New Year 2024: ସୋମବାରରେ ପଡିଛି ନୂଆବର୍ଷ, ଏମିତି କରନ୍ତୁ ମହାଦେବଙ୍କ ପୂଜାର୍ଚ୍ଚନା, ମନସ୍କାମନା ହେବ ପୂରଣ
Advertisement
Article Detail0/zeeodisha/odisha2037976

New Year 2024: ସୋମବାରରେ ପଡିଛି ନୂଆବର୍ଷ, ଏମିତି କରନ୍ତୁ ମହାଦେବଙ୍କ ପୂଜାର୍ଚ୍ଚନା, ମନସ୍କାମନା ହେବ ପୂରଣ

Special Upay for New Year: ସବୁ ଅପେକ୍ଷାର ଅନ୍ତ ଘଟାଇ ନୂଆ ବର୍ଷ ୨୦୨୪ ଆସିଛି । ମହାଦେବ ଶିବଶଙ୍କରଙ୍କ ଦିନ ବିବେଚନା କରାଯାଉଥିବା ସୋମବାର ଅବସରରେ ନୂଆ ବର୍ଷ ଆରମ୍ଭ ହେଉଥିବାରୁ ଆଜି ଆପଣଙ୍କୁ କିଛି ଖାସ୍ କଥା କହିବାକୁ ଯାଉଛୁ । ଏହି ଉପାୟରେ ଆପଣ ବାବାଙ୍କୁ ପୂଜା କରିବା ଦ୍ୱାରା ଆପଣ ଆଶୀର୍ବାଦ ପାଇପାରିବେ ।

New Year 2024: ସୋମବାରରେ ପଡିଛି ନୂଆବର୍ଷ, ଏମିତି କରନ୍ତୁ ମହାଦେବଙ୍କ ପୂଜାର୍ଚ୍ଚନା, ମନସ୍କାମନା ହେବ ପୂରଣ

Special Upay for New Year: ନୂଆ ବର୍ଷ ସମସ୍ତଙ୍କ ପାଇଁ ନୂଆ ସମ୍ଭାବନା ଏବଂ ନୂଆ ଆଶା ଆଣିଥାଏ । ବର୍ଷର ପ୍ରଥମ ଦିନରେ ସମସ୍ତେ ଚାହାଁନ୍ତି ଯେ, ସେମାନଙ୍କର ପୁରା ବର୍ଷ ଖୁସିରେ କଟୁ । ଅନେକ ବ୍ୟକ୍ତି ନୂଆ ବର୍ଷରେ ନୂଆ କିଛି କରିବାର ସ୍ୱପ୍ନ ରଖିଥାନ୍ତି ଯାହାଦ୍ୱାରା ସେମାନେ ସଫଳତା ପାଇପାରିବେ । ଏଭଳି ପରିସ୍ଥିତିରେ, ନୂଆ ବର୍ଷକୁ ଖାସ୍ କରିବା ପାଇଁ ଆଜି ଆମେ ଆପଣଙ୍କ ପାଇଁ କିଛି ବିଶେଷ ଧାର୍ମିକ ଉପଚାର ଆଣିଛୁ । ଏହି ଉପାୟ ଦ୍ୱାରା ଆପଣ ବର୍ଷ ତମାମ ଭଲ ଫଳ ପାଇପାରିବେ ।

ମାତା ଲକ୍ଷ୍ମୀଙ୍କ ପୂଜା
ଯଦି ଆପଣଙ୍କର ଆର୍ଥିକ ସମସ୍ୟା ରହିଛି ତେବେ ୨୦୨୪ ବର୍ଷର ପ୍ରଥମ ଦିନରେ ଧନର ଦେବୀ ମାଆ ଲକ୍ଷ୍ମୀଙ୍କୁ ପୂଜା କରନ୍ତୁ । ଏହା କରିବା ଦ୍ୱାରା ଦେବୀ ଲକ୍ଷ୍ମୀ ଆପଣଙ୍କ ଉପରେ ସନ୍ତୁଷ୍ଟ ହେବେ। ଯାହାଦ୍ୱାରା ଆପଣଙ୍କ ଆର୍ଥିକ ସଙ୍କଟ ଦୂର ହୋଇପାରିବ । ଯଦି ଆପଣ ବର୍ଷର ପ୍ରଥମ ଦିନରେ ଭକ୍ତିର ସହ ମାଆ ଲକ୍ଷ୍ମୀଙ୍କ ପୂଜା କରନ୍ତି ତେବେ ବର୍ଷସାରା ଅର୍ଥର ଅଭାବ ରହିବ ନାହିଁ । ତେଣୁ ଏହି ଖାସ୍ ଦିନରେ ଧନର ଦେବୀଙ୍କୁ ପୂଜା କରିବାକୁ ଆଦୌ ଭୁଲନ୍ତୁ ନାହିଁ ।

