Guru Gochar 2024: ଏହି ୪ ଟି ରାଶିର ଭାଗ୍ୟରେ ଲଟେରୀ, ବୃହସ୍ପତିଙ୍କ ଶୁଭ ପ୍ରଭାବରୁ ଧନ ବର୍ଷା
Advertisement
Article Detail0/zeeodisha/odisha2218349

Guru Gochar 2024: ଏହି ୪ ଟି ରାଶିର ଭାଗ୍ୟରେ ଲଟେରୀ, ବୃହସ୍ପତିଙ୍କ ଶୁଭ ପ୍ରଭାବରୁ ଧନ ବର୍ଷା

Guru Gochar 2024: ଜ୍ଞାନ, ସମୃଦ୍ଧି, ଭାଗ୍ୟ ଏବଂ ବିବାହ ପାଇଁ ଦାୟୀ କରାଯାଏ ବୃହସ୍ପତିଙ୍କୁ । ଆସନ୍ତା ମଇ ୦୧ରେ ମେଷ ରାଶିରୁ ବୃଷ ରାଶିକୁ ଚଳନ କରିବେ ବୃହସ୍ପତି । ସମସ୍ତ ରାଶିର ବ୍ୟକ୍ତିବିଶେଷ ଏହା ପ୍ରଭାବର ଶିକାର ହେବେ । ତେବେ କେଉଁ ୪ଟି ରାଶିର ବ୍ୟକ୍ତିଙ୍କୁ ଶୁଭଫଳ ମିଳିବ ଆସନ୍ତୁ ସେ ବିଷୟରେ ଜାଣିବା । 

Guru Gochar 2024: ଏହି ୪ ଟି ରାଶିର ଭାଗ୍ୟରେ ଲଟେରୀ, ବୃହସ୍ପତିଙ୍କ ଶୁଭ ପ୍ରଭାବରୁ ଧନ ବର୍ଷା

Guru Gochar 2024: ସୌରମଣ୍ଡଳର ସମସ୍ତ ନଅ ଗ୍ରହଙ୍କ ମଧ୍ୟରୁ ଜ୍ୟୋତିଷଶାସ୍ତ୍ରରେ ବୃହସ୍ପତିଙ୍କୁ ସବୁଠାରୁ ଅଧିକ ଶୁଭ ଗ୍ରହ ଭାବରେ ବିବେଚନା କରାଯାଇଥାଏ । ବୃହସ୍ପତି ହେଉଛନ୍ତି ଏପରି ଏକ ଗ୍ରହ ଯିଏକି ଜ୍ଞାନ, ସମୃଦ୍ଧତା, ଭାଗ୍ୟ ଏବଂ ବିବାହ ସହିତ ଜଡିତ ଥାନ୍ତି । ଆଗକୁ ମଇ ୦୧ରେ ମେଷ ରାଶିରୁ ଶୁକ୍ରଙ୍କ ରାଶି ବୃଷକୁ ଚଳନ କରିବେ ବୃହସ୍ପତି । ଏହାର ପ୍ରଭାବ ୧୨ ଟି ରାଶିର ବ୍ୟକ୍ତିବିଶେଷଙ୍କ ମଧ୍ୟରେ ଦେଖିବାକୁ ମିଳିବ । କିନ୍ତୁ ବିଶେଷକରି ୪ ଟି ରାଶିର ବ୍ୟକ୍ତିବିଶେଷ ଏହି ଚଳନର ସକରାତ୍ମକ ପ୍ରଭାବ ପାଇବେ ।

ମେଷ ରାଶି
ଆପଣଙ୍କ ପାଇଁ ବହୁତ ଭଲ ସୁଯୋଗ ମିଳିବ । ଅପ୍ରତ୍ୟାଶିତ ରୋଜଗାରର ସମ୍ଭାବନା ରହିଛି । ଖର୍ଚ୍ଚ ମଧ୍ୟ ଅଧିକ ହେବାରୁ ଚିନ୍ତାଗ୍ରସ୍ତ ହେବେ । ତେଣୁ ଖର୍ଚ୍ଚ କରିବା ପୂର୍ବରୁ ଭାବିଚିନ୍ତି ଖର୍ଚ୍ଚ କରିବାକୁ ପରାମର୍ଶ ।

କର୍କଟ ରାଶି
ବୃଷ ରାଶି ବୃହସ୍ପତିଙ୍କ ଚଳନ କାରଣରୁ ଆପଣଙ୍କ କ୍ଷେତ୍ରରେ ଆୟକୁ ଦ୍ୱିଗୁଣିତ କରିପାରେ । ଭଲ ବ୍ୟବହାର ପ୍ରଦର୍ଶନ ଦ୍ୱାରା ଆପଣ ସଫଳତା ହାସଲ କରିବାରେ ସକ୍ଷମ ହେବେ । ବିଶେଷ କରି ନେଟୱାର୍କିଂ କ୍ଷେତ୍ରରେ ଜଡିତ ଥିବା ବ୍ୟକ୍ତିଙ୍କ ପାଇଁ ଏହା ଶୁଭ ସମୟ । ଗୁରୁବାର ଦିନ ଉପବାସ ପାଳନ କରି ଆପଣ ବୃହସ୍ପତିଙ୍କ ଆଶୀର୍ବାଦ ନେଇ ପାରିବେ । ଏହା ଆପଣଙ୍କୁ ଅଧିକ ଫଳ ପ୍ରଦାନ କରିବ ।

ବିଛା ରାଶି
ସହଭାଗୀତାରେ ବ୍ୟବସାୟ କରୁଥିବା ବ୍ୟକ୍ତିଙ୍କ ପାଇଁ ଶୁଭ ସମୟ । କାର୍ଯ୍ୟକ୍ଷେତ୍ରରେ ଆଗକୁ ବଢିବେ । ଆୟ ଅଧିକ ହେବ । ଜୀବନ ସାଥୀ ତଥା ପ୍ରେମିକାଙ୍କଠାରୁସମ୍ପୂର୍ଣ୍ଣ ସମର୍ଥନ ପାଇବେ । ସ୍ୱାସ୍ଥ୍ୟ ପ୍ରତି ସଚେତନ ରୁହନ୍ତୁ ।

କୁମ୍ଭ ରାଶି
ବୃଷ ରାଶିରେ ବୃହସ୍ପତିଙ୍କ ଚଳନ ପ୍ରଭାବରୁ ଆପଣଙ୍କର ସମ୍ପତ୍ତି ବୃଦ୍ଧି ହୋଇପାରେ । ବିଶେଷକରି ରିଅଲ୍ ଇଷ୍ଟେଟ୍ ସହିତ ଜଡିତ ଲୋକମାନଙ୍କୁ ଅଧିକ ଲାଭ ମିଳିବ । ନୂଆ ଗାଡି କିଣିବାର ସମ୍ଭାବନା ରହିଛି ।

(Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ। )

Also Read- ଆଜି ସବୁଠୁ ବେଶି ତାତିଥିଲା ପାରଳାଖେମୁଣ୍ଡି, ନୟାଗଡରେ ୪୨ ଡିଗ୍ରୀ ପାର୍

Also Read- ଅକ୍ଷୟ ତୃତୀୟାରେ କରନ୍ତୁ ୪ଟି ବିଶେଷ ପ୍ରତିକାର, ମିଳିବ ଲକ୍ଷ୍ମୀଙ୍କ ଆଶୀର୍ବାଦ, ବଢିବ ସୁଖ ଓ ସମୃଦ୍ଧି