Lakshmi Narayan yog 2024: ମେ ଶେଷରେ ବିରଳ ରାଜଯୋଗ, ୩ ରାଶି ଭାଗ୍ୟରେ ଧନ ବର୍ଷା
Advertisement
Article Detail0/zeeodisha/odisha2266412

Lakshmi Narayan yog 2024: ମେ ଶେଷରେ ବିରଳ ରାଜଯୋଗ, ୩ ରାଶି ଭାଗ୍ୟରେ ଧନ ବର୍ଷା

Budh Gochar Effects: ଲକ୍ଷ୍ମୀ ନାରାୟଣ ରାଜଯୋଗ ପ୍ରଭାବରୁ ୩ଟି ରାଶିର ବ୍ୟକ୍ତିବିଶେଷ ଅତ୍ୟନ୍ତ ଲାଭ ପାଇବେ ବୋଲି ବିବେଚନା କରାଯାଉଛି । ତେବେ ଆସନ୍ତୁ ଜାଣିବା ଜ୍ୟୋତିର୍ବିଦ ଆଚାର୍ଯ୍ୟ ସତ୍ୟବ୍ରତ ପାଢୀଙ୍କଠାରୁ କେଉଁ ୩ଟି ରାଶିଙ୍କୁ ଶୁଭଫଳ ମିଳିବ ।

Lakshmi Narayan yog 2024: ମେ ଶେଷରେ ବିରଳ ରାଜଯୋଗ, ୩ ରାଶି ଭାଗ୍ୟରେ ଧନ ବର୍ଷା

Budh Gochar Effects: ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ପ୍ରତ୍ୟକ ଗ୍ରହ ନିର୍ଦ୍ଦିଷ୍ଟ ସମୟ ବ୍ୟବଧାନରେ ରାଶି ପରିବର୍ତ୍ତନ କରିଥାନ୍ତି । ଯାହା ବ୍ୟକ୍ତିଙ୍କ ଜୀବନ ଉପରେ ଉଭୟ ଶୁଭ ଏବଂ ଅଶୁଭ ପ୍ରଭାବ ପକାଇଥାଏ । ଆପଣଙ୍କୁ କହିରଖିବାକୁ ଚାହୁଁ ଯେ, ଗ୍ରହ ନକ୍ଷତ୍ର ମାନଙ୍କର ସିଧାସଳଖ ପ୍ରଭାବ ଜୀବଜଗତ ଉପରେ ରହିଛି ବୋଲି ବିଶ୍ୱାସ କରାଯାଏ । ୧୨ ମାସର ବ୍ୟବଧାନ ପରେ ବୁଦ୍ଧ ଗ୍ରହ ମେ ୩୧ ରାତି ୧୨ଟା ୦୨ ମନିଟ ସମୟରେ ବୃଷ ରାଶିରେ ଚଳନ କରିବାକୁ ଯାଉଛନ୍ତି । ଯେଉଁଠାରେ ଶୁକ୍ର ପୂର୍ବରୁ ଉପସ୍ଥିତ ରହିଛନ୍ତି । ଯେଉଁ କାରଣ ପାଇଁ ଚମତ୍କାର ତଥା ଶୁଭ ଲକ୍ଷ୍ମୀ ନାରାୟଣ ରାଜଯୋଗ ଗଠିତ ହେଉଛି । ଯାହାର ପ୍ରଭାବରୁ ୩ଟି ରାଶିର ବ୍ୟକ୍ତିବିଶେଷ ଅତ୍ୟନ୍ତ ଲାଭ ପାଇବେ ବୋଲି ବିବେଚନା କରାଯାଉଛି । ତେବେ ଆସନ୍ତୁ ଜାଣିବା ଜ୍ୟୋତିର୍ବିଦ ଆଚାର୍ଯ୍ୟ ସତ୍ୟବ୍ରତ ପାଢୀଙ୍କଠାରୁ କେଉଁ ୩ଟି ରାଶିଙ୍କୁ ଶୁଭଫଳ ମିଳିବ ।

