Mangal Gochar 2024: ଶନିଙ୍କ ରାଶି ମଙ୍ଗଳ ଚଳନ, ଏହି ରାଶିର ଲୋକଙ୍କୁ ମିଳିବ ସବୁ ଖୁସି...
Advertisement
Article Detail0/zeeodisha/odisha2112452

Mangal Gochar 2024: ଶନିଙ୍କ ରାଶି ମଙ୍ଗଳ ଚଳନ, ଏହି ରାଶିର ଲୋକଙ୍କୁ ମିଳିବ ସବୁ ଖୁସି...

Mangal Gochar 2024: କୁମ୍ଭରେ ମଙ୍ଗଳ ଚଳନ କାରଣରୁ ଶନିଦେବଙ୍କ ସହ ଏକ ମିଳନ ହେବ । ଉଭୟ ମଙ୍ଗଳ ଏବଂ ଶନି ଗ୍ରହଙ୍କୁ ନିଷ୍ଠୁର ଗ୍ରହ ଭାବରେ ଜୋତିଷ ଶାସ୍ତ୍ରରେ ବିବେଚନା କରାଯାଏ। ଏପରି ପରିସ୍ଥିତିରେ ଉଭୟଙ୍କର ସଂଯୋଗ କିଛି ରାଶି ଉପରେ ବିଭିନ୍ନ ପ୍ରଭାବ ପକାଇବ । କୁମ୍ଭରେ ମଙ୍ଗଳ ଏବଂ ଶନିଙ୍କ ମିଳନ ଦ୍ୱାରା କେଉଁ ରାଶିର ବ୍ୟକ୍ତିବିଶେଷ ଉପକୃତ ହେବେ ଆସନ୍ତୁ ଜାଣିବା ।

Mangal Gochar 2024: ଶନିଙ୍କ ରାଶି ମଙ୍ଗଳ ଚଳନ, ଏହି ରାଶିର ଲୋକଙ୍କୁ ମିଳିବ ସବୁ ଖୁସି...

Mangal Gochar 2024: ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ପ୍ରତ୍ୟେକ ବ୍ୟକ୍ତିଙ୍କ ଜୀବନରେ ଗ୍ରହ ଚଳନ ପ୍ରଭାବ ପକାଇଥାଏ । ଗ୍ରହମାନେ ଗୋଟିଏ ରାଶିରୁ ଆଉ ଏକ ରାଶିକୁ ନିର୍ଦ୍ଦିଷ୍ଟ ସମୟ ବ୍ୟବଧାନରେ ଚଳନ କରିଥାନ୍ତି । ଯାହାଦ୍ୱାରା ସମସ୍ତ ରାଶିର ବ୍ୟକ୍ତିବିଶେଷର ଲୋକଙ୍କ ଜୀବନରେ ପ୍ରଭାବ ପଡେ । ମଙ୍ଗଳ ଗ୍ରହଙ୍କୁ ଗ୍ରହମାନଙ୍କର ସେନାପତି ବୋଲି କୁହାଯାଇଥାଏ । କୌଣସି ରାଶିରେ ମଙ୍ଗଳ ଚଳନ ହେଲେ ତାହା ପ୍ରାୟ ୪୫ ଦିନ ପର୍ଯ୍ୟନ୍ତ ରହିଥାଏ । ମଙ୍ଗଳ ଗ୍ରହ ଉତ୍ସାହ, ସାହସ, ରକ୍ତ ଏବଂ ଯୁଦ୍ଧ ସହିତ ସଂଯୋଗ କରିଥାଏ । ମଙ୍ଗଳ ଗ୍ରହର ରାଶିର ପରିବର୍ତ୍ତନ କିଛି ରାଶିକୁ ଅତ୍ୟନ୍ତ ଶୁଭଫଳ ଦେଇଥାଏ । ବର୍ତ୍ତମାନ ସ୍ଥିତିରେ ମଙ୍ଗଳ ବର୍ତ୍ତମାନ ମକର ରାଶିରେ ବିଦ୍ୟମାନ । ମାର୍ଚ୍ଚ ୧୫, ୨୦୨୪ ପର୍ଯ୍ୟନ୍ତ ମକର ରାଶିରେ ମଙ୍ଗଳ ରହିବେ । ତା’ପରେ ସେମାନେ ଶନିଙ୍କ ଦ୍ୱିତୀୟ ରାଶି ତଥା କୁମ୍ଭରେ ପ୍ରବେଶ କରିବେ । କୁମ୍ଭରେ ମଙ୍ଗଳ ଚଳନ କାରଣରୁ ଶନିଦେବଙ୍କ ସହ ଏକ ମିଳନ ହେବ । ଉଭୟ ମଙ୍ଗଳ ଏବଂ ଶନି ଗ୍ରହଙ୍କୁ ନିଷ୍ଠୁର ଗ୍ରହ ଭାବରେ ଜୋତିଷ ଶାସ୍ତ୍ରରେ ବିବେଚନା କରାଯାଏ। ଏପରି ପରିସ୍ଥିତିରେ ଉଭୟଙ୍କର ସଂଯୋଗ କିଛି ରାଶି ଉପରେ ବିଭିନ୍ନ ପ୍ରଭାବ ପକାଇବ । କୁମ୍ଭରେ ମଙ୍ଗଳ ଏବଂ ଶନିଙ୍କ ମିଳନ ଦ୍ୱାରା କେଉଁ ରାଶିର ବ୍ୟକ୍ତିବିଶେଷ ଉପକୃତ ହେବେ ଆସନ୍ତୁ ଜାଣିବା ।

