Advertisement
Photo Details/zeeodisha/odisha2366814
photoDetails0hindi

Lucky Zodiac Sign: ୪ ଅଗଷ୍ଟରେ ରବି ପୁଷ୍ପ ଯୋଗର ଶୁଭ ସମକକ୍ଷ, ୫ ଟି ରାଶିର ଭାଗ୍ୟ ଉଜ୍ୱଳ

Top 5 Lucky Zodiac Sign, 4 August 2024 : ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ୦୪ ଅଗଷ୍ଟ ରବିବାର ଦିନ ଗଠିତ ଶୁଭ ଯୋଗରୁ ୫ ଟି ରାଶିର ବ୍ୟକ୍ତି ଉପକୃତ ହେବାକୁ ଯାଉଛନ୍ତି । ତେବେ ସେହି ରାଶି ଗୁଡିକ କଣ କଣ ଆସନ୍ତୁ ଜାଣିବା ଜ୍ୟୋତିର୍ବିଦ ଆଚାର୍ଯ୍ୟ ସତ୍ୟବ୍ରତ ପାଢୀଙ୍କ ବିସ୍ତୃତ ତଥ୍ୟରୁ ।

1/5

ବୃଷ ରାଶି ଆପଣଙ୍କ ପାଇଁ ଦିନଟି ଅତ୍ୟନ୍ତ ସୁନ୍ଦର ହେବାକୁ ଯାଉଛି । ବାକି ଥିବା ସମସ୍ତ ଘରୋଇ କାର୍ଯ୍ୟ ସମାପ୍ତ କରିବେ । ପୁରୁଣା ବନ୍ଧୁମାନଙ୍କୁ ଭେଟିବାର ସୁଯୋଗ ପାଇବେ । ଘରର ବରିଷ୍ଠମାନଙ୍କ ସହିତ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ନେବା ସହ ବିଭିନ୍ନ ବିଷୟରେ ଆଲୋଚନା କରିବେ । ଘରର ଆବଶ୍ୟକତା ପାଇଁ ଘରକରଣା ଜିନିଷ କ୍ରୟ କରିପାରନ୍ତି । ବ୍ୟବସାୟୀମାନେ ଭଲ ଲାଭ ପାଇବେ । ପ୍ରେମ ଜୀବନରେ ନିଜ ସାଥୀଙ୍କୁ ପରିବାର ସଦସ୍ୟଙ୍କ ସହିତ ପରିଚିତ କରାଇବା ପାଇଁ ଉତ୍ତମ ସମୟ ।

2/5

କର୍କଟ ରାଶି ଆପଣଙ୍କ ପାଇଁ ଦିନଟି ସକରାତ୍ମକ ହେବାକୁ ଯାଉଛି । ଛୁଟି ଦିନକୁ ସମ୍ପୂର୍ଣ୍ଣ ଉପଭୋଗ କରିବେ । ବନ୍ଧୁଙ୍କ ସହ କୌଣସି ସ୍ଥାନକୁ ଯିବାକୁ ଯୋଜନା କରିବେ । ବୟସ୍କ ତଥା ଅଧିକ ଅଭିଜ୍ଞ ବ୍ୟକ୍ତିଙ୍କଠାରୁ ଆପଣ ପରାମର୍ଶ ନେବେ । ସୂର୍ଯ୍ୟଦେବଙ୍କ କୃପା ଆପଣଙ୍କ ଉପରେ ରହିବ । ଆପଣଙ୍କ କାର୍ଯ୍ୟରେ ପରିବାର ସଦସ୍ୟ ବହୁତ ଖୁସି ହେବେ । ବ୍ୟବସାୟୀମାନେ ଯଥେଷ୍ଟ ଲାଭ ପାଇବେ । ଅନ୍ୟ କିଛି ବ୍ୟବସାୟରେ ବିନିଯୋଗ କରିବାକୁ ଯୋଜନା କରିବେ । ନୂତନ ତଥା ସୁସ୍ୱାଦୁ ଖାଦ୍ୟ ଉପଭୋଗ କରିପାରନ୍ତି । ପିଲାଙ୍କ ବିବାହ ଜନିତ କିଛି ଭଲ ଖବର ପାଇପାରନ୍ତି ।

