Advertisement
Photo Details/zeeodisha/odisha2437986
photoDetails0hindi

Lucky Zodiac Sign: ସେପ୍ଟେମ୍ୱର ୨୦ ସ୍ୱତନ୍ତ୍ର ଯୋଗର ଶୁଭ ସମକକ୍ଷ, ୫ଟି ରାଶିର ଭାଗ୍ୟ ଉଜ୍ୱଳ

Top 5 Lucky Zodiac Sign, 20 September 2024: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ପିତୃପକ୍ଷ ଶ୍ରାଦ୍ଧର ତୃତୀୟ ଦିନରେ ସୃଷ୍ଟି ହୋଇଥିବା ଶୁଭ ଯୋଗରୁ ୫ଟି ରାଶିକୁ ଶୁଭଫଳ ମିଳିବ ।

1/5

ବୃଷ ରାଶି

ଆପଣଙ୍କ ପାଇଁ ଅତ୍ୟନ୍ତ ଆନନ୍ଦଦାୟକ ଦିନ । ଦେବୀ ଲକ୍ଷ୍ମୀଙ୍କ କୃପାରୁ ଅଟକି ରହିଥିବା ଟଙ୍କା ଫେରି ପାଇବାର ସମ୍ଭାବନା ରହିଛି । କିଛି ସରକାରୀ ସୁତ୍ରରୁ ଆପଣ ଲାଭ ପାଇବାକୁ ଯାଉଛନ୍ତି। ନିଜ ବୁଦ୍ଧିରେ କାର୍ଯ୍ୟ କରି ସଫଳତାର ସ୍ୱାଦ ଚାଖିବାରେ ସକ୍ଷମ ହେବେ । କୌଣସି ପୁରୁଣା ବିନିଯୋଗରୁ ଭଲ ରିଟର୍ନ ପାଇବେ । କର୍ମକ୍ଷେତ୍ରରେ ସହକର୍ମୀ ସାହାଯ୍ୟରେ ଅନ୍ୟ କମ୍ପାନୀରୁ ଅଫର୍ ପାଇପାରନ୍ତି । ବୈବାହିକ ଜୀବନରେ ଜୀବନସାଥୀଙ୍କ ସହିତ ଭବିଷ୍ୟତ ବିଷୟରେ ଆଲୋଚନା କରିବେ । ବିନିଯୋଗ କରିବାକୁ ଯୋଜନା କରିବେ ।

2/5

କନ୍ୟା ରାଶି

ଆପଣଙ୍କ ପାଇଁ ଏକ ଭଲ ଦିନ । ନିଜ ବକ୍ତବ୍ୟ ଏବଂ ଆଚରଣ ମାଧ୍ୟମରେ ଅନ୍ୟମାନଙ୍କ ପ୍ରିୟର ପାତ୍ର ହେବେ । ସମାଜରେ ଆପଣଙ୍କର ମାନ ସମ୍ମାନ ବଢିବ । ପରିବାରର ଦାୟିତ୍ୱ ତୁଳାଇବାରେ ଆପଣ ସକ୍ଷମ ହେବେ । ରିଅଲ୍ ଇଷ୍ଟେଟ୍ କିମ୍ବା ସେୟାର ମାର୍କେଟରେ ବିନିଯୋଗ କରିବାକୁ ଚାହୁଁଥିଲେ ଦିନଟି ଶୁଭ । ଭଲ କମ୍ପାନୀରୁ ଉଚ୍ଚ ବେତନ ସହିତ ଏକ ଅଫର୍ ପାଇପାରନ୍ତି । ଯଦି ଭାଇ ଓ ଭଉଣୀମାନଙ୍କ ସହିତ କିଛି ବିବାଦ ରହିଥାଏ ତେବେ ତାହାର ସମାଧାନ ହେବ । ପରିବାରରେ କିଛି ଧାର୍ମିକ କାର୍ଯ୍ୟକ୍ରମ ହେବାର ସମ୍ଭାବନା ରହିଛି ।

