Horoscope for 9th June 2022 : ଧନକ୍ଷୟ ସମ୍ଭାବନା, ତିନି ରାଶିରେ ଘାତବାର
Advertisement
Article Detail0/zeeodisha/odisha1213202

Horoscope for 9th June 2022 : ଧନକ୍ଷୟ ସମ୍ଭାବନା, ତିନି ରାଶିରେ ଘାତବାର


ଗୁରବାର, ଚନ୍ଦ୍ର: କନ୍ୟା ରାଶିରେ, ତିଥି: ନବମୀ, ଦିବା ୮ଟା୨୦ ପରେ ଦଶମୀ, ନକ୍ଷତ୍ର: ହସ୍ତା, ରାତ୍ର ୪ଟା୨୭ ପରେ ଚିତ୍ରା, ଶୁଭ ସମୟ: ଦିବା ୩ଟା୨୪ରୁ ୫ଟା୫୯, ରାହୁକାଳ: ଦିବା ୧ଟା୯ରୁ ୨ଟା୪୬, ଘାତଚନ୍ଦ୍ର: ବୃଷ ରାଶିର, ଘାତବାର: ତୁଳା ଓ କୁମ୍ଭ ରାଶିର

 

ପ୍ରତିକାତ୍ମକ ଫଟୋ

Horoscope for 9th June 2022 : ମେଷ: ଦେହ ଆରୋଗ୍ୟ ରହିବ । ପ୍ରତ୍ୟେକ କାର୍ଯ୍ୟ ସୂଚାରୁ ରୂପେ ସଂପାଦନ କରିବେ । କର୍ମକ୍ଷେତ୍ରରେ ଉଚ୍ଚ ପଦାଧିଙ୍କ ଠାରୁ ପ୍ରଶଂସା ପାଇବେ । ଆର୍ଥିକ ସ୍ଥିତି ସ୍ୱଚ୍ଛଳ ହେବ । ଦୂରଯାତ୍ରା ଶୁଭ ଦାୟକ ।

ବୃଷ: ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେବ । ମନ ଦୁର୍ବଳ ରହିବ । ଆୟ ମଧ୍ୟମ ଧରଣର ହେବ । ଆଇନ ଅଦାଲତର କାର୍ଯ୍ୟ ଆପଣଙ୍କ ବିପକ୍ଷରେ ଯିବ । ଦୂରଯାତ୍ରା ବିପଜ୍ଜନକ ହୋଇପାରେ ।

ମିଥୁନ: ମାନସିକ ଶାନ୍ତି ଫେରି ପାଇବେ । ଆଧ୍ୟାତ୍ମିକ ଭାବନାରେ ସମୟ ବିତିବ । କାର୍ଯ୍ୟାଳୟର ବାତାବରଣ ଶାନ୍ତିପୂର୍ଣ୍ଣ ରହିବ । ପାରିବାରିକ ଜୀବନ ହର୍ଷଉଲ୍ଲାସ ଭରା ରହିବ ।

କର୍କଟ: ସ୍ୱାସ୍ଥ୍ୟ ଭଲ ରହିଲେ ମଧ୍ୟ ମାନସିକ ଅବସାଦ ଦେଖାଦେବ । ଚିନ୍ତାଗ୍ରସ୍ତ ରହିବେ । କାର୍ଯ୍ୟରେ ବାଧା ଓ ଅବରୋଧ ଦେଖାଦେବ । ସହକର୍ମୀଙ୍କ ସହ ମତଭେଦ ଦେଖାଦେବ ।

Also Read: Gyanvapi Row: ଜ୍ଞାନବାପି ମସଜିଦର ସର୍ଭେ ନିର୍ଦ୍ଦେଶ ଦେଇଥିବା ବିଚାରପତିଙ୍କୁ ମିଳିଲା ଧମକ

 

ସିଂହ: ଦେହ ଓ ମନ ଭଲ ରହିବ । କର୍ମକ୍ଷେତ୍ରରେ ଅନୁକୂଳ ପରିବେଶ ସୃଷ୍ଟି ହେବ । ରୋଜଗାର ଭଲ ରହିବ । ବ୍ୟବସାୟ ଆଶାନୁରୂପକ ହେବ । ବିବାଦୀୟ ଘଟଣାରେ ବିଜୟୀ ହେବେ ।

