Panchang 05 August 2024: ଶୁଭ ଓ ଅଶୁଭ ସମୟ ଜାଣି ଘରୁ ବାହାରନ୍ତୁ
Advertisement
Article Detail0/zeeodisha/odisha2368319

Panchang 05 August 2024: ଶୁଭ ଓ ଅଶୁଭ ସମୟ ଜାଣି ଘରୁ ବାହାରନ୍ତୁ

Panchang 05 August 2024: କେଉଁ ସମୟ ଶୁଭ ଏବଂ କେଉଁ ସମୟ ଅଶୁଭ ? ଆଜି ଦିନରେ କେଉଁ ଖାଦ୍ୟ ଖାଇବା ଅନୁଚିତ ? ସବୁକିଛି ଜାଣିନିଅନ୍ତୁ ପଞ୍ଚାଙ୍ଗରେ...

Panchang 05 August 2024: ଶୁଭ ଓ ଅଶୁଭ ସମୟ ଜାଣି ଘରୁ ବାହାରନ୍ତୁ

Panchang 05 August 2024: ଅଦ୍ୟ ଅଗଷ୍ଟ ମାସ ୦୫ ତାରିଖ ୨୦୨୪ ମସିହା (ସୋମବାର)

ଶକାବ୍ଦ - ୧୯୪୬ 
ସମ୍ବତ - ୨୦୮୧
ଦିଲ୍ଲୀସ୍ୱରାଦ୍ଧ- ୧୪୩୧
ସମ୍ବତ୍ସର- କାଳ
ଶ୍ରାବଣମାସ- ଶୁକ୍ଳପକ୍ଷ
ତିଥି- ପ୍ରତିପଦ ସନ୍ଧ୍ୟା ଘ ୦୬/୦୯  ଗତେ ଦ୍ଵିତୀୟା
ନକ୍ଷତ୍ର- ଅଶ୍ଳେଷା ଦିବା ଘ୦୪/୧୧ ଗତେ ମଘା
ଚନ୍ଦ୍ର- କର୍କଟ ଦିବା ଘ୦୪/୧୧ ଗତେ ସିଂହ
ଯୋଗ- ବ୍ୟତିପାତ
କରଣ - ବବ
ସୌରମାସ- କର୍କଟ ୨୧ ଦିନ

ସୂର୍ଯ୍ୟୋଦୟ- ପ୍ରାତଃ ଘ୦୫/୨୮/୧୫
ସୂର୍ଯ୍ୟାସ୍ତ - ସନ୍ଧ୍ୟା ଘ୦୬/୧୮/୧୪

ଯୋଗିନୀ ପୂର୍ବେ ସନ୍ଧ୍ୟା ଘ ୦୬/୦୯ ଗତେ ଉତ୍ତରେ 
ପ୍ରତିପଦର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ
କର୍କଟ ଓ ମକର ରାଶିର ଘାତଚନ୍ଦ୍ର
ମିଥୁନ ରାଶିର ଘାତବାର

କାଳବେଳା - ଦିବା ଘ୦୭/୦୪ ଗତେ ଘ୦୮/୪୦ ମଧ୍ୟେ
ବାରବେଳା - ଦିବା ଘ୦୩/୩୩ ଗତେ ଘ୦୪/୪୦ମଧ୍ୟେ
ମୃତ ବ୍ୟକ୍ତିର ସନ୍ଧ୍ୟା ଘ୦୬/୦୯ ଗତେ ଏକପାଦ ପୁଷ୍କର ଦୋଷ

ବିଶୁଦ୍ଧ ଅମୃତ ବେଳା- ଦିବା ଘ୦୭/୦୫ ମଧ୍ୟେ ଓ  ଘ୧୦/୧୬ ଗତେ ଘ୧୨/୪୦ ମଧ୍ୟେ
ବିଶୁଦ୍ଧ ମାହେନ୍ଦ୍ର ବେଳା - ନାସ୍ତି

