୍ଧି ପାଇବ । ମାନ ସମ୍ମାନ ବୃଦ୍ଧି ପାଇବ । ପରିବାରରେ ପୂର୍ବରୁ ଥିବା ତିକ୍ତତା ଦୂର ହେବ । ଶୁଭ କାର୍ଯ୍ୟରେ ଟଙ୍କା ଖର୍ଚ୍ଚ କରିବେ ।

ତଥ୍ୟ- ଜ୍ୟୋତିର୍ବିଦ ଆଚାର୍ଯ୍ୟ ସତ୍ୟବ୍ରତ ପାଢୀ, ପ୍ଲଟ ନମ୍ୱର ଏଚଆଇଜି, ୧/୧୨ ବିଡିଏ କଲୋନୀ ଏଲଏନ, ଚନ୍ଦ୍ରଶେଖରପୁର, ଭୁବନେଶ୍ୱର ୭୫୧୦୧୬ 

Disclamer: (ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।)