Advertisement
Photo Details/zeeodisha/odisha2281021
photoDetails0hindi

Lucky Zodiac Sign: ୦୬ ଜୁନ ଅମାବାସ୍ୟାରେ ଶୁଭ ସଂଯୋଗ, ୫ରାଶିର ଭାଗ୍ୟ ଉଜ୍ୱଳ

Top 5 Lucky Zodiac Sign, 6 June 2024: ଜୁନ୍ ୬, ଗୁରୁବାର ଦିନ ବୃଷ ରାଶିରେ ୬ ଟି ପ୍ରମୁଖ ଗ୍ରହଙ୍କ ମିଳନ ହେଉଛି । ଏଥିସହ ସମାନ ରାଶିରେ ବୁଧ ଏବଂ ଶୁକ୍ରଙ୍କ ଉପସ୍ଥିତି କାରଣରୁ କଳା ଯୋଗ ସୃଷ୍ଟି ହେଉଛି । ଜ୍ୟେଷ୍ଠ ମାସର କୃଷ୍ଣ ପକ୍ଷର ଅମାବାସ୍ୟା ତିଥି । ଏହି ଦିନ ଶନି ଜୟନ୍ତୀ ଏବଂ ପବିତ୍ର ସାବିତ୍ରୀ ବ୍ରତ ପର୍ବ ପାଳନ ହେଉଛି । ଶନି ଜୟନ୍ତୀ ଦିନ ଗୁରୁ ଆଦିତ୍ୟ ଯୋଗ, ବୁଦ୍ଧାଦିତ୍ୟ ଯୋଗ ଏବଂ ଚନ୍ଦ୍ର ରୋହିଣୀ ନକ୍ଷତ୍ରରେ ଥିବାରୁ ଦିନଟିର ଗୁରୁତ୍ୱ ବୃଦ୍ଧି ପାଇଛି ।

1/5

ମେଷ ରାଶି- ୬ ଜୁନ୍ ଆପଣଙ୍କ ପାଇଁ ନୂତନ ସୁଯୋଗ ଆଣିବ । ନୂତନ କାର୍ଯ୍ୟରେ ଆଗ୍ରହ ପ୍ରକାଶ କରିବେ । ଆପଣଙ୍କ ସ୍ୱାସ୍ଥ୍ୟ ସଂପୂର୍ଣ୍ଣ ଭଲ ରହିବ । ନିଜ ବ୍ୟବସାୟରେ ଲାଭ ଅଧିକ ପାଇବେ । ନିଯୁକ୍ତ ବ୍ୟକ୍ତିମାନେ ଉପରିସ୍ଥ ଅଧିକାରୀଙ୍କ ସମର୍ଥନ ପାଇବେ । ଆୟର ବୃଦ୍ଧି ହେବାର ସମ୍ଭାବନା ରହିଛି । ସରକାରୀ ବ୍ୟବସ୍ଥାରୁ ଆପଣ ବଡ଼ ଲାଭ ପାଇବେ । ଆପଣଙ୍କ ଅସମ୍ପୂର୍ଣ୍ଣ ଇଚ୍ଛା ପୂରଣ ହେବ । ପାରିବାରିକ ଏବଂ ବୈବାହିକ ଜୀବନ ଭଲରେ କଟିବ । ବନ୍ଧୁ ତଥା ଭାଇମାନଙ୍କଠାରୁ ସମର୍ଥନ ପାଇବେ ।

2/5

କର୍କଟ ରାଶି- ଆପଣଙ୍କ ପାଇଁ ଦିନଟି ଶୁଭ ହେବାକୁ ଯାଉଛି । ଶୁଭ ଖବର ମିଳିବାର ସମ୍ଭାବନା ରହିଛି । ନିଜ ମଧ୍ୟରେ ସକରାତ୍ମକ ପରିବର୍ତ୍ତନ ଆସିବ । ଜ୍ୟେଷ୍ଠ ଅମାବାସ୍ୟା ଅବସରରେ ଧାର୍ମିକ କାର୍ଯ୍ୟକଳାପରେ ସକ୍ରିୟ ଭାବେ ଅଂଶଗ୍ରହଣ କରିବେ । ଆପଣ ବିନିଯୋଗ କ୍ଷେତ୍ରରୁ ଭଲ ଲାଭ ପାଇବେ । ବ୍ୟବସାୟୀଙ୍କ ଆୟରେ ବୃଦ୍ଧି ଘଟିବ । ଯେଉଁମାନେ ଚାକିରି ଖୋଜୁଛନ୍ତି, ସେମାନଙ୍କୁ ଶୁଭ ଖବର ମିଳିପାରେ । ପରିବାର ସଦସ୍ୟଙ୍କ ସହ ମତଭେଦ ଥିଲେ ବୁଝାମଣାରେ ସମାଧାନ ହେବ । ଆପଣ ନିଜ ଜୀବନସାଥୀଙ୍କ ସହ ବୁଲିବାକୁ ଯାଇପାରନ୍ତି ।

