Advertisement
Photo Details/zeeodisha/odisha2365393
photoDetails0hindi

Lucky Zodiac Sign: ୩ ଅଗଷ୍ଟରେ ସିଦ୍ଧି ଯୋଗର ଶୁଭ ସମକକ୍ଷ, ୫ଟି ରାଶିର ଭାଗ୍ୟ ଉଜ୍ୱଳ

Top 5 Lucky Zodiac Sign, 3 August 2024 : ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ୦୩ ଅଗଷ୍ଟରେ ଗଠିତ ଶୁଭ ଯୋଗ ପ୍ରଭାବରୁ ୫ଟି ରାଶିର ବ୍ୟକ୍ତି ଶୁଭଫଳ ପାଇବେ । ତେବେ ସେ ରାଶି ଗୁଡିକ କିଏ ଆସନ୍ତୁ ତାହା ଜାଣିବା ଜ୍ୟୋତିର୍ବିଦ ଆଚାର୍ଯ୍ୟ ସତ୍ୟବ୍ରତ ପାଢୀଙ୍କ ନିକଟରୁ ।

1/5

ମିଥୁନ ରାଶି ୩ ଅଗଷ୍ଟ ଆପଣଙ୍କ ପାଇଁ ଖୁବ ସ୍ୱତନ୍ତ୍ର ହେବାକୁ ଯାଉଛି । ଶନିଦେବଙ୍କ କୃପା ଆପଣଙ୍କ ଉପରେ ରହିବ । ଅଟକି ରହିଥିବା ଟଙ୍କା ଫେରି ପାଇବାର ସମ୍ଭାବନା ରହିଛି । ଚାକିରି ଖୋଜୁଥିଲେ ଆପଣଙ୍କୁ ଶୁଭ ଖବର ମିଳିବ । ନିଜ ପରିଶ୍ରମଠାରୁ ଅଧିକ ଫଳାଫଳ ପାଇବେ । ସମସ୍ତ ପ୍ରକାର ଚିନ୍ତାରୁ ଆପଣ ଆରାମ ପାଇବେ । ପିଲାମାନଙ୍କୁ ନେଇ ଏକ ଖୁସି ଖବର ପାଇ ପାରିବେ । ଯାହା ପରିବାରରେ ଖୁସିର ବାତାବରଣ ସୃଷ୍ଟି କରିବ । ବ୍ୟବସାୟୀମାନେ ଲାଭ ଅର୍ଜନ କରିବାର ସୁଯୋଗ ପାଇବେ । ପ୍ରେମ ଜୀବନରେ ଥିବା ସମସ୍ୟା ଦୂରହେବା ସହ ଆପଣଙ୍କ ପାଇଁ ଏକ ସ୍ମରଣୀୟ ଦିନ ହେବ ।

2/5

ସିଂହ ରାଶି ଆପଣଙ୍କ ପାଇଁ ଏକ ଶୁଭ ଏବଂ ଫଳପ୍ରଦ ଦିନ ସାବ୍ୟସ୍ତ ହେବ । ନିଜ ଭାଇଭଉଣୀଙ୍କ ସହିତ ଭଲ ସମ୍ପର୍କ ରକ୍ଷା କରିପାରିବେ । ପୁରୁଣା ବନ୍ଧୁମାନଙ୍କୁ ଭେଟିବାର ସୁଯୋଗ ମିଳିବ । ମିଠା କଥାରେ ଅନ୍ୟକୁ ପ୍ରଭାବିତ କରିବାରେ ସଫଳ ହେବେ । ସମାଜରେ ମାନ ସମ୍ମାନ ବୃଦ୍ଧି ପାଇବ । ଅନେକ ପ୍ରଭାବଶାଳୀ ବ୍ୟକ୍ତିଙ୍କ ସହିତ ଆପଣଙ୍କ ପରିଚୟ ବୃଦ୍ଧି ପାଇବ । ଛାତ୍ରଛାତ୍ରୀମାନେ ଉଚ୍ଚଶିକ୍ଷା ଲାଭ କରିବାରେ ସଫଳ ହେବେ । ନୂତନ ଚାକିରି ପାଇଁ ଚେଷ୍ଟା କରୁଥିଲେ ତାହା ସମ୍ଭବ ହେବ । ପିତାଙ୍କ ପରାମର୍ଶ ନେଇ କାର୍ଯ୍ୟ ଆରମ୍ଭ କଲେ ସୁଫଳ ପାଇବେ । ଜୀବନସାଥୀଙ୍କ ସହିତ ସମ୍ପର୍କ ଅଧିକ ମଜବୁତ ହେବ । ବିନିଯୋଗ କରିବା ପାଇଁ ଯୋଜନା କରିବେ ।

