Advertisement
Photo Details/zeeodisha/odisha2380832
photoDetails0hindi

Lucky Zodiac Sign: ୧୩ ଅଗଷ୍ଟ ବ୍ରହ୍ମା ଯୋଗର ଶୁଭ ସମକକ୍ଷ, ୫ଟି ରାଶିର ଭାଗ୍ୟ ଉଜ୍ୱଳ

Top 5 Lucky Zodiac Sign, 13 August 2024: ଅଗଷ୍ଟ ୧୩ ମଙ୍ଗଳବାର କେଉଁ ୫ଟି ରାଶିକୁ ଶୁଭଫଳ ପ୍ରଦାନ କରିବ ଆସନ୍ତୁ ଜାଣିବା ଜ୍ୟୋତିର୍ବିଦ ଆଚାର୍ଯ୍ୟ ସତ୍ୟବ୍ରତ ପାଢୀଙ୍କ ତଥ୍ୟରୁ ।

1/5

ବୃଷ ରାଶି ଆପଣଙ୍କ ପାଇଁ ଦିନଟି ଅତ୍ୟନ୍ତ ଲାଭଦାୟକ ହେବାକୁ ଯାଉଛି । ଭାଗ୍ୟ ଆପଣଙ୍କ ସପକ୍ଷରେ ରହିବ । ଆର୍ଥିକ କ୍ଷେତ୍ରରେ ଆପଣ ଦୃଢ ହେବେ । ଜୀବନର ଇଚ୍ଛା ପୂରଣ ହେବାର ସମ୍ଭାବନା ରହିଛି । ପିଲାମାନଙ୍କର ବିକାଶ ଦେଖି ଆପଣ ଖୁସି ହେବେ । ସରକାରୀ ଚାକିରି ପାଇଁ ପ୍ରସ୍ତୁତ ହେଉଥିବା ବ୍ୟକ୍ତିଙ୍କୁ ଖୁସି ଖବର ମିଳିବ । ବ୍ୟବସାୟରେ ସକରାତ୍ମକ ଫଳାଫଳ ମିଳିବ । ନିଯୁକ୍ତ ବ୍ୟକ୍ତିମାନେ ଅଧିକାରୀଙ୍କ ସମର୍ଥନ ପାଇବେ, ଯାହା କର୍ମକ୍ଷେତ୍ରରେ ଭଲ ଅଗ୍ରଗତି ଆଣିଦେବ । ନୂତନ ଚାକିରିର ସୁଯୋଗ ମଧ୍ୟ ରହିଛି । ପାରିବାରିକ ଜୀବନ ଥିବା ସମସ୍ୟା ଦୂର ହୋଇଯିବ । ସନ୍ଧ୍ୟାରେ ସାଙ୍ଗମାନଙ୍କ ସହିତ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତାଳାପ ହେବ ।

2/5

ସିଂହ ରାଶି ଆପଣଙ୍କ ପାଇଁ ଏକ ବିଶେଷ ଦିନ ହେବାକୁ ଯାଉଛି । ଆପଣଙ୍କ ଆତ୍ମବିଶ୍ୱାସ ବଢିବା କାରଣରୁ ଅନେକ କାର୍ଯ୍ୟ ଶେଷ ହେବ । ଆର୍ଥିକ ସଙ୍କଟର ସମ୍ମୁଖୀନ ହେଉଥିଲେ ହନୁମାନଜୀଙ୍କ କୃପାରୁ ତାହା ଦୂର ହେବ । ଆପଣଙ୍କୁ ଅଟକି ରହିଥିବା ଟଙ୍କା ମିଳିବ । ଜଣେ ପରିଚିତ ବ୍ୟକ୍ତିଙ୍କ ମାଧ୍ୟମରେ ବ୍ୟବସାୟରରେ ଲାଭ ପାଇବେ । କର୍ମକ୍ଷେତ୍ରରେ ବହୁ ସଂଘର୍ଷ ପରେ ସମସ୍ୟାରୁ ମୁକ୍ତି ପାଇବେ । ସହକର୍ମୀଙ୍କଠାରୁ ମଧ୍ୟ ପୂର୍ଣ୍ଣ ସମର୍ଥନ ମିଳିବ । ପାରିବାରିକ ପରିବେଶ ଶାନ୍ତିପୂର୍ଣ୍ଣ ରହିବ । ଜୀବନସାଥୀଙ୍କ ସହିତ କୌଣସି ସ୍ଥାନକୁ ବୁଲିବାକୁ ଯାଇପାରନ୍ତି ।