3/5

କନ୍ୟା ରାଶି- ଆପଣଙ୍କ ପାଇଁ ଏକ ଭଲ ଦିନ ହେବାକୁ ଯାଉଛି । ଅଟକି ରହିଥିବା ଟଙ୍କା ଫେରିପାଇବେ । ଅପ୍ରତ୍ୟାଶିତ ଉତ୍ସରୁ ଟଙ୍କା ପାଇବାର ସମ୍ଭାବନା ରହିଛି । ଭାଇମାନଙ୍କ ମଧ୍ୟରେ ଭାଇଚାରା ଭଲ ରହିବ । ବ୍ୟବସାୟୀମାନେ ପ୍ରତିଦ୍ୱନ୍ଦ୍ୱୀମାନଙ୍କୁ କଠୋର ପ୍ରତିଯୋଗିତା ଦେବେ । ଚାକିରୀ କ୍ଷେତ୍ରରେ ଦ୍ରୁତ ଗତିରେ ଆଗକୁ ବଢିବେ । ଆୟ ବୃଦ୍ଧି ପାଇଁ ଅନେକ ଉତ୍କୃଷ୍ଟ ସୁଯୋଗ ପାଇବେ । ପ୍ରେମ ସମ୍ପର୍କରେ ଗୁଣାତ୍ମକ ସମୟ ଅତିବାହିତ କରିବାର ସୁଯୋଗ ପାଇବେ । ପିତାମାତାଙ୍କ ସେବା କରିବାର ସୁଯୋଗ ପାଇବେ । ପରିବାର ସହିତ କୌଣସି ଧାର୍ମିକ ସ୍ଥାନ ପରିଦର୍ଶନ କରିପାରନ୍ତି ।

4/5

ଧନୁ ରାଶି- ଆପଣଙ୍କ ପାଇଁ ଏକ ବିଶେଷ ଦିନ ହେବାକୁ ଯାଉଛି । ଗୋଟିଏ ପରେ ଗୋଟିଏ ଲାଭଜନକ ସୁଯୋଗ ପାଇବେ । ନିଜ ଜୀବନକୁ ଏକ ସକରାତ୍ମକ ଦିଗ ଦେବାରେ ସକ୍ଷମ ହେବେ। ନୂତନ ସମ୍ପତ୍ତି ଏବଂ ଯାନବାହନ କିଣି ପାରନ୍ତି । ପରିବାର ସହିତ ପିକନିକ୍ ଯିବାକୁ ଯୋଜନା କରିବେ । କାର୍ଯ୍ୟ କ୍ଷେତ୍ରରେ ସନ୍ତୁଳନ ବଜାୟ ରଖିବାରେ ସକ୍ଷମ ହେବେ । ଶନି ଦେବଙ୍କ କୃପାରୁ ଜୀବନରେ ଚାଲିଥିବା ସମସ୍ୟାରୁ ମୁକ୍ତି ପାଇବେ । ପ୍ରେମ ସମ୍ପର୍କ ମଜବୁତ ହେବ । ଚାକିରି ବଦଳାଇବାକୁ ଚାହୁଁଥିଲେ ଆପଣଙ୍କୁ ଭଲ ସୁଯୋଗ ମିଳିପାରେ । ପାରିବାରିକ ଜୀବନରେ ସଭିଙ୍କ ସହ ଉତ୍ତମ ସମ୍ପର୍କ ରହିବ ।

5/5

କୁମ୍ଭ ରାଶି- ଦିନଟି ଆପଣଙ୍କ ପାଇଁ ବିଶେଷ ଭାବେ ଫଳପ୍ରଦ ସାବ୍ୟସ୍ତ ହେବ । ଜୀବନସାଥିଙ୍କୁ ଖୁସି କରିବାରେ ସକ୍ଷମ ହେବେ । ଟଙ୍କା ଖର୍ଚ୍ଚ ହେଉଥିଲେ ମଧ୍ୟ ଅଧିକ ରୋଜଗାରକ୍ଷମ ହେବେ । ଭବିଷ୍ୟତ ଗଢିବାର ଚିନ୍ତା ମନରେ ରହିବ । ଧାର୍ମିକ କାର୍ଯ୍ୟରେ ଯୋଗ ଦେଇପାରନ୍ତି । ବହୁ ଦିନରୁ ମନ ଭିତରେ ଥିବା ଇଚ୍ଛା ପୂରଣ ହେବ । ବ୍ୟବସାୟରେ ଲାଭ ଭଲ ହେବ ।

ତଥ୍ୟ- ଜ୍ୟୋତିର୍ବିଦ ଆଚାର୍ଯ୍ୟ ସତ୍ୟବ୍ରତ ପାଢୀ, ପ୍ଲଟ ନମ୍ୱର ଏଚଆଇଜି, ୧/୧୨ ବିଡିଏ କଲୋନୀ ଏଲଏନ, ଚନ୍ଦ୍ରଶେଖରପୁର, ଭୁବନେଶ୍ୱର ୭୫୧୦୧୬ 

(Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।)