Advertisement
Photo Details/zeeodisha/odisha2445195
photoDetails0hindi

Lucky Zodiac Sign: ୨୫ ସେପ୍ଟେମ୍ବରରେ ମହାଲକ୍ଷ୍ମୀ ରାଜଯୋଗ ଶୁଭସମକକ୍ଷ, ୫ ରାଶିର ଭାଗ୍ୟ ଉଜ୍ୱଳ

Top 5 Lucky Zodiac Sign, 25 September 2024: ବୌଦିକ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ୨୫ ସେପ୍ଟେମ୍ୱର ବୁଧବାର ଦିନ ଗଠିତ ଶୁଭ ଯୋଗ ପ୍ରଭାବରେ ୫ଟି ରାଶିର ବ୍ୟକ୍ତି ଶୁଭଫଳ ପାଇବେ ।

1/5

ମେଷ ରାଶି

ଆପଣଙ୍କ ପାଇଁ ଏକ ସକାରାତ୍ମକ ଦିନ ହେବାକୁ ଯାଉଛି । ଘରେ ଧାର୍ମିକ ପରିବେଶ ରହିବ । ପରିବାରର ସମସ୍ତ ସଦସ୍ୟ ଆପଣଙ୍କୁ ସହଯୋଗ କରିବେ। ପିତୃପୁରୁଷଙ୍କ ଆଶୀର୍ବାଦ ଆପଣଙ୍କୁ ମିଳିବ । ଆପଣଙ୍କର ବ୍ୟକ୍ତିଗତ ଏବଂ ବୃତ୍ତିଗତ ଜୀବନରେ ଚାଲିଥିବା ସମସ୍ୟାରୁ ମୁକ୍ତି ପାଇବେ । ନୂଆ ଯାନ ଏବଂ ସମ୍ପତ୍ତି କିଣିବାର ଇଚ୍ଛା ମଧ୍ୟ ପୂରଣ ହୋଇପାରେ । ସରକାରୀ ଚାକିରି ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରଛାତ୍ରୀ ଶିକ୍ଷକ ଓ ସାଥୀମାନଙ୍କଠାରୁ ପୂର୍ଣ୍ଣ ସମର୍ଥନ ପାଇବେ । ଚାକିରି ଖୋଜୁଥିବା ବ୍ୟକ୍ତିଙ୍କୁ ନୂଆ ଚାକିରି ମିଳିପାରେ । ପରିବାର ସଦସ୍ୟଙ୍କ ସହିତ ଭଲ ସମୟ ଅତିବାହିତ କରିବାର ସୁଯୋଗ ପାଇବେ । କେହି ଜଣେ ଆପଣଙ୍କୁ ଭଲ ଖବର ଦେଇପାରେ ।

2/5

ସିଂହ ରାଶି

ଆପଣଙ୍କ ପାଇଁ ଦିନଟି ବିଶେଷ ଫଳପ୍ରଦ ହେବାକୁ ଯାଉଛି । ଦିନଟିରେ ଉତ୍ତମ ବୁଝାମଣା ରହିବ । ଆପଣଙ୍କ ଆଖପାଖର ପରିବେଶ ଭଲ ରହିବ । ସମସ୍ତଙ୍କ ସହ ସମ୍ପର୍କ ସୁଦୃଢ ହେବ । ଦିନଟିରେ ଆପଣ ସାମଗ୍ରୀକ ସୁଖ ପାଇବେ । ହଠାତ୍ ଆର୍ଥିକ ଲାଭ ହେବାର ସମ୍ଭାବନା ରହିଛି । ବିନିଯୋଗ ପାଇଁ ଦିନଟି ଭଲ । ବ୍ୟବସାୟରେ ଭଲ ଆର୍ଥିକ ଲାଭ ପାଇବେ । ବ୍ୟବସାୟକୁ ବିସ୍ତାର କରିବାରେ ସଫଳ ହେବେ । ପରିବାର ଏବଂ ବୈବାହିକ ଜୀବନରେ ଥିବା ସମସ୍ୟା ଶେଷ ହେବ । କାହା ସହିତ ମତଭେଦ ଥିଲେ ତାହାର ସମାଧାନ ହେବ ।

3/5

ବିଛା ରାଶି

ଆପଣଙ୍କ ପାଇଁ ଦିନଟି ଲାଭଦାୟକ ହେବ । ପିତାମାତାଙ୍କର ସେବା କରି ଆଶୀର୍ବାଦ ପାଇବେ । କାର୍ଯ୍ୟରେ ବଡ଼ ସଫଳତା ମିଳିବ । ଅବିବାହିତ ଲୋକଙ୍କ ଜୀବନରେ ଜଣେ ବିଶେଷ ବ୍ୟକ୍ତିଙ୍କ ଆଗମନ ହେବ । ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରମାନେ ଶୁଭ ଫଳାଫଳ ପାଇବେ । ଚାକିରି କ୍ଷେତ୍ରରେ ସହକର୍ମୀମାନଙ୍କ ସହିତ ଭଲ ସମ୍ପର୍କ ସ୍ଥାପନ କରିବେ । ସମସ୍ତ ପ୍ରକାର ଭୁଲ ବୁଝାମଣା ଦୂର ହୋଇଯିବ । ପରିବାର ସଦସ୍ୟ ଏକାଠି ହୋଇ ଘର ସାଜସଜ୍ଜା କିମ୍ବା ମରାମତି ବିଷୟରେ ଆଲୋଚନା କରିବେ । ସନ୍ଧ୍ୟାରେ ବନ୍ଧୁମାନଙ୍କ ସହ ସମୟ ବିତାଇବେ । ଦିନଟିରେ ଆପଣ କିଛି ଗୁରୁତ୍ୱପୂର୍ଣ୍ଣ ସୂଚନା ପାଇପାରନ୍ତି ।