3/5

ତୁଳା ରାଶି ଆପଣଙ୍କ ପାଇଁ ଦିନଟି ବିଶେଷ ଫଳପ୍ରଦ ହେବାକୁ ଯାଉଛି । ଜୀବନର ପ୍ରତ୍ୟେକ କ୍ଷେତ୍ରରେ ବଡ଼ ସଫଳତା ହାସଲ କରିବେ । ଗୁପ୍ତ ଉତ୍ସରୁ ଅପ୍ରତ୍ୟାଶିତ ଲାଭ ପାଇବାର ସମ୍ଭାବନା ଅଛି । ଦୀର୍ଘ ସମୟ ଧରି ଏକ ଗାଡି କିମ୍ବା ଜମି କିଣିବାକୁ ଚାହୁଁଥିଲେ ତେବେ ତାହା ହନୁମାନଜୀଙ୍କ କୃପାରୁ ପୂରଣ ହୋଇପାରିବ । ନିଯୁକ୍ତ ବ୍ୟକ୍ତିମାନେ କର୍ମକ୍ଷେତ୍ରରେ ନିଜର ଦକ୍ଷତା ସହିତ ସମସ୍ତଙ୍କୁ ପ୍ରଭାବିତ କରିବେ । ବରିଷ୍ଠ ଅଧିକାରୀଙ୍କ ସହ ସୁସମ୍ପର୍କ ସ୍ଥାପନ ହେବ । ଧାର୍ମିକ କାର୍ଯ୍ୟକଳାପ ପ୍ରତି ଆଗ୍ରହ ବୃଦ୍ଧି ପାଇବ । ସାମାଜିକ କାର୍ଯ୍ୟରେ କିଛି ଅର୍ଥ ଖର୍ଚ୍ଚ କରିପାରନ୍ତି । ଆପଣଙ୍କ ପିଲାଙ୍କ ଅଗ୍ରଗତି ଦେଖିବା କାରଣରୁ ମନ ଖୁସି ରହିବ । ଆପଣ ପ୍ରତ୍ୟେକ କ୍ଷେତ୍ରରେ ଜୀବନସାଥୀଙ୍କଠାରୁ ସହାୟତା ପାଇବେ । ସନ୍ଧ୍ୟାରେ କିଛି ଖୁସି ଖବର ମିଳିପାରେ ।

4/5

ଧନୁ ରାଶି ଆପଣଙ୍କ ପାଇଁ ଦିନଟି ସକରାତ୍ମକ ହେବାକୁ ଯାଉଛି । ଭାଇ ଓ ଭଉଣୀଙ୍କ ସହଯୋଗ ଆପଣଙ୍କୁ ମିଳିବ । ସମସ୍ତ ପ୍ରକାରର ବାଧାବିଘ୍ନର ମୁକାବିଲା କରିବାକୁ ସମର୍ଥ ହେବେ । ବ୍ୟକ୍ତିତ୍ୱ ଏବଂ ଚିନ୍ତାଧାରାରେ ସକରାତ୍ମକ ପରିବର୍ତ୍ତନ ଦେଖିବେ । ନିଯୁକ୍ତ ବ୍ୟକ୍ତିଙ୍କୁ କିଛି ନୂଆ ଦାୟିତ୍ୱ ମିଳିବ । ସହକର୍ମୀଙ୍କଠାରୁ ପୂର୍ଣ୍ଣ ସମର୍ଥନ ପାଇବେ । କ୍ୟାରିୟରରେ ଭଲ ଅଗ୍ରଗତି ହେବ । ପ୍ରେମ ଜୀବନରେ କୌଣସି ଭୁଲ ବୁଝାମଣା ଥିଲେ ତାହା ଦୂର ହେବ । ପରିବାର ସହିତ ସାମାଜିକ କାର୍ଯ୍ୟରେ ଯୋଗଦେବାର ସୁଯୋଗ ପାଇବେ ।

5/5

ମକର ରାଶି ଆପଣଙ୍କ ପାଇଁ ଏକ ନୂତନ ଆଶାର କିରଣ ଆସିବ । ଆଧ୍ୟାତ୍ମିକ ଦିଗ ପ୍ରତି ମନ ବଳିବ । ଆପଣଙ୍କ ରୋଗ ପ୍ରତିରୋଧକ ସ୍ତର ମଧ୍ୟ ବହୁତ ଅଧିକ ହେବ । କୌଣସି ଆଇନଗତ ମାମଲା ଚାଲିଥିଲେ ଫଇସଲା ଆପଣଙ୍କ ସପକ୍ଷରେ ଆସିପାରେ । ଶିକ୍ଷା କ୍ଷେତ୍ରରେ ଛାତ୍ରଛାତ୍ରୀମାନେ ସମ୍ମୁଖୀନ ହେଉଥିବା ଆର୍ଥିକ ସମସ୍ୟା ଶେଷ ହେବ । ବିନିଯୋଗ ପାଇଁ ଦିନଟି ଶୁଭପ୍ରଦ । ଚାକିରି ଏବଂ ବ୍ୟବସାୟ ଉଭୟ କ୍ଷେତ୍ରରେ ଭଲ ଲାଭ ପାଇବେ । ପ୍ରତ୍ୟେକ ପଦକ୍ଷେପରେ ଆଖପାଖରେ ଥିବା ଲୋକଙ୍କଠାରୁ ସହାୟତା ପାଇବେ ।

ତଥ୍ୟ- ଜ୍ୟୋତିର୍ବିଦ ଆଚାର୍ଯ୍ୟ ସତ୍ୟବ୍ରତ ପାଢୀ, ପ୍ଲଟ ନମ୍ୱର ଏଚଆଇଜି, ୧/୧୨ ବିଡିଏ କଲୋନୀ ଏଲଏନ, ଚନ୍ଦ୍ରଶେଖରପୁର, ଭୁବନେଶ୍ୱର ୭୫୧୦୧୬ 

Disclamer: (ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।)