Budh Gochar 2024: ବୁଧଙ୍କ ଚଳନ ପ୍ରଭାବ, ୪ ରାଶିକୁ ବଡ଼ ଚ୍ୟାଲେଞ୍ଜ୍, ହୋଇପାରେ ଧନ କ୍ଷୟ
Advertisement

Budh Gochar 2024: ବୁଧଙ୍କ ଚଳନ ପ୍ରଭାବ, ୪ ରାଶିକୁ ବଡ଼ ଚ୍ୟାଲେଞ୍ଜ୍, ହୋଇପାରେ ଧନ କ୍ଷୟ

Mercury Transits In Pisces: ମାର୍ଚ୍ଚ ୭ ତାରିଖରେ ବୁଧ ମୀନ ରାଶିରେ ପ୍ରବେଶ କରିବେ । ବୁଧର ଏହି ଚଳନ ପ୍ରଭାବରୁ କିଛି ରାଶି ଉପକୃତ ହେବା ସମୟରେ କିଛି ରାଶିକୁ ସମସ୍ୟା ସୃଷ୍ଟି ହୋଇପାରେ ।

Budh Gochar 2024: ବୁଧଙ୍କ ଚଳନ ପ୍ରଭାବ, ୪ ରାଶିକୁ ବଡ଼ ଚ୍ୟାଲେଞ୍ଜ୍, ହୋଇପାରେ ଧନ କ୍ଷୟ

Mercury Transits 2024: ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ବୁଧ ଗ୍ରହକୁ ଏକ ଶୁଭ ଗ୍ରହ ଭାବରେ ବିବେଚନା କରାଯାଏ । ମିଥୁନ ଏବଂ କନ୍ୟା ରାଶିର ଆରାଧ୍ୟ ଭାବେ ବୁଧଙ୍କୁ ବିବେଚନା କରାଯାଇଥାଏ । ବୁଧଙ୍କ ପ୍ରଭାବ ବୁଦ୍ଧି, ଅର୍ଥ, ବ୍ୟବସାୟ, ଯୋଗାଯୋଗ, ବକ୍ତବ୍ୟ ଏବଂ ବୃତ୍ତି ସହିତ ଜଡିତ ରହିଛି ।  ୨୦୨୪ ମାର୍ଚ୍ଚ ୦୭ ତାରିଖରେ ସକାଳ ୦୯.୨୧ ସମୟରେ ବୁଧ ମୀନ ରାଶିରେ ପ୍ରବେଶ କରିବେ । ବୁଧଙ୍କ ଏହି ଚଳନ କାରଣରୁ ଅନେକ ରାଶିର ବ୍ୟକ୍ତିଙ୍କୁ ଶୁଭ ଫଳ ମିଳିବାର ସମ୍ଭାବନା ଥିବା ସମୟରେ କିଛି ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ବିଭିନ୍ନ ଚ୍ୟାଲେଞ୍ଜ୍ ସୃଷ୍ଟି କରିବ । ବୁଧଙ୍କ ରାଶି ପରିବର୍ତ୍ତନ କାରଣରୁ କେଉଁ ରାଶିର ବ୍ୟକ୍ତିଙ୍କ ପାଇଁ ସମସ୍ୟା ସୃଷ୍ଟି ହୋଇପାରେ ଆସନ୍ତୁ ଜାଣିବା ।

ମେଷ ରାଶି (Aries)

ବୁଧଙ୍କ ମୀନ ରାଶିରେ ଚଳନ ପ୍ରଭାବ ଆପଣଙ୍କ ପାଇଁ ଭଲ ହୋଇନପାରେ । ଏହି ସମୟ ମଧ୍ୟରେ ଆପଣ ପ୍ରତ୍ୟେକ କାର୍ଯ୍ୟରେ ସତର୍କ ରହିବା ଉଚିତ । କ୍ୟାରିୟର କ୍ଷେତ୍ରରେ ଆପଣ କିଛି ଚ୍ୟାଲେଞ୍ଜର ସାମ୍ନା କରିପାରନ୍ତି । ଅଫିସରେ ସହକର୍ମୀଙ୍କ ସହ ଭୁଲ ବୁଝାମଣା ହୋଇପାରେ । ଏହି ସମୟରେ ଦୂରଯାତ୍ରା କରନ୍ତୁ ନାହିଁ । ଆବଶ୍ୟକୀୟଠାରୁ ଅଧିକ ଖର୍ଚ୍ଚ ହେବାର ସମ୍ଭାବନା ରହିଛି ।