ଅଦ୍ୟ ପାଣିକଖାରୁ ସନ୍ଧ୍ୟା ଘ ୦୬/୧୦ ଗତେ ବାଇଗଣ ଭକ୍ଷଣ ନିଷେଧ

ସୋମବାର ରାଶିଫଳ

ମେଷ
ଆଜି ଦିନଟି ନିଜର କ୍ୟାରିୟର ସୁଧାର ପାଇଁ ଭଲ ହେବ। କୌଣସି ଅନୁବନ୍ଧ ପାଇଁ ଭଲ ସୁଯୋଗ ମିଳିବ। ପାରିବାରିକ କାର୍ଯ୍ୟରେ ପରିବାରର ସବୁ ସଦସ୍ୟଙ୍କ ସହଯୋଗ ପାଇବେ। ପ୍ରେମରେ ସଫଳତା ମିଳିବ। 

ବୃଷ
ଆଜି ଆପଣଙ୍କ ଭାବନା  ରଚନାତ୍ମକ ରହିବ। ସମ୍ମାନିତ ଲୋକଙ୍କ ଠାରୁ ସମ୍ମାନ ପାଇବେ। ବ୍ୟବସାୟରୁ ସହକର୍ମୀଙ୍କ ମାଧ୍ୟମରେ ଲାଭ ପାଇବେ। ମହିଳାମାନେ ଜରୁରୀ ଜିନିଷପତ୍ର କିଣିବାରେ ବ୍ୟସ୍ତ ରହି ପରନ୍ତି। 

ମିଥୁନ
ଆଜି ନିଜର ନୂଆ ବିଚାର ଆର୍ଥିକ ଉନ୍ନତି ଲାଗି ଲାଭଦାୟକ ରହିବ। ବ୍ୟବସାୟରେ ଜୀବନସାଥୀଙ୍କ ସହଯୋଗ ମିଳିବ। ଅଫିସରେ କୌଣସି ଖୁସି ଖବର ମିଳିବ। ପ୍ରେମ ବ୍ୟାପାର ଲାଗି ଦିନଟି ଭଲ। 

କର୍କଟ
ଆଜି ଦିନଟି ଆପଣଙ୍କ ଲାଗି ଅନୁକୂଳ। ସାହସିକ ଫଇସଲାରେ ସଫଳତା ମିଳିବ। ଜୀବନସାଥୀଙ୍କ ସହିତ ଉତ୍ତମ ସମ୍ବନ୍ଧ ବଜାୟ ରହିବ। ଛାତ୍ରଙ୍କ କ୍ୟାରିୟରରେ ନୂଆ ମୋଡ଼ ଆସିପାରେ। 

ସିଂହ
ଆଜି ଆପଣ କୌଣସି ନିଷ୍ପତି ତରବରିଆ ଭାବେ କଲେ କ୍ଷତିରେ ପଡିପାରନ୍ତି। ସନ୍ତାନଙ୍କ ପକ୍ଷରୁ ଭଲ ଖବର ପାଇବେ। ପରିବାରରେ ଏକତା ଓ ସୁଖ ବୃଦ୍ଧି ହେବ। ବନ୍ଧୁଙ୍କ ସହିତ ଭ୍ରମଣରେ ଯିବା ପାଇଁ ଯୋଜନା କରିବେ। 

କନ୍ୟା
ଆଜି ଦିନଟି ଆପଣଙ୍କ ଲାଗି ଠିକ୍‌ ଠାକ୍‌ ରହିବ। ସାମାଜିକ ଓ ରାଜନୈତିକ କାର୍ଯ୍ୟରେ ସମୟ କଟିବ। ମିତ୍ରଙ୍କର ପୂରା ସହଯୋଗ ପାଇବେ। ହଠାତ୍ ଧନପ୍ରାପ୍ତି ଯୋଗ ରହିଛି। ପାରିବାରିକ ଜୀବନ ସୁଖମୟ ହେବ। 

ତୁଳା
ଆଜି ଦିନଟି ଆପଣଙ୍କ ପାଇଁ ସବୁ ଦୃଷ୍ଟିରୁ ଭଲ ରହିବ । ଖୁବ୍‌ ମଜା କରିବେ ଓ ଖୁସି ରହିବେ। ପ୍ରିୟବନ୍ଧୁଙ୍କ ସହିତ ସମ୍ବନ୍ଧ ମଧୁର ହେବ। ଅଫିସରେ ଆପଣଙ୍କର କର୍ତ୍ତୃତ୍ବ ବଜାୟ ରହିବ। ବ୍ୟବସାୟୀଙ୍କୁ ଅଚାନକ ଧନଲାଭ ସୁଯୋଗ ମିଳିବ। 

