Mangal Gochar 2024 April: ବୃହସ୍ପତିଙ୍କ ଘରେ ମଙ୍ଗଳ ପ୍ରବେଶ, ୬ ଟି ରାଶିର ଲୋକଙ୍କୁ ମିଳିବ ଲାଭ
Advertisement
Article Detail0/zeeodisha/odisha2200686

Mangal Gochar 2024 April: ବୃହସ୍ପତିଙ୍କ ଘରେ ମଙ୍ଗଳ ପ୍ରବେଶ, ୬ ଟି ରାଶିର ଲୋକଙ୍କୁ ମିଳିବ ଲାଭ

Mangal Gochar 2024 april: ଏପ୍ରିଲ ୨୩ (ମଙ୍ଗଳବାର) ସକାଳ ୮ଟା ୫୨ ସମୟରେ ମଙ୍ଗଳ ଗ୍ରହ ବୃହସ୍ପତିଙ୍କ ରାଶି ମୀନରେ ମଙ୍ଗଳଙ୍କର ପ୍ରବେଶ ହେବାକୁ ଯାଉଛି । ତିରୁପତିର ଜଣେ ଜ୍ୟୋତିଷଙ୍କ ମତରେ ଏହି ଚଳନ ୬ଟି ରାଶିର ବ୍ୟକ୍ତିଙ୍କୁ ଶୁଭ ଫଳ ଦେବ । ଧନଧାନ୍ୟରେ ସେମାନଙ୍କ ଜୀବନ ଭରିଯିବା ସହ ସକରାତ୍ମକ ପରିବର୍ତ୍ତନ ଘଟିବ । ତେବେ ଆସନ୍ତୁ ଜାଣିବା ସେହି ରାଶି ଗୁଡିକ କଣ କଣ...

Mangal Gochar 2024 April: ବୃହସ୍ପତିଙ୍କ ଘରେ ମଙ୍ଗଳ ପ୍ରବେଶ, ୬ ଟି ରାଶିର ଲୋକଙ୍କୁ ମିଳିବ ଲାଭ

Mangal Gochar 2024 april: ମଙ୍ଗଳ ଗ୍ରହର ଭୂମିକା ସମସ୍ତ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଇଥାଏ । ମଙ୍ଗଳ ବୃହସ୍ପତିଙ୍କ ଘର ମୀନରେ ପ୍ରବେଶ କରିବାକୁ ଯାଉଛନ୍ତି । ଏପ୍ରିଲ ୨୩, ମଙ୍ଗଳବାର ସକାଳ ୮ଟା ୫୨ ସମୟରେ ଏହି ଚଳନ ହେବାକୁ ଯାଉଛି । ମଙ୍ଗଳ ୨୩ ଏପ୍ରିଲ୍ ରୁ ୧ ଜୁନ୍ ୦୩ଟା ୫୧ ପର୍ଯ୍ୟନ୍ତ ମୀନ ରାଶିରେ ରହିବେ । ମୀନରେ ମଙ୍ଗଳ ଗ୍ରହ ଚଳନ କାରଣରୁ ୬ ଟି ରାଶି ବ୍ୟକ୍ତିବିଶେଷଙ୍କ ଜୀବନରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ହେବାକୁ ଯାଉଛି । କାରଣ ଉକ୍ତ ରାଶି ପାଇଁ ଖୁବ ମଙ୍ଗଳମୟ ହେବାକୁ ଯାଉଛନ୍ତି ମଙ୍ଗଳ । ତେବେ କେଉଁ ରାଶିର ବ୍ୟକ୍ତିମାନେ ଏହି ଚଳନରୁ ଉପକୃତ ହେବେ ଆସନ୍ତୁ ଜାଣିବା ।

ବୃଷ ରାଶି: ମଙ୍ଗଳ ଗ୍ରହ ଚଳନ ପ୍ରଭାବରୁ ଆପଣଙ୍କୁ ବିଦେଶରୁ ଲାଭ ମିଳିପାରେ । ବ୍ୟବସାୟ କ୍ଷେତ୍ରରେ ଆପଣ ଲାଭ ପାଇବେ । କାର୍ଯ୍ୟରେ ସଫଳତାର ସୁଯୋଗ ରହିଛି । ଆର୍ଥିକ ଲାଭର ଯୋଗ ରହିଛି ।