ମହାଦେବଙ୍କ ପୂଜା
୨୦୨୪ ନୂଆ ବର୍ଷର ଆରମ୍ଭ ହେଉଛି ମହାଦେବ ଶିବଶଙ୍କରଙ୍କ ବାର ସୋମବାରରୁ । ତେଣୁ ସୋମବାର ନୂଆ ବର୍ଷ ଆରମ୍ଭ କରିବା ଏକ ବହୁତ ଭଲ ଶୁଭ ସଙ୍କେତ ଅଟେ । ଯେଉଁ ବ୍ୟକ୍ତି ମହାଦେବଙ୍କୁ ପୂଜା କରନ୍ତି ଏବଂ ଏହି ଦିନ ରୀତିନୀତି ଅନୁଯାୟୀ ଉପବାସ କରନ୍ତି, ସେ ଭଗବାନ ଶିବ ଶଙ୍କରଙ୍କ ଆଶୀର୍ବାଦ ପାଇଥାନ୍ତି । ଯାହା ତାଙ୍କ ଜୀବନର ସମସ୍ତ ସମସ୍ୟାକୁ ଦୂର କରିଥାଏ । ତେଣୁ ଆପଣ ସୋମବାର ନିକଟସ୍ଥ ଶିବ ମନ୍ଦିର ପରିଦର୍ଶନ କରି ମହାଦେବଙ୍କ ପୂଜା କରିବା ସହିତ ଆଶୀର୍ବାଦ ଭିକ୍ଷା କରନ୍ତୁ ।

ନୂଆ ବର୍ଷର ପ୍ରଥମ ଦିନ ସୋମବାର ପଡୁଥିବାରୁ ଆପଣ ପ୍ରଭୁ ଶିବଶଙ୍କରଙ୍କୁ ତାଙ୍କର ପ୍ରିୟ ଜିନିଷ ଅର୍ପଣ କରନ୍ତୁ । ଦୁଦୁରା ଫୁଲ ସହିତ କଞ୍ଚା କ୍ଷୀର ଅର୍ପଣ କରି ମହାଦେବଙ୍କ ପୂଜା କରନ୍ତୁ । ଏହା କରିବା ଦ୍ୱାରା ମହାଦେବଙ୍କ ବିଶେଷ ଆଶୀର୍ବାଦ ପ୍ରାପ୍ତ ହୋଇଥାଏ । ଏଥିସହ ଶିବ ଲିଙ୍ଗରେ ପାଣି ଚଢାଇବା ଦ୍ୱାରା ଆପଣଙ୍କୁ ଶୁଭ ଫଳାଫଳ ମିଳିଥାଏ ।

ସୂଚନାଯୋଗ୍ୟ, ଏଠାରେ ଦିଆଯାଇଥିବା ସମସ୍ତ ତଥ୍ୟ ସୂଚନା ଆଧାରରେ ପ୍ରକାଶିତ । ଏହା ଜୀ ଓଡ଼ିଶା ନ୍ୟୁଜର ନିଜସ୍ୱ ମତ ନୁହେଁ । ଅଧିକ ସୂଚନା ପାଇଁ ଆପଣ ବିଶେଷଜ୍ଞଙ୍କ ସହ ପରାମର୍ଶ କରନ୍ତୁ ।

Also Read- ପ୍ରଭୁ ଶ୍ରୀରାମଙ୍କ ପତାକା ସହ ୧୩ ହଜାର ଫୁଟ ଉଚ୍ଚରୁ ଡେଇଁଲେ ଏହି ଝିଅ

Also Read- Mann Ki Baat Highlights: ୨୦୨୩ଶେଷ ୨୦୨୪ ଆରମ୍ଭ ନେଇ 'ମନ କି ବାତ୍'ରେ ବାର୍ତ୍ତା