Horoscope of 30th October 2022: ଆଜି ବଦଳିବ ଏହି ଚାରି ରାଶିର ଭାଗ୍ୟ! ଦିନଟି ବ୍ୟସ୍ତଭରା ରହିବ, କର୍ମକ୍ଷେତ୍ରରେ ଉତ୍ସାହ ଦେଖାଦେବ
Advertisement

Horoscope of 30th October 2022: ଆଜି ବଦଳିବ ଏହି ଚାରି ରାଶିର ଭାଗ୍ୟ! ଦିନଟି ବ୍ୟସ୍ତଭରା ରହିବ, କର୍ମକ୍ଷେତ୍ରରେ ଉତ୍ସାହ ଦେଖାଦେବ

Horoscope of 30th October 2022: ଛାତ୍ରଛାତ୍ରୀପାଠପଡାରେ ମନ ଦେବେ । ଉପରିସ୍ଥ ଅଧିକାରୀଙ୍କ ପ୍ରଶଂସାର ପାତ୍ର ହେବେ । ସମସ୍ୟାର ସମାଧାନ ପାଇଁ ବନ୍ଧୁଙ୍କ ପରାମର୍ଶ ଲୋଡିବେ । ବ୍ୟବସାୟରେ ପୁଞ୍ଜି ନିବେଶ କରିପାରନ୍ତି । 

 

Horoscope of 30th October 2022: ଆଜି ବଦଳିବ ଏହି ଚାରି ରାଶିର ଭାଗ୍ୟ!  ଦିନଟି ବ୍ୟସ୍ତଭରା ରହିବ, କର୍ମକ୍ଷେତ୍ରରେ ଉତ୍ସାହ ଦେଖାଦେବ

Horoscope of 30th October 2022, ମେଷ: କାମ ପାଇଁ ଶରୀରରେ ତେଜ ରହିବ। ଶତ୍ରୁ ବିଜୟୀ ହୋଇପାରନ୍ତି । ବ୍ୟବସାୟରେ ପୁଞ୍ଜିନିବେଶ ଲାଭ ଦେଇପାରେ । କାର୍ଯ୍ୟାଳୟରେ ସାବଧାନ ରୁହନ୍ତୁ । ଦାମ୍ପତ୍ୟ ଜୀବନ ସୁଖମୟ ହେବ ।

ବୃଷ: ପରୋପକାର ପାଇଁ ମନ ବଳାଇବେ । ଋଣ ପରିଶୋଧ କରି ଆତ୍ମଶାନ୍ତି ପାଇବେ । ଦୟାଳୁ ସ୍ବଭାବର ହେବେ । ବହୁ ଦିନର ଆଶା ଫଳବତୀ ହେବ । ମୂଲ୍ୟବାନ ଦ୍ରବ୍ୟ ପ୍ରାପ୍ତ ଯୋଗ ରହୁଛି ।

ମିଥୁନ: ସାମାନ୍ୟ ଶାରୀରିକ ପୀଡ଼ା ରହିବ । ଦୂର ଯାତ୍ରା କରନ୍ତୁ ନାହିଁ । ବାକ୍ ସଂଯମତା ରକ୍ଷା କରନ୍ତୁ । ଆର୍ଥିକ ସ୍ଥିତି ଭଲ ରହିବ । ଦେବୀ ଦର୍ଶନ କରନ୍ତୁ।

କର୍କଟ:ଦେହ ଓ ମନ ଭଲ ରହିବ । କର୍ମକ୍ଷେତ୍ର ଆନନ୍ଦଦାୟକ ରହିବ । ସୁଶୀଳ ଓ ଧନବାନ୍‌ ହୋଇପାରନ୍ତି । ଛାତ୍ରଛାତ୍ରୀପାଠପଡାରେ ମନ ଦେବେ । ଗୁରୁଭକ୍ତି ବହୁ ସମସ୍ୟାର ସମାଧାନର ପନ୍ଥା ହେବ ।

Also Read: Halloween horror night: ଦକ୍ଷିଣ କୋରିଆରେ ଦଳାଚକଟା, ୧୫୦ ମୃତ ଓ ୧୭୦ରୁ ଊର୍ଦ୍ଧ୍ୱ ଆହତ

