Advertisement
Photo Details/zeeodisha/odisha2368260
photoDetails0hindi

Lucky Zodiac Sign: ୫ ଅଗଷ୍ଟରେ ରାଶି ପରିବର୍ତ୍ତନ ଯୋଗର ଶୁଭ ସମକକ୍ଷ, ୫ଟି ରାଶିର ଭାଗ୍ୟ ଉଜ୍ୱଳ

Top 5 Lucky Zodiac Sign, 5 August 2024: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଶ୍ରାବଣର ତୃତୀୟ ସୋମବାର ଦିନ ସୃଷ୍ଟି ହୋଇଥିବା ଶୁଭ ଯୋଗର ଶୁଭଫଳ ୫ ଟି ରାଶିର ବ୍ୟକ୍ତିବିଶେଷଙ୍କୁ ମିଳିବ । ତେବେ ସେହି ରାଶି ଗୁଡିକ କେଉଁ ରାଶି ଆସନ୍ତୁ ଜାଣିବା ଜ୍ୟୋତିର୍ବିଦ ଆଚାର୍ଯ୍ୟ ସତ୍ୟବ୍ରତ ପାଢୀଙ୍କ ନିକଟରୁ ।

1/5

ମେଷ ରାଶି ମହାଦେବଙ୍କ ଆଶୀର୍ବାଦ କାରଣରୁ ଆପଣଙ୍କ ପାଇଁ ଦିନଟି ଭଲ ହେବାକୁ ଯାଉଛି । ବିଶେଷ ଧାର୍ମିକ କାର୍ଯ୍ୟକ୍ରମର ଆୟୋଜନ କରିବା ଦିଗରେ ଟଙ୍କା ଖର୍ଚ୍ଚ କରିବେ । ଚାକିରି କ୍ଷେତ୍ରରେ ଥିବା ଅନିଶ୍ଚିତତା ଦୂର ହୋଇଯିବ । ଅନ୍ୟ କିଛି କମ୍ପାନୀରୁ ଆପଣଙ୍କୁ ଭଲ ଅଫର ମିଳିପାରେ । ବ୍ୟବସାୟୀମାନେ ପ୍ରତିଯୋଗୀଙ୍କୁ କଠୋର ପ୍ରତିଯୋଗିତା ଦେବାରେ ସଫଳ ହେବେ । ଭଲ ଆୟ ହେବାର ସମ୍ଭାବନା ରହିଛି । ଦୀର୍ଘ ଦିନ ଧରି ରହିଥିବା ବିଚାରାଧୀନ କାର୍ଯ୍ୟ ଧୀରେ ଧୀରେ ସମାପ୍ତ ହେବ । ସରକାରୀ ଯୋଜନାର ସୁଫଳ ପାଇବେ । ଅବିବାହିତ ବ୍ୟକ୍ତିଙ୍କ ପାଇଁ ବିବାହ ପ୍ରସ୍ତାବ ଆସିବ । ପାରିବାରିକ ଜୀବନ ଭଲରେ କଟିବ । ପରିବାର ସଦସ୍ୟଙ୍କ ମଧ୍ୟରେ ପାରସ୍ପରିକ ପ୍ରେମ ରହିବ ।

2/5

ସିଂହ ରାଶି ଭଗବାନ ଶିବଙ୍କ କୃପା ଆପଣଙ୍କ ଉପରେ ରହିବ । ବ୍ୟକ୍ତିତ୍ୱ ଆଧାରରେ ଶୀର୍ଷରେ ପହଞ୍ଚିବାରେ ସଫଳ ହେବେ । ଧାର୍ମିକ କାର୍ଯ୍ୟରେ ଜଡିତ ହୋଇପାରନ୍ତି । ଯେଉଁ କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି ସେଥିରେ ସଫଳତା ପାଇବେ । ଭାଗ୍ୟର ପୂର୍ଣ୍ଣ ସମର୍ଥନ ଆପଣଙ୍କ ସହ ରହିଛି । ଟଙ୍କା ସଞ୍ଚୟ କରିବାରେ ସମର୍ଥ ହେବେ । ନିବେଶ କରିବାକୁ ଚାହୁଁଥିଲେ ଦିନଟି ଅତ୍ୟନ୍ତ ଶୁଭ । ଚାକିରି କ୍ଷେତ୍ରରେ ଅଧିକାରୀଙ୍କ ସମର୍ଥନ ପାଇବେ । ବ୍ୟବସାୟ ଆଗକୁ ବଢିବ । ପରିବାର ସଦସ୍ୟଙ୍କଠାରୁ ସମ୍ପୂର୍ଣ୍ଣ ସମର୍ଥନ ପାଇବେ । ଦାମ୍ପତ୍ୟ ଜୀବନ ସୁଖମୟ ହେବ । ସମ୍ପତ୍ତି କିଣିବାର ସୁଯୋଗ ପାଇବେ ।

