Jupiter Transit Impact: ୧୨ ବର୍ଷ ପରେ ବୃଷ ରାଶିରେ ବୃହସ୍ପତି ଚଳନ, ୩ ରାଶିର ଭାଗ୍ୟ ହେବ ଉଜ୍ୱଳ
Advertisement

Jupiter Transit Impact: ୧୨ ବର୍ଷ ପରେ ବୃଷ ରାଶିରେ ବୃହସ୍ପତି ଚଳନ, ୩ ରାଶିର ଭାଗ୍ୟ ହେବ ଉଜ୍ୱଳ

Jupiter Transit in taurus: ଗ୍ରହମାନଙ୍କର ଚଳନ ପ୍ରତ୍ୟେକ ରାଶିର ବ୍ୟକ୍ତିବିଶେଷଙ୍କ ଜୀବନକୁ ପ୍ରଭାବିତ କରିଥାଏ । ଆଗକୁ ଦେବଗୁରୁ ବୃହସ୍ପତି ବୃଷ ରାଶିରେ ଚଳନ କରିବାକୁ ଯାଉଛନ୍ତି, ଯାହାର ସକରାତ୍ମକ ପ୍ରଭାବ ୩ଟି ରାଶିର ବ୍ୟକ୍ତିବିଶେଷଙ୍କଙ୍କ ଉପରେ ପଡିବ । ଆସନ୍ତୁ ଜାଣିବା ଜ୍ୟୋତିଷଙ୍କ ମତରେ କେଉଁ ରାଶିକୁ କେଉଁ ଫଳ ମିଳିବ ।

Jupiter Transit Impact: ୧୨ ବର୍ଷ ପରେ ବୃଷ ରାଶିରେ ବୃହସ୍ପତି ଚଳନ, ୩ ରାଶିର ଭାଗ୍ୟ ହେବ ଉଜ୍ୱଳ

Jupiter Transit Positive Impact: ଜୋତିଷଶାସ୍ତ୍ରରେ ନବଗ୍ରହଙ୍କ ଭୂମିକା ମଣିଷ ଜୀବନ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଇଛି । ନିର୍ଦ୍ଦିଷ୍ଟ ସମୟ ବ୍ୟବଧାନରେ ନଅଟି ଗ୍ରହ ଗୋଟିଏ ରାଶିରୁ ଅନ୍ୟ ରାଶିକୁ ଚଳନ କରିଥାନ୍ତି । ଯାହାର ଉଭୟ ଶୁଭ ଏବଂ ଅଶୁଭ ପ୍ରଭାବ ଜୀବଜଗତ ଉପରେ ପଡିଥାଏ ବୋଲି ବିଶ୍ୱାସ କରାଯାଏ । ଜ୍ୟୋତିଷ ଶାସ୍ତ୍ରରେ ବୃହସ୍ପତିଙ୍କୁ ଦେବ ଗୁରୁ ଭାବେ ବିବେଚନା କରାଯାଏ । ବୃହସ୍ପତିଙ୍କର ଧନ, ଭାଗ୍ୟ, ବିବାହ ଏବଂ ଧର୍ମ ପାଇଁ ସଂଯୋଗ ରହିଛି ବୋଲି କୁହାଯାଏ । ମେ ୧, ୨୦୨୪ରେ ଦୀର୍ଘ ୧୨ ବର୍ଷ ପରେ ବୃଷ ରାଶିରେ ଚଳନ କରିବେ ଦେବଗୁରୁ ବୃହସ୍ପତି । କାରଣ ଗୋଟିଏ ରାଶିରୁ ଫେରିବା ପାଇଁ ଦେବଗୁରୁ ୧୨ ବର୍ଷ ସମୟ ନେଇଥାନ୍ତି । ବୃଷ ରାଶିରେ ବୃହସ୍ପତିଙ୍କ ପ୍ରବେଶ ୩ ଟି ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଏ । ତେବେ ସେହି ରାଶି ଗୁଡିକ କଣ ଆସନ୍ତୁ ଜାଣିବା ।

ଚଳିତ ବର୍ଷ ବୃହସ୍ପତି ବୃଷ ରାଶିରେ ଚଳନ କରିବା ପ୍ରଭାବରେ ମେଷ, ବୃଷ ଏବଂ କର୍କଟ ରାଶିର ବ୍ୟକ୍ତି ବିଶେଷଙ୍କୁ ବିଭିନ୍ନ କ୍ଷେତ୍ରରେ ଲାଭ ମିଳିବ । ଆସନ୍ତୁ ଗୋଟି ଗୋଟି କରି ଜାଣିବା କେଉଁ ରାଶି ପାଇଁ କିପରି ମିଳିବ ଫଳ ।