ମିଥୁନ ରାଶି: ମଙ୍ଗଳ ଗ୍ରହଙ୍କ ଚଳନ ଆପଣଙ୍କ କ୍ୟାରିୟର ପାଇଁ ଶୁଭ ସାବ୍ୟସ୍ତ ହେବ । ୨୩ ଏପ୍ରିଲ ପରେ ଆପଣଙ୍କୁ ନୂତନ ନିଯୁକ୍ତି ମିଳିପାରେ । ନୂଆ କାର୍ଯ୍ୟ କିମ୍ବା ବ୍ୟବସାୟ ଆରମ୍ଭ କରିବାକୁ ଚାହୁଁଥିଲେ ଏହି ସମୟ ଅନୁକୂଳ ରହିଛି । ଆପଣଙ୍କୁ କାର୍ଯ୍ୟରେ ସଫଳତା ମିଳିବ । ଏପ୍ରିଲ୍ ୨୩ରୁ ଜୁନ୍ ୧ ମଧ୍ୟରେ ଆପଣଙ୍କୁ ଅଧିକାଂଶ କାର୍ଯ୍ୟରେ ସଫଳତା ମିଳିବ ।

କର୍କଟ ରାଶି: ଆପଣଙ୍କର ଆୟ ବଢିବାର ଯଥେଷ୍ଟ ସମ୍ଭାବନା ରହିଛି । ଆପଣ ନୂତନ ଆୟର ଉତ୍ସ ପାଇପାରିବେ । ଆପଣଙ୍କର ଆର୍ଥିକ ସ୍ଥିତି ସୁଦୃଢ ହେବ । ବିଦେଶରେ ଶିକ୍ଷା ପାଇବାର ଇଚ୍ଛା ପୂରଣ ହୋଇପାରିବ । ପୂର୍ବରୁ ଥିବା ଯୋଜନା କାର୍ଯ୍ୟକାରୀ କରନ୍ତୁ ସଫଳ ହେବେ ।

ତୁଳା ରାଶି: ମଙ୍ଗଳ ଗ୍ରହ ଚଳନ କାରଣରୁ ମନରେ ସାହସ ବଢିବ । ବ୍ୟବସାୟ କିମ୍ବା ବୃତ୍ତିରେ ଆଗକୁ ବଢିବେ । ନୂଆ ଚାକିରି ମିଳିପାରେ । ଆପଣଙ୍କ ସ୍ୱାସ୍ଥ୍ୟର ଉପଯୁକ୍ତ ଯତ୍ନ ନେବାରେ ଅବହେଳା କରନ୍ତୁ ନାହିଁ ।

ବିଛା ରାଶି:  ଆପଣଙ୍କ ଭିତରେ ଆଶ୍ଚର୍ଯ୍ୟଜନକ ଶକ୍ତି ଦେଖିବାକୁ ମିଳିବ । ନିଜ ପ୍ରଭାବ ବଢାଇବାରେ ଆପଣ ସଫଳ ହୋଇପାରନ୍ତି । ଆପଣଙ୍କୁ କିଛି ବଡ ପ୍ରୋଜେକ୍ଟ ମିଳିପାରେ । ସାହସର ସହ ପ୍ରତିଟି ବାଧାକୁ ସାମ୍ନା କରି ଆଗକୁ ବଢିବେ । ବୈବାହିକ ଜୀବନ ସୁଖପୂର୍ଣ୍ଣ ରହିବ ।

ଧନୁ ରାଶି: ମଙ୍ଗଳଙ୍କ ରାଶି ପରିବର୍ତ୍ତନ ଆପଣଙ୍କ ପାଇଁ ଶୁଭପ୍ରଦ । ବିଭିନ୍ନ କ୍ଷେତ୍ରରୁ ଆପଣ ଲାଭ ପାଇବେ । ଆପଣଙ୍କର ଯାତ୍ରା ଲାଭଦାୟକ ସାବ୍ୟସ୍ତ ହେବ । ଶିକ୍ଷା ଏବଂ ପ୍ରତିଯୋଗିତା ସହିତ ଜଡିତ କାର୍ଯ୍ୟରେ ନୂଆ ଅଭିଜ୍ଞତା ପାଇବେ ।

(Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ। କେବଳ ସୂଚନା ପାଇଁ ଦିଆଯାଇଛି। ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ। କୌଣସି ଉପାୟ କରିବା ପୂର୍ବରୁ ସମ୍ପୃକ୍ତ ବିଷୟର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ନିଶ୍ଚିତ ହୁଅନ୍ତୁ।

Also Read- Heat Wave: ତାପମାତ୍ରାରେ ହେବ ବଡ଼ ପରିବର୍ତ୍ତନ, ଆଜିଠୁ ପୁଣି ତାତି !

Also Read- Surya Gochar 2024: ୨୪ ଘଣ୍ଟାରେ ବଦଳିଯିବ ଏହି ୩ ରାଶିର ଭାଗ୍ୟ, ରହିଛି ଧନପ୍ରାପ୍ତି ଯୋଗ