ମିଥୁନ (Gemini)
ବୁଧ ଗ୍ରହଙ୍କ ଚଳନ ଆପଣଙ୍କ ପାଇଁ ନକରାତ୍ମକ ରହିଛି । ସ୍ୱାସ୍ଥ୍ୟ କ୍ଷେତ୍ରରେ ଆପଣ ଅଧିକ ସଚେତନ ହେବା ଆବଶ୍ୟକ । ଆପଣଙ୍କ ଉପରେ ଅଧିକ କାର୍ଯ୍ୟଭାର ପଡିପାରେ । ଆପଣଙ୍କ ପାରିବାରିକ ଜୀବନ ମଧ୍ୟ ପ୍ରଭାବିତ ହୋଇପାରେ । କାର୍ଯ୍ୟ କ୍ଷେତ୍ରରେ ଆପଣ ଅସନ୍ତୁଷ୍ଟ ହୋଇପାରନ୍ତି । ପରିଶ୍ରମ ଅଧିକ କଲେ ମଧ୍ୟ ମନ ମୁତାବକ ଫଳ ମିଳିବ ନାହିଁ । ବ୍ୟବସାୟରେ ବିଭିନ୍ନ ଚ୍ୟାଲେଞ୍ଜ ଆପଣ ସାମ୍ନା କରିପାରନ୍ତି ।

ସିଂହ (Leo)
ଆପଣଙ୍କ ପାଇଁ ବୁଧଙ୍କ ଚଳନ ଅଶୁଭ ପ୍ରଭାବ ପକାଇପାରେ । ଆପଣ ପ୍ରତ୍ୟେକ କ୍ଷେତ୍ରରେ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । ବ୍ୟବସାୟରେ କ୍ଷତିର ସମ୍ମୁଖୀନ ହୋଇପାରନ୍ତି । ଖର୍ଚ୍ଚ ବଢିବା ସହ ଆପଣଙ୍କର ଆର୍ଥିକ ଅବସ୍ଥା ଖରାପ ହୋଇପାରେ । ଚାକିରି କ୍ଷେତ୍ରରେ ଆପଣ ଅନେକ ଉତ୍ଥାନ-ପତନର ସାମ୍ନା କରିବେ ।

ତୁଳା (Libra)
ବୁଧଙ୍କ ଚଳନର କୁପ୍ରଭାବ ଆପଣଙ୍କ ଜୀବନରେ ପଡିପାରେ । ଏହି ସମୟରେ ଆପଣ ଯେତେ କଠିନ ପରିଶ୍ରମ କଲେ ମଧ୍ୟ ଉପଯୁକ୍ତ ସଫଳତା ପାଇବେ ନାହିଁ । ଆପଣଙ୍କ ଇଚ୍ଛା ପୂରଣରେ ବାଧା ଉପୁଜିପାରେ । ଏହି ସମୟରେ ପ୍ରସ୍ତୁତ କରିଥିବା ଯୋଜନା ଫେଲ୍ ମାରିପାରେ । ଆପଣଙ୍କୁ ଅନେକ ଚ୍ୟାଲେଞ୍ଜର ସାମ୍ନା କରିବାକୁ ପଡିବ । ଆର୍ଥିକ ସମସ୍ୟା ଦେଖା ଦେଇପାରେ । ଅଧିକ ତଥା ଅନାବଶ୍ୟକ ଖର୍ଚ୍ଚରୁ ନିଜକୁ ଦୂରେଇ ରଖନ୍ତୁ ।

Disclaimer: ଏଠାରେ ଦିଆଯାଇଥିବା ସମସ୍ତ ତଥ୍ୟ ସୂଚନା ଆଧାରରେ ପ୍ରକାଶିତ । ଏହା ଜୀ ଓଡ଼ିଶା ନ୍ୟୁଜର ନିଜସ୍ୱ ମତ ନୁହେଁ । ଅଧିକ ସୂଚନା ପାଇଁ ଆପଣ ବିଶେଷଜ୍ଞଙ୍କ ସହ ପରାମର୍ଶ କରନ୍ତୁ 

Also Read- Surya Gochar 2024: ୩ ରାଶି ପାଇଁ ଆରମ୍ଭ ହେଲା ଶୁଭ ସମୟ, ରହିବନି ଆର୍ଥିକ ସଙ୍କଟ

Also Read- Ketu Nakshatra Gochar 2024: କେତୁଙ୍କ ନକ୍ଷତ୍ର ପରିବର୍ତ୍ତନ, ଏହି ୩ ରାଶିର ଫିଟିବ ଭାଗ୍ୟ