3/5

ତୁଳା ରାଶି ଆପଣଙ୍କ ପାଇଁ ଦିନଟି ଖୁବ ମନୋରମ ହୋଇପାରେ । ଜୀବନର ପ୍ରତ୍ୟେକ କ୍ଷେତ୍ରରେ ସଫଳତାର ଯୋଗ ରହିଛି । ବହୁ ଅର୍ଥ ରୋଜଗାର କରିବାର ସୁଯୋଗ ପାଇବେ । ପ୍ରଭୁ ଶନିଦେବଙ୍କ କୃପା ଆପଣଙ୍କ ଉପରେ ରହିବ । ବିଳାସପୂର୍ଣ୍ଣ ଜୀବନଯାପନ କରିବେ  । ଚିନ୍ତା ଏବଂ ସମସ୍ୟାରୁ ଦୂରେଇ ରହିବେ । ବ୍ୟବସାୟ ସମ୍ବନ୍ଧରେ କୌଣସି ନୂଆ ଯୋଜନା କରୁଥିଲେ ତାହାକୁ କାର୍ଯ୍ୟକାରୀ କରିବେ । ବ୍ୟବସାୟରେ ଭଲ ଲାଭ ଆସିବ । ଚାକିରି କ୍ଷେତ୍ରରେ ସହକର୍ମୀମାନଙ୍କ ସହିତ ଭଲ ସମ୍ପର୍କ ସ୍ଥାପନ କରିବେ । ଅଟକି ରହିଥିବା ଟଙ୍କା ପୁନରୁଦ୍ଧାର ହେବ । ଆପଣଙ୍କ ଜୀବନସାଥୀଙ୍କ ସହ କୌଣସି ଭୁଲ ବୁଝାମଣା ଥିଲେ ଏହାର ସମାଧାନ ହେବ । ସ୍ୱାସ୍ଥ୍ୟ ଭଲ ରହିବ ।

4/5

ଧନୁ ରାଶି ଆପଣଙ୍କ ପାଇଁ ଦିନଟି ଅତ୍ୟନ୍ତ ଶୁଭ ହେବ । ପରିବାର ଏବଂ ସାଙ୍ଗମାନଙ୍କ ସହିତ ସମୟ ଅତିବାହିତ କରିବାର ସୁଯୋଗ ପାଇବେ । ବିନିଯୋଗ କରିବାକୁ ଚାହୁଁଥିଲେ ଆପଣଙ୍କ ପାଇଁ ଏକ ଭଲ ଦିନ । ବ୍ୟବସାୟରେ ଭଲ ଲାଭ କରିବାର ସୁଯୋଗ ପାଇବେ । ଚାକିରି କ୍ଷେତ୍ରରେ ଏକ ନୂଆ ସୁଯୋଗ ମିଳିପାରେ । ଅଟକି ରହିଥିବା କାର୍ଯ୍ୟକୁ ସମ୍ପୂର୍ଣ୍ଣ କରିବେ । ପଡ଼ୋଶୀଙ୍କ ସହିତ ଆପଣଙ୍କ ସମ୍ପର୍କ ଉତ୍ତମ ହେବ । ଜୀବନସାଥୀଙ୍କ ପାଇଁ ନୂଆ ଉପହାର କିଣିବାକୁ ଯୋଜନା କରିବେ ।

5/5

ମକର ରାଶି ଆପଣଙ୍କ ପାଇଁ ଦିନଟି ସକରାତ୍ମକ ହେବାକୁ ଯାଉଛି । ଶନିଦେବଙ୍କ କୃପାରୁ ଆପଣଙ୍କ ଇଚ୍ଛା ପୂରଣ ହେବ । ଭାଗ୍ୟ ଆପଣଙ୍କ ସପକ୍ଷରେ ରହିବ । ଦୀର୍ଘ ସମୟ ଧରି ବିଚାରାଧୀନ ଥିବା କାର୍ଯ୍ୟ ଶେଷ ହେବ । ନୂଆ ସମ୍ପତ୍ତି କିଣିବାକୁ ଚାହୁଁଥିୱେ ଦିନଟି ଶୁଭ । ବ୍ୟବସାୟରେ ପରିବାର ସଦସ୍ୟ ଆପଣଙ୍କୁ ସହଯୋଗ କରିବେ । ମିଠା କଥାରେ ଅନ୍ୟର ମନ ଜିଣିବେ । ଦାମ୍ପତ୍ୟ ଜୀବନରେ, ପରସ୍ପର ପ୍ରତି ପ୍ରେମ ଏବଂ ବିଶ୍ୱାସ ବଢିବ । ଭାଇଭଉଣୀଙ୍କ ସହ ସମ୍ପର୍କରେ ମଧୁରତା ରହିବ । ଉପହାର ସ୍ୱରୂପ କିଛି ପ୍ରିୟ ଜିନିଷ ପାଇବାର ସମ୍ଭାବନା ରହିଛି ।

ତଥ୍ୟ- ଜ୍ୟୋତିର୍ବିଦ ଆଚାର୍ଯ୍ୟ ସତ୍ୟବ୍ରତ ପାଢୀ, ପ୍ଲଟ ନମ୍ୱର ଏଚଆଇଜି, ୧/୧୨ ବିଡିଏ କଲୋନୀ ଏଲଏନ, ଚନ୍ଦ୍ରଶେଖରପୁର, ଭୁବନେଶ୍ୱର ୭୫୧୦୧୬ 

Disclamer: (ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।)