3/5

ତୁଳା ରାଶି

ଆପଣଙ୍କ ପାଇଁ ଏକ ଚମତ୍କାର ଦିନ । ଦେବୀ ଲକ୍ଷ୍ମୀଙ୍କ ଆଶୀର୍ବାଦ ଆପଣଙ୍କୁ ମିଳିବ । ଉଭୟ ବ୍ୟକ୍ତିଗତ ଏବଂ ବୃତ୍ତିଗତ ଜୀବନରେ ଭଲ ସଫଳତା ହାସଲ କରିବେ । ପରିବାର ସଦସ୍ୟଙ୍କ ସହିତ ଘରର ମରାମତି କିମ୍ବା ସଜାଇବା ବିଷୟରେ ଆଲୋଚନା କରିପାରନ୍ତି । ସମ୍ପତ୍ତିରେ ବିନିଯୋଗ କରିବାକୁ ଆଗ୍ରହ ପ୍ରକାଶ କରିବେ । ବ୍ୟବସାୟରେ ଭଲ ଲାଭ ପାଇବେ । ଆୟର ନୂଆ ଉତ୍ସ ଆପଣଙ୍କୁ ମିଳିପାରେ । ଆପଣଙ୍କ ଉତ୍ତମ ବ୍ୟବହାର ପାଇଁ ଅନ୍ୟମାନେ ପ୍ରଭାବିତ ହେବେ । ଜୀବନସାଥୀଙ୍କ ସହିତ ଉତ୍ତମ ସମନ୍ୱୟ ରକ୍ଷା କରିବେ । ସନ୍ଧ୍ୟା ସମୟ ଛୋଟପିଲାଙ୍କ ସହ ବିତାଇ ପାରନ୍ତି ।

4/5

ମକର ରାଶି

ଆପଣଙ୍କ ପାଇଁ ଦିନଟି ସକରାତ୍ମକ ହେବାକୁ ଯାଉଛି । ଚିନ୍ତାଧାରା ଏବଂ କର୍ମସ୍ଥଳୀରେ ଅନେକ ସକାରାତ୍ମକ ପରିବର୍ତ୍ତନ ଆସିବ । ନିଜ ଲକ୍ଷ୍ୟ ଉପରେ ସମ୍ପୂର୍ଣ୍ଣ ଧ୍ୟାନ ରଖିବ । କୌଣସି ଆଇନଗତ ପ୍ରସଙ୍ଗ ଅଟକି ରହିଥିଲେ ଜଣେ ସରକାରୀ ଅଧିକାରୀଙ୍କ ସାହାଯ୍ୟରେ ଆରାମ ପାଇବେ । ଆପଣଙ୍କର ସ୍ୱାସ୍ଥ୍ୟ ଭଲ ରହିବ । ଉଭୟ ଚାକିରି ଏବଂ ବ୍ୟବସାୟରେ ଆଶା ମୁତାବାକ ଫଳାଫଳ ମିଳିବ । ପରିବାରର ସମସ୍ତ ସଦସ୍ୟଙ୍କ ମଧ୍ୟରେ ପାରସ୍ପରିକ ପ୍ରେମ ଏବଂ ଉତ୍ତମ ବୁଝାମଣା ରହିବ । ସାଙ୍ଗ ଏବଂ ପ୍ରିୟଜନଙ୍କ ସହିତ ସନ୍ଧ୍ୟା ସମୟ ବିତାଇବେ ।

5/5

କୁମ୍ଭ ରାଶି

ଦିନଟି ଆପଣଙ୍କୁ ଅନେକ ଶୁଭଫଳ ଆଣିଦେବ । କର୍ମକ୍ଷେତ୍ରରେ ଆପଣଙ୍କୁ ସମ୍ପୂର୍ଣ୍ଣ ସହଯୋଗ ମିଳିବ । ବ୍ୟବସାୟରେ ଲାଭ ଅଧିକ ମିଳିବ । ଷ୍ଟକ ମାର୍କେଟରେ ନିବେଶ କରୁଥିଲେ ଆପଣଙ୍କୁ ଆଜି ଦିନରେ ଭଲ ରିଟର୍ଣ୍ଣ ମିଳିପାରେ । ଶତୃମାନେ ସେମାନଙ୍କ ଉଦ୍ୟମରେ ବିଫଳ ହେବେ । ନୂଆ ଯାନବାହନ କିଣିବାକୁ ଚାହୁଁଥିଲେ ଦିନଟି ଶୁଭ । ଚାକିରିରେ କୌଣସି ନିର୍ଦ୍ଦିଷ୍ଟ ସ୍ଥାନକୁ ବଦଳି ହେବାକୁ ଚାହୁଁଥିଲେ ଆଜି ଦିନରେ ଉଚ୍ଚ ଅଧିକାରୀଙ୍କ ସହ କଥା ହୁଅନ୍ତୁ ସୁଫଳ ମିଳିବ । ପୂର୍ବରୁ କୌଣସି ରୋଗରେ ପୀଡିତ ହୋଇଥିଲେ ସେଥିରୁ ଧିରେ ଧିରେ ସୁସ୍ଥ ହେବାକୁ ଲାଗିବେ ।

ତଥ୍ୟ- ଜ୍ୟୋତିର୍ବିଦ ଆଚାର୍ଯ୍ୟ ସତ୍ୟବ୍ରତ ପାଢୀ, ପ୍ଲଟ ନମ୍ୱର ଏଚଆଇଜି, ୧/୧୨ ବିଡିଏ କଲୋନୀ ଲେନ୍, ଚନ୍ଦ୍ରଶେଖରପୁର, ଭୁବନେଶ୍ୱର ୭୫୧୦୧୬ 

Disclamer: (ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।