4/5

ଧନୁ ରାଶି

ଆପଣଙ୍କ ପାଇଁ ଦିନଟି ଶୁଭ ହେବାକୁ ଯାଉଛି । ପିତୃପୁରୁଷଙ୍କ ଆଶୀର୍ବାଦ ଆପଣଙ୍କୁ ମିଳିବ । ଅଟକି ରହିଥିବା କାର୍ଯ୍ୟଗୁଡ଼ିକ ପୁଣି ଆରମ୍ଭ ହେବ । ଆପଣ ଦିନଟିରେ ଶକ୍ତିଶାଳୀ ଅନୁଭବ କରିବେ । ସାମାଜିକ ଏବଂ ଧାର୍ମିକ କାର୍ଯ୍ୟକ୍ରମରେ ସକ୍ରିୟ ଭାବରେ ଅଂଶଗ୍ରହଣ କରିବେ । ଆପଣଙ୍କର ଖ୍ୟାତି ସବୁଆଡେ ବିସ୍ତାର ହେବ । ବହୁ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ସହ ଜନସମ୍ପର୍କ ମଧ୍ୟ ବୃଦ୍ଧି ପାଇବ । ପ୍ରେମ ଜୀବନରେ ବିବାହ ପାଇଁ କଥା ହେବାର ଉପଯୁକ୍ତ ସମୟ । କାର୍ଯ୍ୟ କ୍ଷେତ୍ରରେ ନୂଆ ସୁଯୋଗ ମିଳିବ । ବ୍ୟବସାୟୀମାନେ ବିପୁଳ ଲାଭ ପାଇବେ । ବ୍ୟବସାୟିକ ପ୍ରତିଷ୍ଠା ମଧ୍ୟ ବୃଦ୍ଧି ପାଇବ । ପରିବାରରେ ସୁଖ ଏବଂ ଶାନ୍ତି ରହିବ ।

 

5/5

କୁମ୍ଭ ରାଶି

ଆପଣଙ୍କ ପାଇଁ ଦିନଟି ଲାଭଦାୟକ ସାବ୍ୟସ୍ତ ହେବ । ପିତୃପୁରୁଷଙ୍କ ଆଶୀର୍ବାଦ ଆପଣ ପାଇବେ । ଅଟକି ରହିଥିବା ଟଙ୍କା ଫେରି ପାଇବେ । ବିନିଯୋଗ ମାଧ୍ୟମରେ ଆପଣଙ୍କୁ ଲାଭ ମିଳିବ । ଆପଣଙ୍କ ଜୀବନଶୈଳୀରେ ଉନ୍ନତି ହେବ । ବିଦେଶ ଯିବାର ସୁଯୋଗ ମିଳିବ । ଆଇନଗତ ମାମଲା ଅଟକି ରହିଥିଲେ ନିଷ୍ପତ୍ତି ଆପଣଙ୍କ ସପକ୍ଷରେ ଆସିପାରେ । ଚାକିରି ଏବଂ ବ୍ୟବସାୟରେ ନିଜ ନିଜ କ୍ଷେତ୍ରରେ ଲାଭଜନକ ସୁଯୋଗ ପାଇବେ । ଯଦି ଆପଣଙ୍କ ସାଥୀଙ୍କ ସହ କୌଣସି ବିବାଦ ରହିଛି ତେବେ ତାହା ସମାଧାନ ହୋଇଯିବ । ପରସ୍ପର ମଧ୍ୟରେ ସମନ୍ୱୟ ବୃଦ୍ଧି ପାଇବ । ପିଲାମାନଙ୍କ ଭଲ କାମ ଦେଖି ଆପଣ ଗର୍ବ ଅନୁଭବ କରିବେ । ଭାଇ ଓ ଭଉଣୀମାନଙ୍କ ସହିତ ଗୁରୁତ୍ୱପୂର୍ଣ୍ଣ ବିଷୟରେ ଆଲୋଚନା କରିବେ ।

ତଥ୍ୟ- ଜ୍ୟୋତିର୍ବିଦ ଆଚାର୍ଯ୍ୟ ସତ୍ୟବ୍ରତ ପାଢୀ, ପ୍ଲଟ ନମ୍ୱର ଏଚଆଇଜି, ୧/୧୨ ବିଡିଏ କଲୋନୀ ଲେନ୍, ଚନ୍ଦ୍ରଶେଖରପୁର, ଭୁବନେଶ୍ୱର ୭୫୧୦୧୬ 

Disclamer: (ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।