ମେଷ ରାଶି
ଆପଣଙ୍କ ପାଇଁ ଲକ୍ଷ୍ମୀ ନାରାୟଣ ରାଜଯୋଗ ଅତ୍ୟନ୍ତ ଶୁଭ ସାବ୍ୟସ୍ତ ହୋଇପାରେ । ସମସ୍ତ ବିଚାରାଧୀନ କାର୍ଯ୍ୟ ଶେଷ ହେବ । ମାନ ସମ୍ମାନରେ ବୃଦ୍ଧି ଘଟିବ । ଧନ ରୋଜଗାରର ନୂଆ ରାସ୍ତା ଖୋଲିବ । ଘରେ କିଛି ଶୁଭ କାମ ଅନୁଷ୍ଠିତ ହୋଇପାରେ । କଠିନ ପରିଶ୍ରମ କରିବା ଫଳରେ ସଫଳତା ପାଇବେ । ପଦୋନ୍ନତି ଏବଂ ଦରମା ବୃଦ୍ଧି ହେବାର ସମ୍ଭାବନା ରହିଛି । ବ୍ୟବସାୟରେ ଆପଣ ଲାଭବାନ ହେବେ ।

କନ୍ୟା ରାଶି
ଲକ୍ଷ୍ମୀ ନାରାୟଣ ଯୋଗ ପ୍ରଭାବରୁ ଭାଗ୍ୟର ସାଥ୍ ମିଳିବ । ବିଚାରାଧୀନ କାର୍ଯ୍ୟ ସମାପ୍ତ ହେବ । କଠିନ ପରିଶ୍ରମ ଦ୍ୱାରା ଅଧିକ ସଫଳତା ପାଇବେ । ଆର୍ଥିକ ଅବସ୍ଥାରେ ସୁଧାର ଆସିବ । ଜୀବନସାଥୀଙ୍କଠାରୁ ପୂର୍ଣ୍ଣ ସମର୍ଥନ ପାଇବେ । ଦାମ୍ପତ୍ୟ ଜୀବନରେ ପ୍ରେମ ବୃଦ୍ଧି ପାଇବ, ମାନସିକ ଚାପ ଦୂର ହେବ ।

ମୀନ ରାଶି
ଲକ୍ଷ୍ମୀ ନାରାୟଣ ଯୋଗ ପ୍ରଭାବରେ ଆପଣ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ପାଇବେ । କ୍ୟାରିୟରରେ ଆପଣ ଅଗ୍ରଗତି କରିବେ । ଚାକିରିରେ ଅଗ୍ରଗତି ହେବ । ଲକ୍ଷ୍ୟ ସ୍ଥିର କରିପାରିଲେ ଆପଣ ଖୁବ ଆଗକୁ ବଢିପାରିବେ । ଆର୍ଥିକ ଲାଭ ମିଳିବାର ସମ୍ଭାବନା ରହିଛି । ପ୍ରେମ ସମ୍ପର୍କରେ ସୁଖ ମିଳିବ । ସ୍ୱାସ୍ଥ୍ୟ ଭଲ ରହିବ ।

ତଥ୍ୟ- ଜ୍ୟୋତିର୍ବିଦ ଆଚାର୍ଯ୍ୟ ସତ୍ୟବ୍ରତ ପାଢୀ, ପ୍ଲଟ ନମ୍ୱର ଏଚଆଇଜି, ୧/୧୨ ବିଡିଏ କଲୋନୀ ଏଲଏନ, ଚନ୍ଦ୍ରଶେଖରପୁର, ଭୁବନେଶ୍ୱର ୭୫୧୦୧୬ 

(Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।)

Also Read- BSF Soldier Martyr: ଅଂଶୁଘାତ କାରଣରୁ ଶହୀଦ ହେଲେ ବିଏସଏଫ ଯବାନ

Also Read- ପୁରୀ ଆସିଛନ୍ତି କି, ତାହାଲେ ବୁଲିବାକୁ ଭୁଲନ୍ତୁ ନାହିଁ ଏହି ୫ଟି ସ୍ଵତନ୍ତ୍ର ପୀଠ....