କନ୍ୟା: ମାନସିକ ଓ ଶାରୀରିକ ସୁସ୍ଥତା ଲାଭ କରିବେ । ପୂଜା ଆରଧନାରେ ସମୟ କାଟିବେ । ପ୍ରତ୍ୟେକ କାର୍ଯ୍ୟରେ ଆତ୍ମସନ୍ତୋଷ ଲାଭ କରିବେ । ପାରିବାରିକ ଜୀବନ ହେବ । ମୂଲ୍ୟବାନ ଦ୍ରବ୍ୟ କ୍ରୟ କରିବେ ।

ତୁଳା: ଦିନଟିରେ ସତର୍କ ରୁହନ୍ତୁ । କର୍ମକ୍ଷେତ୍ରରେ କର୍ମ ଚାପ ବୃଦ୍ଧି ପାଇବ । ଅନ୍ୟକୁ ସାହାଯ୍ୟ କରି ନିଜେ ଅସୁବିଧାରେ ପଡିବେ । ବ୍ୟବସାୟରେ ମଧ୍ୟମ ସଫଳତା ପାଇବେ । ଦୂରଯାତ୍ରା କରନ୍ତୁ ନାହିଁ ।

ବିଛା: ନିଜ ଅଧିକାର ସାବ୍ୟସ୍ତ କରିବେ । ଆଶା କରୁଥିବା ଦିଗରୁ ଅର୍ଥପ୍ରାପ୍ତି ହେବ । ଦୂର ସହରକୁ ଯାତ୍ରା କରିପାରନ୍ତି । ବିବାଦୀୟ ଘଟଣାର ଅବସାନ ଘଟିବ ।

Also Read: ଏଥର ଶୀତଳଷଷ୍ଠୀରେ ନିଆଁ ଲଗାଇଲେ ନୀଳ ଜିନ୍ସୱାଲି ରୂପସୀ!

ଧନୁ: ଶରୀର ସୁସ୍ଥ ରହିବ । କୌଣସି ଧାର୍ମୀକ କାର୍ଯ୍ୟରେ ଯୋଗ ଦେବେ । କର୍ମକ୍ଷେତ୍ରରେ ଶାନ୍ତିର ବାତାବରଣ ମିଳିବ । ଆୟ ଉତ୍ତମ ହେବ । ଦୂରଯାତ୍ରା ସଫଳ ହେବ ।

ମକର: ସ୍ୱାସ୍ଥ୍ୟ ଭଲ ରହିବ । ଧନକ୍ଷୟ ହେବାର ସମ୍ଭାବନା ରହିଛି । ପ୍ରତିକୂଳ ପରିସ୍ଥିତି ଦେଇ ଗତି କରିବେ । ଦାମ୍ପତ୍ୟ ଜୀବନ ସୁଖମୟ ହେବ । ବନ୍ଧୁବାନ୍ଧବଙ୍କ ଗହଣରେ ଦିନ କାଟିବେ ।

କୁମ୍ଭ: ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେବ । କର୍ମକ୍ଷେତ୍ରରେ ସହକର୍ମୀଙ୍କ ଅସହଯୋଗ ଅଶାନ୍ତିର କାରଣ ହେବ । ସନ୍ତାନଙ୍କ ପଢାପଢି ପାଇଁ ଅଧିକ ଖର୍ଚ୍ଚାନ୍ତ ହେବେ । କୋର୍ଟ କଚେରୀ ସମ୍ପର୍କିତ ରାୟ ଆପଣଙ୍କ ବିପକ୍ଷରେ ଯିବ ।

 ମୀନ: ଦେହ ଓ ମନ ଭଲ ରହିବ । ଈଶ୍ୱରଙ୍କ ପ୍ରତି ଆସ୍ଥା ବଢିବ । ଆୟ ତୁଳନାରେ ବ୍ୟୟ ଅଧିକ ହେବ । କାର୍ଯ୍ୟାଳୟରେ ପାରଦର୍ଶିତା ଦେଖାଇବେ । ପାରିବାରିକ ଜୀବନ ସୁଖମୟ ହେବ ।