Mangal Gochar 2024: ଏହି ରାଶିର ହେବ ଅତ୍ୟନ୍ତ ମଙ୍ଗଳ, ମିଳିବ ସମସ୍ତ ସୁଖ
Advertisement
Article Detail0/zeeodisha/odisha2091481

Mangal Gochar 2024: ଏହି ରାଶିର ହେବ ଅତ୍ୟନ୍ତ ମଙ୍ଗଳ, ମିଳିବ ସମସ୍ତ ସୁଖ

Mangal Gochar 2024: ମଙ୍ଗଳ ଚଳନ କିଛି ନିର୍ଦ୍ଦିଷ୍ଟ ରାଶିକୁ ବିଶେଷ ପ୍ରଭାବିତ କରିବ । ସାହସ, ଶକ୍ତି ଏବଂ ବୈବାହିକ ସୁଖକୁ ଏହା ଅଧିକ ପ୍ରଭାବିତ କରିଥାଏ । ଫେବୃଆରୀ ୫, ୨୦୨୪ରେ, ମଙ୍ଗଳ ମକର ରାଶିରେ ଚଳନ କରିବ ଯାହା ୫ ଟି ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ଅତ୍ୟନ୍ତ ଶୁଭଫଳ ପ୍ରଦାନ କରିବ ।

Mangal Gochar 2024: ଏହି ରାଶିର ହେବ ଅତ୍ୟନ୍ତ ମଙ୍ଗଳ, ମିଳିବ ସମସ୍ତ ସୁଖ

Mars Transit 2024 in Capricorn: ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ମଙ୍ଗଳ ଗ୍ରହ ଶକ୍ତି, ସାହସ, ଧର୍ଯ୍ୟର କାରଣ ବୋଲି ବିବେଚନା କରାଯାଏ । ନବ ଗ୍ରହ ମଧ୍ୟରେ ଶ୍ରେଷ୍ଠ ଭାବେ ବିବେଚିତ ହୋଉଥିବା ମଙ୍ଗଳ ଗ୍ରହ ଫେବୃଆରୀ ୫, ୨୦୨୪ରେ ମକର ରାଶିରେ ଚଳନ କରିବାକୁ ଯାଉଛନ୍ତି । ମକର ରାଶିରେ ପୂର୍ବରୁ ସୂର୍ଯ୍ୟ ଅବସ୍ଥାନ କରିଥିବା ସମୟରେ ବର୍ତ୍ତମାନ ମଙ୍ଗଳ ଚଳନ ହେବାକୁ ଯାଉଛି । ମଙ୍ଗଳ ଗ୍ରହ ଚଳନ କାରଣରୁ ସ୍ୱତନ୍ତ୍ର ମଙ୍ଗଳ ଯୋଗ ଗଠନ ହେଉଛି । ଏହି କାରଣରୁ କିଛି ରାଶିର ବ୍ୟକ୍ତିବିଶେଷଙ୍କୁ ଅନେକ ଫାଇଦା ମିଳିବ । ଜୋତିଷଙ୍କ ମତରେ କେଉଁ ରାଶିର ବ୍ୟକ୍ତିବିଶେଷ ଶୁଭ ଫଳ ପାଇବେ ଆସନ୍ତୁ ଜାଣିବା ।

ମେଷ: ଆପଣଙ୍କ କ୍ୟାରିୟରରେ ବହୁତ ବଡ଼ ପରିବର୍ତ୍ତନ ଆସିପାରେ । ସହଜରେ ଆପଣ ସଫଳତା ହାସଲ କରିବେ । କୌଣସି ସ୍ଥାନରୁ ଶୁଭ ଖବର ପ୍ରାପ୍ତ କରିବେ । ଚାକିରି କ୍ଷେତ୍ରରେ ପଦୋନ୍ନତି ପାଇବାର ସମ୍ଭାବନା ଅଛି । ଟଙ୍କା ରୋଜଗାର ପାଇଁ ନୂଆ ଉତ୍ସ ମିଳିବ । ଜୀବନସାଥୀଙ୍କ ସହିତ ସମ୍ପର୍କରେ ମଧୁରତା ଭରିଯିବ ।

ବୃଷ: ଆପଣଙ୍କ ରୋଜଗାର ବଢିବାର ଯଥେଷ୍ଟ ସମ୍ଭାବନା ରହିଛି । କ୍ୟାରିୟରରେ ଆପଣଙ୍କୁ ସଫଳତା ମିଳିବ । ପୂର୍ବରୁ କରିଥିବା କଠିନ ପରିଶ୍ରମ ଆପଣଙ୍କ ପାଇଁ ସଫଳତାର କାରଣ ପାଲଟିବ । ଶିକ୍ଷା କ୍ଷେତ୍ରରେ ବିଦ୍ୟାର୍ଥୀଙ୍କୁ ସଫଳତା ମିଳିବ ।

ତୁଳା : କ୍ୟାରିୟର କ୍ଷେତ୍ରରେ ଆପଣଙ୍କୁ ନୂଆ ସଫଳତା ମିଳିବ । ସଫଳତାରେ କୌଣସି ବାଧା ବିଘ୍ନ ତଥା ସମସ୍ୟା ଉପୁଜିବ ନାହିଁ । ଭାଗ୍ୟ ଆପଣଙ୍କୁ ସାଥ ଦେବ । ଯଦି ଆପଣ ଏକ ନୂଆ ବ୍ୟବସାୟ ଆରମ୍ଭ କରିବାକୁ ଚାହୁଁଛନ୍ତି ତେବେ ଏହି ସମୟ ଅତ୍ୟନ୍ତ ଶୁଭ ।

ବିଛା: ରୋଜଗାର ପ୍ରାପ୍ତିର ସୁବର୍ଣ୍ଣ ସୁଯୋଗ ରହିଛି । ବ୍ୟବସାୟରେ ମଧ୍ୟ ଆୟ ବୃଦ୍ଧି ପାଇବ । ଜୀବନସାଥୀଙ୍କ ସହିତ ସମ୍ପର୍କରେ ମଧୁରତା ଭାବ ରହିବ ।

ମୀନ: ପାରିବାରିକ ଜୀବନରେ ଖୁସି ମିଳିବ । ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ଦୂର ହେବ । ପୁରୁଣା ତଥା ବିଚାରାଧୀନ କାର୍ଯ୍ୟରେ ପୂର୍ଣ୍ଣଛେଦ ପଡିବ । ଆର୍ଥିକ ସ୍ଥିତିରେ ସୁଧାର ଆସିବ ।

(Disclaimer: ଏଠାରେ ଦିଆଯାଇଥିବା ସମସ୍ତ ସୂଚନା ସାଧାରଣ ବିଶ୍ୱାସ ଏବଂ ସୂଚନା ଉପରେ ଆଧାରିତ । ଜୀ ଓଡ଼ିଶା ନ୍ୟୁଜର ଏହା ନିଜସ୍ୱ ମତ ନୁହେଁ । ତେଣୁ ଅଧିକ ସୂଚନା ପାଇଁ ଆପଣ ବିଶେଷଜ୍ଞଙ୍କ ସହ ପରାମର୍ଶ କରନ୍ତୁ ।