3/5

କନ୍ୟା ରାଶି ଆପଣଙ୍କ ପାଇଁ ଦିନଟି ଶୁଭ ଏବଂ ଫଳପ୍ରଦ ହେବାକୁ ଯାଉଛି । ପରିବାରରେ ଖୁସିର ବାତାବରଣ ରହିବ । ଆପଣ ଘର ପାଇଁ କିଛି ବିଶେଷ ଜିନିଷ କିଣି ପାରନ୍ତି । ବୈବାହିକ ଜୀବନରେ ଜୀବନସାଥୀଙ୍କ ସହିତ ମିଠା କଥାବାର୍ତ୍ତା ହେବେ । ଯାହା ଆପଣଙ୍କ ସମ୍ପର୍କକୁ ସୁଦୃଢ କରିବ । ସରକାରୀ ସୁତ୍ରରୁ ଆର୍ଥିକ ଲାଭ ପାଇବାର ସମ୍ଭାବନା ରହିଛି । ଅଟକି ରହିଥିବା ଟଙ୍କା ଫେରିପାଇବେ । ପରୀକ୍ଷାରେ ସଫଳତା ପାଇବା ପାଇଁ ଛାତ୍ରମାନେ ଶିକ୍ଷକଙ୍କ ସମର୍ଥନ ଆବଶ୍ୟକ କରିବେ । ବ୍ୟବସାୟୀମାନେ ଲାଭରେ ସନ୍ତୁଷ୍ଟ ହେବେ । କାହାକୁ ଟଙ୍କା ଧାର୍ ଦିଅନ୍ତୁ ନାହିଁ । ସନ୍ଧ୍ୟାରେ ଧାର୍ମିକ କାର୍ଯ୍ୟରେ ଜଡିତ ହୋଇପାରନ୍ତି ।

4/5

କୁମ୍ଭ ରାଶି ଦିନଟି ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭ । ଧାର୍ମିକ କାର୍ଯ୍ୟକଳାପରେ ଆପଣ ଟଙ୍କା ଖର୍ଚ୍ଚ କରିପାରନ୍ତି । ପରିବାରର ବରିଷ୍ଠ ସଦସ୍ୟଙ୍କ ଉପଦେଶକୁ ଉପଯୋଗୀ ଭାବରେ ବିଚାର କରନ୍ତୁ । ଭବିଷ୍ୟତରେ ଆପଣ ଏଥିରୁ ସମ୍ପୂର୍ଣ୍ଣ ଲାଭ ପାଇବେ । ପୂର୍ବରୁ କାହାଠାରୁ ଟଙ୍କା ନେଇଥିଲେ ତାହାକୁ ପରିଷୋଧ କରି ଋଣ ମୁକ୍ତ ହେବେ । ଆପଣଙ୍କ ପାଖରେ ଟଙ୍କାର ଅଭାବ ରହିବ ନାହିଁ । ସାମାଜିକ କାର୍ଯ୍ୟରେ ଜଡିତ ହେବାରୁ ମାନ ସମ୍ମାନ ବୃଦ୍ଧି ପାଇବ । ଅନେକ ବିଶେଷ ବ୍ୟକ୍ତିଙ୍କ ସହିତ ଆପଣଙ୍କ ପରିଚୟ ବୃଦ୍ଧି ପାଇବ । ନୂତନ ବ୍ୟବସାୟ ଆରମ୍ଭ କରିବାକୁ ଚିନ୍ତା କରୁଥିଲେ ଆପଣଙ୍କୁ ସୁଯୋଗ ମିଳିବ । ପିତାମାତାଙ୍କ ସହିତ କିଛି ଧାର୍ମିକ ସ୍ଥାନକୁ ଯାତ୍ରା କରିବାକୁ ଯୋଜନା କରିବେ । ନବ ବିବାହିତଙ୍କ ଘରକୁ ଅତିଥି ଆସିପାରନ୍ତି ।

5/5

ମୀନ ରାଶି ଆପଣଙ୍କ ପାଇଁ ଏକ ନୂଆ ଆଶାର କିରଣ ଆସିବ । ସୂର୍ଯ୍ୟଦେବଙ୍କ ଆଶୀର୍ବାଦ ଆପଣଙ୍କ ଜୀବନକୁ ଆଲୋକିତ କରିଦେବ । ଶତ୍ରୁମାନଙ୍କଠାରୁ ମୁକ୍ତି ପାଇବେ । ଅଟକି ଯାଇଥିବା ଟଙ୍କା ଫେରି ପାଇବେ । କୌଣସି ଆଇନଗତ ବିବାଦ ଚାଲିଥିଲେ ତାହାର ସମାଧାନ ହେବ । ରାଜନୈତିକ ଏବଂ ସାମାଜିକ କ୍ଷେତ୍ରରେ ଭଲ ସଫଳତା ହାସଲ କରିବେ । ଅଭାବୀ ଲୋକଙ୍କୁ ସାହାଯ୍ୟ କରିବାକୁ ଆଗଭର ହେବେ । ଯାହା ଆପଣଙ୍କୁ ମାନସିକ ଶାନ୍ତି ଦେବ । ପିତାଙ୍କ ସହଯୋଗରେ କିଛି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଶେଷ ହେବ । ସନ୍ଧ୍ୟାରେ କୌଣସି ଧାର୍ମିକ କାର୍ଯ୍ୟରେ ଅଂଶଗ୍ରହଣ କରିପାରନ୍ତି ।

ତଥ୍ୟ- ଜ୍ୟୋତିର୍ବିଦ ଆଚାର୍ଯ୍ୟ ସତ୍ୟବ୍ରତ ପାଢୀ, ପ୍ଲଟ ନମ୍ୱର ଏଚଆଇଜି, ୧/୧୨ ବିଡିଏ କଲୋନୀ ଏଲଏନ, ଚନ୍ଦ୍ରଶେଖରପୁର, ଭୁବନେଶ୍ୱର ୭୫୧୦୧୬ 

Disclamer: (ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।)