Horoscope of 6th November 2022: ଆଜି ଆପଣଙ୍କ ପଛରେ ପଡ଼ିବ 'ରାହୁ'! ଏମିତି କଲେ ଛୁଇଁବନି ବିପଦ
Advertisement

Horoscope of 6th November 2022: ଆଜି ଆପଣଙ୍କ ପଛରେ ପଡ଼ିବ 'ରାହୁ'! ଏମିତି କଲେ ଛୁଇଁବନି ବିପଦ

Horoscope of 6th November 2022: କ୍ଷମତାର ଅଭିବୃଦ୍ଧି ଘଟାଇ ତା’ର ସଦ୍‌ବ୍ୟବହାର କରିପାରନ୍ତି । ଅନିଶ୍ଚିତତା ଅନୁଭବ କଲେ ବି ଉଦ୍ୟମ ଜାରି ରଖିବେ । ଆପଣଙ୍କ ପାଇଁ ଦିନଟି ସୁଖ ସ୍ୱାଚ୍ଛନ୍ଧ ଭରା ରହିବ । ଯେକୌଣସି କାର୍ଯ୍ୟ ବରାଦ ହେଲେ ବି; ସେଥିରେ ଉତ୍ସାହ ବୃଦ୍ଧି ପାଇବ । 

Horoscope of 6th November 2022: ଆଜି ଆପଣଙ୍କ ପଛରେ ପଡ଼ିବ 'ରାହୁ'! ଏମିତି କଲେ ଛୁଇଁବନି ବିପଦ

Horoscope of 6th November 2022, ମେଷ: ସୁଯୋଗର ଉପଯୋଗ କରିପାରନ୍ତି । ଶ୍ରମ ସାର୍ଥକ ହୋଇପାରେ । ଶୁଭ ଖବର ପାଇଁ ପ୍ରଫୁଲ୍ଳିତ ହେବେ । ଜ୍ଞାନ ଅର୍ଜନ ପାଇଁ ଆଗ୍ରହ ପ୍ରକାଶ କରିପାରନ୍ତି । ସତ୍‌କର୍ମରେ ନିଜକୁ ନିୟୋଜିତ କରିବେ । ଅର୍ଥ ପ୍ରାପ୍ତିର ସୁଯୋଗ ସୃଷ୍ଟି ହୋଇଛି ।  

ବୃଷ: ମୂଲ୍ୟବାନ୍ ଦ୍ରବ୍ୟ ଲାଭ ହୋଇପାରେ । ଦୂରଯାତ୍ରା ଫଳପ୍ରଦ ହେବ । ଅଯଥା ବିତର୍କରେ ଭାଗ ନ ନେଇ ଚୁପ୍ ରହିବା ଭଲ । ବୃଥା କାର୍ଯ୍ୟରେ ଖର୍ଚ୍ଚାନ୍ତ ହେବେ । ମିଠା କଥାରେ ପରକୁ ନିଜର କରିବେ ।     

ମିଥୁନ: ଭଲ ରୋଜଗାର ହେବାର ସୂଚନା ମିଳୁଛି । ଜନ ସଂପର୍କ ବୃଦ୍ଧି ପାଇବ । କାର୍ଯ୍ୟରେ ସଫଳତା ଲାଭ କରିବେ । କ୍ଷମତାର ଅଭିବୃଦ୍ଧି ଘଟାଇ ତା’ର ସଦ୍‌ବ୍ୟବହାର କରିପାରନ୍ତି । ବିବାଦୀୟ ଘଟଣାରେ ବିଜୟୀ ହେବେ ।  

କର୍କଟ: ଦେହ ଓ ମନ ଭଲ ରହିବ। ଭାଗ୍ୟର ପରିବର୍ତ୍ତନ ଆଶା କରାଯାଏ । ବିଭିନ୍ନ ଦିଗରୁ ଧନାଗମ ହେବାର ସୂଚନା ମିଳୁଛି । ପରିବେଶ ସ୍ୱାସ୍ଥ୍ୟ ହାନିର କାରଣ ହୋଇପାରେ । ଏକ ପତ୍ନୀ ବ୍ରତ ଆଚରଣ କରିପାରନ୍ତି । 

Also Read: ବୈକୁଣ୍ଠ ଚତୁର୍ଦ୍ଦଶୀ ବ୍ରତ କରିବାରୁ ମିଳିଥାଏ ୧୪,୦୦୦ ପାପରୁ ମୁକ୍ତି, ଜାଣନ୍ତୁ ଏହା ବିଷୟରେ...

