Advertisement
Photo Details/zeeodisha/odisha2443663
photoDetails0hindi

Lucky Zodiac Sign: ୨୪ ସେପ୍ଟେମ୍ବରରେ ଦ୍ୱିପୁଷ୍କର ଯୋଗର ଶୁଭ ସମକକ୍ଷ, ୫ଟି ରାଶିର ଭାଗ୍ୟ ଉଜ୍ୱଳ

Top 5 Lucky Zodiac Sign, 24 September 2024: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ୨୪ ସେପ୍ଟେମ୍ୱର ମଙ୍ଗଳବାର ଦିନ ଗଠିତ ଶୁଭ ଯୋଗରୁ ୫ ଟି ରାଶିର ବ୍ୟକ୍ତିବିଶେଷ ଉପକୃତ ହେବାକୁ ଯାଉଛନ୍ତି । ତେବେ ସେହି ରାଶିଗୁଡିକ କିଏ ଆସନ୍ତୁ ତାହା ଜାଣିବା ।

1/5

ବୃଷ ରାଶି

ଆପଣଙ୍କ ପାଇଁ ଦିନଟି ଅନୁକୂଳ ହେବାକୁ ଯାଉଛି । ପରିବାରରେ ଚାଲିଥିବା ବାଦ ବିବାଦରୁ ଆପଣ ମୁକ୍ତି ପାଇବେ । ଅନ୍ୟମାନଙ୍କୁ ସାହାଯ୍ୟ କରି ଶାନ୍ତି ପାଇବେ । ନିବେଶ ପାଇଁ ଦିନଟି ଅତ୍ୟନ୍ତ ଭଲ । ଦିନଟିରେ ଆପଣଙ୍କ ଧନ ବୃଦ୍ଧି ପାଇବ । ହଠାତ୍ ଆର୍ଥିକ ଲାଭର ସମ୍ଭାବନା ରହିଛି । ଇଶ୍ବରଙ୍କ ଉପରେ ଆପଣଙ୍କର ବିଶ୍ୱାସ ବଢିବ । ନିଜ ପରିବାରର ଆବଶ୍ୟକତା ପୂରଣ କରିବାରେ ସମର୍ଥ ହେବେ । ଚାକିରି ଏବଂ ବ୍ୟବସାୟ କ୍ଷେତ୍ରରେ ପ୍ରଗତି ପାଇଁ ଅନେକ ସୁଯୋଗ ପାଇବେ । କର୍ମକ୍ଷେତ୍ରରେ ଆପଣଙ୍କର ପ୍ରଭାବ ମଧ୍ୟ ବୃଦ୍ଧି ପାଇବ । ଚତୁରତାର ସହ ସମସ୍ତ ପରିସ୍ଥିତିକୁ ସହଜରେ ମୁକାବିଲା କରିବେ । ସନ୍ଧ୍ୟାରେ ପିଲାମାନଙ୍କ ସହିତ କୌଣସି ଧାର୍ମିକ ସ୍ଥାନ ପରିଦର୍ଶନ କରିପାରନ୍ତି ।

2/5

କର୍କଟ ରାଶି

ଆପଣଙ୍କ ପାଇଁ ଦିନଟି ଅତ୍ୟନ୍ତ ଶୁଭ । ବ୍ୟବସାୟରେ ଲାଭ ବଢିବାକୁ ଲାଗିବ । ଚାକିରି କ୍ଷେତ୍ରରେ ମନ ପସନ୍ଦର ସ୍ଥାନକୁ ବଦଳି ହୋଇପାରେ । ଘରୋଇ କମ୍ପାନୀରେ କାର୍ଯ୍ୟରତ ଥିବା ବ୍ୟକ୍ତିଙ୍କୁ ଆଉ ଏକ ଭଲ କମ୍ପାନୀରୁ ଅଫର ମିଳିପାରେ । ପାରିବାରିକ ଜୀବନ ଖୁସିରେ କଟିବ । ଧାର୍ମିକ କାର୍ଯ୍ୟକ୍ରମ କରିବା ପାଇଁ ଯୋଜନା କରିବେ । ଛାତ୍ରଛାତ୍ରୀମାନେ ପାଠ ପଢାରେ ଧ୍ୟାନ ଦେବେ । ଷ୍ଟକ ମାର୍କେଟରୁ ହଠାତ୍ ଆପଣଙ୍କୁ ଲାଭ ମିଳିପାରେ । ସମସ୍ତ ବାଦ ବିବାଦରୁ ମୁକୁଳିବାର ଉପଯୁକ୍ତ ସମୟ । ବୈବାହିକ ଜୀବନରେ ଜୀବନସାଥୀଙ୍କ ସହ କୌଣସି ସ୍ଥାନକୁ ବୁଲିବାକୁ ଯାଇପାରନ୍ତି । ନିବେଶ ପାଇଁ ମନ ବଳାଇବେ ।

