Mangal Gochar 2024: ମକର ରଶିରେ ମଙ୍ଗଳ ଚଳନ, ଏହି ୪ଟି ରାଶିର ବଦଳାଇବ ଭାଗ୍ୟ
Advertisement

Mangal Gochar 2024: ମକର ରଶିରେ ମଙ୍ଗଳ ଚଳନ, ଏହି ୪ଟି ରାଶିର ବଦଳାଇବ ଭାଗ୍ୟ

Mangal Gochar 2024: ଗ୍ରହମାନଙ୍କର ଚଳନ କାରଣରୁ ଫେବୃଆରୀ ମାସଟି କିଛି ରାଶି ପାଇଁ ଅତ୍ୟନ୍ତ ଶୁଭ ହେବାକୁ ଯାଉଛି । ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ମଙ୍ଗଳ ଗ୍ରହର ଅନେକ ବିଶେଷତ୍ୱ ରହିଛି । ବର୍ତ୍ତମାନ ମଙ୍ଗଳ ଗ୍ରହ ଧନୁ ରାଶିରେ ଅବସ୍ଥାନ କରିଛନ୍ତି । ମଙ୍ଗଳ ୫ ଫେବୃଆରୀ ୨୦୨୪ ରାତି ୯ଟା୭ ସମୟରେ ମକର ରାଶିରେ ପ୍ରବେଶ କରିବ । ଗ୍ରହ ଚଳନ କାରଣରୁ ମଣିଷ ଜୀବନରେ ଅନେକ ପରିବର୍ତ୍ତନ ଦେଖାଯାଇଥାଏ । ମଙ୍ଗଳ ଗ୍ରହର ରାଶି ପରିବର୍ତ୍ତନ ୧୨ଟି ରାଶି ଉପରେ ଉଭୟ ଶୁଭ ଏବଂ ଅଶୁଭ ପ୍ରଭାବ ପକାଇବ । ତେବେ ଆଜି ଆପଣଙ୍କୁ ଜଣାଇବୁ କେଉଁ ରାଶି ଉପରେ ପଡିବ ଶୁଭ ପ୍ରଭାବ ।

ମେଷ
ଫେବୃଆରୀ ମାସରେ ମକର ରାଶିରେ ମଙ୍ଗଳ ଚଳନ ମେଷ ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ଅତ୍ୟନ୍ତ ଶୁଭଦାୟକ ସାବ୍ୟସ୍ତ ହେବ । କର୍ମକ୍ଷେତ୍ରରେ ଆପଣଙ୍କୁ ପଦୋନ୍ନତି ମିଳିବାର ସମ୍ଭାବନା ରହିଛି । ଯଦି ଆପଣ ଜଣେ ବ୍ୟବସାୟୀ ତେବେ ଆପଣଙ୍କ ପାଇଁ ଖୁସିର କଥା ଏହା ଯେ, ଆପଣଙ୍କ ବ୍ୟବସାୟ ବଢିବା ସହ ଭଲ ଅର୍ଥ ରୋଜଗାର ହେବ । ଅବିବାହିତମାନଙ୍କ ପାଇଁ ବିବାବ ପ୍ରସ୍ତାବ ଆସିବାର ସମ୍ଭାବନା ରହିଛି । ଘରକୁ ଅତିଥିମାନଙ୍କ ଆଗମନ ଆପଣଙ୍କ ପାଇଁ ଖୁସିର କାରଣ ହେବ ।

କର୍କଟ
ମଙ୍ଗଳ ଗ୍ରହ ଚଳନ କର୍କଟ ରାଶୀର ଲୋକଙ୍କ ପାଇଁ ଅତ୍ୟନ୍ତ ଶୁଭଦାୟକ ହେବ । କର୍କଟ ରାଶିର ବ୍ୟକ୍ତିବିଶେଷ ଭାଗିଦାରୀରେ ବ୍ୟବସାୟରେ ଅଧିକ ଲାଭ ପାଇବେ । ବ୍ୟବସାୟିକ କାର୍ଯ୍ୟରେ ଆପଣ ଦୂରଯାତ୍ରା କରିପାରନ୍ତି । ଆପଣଙ୍କ ଜୀବନସାଥୀଙ୍କ ଉପହାର ଆପଣଙ୍କୁ ଖୁସି ଦେବ ।

ତୁଳା
ମଙ୍ଗଳଙ୍କ ଚଳନ ତୁଳା ରାଶିର ବ୍ୟକ୍ତି ବିଶେଷଙ୍କୁ ଅତ୍ୟନ୍ତ ଶୁଭଫଳ ଦେବ । ଚାକିରିରେ ଆପଣଙ୍କୁ ପଦୋନ୍ନତି ମିଳିବାର ସୁଯୋଗ ରହିଛି । କର୍ମକ୍ଷେତ୍ରରେ ବରିଷ୍ଠ ଅଧିକାରୀଙ୍କଠାରୁ ଆପଣଙ୍କୁ ସାହାଯ୍ୟ ମିଳିବ । କୋର୍ଟ କଚେରୀ ମାମଲାରେ ନିଷ୍ପତ୍ତି ଆପଣଙ୍କ ସପକ୍ଷରେ ଯିବାର ଅଧିକ ସମ୍ଭାବନା ରହିଛି । ସ୍ୱାସ୍ଥ୍ୟରେ ଉନ୍ନତି ହେବ ।

ମକର
ଫେବୃଆରୀରେ ମଙ୍ଗଳ ମକର ରାଶିରେ ପ୍ରବେଶ କରୁଥିବା କାରଣରୁ ଏହି ରାଶିର ବ୍ୟକ୍ତିବିଶେଷଙ୍କୁ ଅତ୍ୟନ୍ତ ଶୁଭଫଳ ମିଳିବ । ବ୍ୟବସାୟରେ ଆର୍ଥିକ ଲାଭ ଆପଣଙ୍କୁ ଖୁସି ଦେବ । ରାଜନୀତି କ୍ଷେତ୍ରରେ ଜଡିତ ଲୋକଙ୍କୁ ମାନ ସମ୍ମାନ ମିଳିବ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ ।

Disclaimer: ଏଠାରେ ଦିଆଯାଇଥିବା ସମସ୍ତ ତଥ୍ୟ ସୂଚନା ଆଧାରରେ ପ୍ରକାଶିତ । ଏହା ଜୀ ଓଡ଼ିଶା ନ୍ୟୁଜର ନିଜସ୍ୱ ମତ ନୁହେଁ । ଅଧିକ ଜାଣିବା ପାଇଁ ଆପଣ ବିଶେଷଜ୍ଞଙ୍କ ସହ ପରାମର୍ଶ କରିବା ଉଚିତ ।

Also Read- ବୁଧବାର ମହାପ୍ରଭୁଙ୍କ ବନକଲାଗି ନୀତି, ୪ଘଣ୍ଟା ବନ୍ଦ ରହିବ ଦର୍ଶନ

Also Read- Hemant Soren: ୪୦ ଘଣ୍ଟା ପରେ ରାଞ୍ଚିରେ ସାମ୍ନାକୁ ଆସିଲେ ହେମନ୍ତ ସୋରେନ