 

ସିଂହ: ଅନିଶ୍ଚିତତା ଅନୁଭବ କଲେ ବି ଉଦ୍ୟମ ଜାରି ରଖିବେ । ସୁଖକର ଘଟଣାମାନ ଘଟିପାରେ । କର୍ମକ୍ଷେତ୍ରରେ ସଫଳତା ମିଳିବ । ଶୁଭକାର୍ଯ୍ୟ ପାଇଁ ସମୟ ଅନୂକୂଳ ରହିଛି । ଆନନ୍ଦ ଉପଭୋଗ କରିପାରନ୍ତି ।  

କନ୍ୟା: ସ୍ୱାସ୍ଥ୍ୟ ଭଲ ରହିବ । ଶତ୍ରୁକୁ ପରାଜିତ କରି ମାନସିକ ଶାନ୍ତି ଫେରିପାଇବେ । ସୁସମ୍ବାଦ ପାଇଁ ଖୁସି ହୋଇପାରନ୍ତି । ଶୁଭ କାର୍ଯ୍ୟ ପାଇଁ ସମୟ ଅନୁକୂଳ ରହିଛି । ଋଣପରିଶୋଧ କରି ଚିନ୍ତାମୁକ୍ତ ହେବେ ।   

ତୁଳା: ଆପଣଙ୍କ ପାଇଁ ଦିନଟି ସୁଖ ସ୍ୱାଚ୍ଛନ୍ଧ ଭରା ରହିବ । ଦେହ ଓ ମନ ଭଲ ରହିବ । ସେବା ଧର୍ମ ପ୍ରତି ମନ ବଳିବ । ଆୟ ଅବ୍ୟାହତ ରହିବ । ପାରିବାରିକ ଜୀବନ ଶାନ୍ତିପୂର୍ଣ୍ଣ ରହିବ । ଛାତ୍ରଛାତ୍ରୀମାନେ ପଢାପଢିରେ ଭଲ ପ୍ରଦର୍ଶନ କରିବେ । 

ବିଛା: ଯେକୌଣସି କାର୍ଯ୍ୟ ବରାଦ ହେଲେ ବି; ସେଥିରେ ଉତ୍ସାହ ବୃଦ୍ଧି ପାଇବ । ପରିଶ୍ରମର ମୂଲ୍ୟ ମିଳିବ । କନ୍ୟା ସନ୍ତାନ ଆପଣଙ୍କ ପାଇଁ ଶୁଭଦାୟକ ହେବ । କେତେକ କ୍ଷେତ୍ରରେ ଭୁଲ୍ ବୁଝାମଣାର ବଶବର୍ତ୍ତୀ ହୋଇପାରନ୍ତି । ତ୍ୟାଗପୁତ ଜୀବନଯାପନ କରିବେ ।   

Also Read: ଯଦି ଆପଣଙ୍କ ପାଖରେ ଅଛି ଏହି ଖାସ୍ ନମ୍ବରର ନୋଟ୍ ତ ମିଳିବ ୩ ଲକ୍ଷ ଟଙ୍କା; ଜାଣନ୍ତୁ କେମିତି

ଧନୁ: ସଞ୍ଚୟ ଉପଯୋଗ କରିପାରନ୍ତି । କଳହଠାରୁ ନିଜକୁ ଦୂରେଇ ରଖିପାରନ୍ତି । ଆର୍ଥିକ ସ୍ଥିତିରେ ସ୍ୱଚ୍ଛଳତା ଦେଖାଦେବ । ଶୁଭକାର୍ଯ୍ୟ ପାଇ ବାତାବରଣ ଅନୁକୂଳ ରହିଛି । ଦେବ ଦର୍ଶନର ସୁଯୋଗ ଅଛି । ସରକାରୀ ସ୍ତରରୁ ଲାଭ ଉଠାଇବେ ।   

ମକର: ନିଜ ସମ୍ମାନକୁ ଜଗି ଚଳିବାକୁ ପଡିବ । ଅନାଦର ହୋଇପାରନ୍ତି । ସାମାନ୍ୟ ଅସୁସ୍ଥତା ଅନୁଭବ କରିବେ । ଅର୍ଥ ଟାଣ-ଟୁଣ ରହିବ । କେବଳ ଭାଗ ବ୍ୟବସାୟରେ ସାମାନ୍ୟ ପରିମାଣର ଲାଭ ମିଳିବ ।   

କୁମ୍ଭ: ଆପଣଙ୍କ ପାଇଁ ଭଲ ଦିନଟିଏ । ଧର୍ମ କାର୍ଯ୍ୟରେ ନିୟୋଜିତ ହେବେ । ଚଞ୍ଚଳ ସ୍ୱଭାବର ହେବେ । ଦୂରଯାତ୍ରା ଶୁଭପ୍ରଦ ଅଟେ । ଭାଷାର ମାଧୁର୍ଯ୍ୟତା ପରକୁ ଆପଣାର କରିବ ।  

ମୀନ: ଧର୍ମ-ଧାରଣା ଆପଣଙ୍କୁ ବିଜୟ ସୂଚନା ପ୍ରଦାନ କରିବ । ଉଚ୍ଚ ଆଶା ପୂରଣ ହୋଇପାରେ । ଭଲ ଆୟ ହେବ । ସ୍ୱାସ୍ଥ୍ୟ ଅତୁଟ ରହିବ । ଉତ୍ତମ ଭୋଜନ ମିଳିବ । ନୂଆବନ୍ଧୁ ଜୁଟି ପାରନ୍ତି । ଚିନ୍ତାଧାରା ଉନ୍ନତମାନର ହେବ ।