3/5

ଧନୁ ରାଶି ଆପଣଙ୍କ ପାଇଁ ଦିନଟି ଉତ୍ସାହରେ ପରିପୂର୍ଣ୍ଣ ହେବ । ଅସଫଳ ଇଚ୍ଛା ପୂରଣ ହେବ । ଆପଣଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ହେବ । ବ୍ୟକ୍ତିତ୍ୱର ଉନ୍ନତି ହେବ । ଆପଣଙ୍କ କାର୍ଯ୍ୟକୁ ଲୋକମାନେ ପସନ୍ଦ କରିବେ । ବ୍ୟବସାୟରେ ଲାଭ ହାସଲ କରିବେ । ଚାକିରି କ୍ଷେତ୍ରରେ ସହକର୍ମୀମାନଙ୍କ ସହିତ ଭଲ ସମ୍ପର୍କ ବଜାୟ ରହିବ । କୋର୍ଟ କଚେରୀରେ ମାମଲା ଅଟକି ରହିଥିଲେ ମହାଦେବଙ୍କ ଅନୁଗ୍ରହରେ ଆପଣ ଆରାମ ପାଇବେ । ଭାଇମାନଙ୍କ ସହିତ କୌଣସି ବିବାଦ ଥିଲା ତାହାର ସମାଧାନ ହେବ ।

4/5

ମକର ରାଶି ଉମାପତିଙ୍କ ଆଶୀର୍ବାଦ ଆପଣଙ୍କ ଉପରେ ରହିବ । ପିଲାମାନଙ୍କର ଅଗ୍ରଗତି ଦେଖି ଖୁସି ପ୍ରକାଶ କରିବେ । ପରିବାରର ପରିବେଶ ଶାନ୍ତ ରହିବ । ସମ୍ପତ୍ତି କିଣିବାକୁ ଯୋଜନା କରୁଥିଲେ କାଗଜ ଦଲିଲଗୁଡ଼ିକୁ ଭଲଭାବେ ପଢି ଆଗକୁ ବଢନ୍ତୁ । ବ୍ୟବସାୟରେ ନୂତନ ଜ୍ଞାନକୌଶଳ ଆପଣାଇବା ସହ ଭଲ ଲାଭ ପାଇବେ । ଚାକିରି କ୍ଷେତ୍ରରେ ପ୍ରତ୍ୟେକ ପଦକ୍ଷେପରେ ସହକର୍ମୀଙ୍କଠାରୁ ସହାୟତା ପାଇବେ । ନୂତନ ଚାକିରି ପାଇଁ ଚେଷ୍ଟା କରୁଥିଲେ ଅପେକ୍ଷାର ଅନ୍ତ ହେବ । କଳା ଏବଂ ସଙ୍ଗୀତ କ୍ଷେତ୍ରରେ ଆଗ୍ରହ ବଢିବ । ଆପଣ ବହୁତ ଟଙ୍କା ରୋଜଗାର କରିବାର ସୁଯୋଗ ପାଇବେ । ଘରେ କିଛି ମନୋରଞ୍ଜନ କାର୍ଯ୍ୟକ୍ରମ ହୋଇପାରେ ।

5/5

ମୀନ ରାଶି ମୃତ୍ରୁଞ୍ଜୟଙ୍କ କୃପା ଆପଣଙ୍କ ଉପରେ ରହିବ । ଆପଣଙ୍କ ପାଇଁ ଦିନଟି ଶୁଭ ହେବାକୁ ଯାଉଛି । ସମ୍ପର୍କୀୟଙ୍କ ସାହାଯ୍ୟରେ ଦୀର୍ଘ ବିଚାରାଧୀନ କାର୍ଯ୍ୟ ସମାପ୍ତ ହେବ । ଯେକୌଣସି ପୁରୁଣା ବିନିଯୋଗରୁ ଭଲ ରିଟର୍ଣ୍ଣ ପାଇବେ । ପିଲାମାନଙ୍କର ଅଗ୍ରଗତି ହେବ । ଭଲ ଆର୍ଥିକ ଲାଭ ପାଇବେ । ବିଦେଶରେ ପଢିବାର ଇଚ୍ଛା ପୂରଣ ହେବ । ଚାକିରି ଖୋଜୁଥିବା ବ୍ୟକ୍ତିଙ୍କୁ ଶୁଭ ଖବର ଶୁଣିବାକୁ ମିଳିବ । ଅଟକି ରହିଥିବା ଟଙ୍କା ଫେରି ପାଇବାର ସମ୍ଭାବନା ଅଛି । ପୈତୃକ ସମ୍ପତ୍ତିରୁ ଆପଣ ଲାଭ ପାଇବେ । ଆପଣଙ୍କୁ ମାନସିକ ଶାନ୍ତି ମିଳିବ ।

ତଥ୍ୟ- ଜ୍ୟୋତିର୍ବିଦ ଆଚାର୍ଯ୍ୟ ସତ୍ୟବ୍ରତ ପାଢୀ, ପ୍ଲଟ ନମ୍ୱର ଏଚଆଇଜି, ୧/୧୨ ବିଡିଏ କଲୋନୀ ଏଲଏନ, ଚନ୍ଦ୍ରଶେଖରପୁର, ଭୁବନେଶ୍ୱର ୭୫୧୦୧୬ 

Disclamer: (ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।)