1. ମେଷ
ବର୍ତ୍ତମାନ ମେଷ ରାଶିରେ ଦେବଗୁରୁ ବୃହସ୍ପତି ବିଦ୍ୟମାନ କରିଛନ୍ତି । ମେଷ ରାଶିରୁ ବୃଷ ରାଶିକୁ ଚଳନ କରିବେ । ଏହି ଚଳନ ସମୟରେ ସକରାତ୍ମକ ପ୍ରଭାବ ଦେଖିବାକୁ ମିଳିବ । ଆପଣଙ୍କୁ କ୍ୟାରିୟରରେ ସଫଳତା ମିଳିବାର ସୁଯୋଗ ରହିଛି । ଚାକିରି କ୍ଷେତ୍ରରେ ପଦୋନ୍ନତୀ ସହ ଦରମା ବଢିପାରେ । ବିଭିନ୍ନ ଦିଗରୁ ଅର୍ଥ ପ୍ରାପ୍ତିର ସୁଯୋଗ ସୃଷ୍ଟି ହେବ । ବ୍ୟବସାୟରେ ମଧ୍ୟ ଗ୍ରାହକଙ୍କଠାରୁ ପ୍ରଶଂସା ପାଇବା ସହ ଭଲ ଲାଭ କରିବେ । ଆପଣଙ୍କ ନିକଟକୁ କିଛି ଶୁଭ ଖବର ଆସିପାରେ ।

2. ବୃଷ
ବୃହସ୍ପତି ଆପଣଙ୍କ ଜୀବନକୁ ପରିବର୍ତ୍ତନ କରାଇବେ । ହଠାତ୍ କୌଣସି ସ୍ଥାନରୁ ଧନ ପ୍ରାପ୍ତିର ସୁଯୋଗ ରହିଛି । ଚାକିରି କ୍ଷେତ୍ରରେ ଆପଣ ଏକ ବଡ଼ ସଫଳତା ପାଇପାରନ୍ତି । ଧାର୍ମିକ କାର୍ଯ୍ୟ ପ୍ରତି ଆପଣଙ୍କ ମନ ବଳିବ ।

3. କର୍କଟ
ବୃହସ୍ପତିଙ୍କ ଚଳନ କର୍କଟ ରାଶିର ବ୍ୟକ୍ତିଙ୍କର ଭାଗ୍ୟ ଫିଟାଇପାରେ । ଆପଣ କମ ପରିଶ୍ରମରେ ପ୍ରତ୍ୟକ କ୍ଷେତ୍ରରେ ସଫଳତା ପାଇବାର ସୌଭାଗ୍ୟ ଅର୍ଜନ କରିବେ । ଚାକିରିରେ ଆପଣଙ୍କ ଆଶାଠାରୁ ଅଧିକ ଦରମା ବଢିପାରେ । ପରିବାର ସଦସ୍ୟଙ୍କ ଭଲପାଇବା ଆପଣଙ୍କୁ ପ୍ରତିକ୍ଷେତ୍ରରେ ଆଗକୁ ବଢାଇନେବ ।

Disclaimer: ଏଠାରେ ଦିଆଯାଇଥିବା ସମସ୍ତ ତଥ୍ୟ ସୂଚନା ଆଧାରରେ ପ୍ରକାଶିତ । ଏହା ଜୀ ଓଡ଼ିଶା ନ୍ୟୁଜର ନିଜସ୍ୱ ମତ ନୁହେଁ । ଅଧିକ ସୂଚନା ପାଇଁ ଆପଣ ବିଶେଷଜ୍ଞଙ୍କ ସହ ପରାମର୍ଶ କରନ୍ତୁ ।

Also Read- Fake Pregnancies: ସରକାରୀ ଯୋଜନାର ଫାଇଦା ନେବାକୁ ୧୭ ଥର ହୋଇଥିଲେ ଗର୍ଭବତୀ, ଧରାପଡିଲା ସତ

Also Read- ବୁଧ ଚଳନ ପ୍ରଭାବରେ ୩ ରାଶି ହେବେ ଧନୀ !