3/5

କନ୍ୟା ରାଶି

ଆପଣଙ୍କ ପାଇଁ ଦିନଟି ଲାଭଦାୟକ ସାବ୍ୟସ୍ତ ହେବ । କୌଣସି ବିଷୟକୁ ନେଇ ଆଦୌ ଚିନ୍ତା କରିବା ଆବଶ୍ୟକ ନାହିଁ । ପ୍ରଭୁ ହନୁମାନଜୀଙ୍କ କୃପାରୁ ସବୁ ସଙ୍କଟ ଦୂରେଇ ଯିବ । ଦୀର୍ଘ ସମୟ ଧରି ଅସୁସ୍ଥ ଥିବା ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଆସିବ । ଶାରୀରିକ ଏବଂ ମାନସିକ ସ୍ତରରେ ସୁସ୍ଥ ରହିବେ । ପ୍ରେମ ଜୀବନରେ ଦିନଟି ଭଲରେ କଟିବ । ସାଥୀଙ୍କ ସହିତ କୌଣସି ସ୍ଥାନକୁ ବୁଲିବାକୁ ଯିବାର ସମ୍ଭାବନା ଅଛି । ନୂଆ ଚାକିରି ଖୋଜୁଥିଲେ ବନ୍ଧୁଙ୍କଠାରୁ ସମର୍ଥନ ପାଇବେ । ଅନ୍ୟ କିଛି କମ୍ପାନୀରେ ସାକ୍ଷାତକାର ପାଇଁ ଯିବାର ସୁଯୋଗ ପାଇବେ । ବୈବାହିକ ଜୀବନରେ କୌଣସି ଅସୁବିଧା ଥିଲେ ବାର୍ତ୍ତାଳାପ ମାଧ୍ୟମରେ ତାହାର ସମାଧାନ ହେବ ।

4/5

ତୁଳା ରାଶି

ଆପଣଙ୍କ ପାଇଁ ଅତ୍ୟନ୍ତ ଫଳପ୍ରଦ ଦିନ । ସଙ୍କଟମୋଚନ ପ୍ରଭୁ ହନୁମାନଙ୍କ କୃପା ଆପଣଙ୍କ ଉପରେ ରହିବ । ଜୀବନର ପ୍ରତ୍ୟେକ କ୍ଷେତ୍ରରେ ଲାଭ ପାଇବେ । ଆପଣଙ୍କ ସାମାଜିକ ପ୍ରତିଷ୍ଠା ଏବଂ ଖ୍ୟାତି ବଢିବାକୁ ଲାଗିବ । ଟଙ୍କା ରୋଜଗାର କରିବାର ବିଭିନ୍ନ ଉପାୟ ଆପଣଙ୍କୁ ମିଳିବ । ଆପଣଙ୍କ ବ୍ୟାଙ୍କ ବାଲାନ୍ସ ବୃଦ୍ଧି ପାଇବ । ଆପଣ ଏକ ଭଲ ସ୍ଥାନରେ ବିନିଯୋଗ କରିବାର ସୁଯୋଗ ପାଇବେ । ନିଜର ବ୍ୟବସାୟ କରୁଥିଲେ ଦିନଟିରେ ଭଲ ଲାଭ ପାଇବେ । ଆପଣଙ୍କ ଦ୍ୱାରା ପ୍ରସ୍ତୁତ ରଣନୀତି ମଧ୍ୟ ସଫଳ ହେବ । ଛାତ୍ରଛାତ୍ରୀମାନେ ଅଧ୍ୟୟନରେ ଧ୍ୟାନ ଦେବେ । ପରିବାରର ସମସ୍ତ ସଦସ୍ୟ ଆପଣଙ୍କୁ ସମର୍ଥନ କରିବାକୁ ପ୍ରସ୍ତୁତ ରହିବେ । କିଛି ଧାର୍ମିକ ସ୍ଥାନ ପରିଦର୍ଶନ କରିବାର ସମ୍ଭାବନା ଅଛି । ସନ୍ଧ୍ୟାରେ କୌଣସି ତୀର୍ଥସ୍ଥାନକୁ ବୁଲିବାକୁ ଯାଇପାରନ୍ତି ।

5/5

ମକର ରାଶି

ଆପଣଙ୍କ ପାଇଁ ଏକ ବିଶେଷ ଦିନ ହେବାକୁ ଯାଉଛି । ପରିବାରରେ ଧାର୍ମିକ ପରିବେଶ ରହିବ । ଆପଣଙ୍କୁ ସମସ୍ତ ସଦସ୍ୟ ସହଯୋଗ କରିବେ। ଅପରାହ୍ନ ସୁଦ୍ଧା କିଛି ଭଲ ଖବର ଶୁଣିବାକୁ ପାଇପାରନ୍ତି । କୌଣସି କାର୍ଯ୍ୟ ଦୀର୍ଘ ସମୟ ପାଇଁ ବିଚାରାଧୀନ ଥିଲେ ତାହାକୁ ସମ୍ପୂର୍ଣ୍ଣ କରିବାକୁ ସମୟ ପାଇବେ । ରୋଜଗାର ବଢିବାକୁ ଲାଗିବ । କୌଣସି ମୂଲ୍ୟବାନ ଜିନିଷ କିମ୍ବା ସମ୍ପତ୍ତି ପାଇବା ପାଇଁ ଇଚ୍ଛା କରୁଥିଲେ ତାହା ପୂରଣ ହେବ । ବ୍ୟସ୍ତ ମଧ୍ୟରେ ଆପଣଙ୍କ ଜୀବନସାଥୀଙ୍କ ପାଇଁ ସମୟ ଖୋଜିବାରେ ସକ୍ଷମ ହେବେ । ପରିବାରର ଛୋଟ ପିଲାମାନଙ୍କ ସହିତ ସନ୍ଧ୍ୟା ସମୟ ବିତାଇବେ ।

ତଥ୍ୟ- ଜ୍ୟୋତିର୍ବିଦ ଆଚାର୍ଯ୍ୟ ସତ୍ୟବ୍ରତ ପାଢୀ, ପ୍ଲଟ ନମ୍ୱର ଏଚଆଇଜି, ୧/୧୨ ବିଡିଏ କଲୋନୀ ଲେନ୍, ଚନ୍ଦ୍ରଶେଖରପୁର, ଭୁବନେଶ୍ୱର ୭୫୧୦୧୬ 

Disclamer: (ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।