ସିଂହ: ପଡୋଶୀଙ୍କ ସହ ସମ୍ପର୍କ ଭଲ ହେବ । ବ୍ୟବସାୟ ଲାଭପ୍ରଦ ହେବ । କର୍ମକ୍ଷେତ୍ରରେ ଉତ୍ସାହ ଦେଖାଦେବ । ଉପରିସ୍ଥ ଅଧିକାରୀଙ୍କ ପ୍ରଶଂସାର ପାତ୍ର ହେବେ ।

କନ୍ୟା: ଶାରୀରିକ ପୀଡ଼ାରୁ ମୁକ୍ତି ମିଳିବ । ମନ ପ୍ରଫୁଲ୍ଲ ରହିବ । କର୍ମକ୍ଷେତ୍ରରେ ସାବଧାନ ରୁହନ୍ତୁ । ଆୟ ବ୍ୟୟ ପ୍ରାୟ ସମାନ ରହିବ । ଶିବ ପାର୍ବତୀଙ୍କ ପୂଜା କରନ୍ତୁ ।

ତୁଳା: ନିଜ ସ୍ୱାସ୍ଥ୍ୟ ପ୍ରତି ସଚେତନ ହେବେ । ସ୍ଥିର ଚିତ୍ତରେ କାର୍ଯ୍ୟ କରନ୍ତୁ । ଖେଳାଳୀ ମାନେ ସଫଳତା ଦିଗରେ ଆଗେଇବେ । ସେବା ପୂଜା ପାଇଁ ମନ ବଳିବ । ସମସ୍ୟାର ସମାଧାନ ପାଇଁ ବନ୍ଧୁଙ୍କ ପରାମର୍ଶ ଲୋଡିବେ ।

ବିଛା: ପରୋପକାରୀ ଓ ମିଷ୍ଟଭାଷୀ ହେବେ । ସତେଜ ଓ ପ୍ରଫୁଲ୍ଲ ଚିତ୍ତ ରହିବ । ମାଙ୍ଗଳିକ କାର୍ଯ୍ୟରେ ଯୋଗ ଦେଇପାରନ୍ତି । ଦୂରଯାତ୍ରା କରନ୍ତୁ ନାହିଁ ।

Also Read: ଶନିବାର ଦିନ କେବଳ ଏହି ଦୁଇଟି କାର୍ଯ୍ୟ ଆପଣଙ୍କୁ କରିପାରେ କୋଟିପତି, ଶନି ଦେବଙ୍କ ବର୍ଷିବ କୃପା

ଧନୁ: କାର୍ଯ୍ୟକ୍ଷେତ୍ରରେ ଉପରିସ୍ଥ ଅଧିକାରୀଙ୍କ ପ୍ରଶଂସା ମିଳିବ । ଶାରୀରିକ ସୁସ୍ଥତା ଲାଭ କରିବେ । ବ୍ୟବସାୟରେ ପୁଞ୍ଜି ନିବେଶ କରିପାରନ୍ତି । ସେବା ପୂଜା ପ୍ରତି ମନ ବଳିବ ।

ମକର: ପାରିବାରିକ ସମସ୍ୟା ପାଇଁ ଚିନ୍ତାରେ ପଡିପାରନ୍ତି । ସ୍ୱାସ୍ଥ୍ୟଗତ ସମସ୍ୟା ଜଟିଳ ହୋଇପାରେ । ଦାମ୍ପତ୍ୟ ଜୀବନରେ ମନୋମାଳିନ୍ୟ ଦେଖାଦେବ । ବାକ୍ ସଂଯମତା ରକ୍ଷା କରନ୍ତୁ ।

କୁମ୍ଭ: ଦିନଟି ବ୍ୟସ୍ତଭରା ରହିବ । କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହଯୋଗ ମିଳିବ । ବ୍ୟବସାୟରେ ଅଭିବୃଦ୍ଧି ଘଟିବ । ସନ୍ତାନଙ୍କ କାର୍ଯ୍ୟକଳାପ ଯୋଗୁ ଖୁସି ହେବେ ।

ମୀନ: ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ବିଳମ୍ବ ହୋଇପାରେ । ବ୍ୟବସାୟ ସନ୍ତୋଷଜନକ ହେବ ନାହିଁ । କାର୍ଯ୍ୟାଳୟରେ ସହକର୍ମୀଙ୍କ ଅସହଯୋଗ ବଢିବ । ପଡ଼ୋଶୀଙ୍କ ସହ ଶତ୍ରୁତା ବଢିପାରେ ।