ବିଛା
କୌଣସି ରଚନାତ୍ମକ କାମରେ ଆଜି ଆପଣଙ୍କର ନାମ ଚର୍ଚ୍ଚାରେ ରହିବ। ବ୍ୟବସାୟରେ ନୂଆ କୌଶଳ ପ୍ରୟୋଗ କରିବେ ଯାହା ଦ୍ବାରା ଭବିଷ୍ୟତରେ ଲାଭ ମିଳିବ। ପରିବାର ଲୋକେ ଆପଣଙ୍କ ଉପରେ ବହୁତ ଭରସା କରିବେ। 

ଧନୁ
ଆପଣ ଅନ୍ୟମାନଙ୍କ ଭାବନା ପ୍ରତି ଆଜି ବିଶେଷ ଯତ୍ନବାନ ରହିପାରନ୍ତି। ଧର୍ମ ସମ୍ବନ୍ଧିତ ପୁସ୍ତକ ପଢ଼ିବାରେ ରୁଚି ବଢ଼ିବ। ସ୍ଥଗିତ ଥିବା କାର୍ଯ୍ୟ କୌଣସି ବନ୍ଧୁଙ୍କ ଦ୍ବାରା ପୂରା ହେବ। ସ୍ବାସ୍ଥ୍ୟ ପ୍ରତି ସଚେତ ରହନ୍ତୁ। 

ମକର
ଆପଣ ନିଜ କାମରେ ଆଜି ପ୍ରଶଂସା ଓ ପୁରସ୍କାର ପାରନ୍ତି ।ବାଣିଜ୍ୟ କରବାର ବୃଦ୍ଧି ଲାଗି ଦିନଟି ବିଶେଷ ଶୁଭ। ଧନ ସମ୍ପତ୍ତି ବୃଦ୍ଧି ହେବ। ରାଜନୀତିରେ ଆଧିପତ୍ୟ ବଢ଼ିବ। ପରିବାର ସହିତ ହସଖୁସିରେ ସମୟ କଟିବ। 

କୁମ୍ଭ
ଆଜି ଇଷ୍ଟଦେବୀଙ୍କ ଆରାଧନାରେ ମନରେ ସକାରାତ୍ମକ ଶକ୍ତି ସଞ୍ଚାର ହେବ। ପ୍ରସ୍ତୁତ କରିଥିବା ଯୋଜନା ଅନୁସାରେ କାମ କରିବେ। ଅଫିସରେ ସହକର୍ମୀଙ୍କ ସହଯୋଗ ମିଳିବ। ଦାମ୍ପତ୍ୟ ଜୀବନରେ ମଧୁରତା ବଢ଼ିବ। 

ମୀନ
ଦିନଟି ଆପଣଙ୍କୁ ଆଜି ଶୁଭାଶୁଭ ମିଶ୍ରିତ ଫଳ ପ୍ରଦାନ କରିବ। ବଡ଼ ବ୍ୟବସାୟ ଲାଗି କୌଣସି ବ୍ୟକ୍ତିସହ ଚୁକ୍ତି କରିପାରନ୍ତି। ଭାବିଚିନ୍ତି ଖର୍ଚ୍ଚ ନକଲେ ଅସୁବିଧାରେ ପଡ଼ିପାରନ୍ତି। କୋର୍ଟ କଚେରି ମାମଲାରେ ଚିନ୍ତା ବଢ଼ିପାରେ ।

ତଥ୍ୟ- ଜ୍ୟୋତିଷ ଡ: ବାୟୁନନ୍ଦନ ମିଶ୍ର  

Disclamer: (ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।)

Also Read- Airtel Prepaid Plan: ଏଥର ହେବ କଡା ମୁକାବିଲା, ଏୟାରଟେଲ ଆରମ୍ଭ କଲା ଅଧିକ ବୈଧତାର ଏହି ପ୍ଲାନ

Also Read- Lucky Zodiac Sign: ୫ ଅଗଷ୍ଟରେ ରାଶି ପରିବର୍ତ୍ତନ ଯୋଗର ଶୁଭ ସମକକ୍ଷ, ୫ଟି ରାଶିର ଭାଗ୍ୟ ଉଜ୍ୱଳ