ମେଷ
ମାର୍ଚ୍ଚ ମାସରେ ଆପଣଙ୍କ ରାଶିର ଏକାଦଶ ଘରେ ମଙ୍ଗଳ ଚଳନ କରିବେ । ଏହାର ପ୍ରଭାବରେ ଆପଣଙ୍କୁ ଅତ୍ୟନ୍ତ ଲାଭଦାୟକ ଫଳ ମିଳିବ । ବିଶେଷ କରି ଆର୍ଥିକ ଲାଭର ସମ୍ଭାବନା ଅଛି । ବିଚାରାଧୀନ କାର୍ଯ୍ୟ କିମ୍ବା ବିଭିନ୍ନ ପ୍ରକାରର ପ୍ରତିବନ୍ଧକରୁ ଆପଣଙ୍କୁ ଆରାମ ମିଳିବ । ନୂଆ ଚାକିରି ପାଇଁ ଭଲ ଅଫର ଆସିପାରେ । ବ୍ୟବସାୟରେ ଭଲ ଲାଭ ହେବ ।

ସିଂହ
ଆପଣଙ୍କ ରାଶିର ସପ୍ତମ ଘରେ ମଙ୍ଗଳ ଚଳନ କରିବେ । ଏହି ଚଳନ ଦ୍ୱାରା ଆପଣଙ୍କ ପାଇଁ ଶୁଭଫଳ ମିଳିବ । କାର୍ଯ୍ୟରେ ସଫଳତା ପ୍ରାପ୍ତି ହେବ । କଠିନ ପରିଶ୍ରମର ଭଲ ଫଳାଫଳ ମିଳିବ । ଆପଣଙ୍କ ସପକ୍ଷରେ ଲୋକଙ୍କ ସମର୍ଥନ ରହିବ । କର୍ମକ୍ଷେତ୍ରରେ ଆପଣଙ୍କୁ ନୂଆ ଦାୟିତ୍ୱ ମିଳିବ । ସ୍ୱାସ୍ଥ୍ୟ ମଧ୍ୟମ ଧରଣର ରହିବ ।

କୁମ୍ଭ
ଆପଣଙ୍କ ପାଇଁ ମଙ୍ଗଳଙ୍କର ପ୍ରଭାବ ଭଲ ରହିବ । କାର୍ଯ୍ୟରେ ସଫଳତା ହାସଲ କରିବେ । ଆପଣ ନିଜ ଜୀବନରେ ସୁଖଦ ପରିବର୍ତ୍ତନ ଦେଖିପାରନ୍ତି । କାର୍ଯ୍ୟ କ୍ଷେତ୍ରରେ ଭଲ ଫଳ ମିଳିବ । ଆପଣଙ୍କ ଭାଗ୍ୟରେ ଆର୍ଥିକ ଲାଭର ସୁଯୋଗ ରହିଛି ।

Disclaimer: ଏଠାରେ ଦିଆଯାଇଥିବା ସମସ୍ତ ତଥ୍ୟ ସୂଚନା ଆଧାରରେ ପ୍ରକାଶିତ । ଏହା ଜୀ ଓଡ଼ିଶା ନ୍ୟୁଜର ନିଜସ୍ୱ ମତ ନୁହେଁ । ଅଧିକ ସୂଚନା ପାଇଁ ଆପଣ ବିଶେଷଜ୍ଞଙ୍କ ସହ ପରାମର୍ଶ କରନ୍ତୁ ।

Also Read- Shani Gochar 2024: ସାବଧାନ ..! ଶନିଙ୍କ ଚଳନରୁ ପ୍ରଭାବିତ ହେବ ଏହି ରାଶି...

Also Read- ପ୍ରଭୁଙ୍କ ଦର୍ଶନ ହେବ ଆହୁରି ସହଜ, ପୁରୀରୁ ଅଯୋଧ୍ୟା ରେଳସେବା