Advertisement
Photo Details/zeeodisha/odisha2421978
photoDetails0hindi

Grah Gochar 2024: ବିଶ୍ୱକର୍ମା ପୂଜାରେ ଉଜ୍ଜ୍ୱଳ ହେବ ଏହି ୫ଟି ରାଶିର ବ୍ୟକ୍ତିଙ୍କ ଭାଗ୍ୟ

Grah Gochar 2024: ଚଳିତ ବର୍ଷ ୧୬ ସେପ୍ଟେମ୍ବରରେ ବିଶ୍ୱକର୍ମା ପୂଜା ପାଳନ କରାଯିବ । ବିଶ୍ୱକର୍ମା ପୂଜାରେ ସୃଷ୍ଟି ହୋଇଥିବା ବିଶେଷ ଯୋଗ ପ୍ରଭାବରୁ ୫ ଟି ରାଶିର ଲୋକଙ୍କ ପାଇଁ ଅତ୍ୟନ୍ତ ଶୁଭଫଳ ମିଳିବ । ଆସନ୍ତୁ ଜାଣିବା, କେଉଁ କ୍ଷେତ୍ରରେ କେଉଁ ରାଶିର ବ୍ୟକ୍ତିଙ୍କୁ ସଫଳତା ମିଳିପାରେ ।

1/5

ବୃଷ ରାଶି

ବିଶ୍ୱକର୍ମା ପୂଜା ସମୟରେ ଆପଣଙ୍କୁ ଅତ୍ୟନ୍ତ ଶୁଭଫଳ ମିଳିବ । ମାନସିକ ସ୍ତରରେ ଆପଣଙ୍କୁ ଶାନ୍ତି ମିଳିବ । ଆର୍ଥିକ ସ୍ଥିତି ସୁଦୃଢ ହେବ । ଆୟର ନୂତନ ଉତ୍ସ ଖୋଲିବ । ବ୍ୟବସାୟ ବଢିବାକୁ ଲାଗିବ । ପ୍ରେମ ଜୀବନରେ ମଧୁରତା ରହିବ । ଦାମ୍ପତ୍ୟ ଜୀବନ ଖୁସିରେ କାଟିବେ ।

2/5

ମିଥୁନ ରାଶି

ଆପଣଙ୍କ ସୃଜନଶୀଳତା ବୃଦ୍ଧି ପାଇବ । କାର୍ଯ୍ୟ କ୍ଷେତ୍ରରେ ଆପଣଙ୍କୁ ଅଧିକ ସଫଳତା ମିଳିବ । ଆର୍ଥିକ ସ୍ଥିତି ପୂର୍ବାପେକ୍ଷା ଅଧିକ ସୁଦୃଢ ହେବ । ବ୍ୟବସାୟରେ ଲାଭ ଅଧିକ ମିଳିବ । ପ୍ରେମ ଜୀବନରେ ଉତ୍ସାହ ରହିବ । ଦାମ୍ପତ୍ୟ ଜୀବନରେ ମଧୁରତା ବୃଦ୍ଧି ପାଇବ ।

3/5

ତୁଳା ରାଶି

ଆପଣ ଏହି ସମୟରେ ଉନ୍ନତି କରିବେ । କର୍ମକ୍ଷେତ୍ରରେ ମନୋନିବେଶ କରିବେ । ନିଜ ପ୍ରତିଭାକୁ ବିକଶିତ କରିବାରେ ସକ୍ଷମ ହେବ । ଆର୍ଥିକ ସ୍ଥିତି ସୁଦୃଢ ହେବ । ବ୍ୟବସାୟରେ ଅଧିକ ଲାଭ ହେବ । ଋଣ ଦିଆଯାଇଥିବା ଟଙ୍କା ଫେରି ପାଇବେ । ପ୍ରେମ ଜୀବନରେ ଉତ୍ସାହ ରହିବ । ଦାମ୍ପତ୍ୟ ଜୀବନ ହସ ଖୁସିରେ କଟିବ ।

4/5

ଧନୁ ରାଶି

ଆପଣଙ୍କୁ ଏହି ସମୟରେ ନୂଆ କୌଶଳ ଶିଖିବାର ସୁଯୋଗ ମିଳିବ । ନୂଆ ସ୍ଥାନକୁ ଯାତ୍ରା କରିବା ସହ ନୂଆ ଲୋକଙ୍କୁ ଭେଟିବେ । ଆର୍ଥିକ ସ୍ଥିତି ସୁଦୃଢ ହେବ । ଶିକ୍ଷା କ୍ଷେତ୍ରରେ ଆପଣ ସଫଳତା ପାଇବେ । କ୍ୟାରିଅରରେ ନୂଆ ସଫଳତା ହାସଲ କରିବେ । ପ୍ରେମ ଜୀବନରେ ଉତ୍ସାହ ରହିବ । ଦାମ୍ପତ୍ୟ ଜୀବନ ମଧୁରମୟ ହେବ ।

5/5

ମକର ରାଶି

କ୍ୟାରିୟର କ୍ଷେତ୍ରରେ ଆପଣ ଅଗ୍ରଗତି କରିବେ । ଲକ୍ଷ୍ୟ ହାସଲ କରିବାରେ ସକ୍ଷମ ହେବେ । ସଫଳ ହେବା ପାଇଁ ଆପଣ କଠିନ ପରିଶ୍ରମ କରିବେ । ଆପଣଙ୍କ ନିକଟକୁ ଧନ ପ୍ରବାହ ବୃଦ୍ଧି ପାଇବ । ପ୍ରେମ ଜୀବନରେ ଉତ୍ସାହ ରହିବ । ଦାମ୍ପତ୍ୟ ଖୁସି ପ୍ରାପ୍ତ ହେବ । ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ଥିଲେ ଧିରେ ଧିରେ ଦୂର ହୋଇଯିବ ।

Disclamer: (ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।