Budh Gochar 2024: ବୁଧଙ୍କ ଚଳନରୁ ଏହି ୩ ରାଶିକୁ ଶୁଭ ଫଳ ମିଳିବ
Advertisement

Budh Gochar 2024: ବୁଧଙ୍କ ଚଳନରୁ ଏହି ୩ ରାଶିକୁ ଶୁଭ ଫଳ ମିଳିବ

Budh Rashi Parivartan: ମାର୍ଚ୍ଚ ଶେଷରେ ବୁଧ ନିଜର ରାଶି ପରିବର୍ତ୍ତନ କରିବାକୁ ଯାଉଛନ୍ତି । ବୁଧ ଗ୍ରହ ବୁଦ୍ଧି, ବ୍ୟବସାୟ ଏବଂ ଅର୍ଥନୀତି ସହ ଜଡିତ ଥାଆନ୍ତି ବୋଲି ବିଶ୍ୱାସ ରହିଛି । ବୁଧଙ୍କ ଚଳନ କାରଣରୁ ଏହି ସବୁ କ୍ଷେତ୍ର ପ୍ରଭାବିତ ହୋଇଥାଏ ବୋଲି ଜୋତିଷଙ୍କ ମତ ।

Budh Gochar 2024: ବୁଧଙ୍କ ଚଳନରୁ ଏହି ୩ ରାଶିକୁ ଶୁଭ ଫଳ ମିଳିବ

Transit Of Mercury: ଜ୍ୟୋତିଷ ଶାସ୍ତ୍ରରେ ପ୍ରତି ଗ୍ରହମାନଙ୍କର ଚଳନ ତଥା ଉପସ୍ଥାନକୁ ନେଇ ବିଶେଷ ମହତ୍ୱ ରହିଛି । ପ୍ରତ୍ୟକ ଗ୍ରହ ଗୋଟିଏ ରାଶିରୁ ଅନ୍ୟ ରାଶିକୁ ନିର୍ଦ୍ଦିଷ୍ଟ ସମୟ ବ୍ୟବଧାନରେ ଚଳନ କରିଥାନ୍ତି । ପାଞ୍ଜି ଅନୁଯାୟୀ, ୨୬ ମାର୍ଚ୍ଚରେ ବୁଧ ମକର ରାଶିରୁ ବାହାରି ମେଷ ରାଶିରେ ପ୍ରବେଶ କରିବେ । ବୁଧ ଗ୍ରହଙ୍କର ଏହି ଚଳନ କାରଣରୁ କିଛି ରାଶିର ବ୍ୟକ୍ତିଙ୍କୁ ଶୁଭ ଫଳ ମିଳିବ । ତେବେ ଆସନ୍ତୁ ଜାଣିବା କେଉଁ ରାଶି ଗୁଡିକ ବୁଧଙ୍କ ଗ୍ରହ ଚଳନ କାରଣରୁ ଲାଭବାନ ହେବେ ।

ମେଷ ରାଷି
ବୁଧଙ୍କ ରାଶି ପରିବର୍ତ୍ତନ ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭ ଏବଂ ଲାଭଦାୟକ ହେବ । ଆପଣଙ୍କର ଆତ୍ମବିଶ୍ୱାସ ବୃଦ୍ଧି ପାଇବ, ଯାହାର ପ୍ରତିଫଳନ ପ୍ରତିଟି କ୍ଷେତ୍ରରେ ଦୃଶ୍ୟମାନ ହେବ । କର୍ମକ୍ଷେତ୍ରରେ ଆପଣଙ୍କ ରାଶିରେ ସଫଳତାର ଯୋଗ ରହିଛି । ଚାକିରି ହେଉ ଅବା ବ୍ୟବସାୟରେ ଅଗ୍ରଗତି କରିବା ପାଇଁ ଆପଣ ଯଥେଷ୍ଟ ସୁଯୋଗ ପାଇବେ । ଜୀବନସାଥୀଙ୍କ ଠାରୁ ଆପଣ ସମ୍ପୂର୍ଣ୍ଣ ସମର୍ଥନ ପାଇବେ । ବୈବାହିକ ଜୀବନରେ ଶାନ୍ତିପ୍ରାପ୍ତ ହେବ ।

ମିଥୁନ ରାଶି
ବୁଧ ଗ୍ରହଙ୍କ ଚଳନ କାରଣରୁ ଆପଣଙ୍କ ପାଇଁ ସମୟ ଅନୁକୂଳ ରହିବ । କାର୍ଯ୍ୟକ୍ଷେତ୍ରରେ ଉଚ୍ଚପଦସ୍ଥ ଅଧିକାରୀଙ୍କଠାରୁ ସହାୟତା ପାଇବେ । ପାରିବାରିକ ସୁଖ ସମୃଦ୍ଧି ମିଳିବ । ଘନିଷ୍ଠ ଲୋକଙ୍କ ସହିତ ସମୟ ବିତାଇବେ । ଆୟ ଯଥେଷ୍ଟ ବୃଦ୍ଧି ହେବାର ସମ୍ଭାବନା ରହିଛି । ବ୍ୟବସାୟ କିମ୍ବା ଅଧ୍ୟୟନରେ ସଫଳତା ମିଳିବର ଅଧିକ ସମ୍ଭାବନା ଅଛି ।

ମୀନ ରାଶି
ବୁଧର ରାଶି ପରିବର୍ତ୍ତନର ଶୁଭ ପ୍ରଭାବ ଆପଣଙ୍କ ରାଶିରେ ରହିଛି । ନୂଆ ସମ୍ପତ୍ତି କିମ୍ୱା ନୂଆ ଯାନ କିଣିପାରନ୍ତି । ଚାକିରି କିମ୍ବା ବ୍ୟବସାୟରେ ମଧ୍ୟ ଶୁଭଫଳ ମିଳିବ । ଆୟ ବୃଦ୍ଧି ପାଇପାରେ । କାର୍ଯ୍ୟରତ ଲୋକଙ୍କ ଦରମା ବୃଦ୍ଧି ହେବାର ସମ୍ଭାବନା ଅଛି । ଚାକିରିରେ ପ୍ରମୋସନ ସହିତ ସ୍ଥାନାନ୍ତର ସୁଯୋଗ ପାଇପାରନ୍ତି ।

Disclaimer: ଏଠାରେ ଦିଆଯାଇଥିବା ସମସ୍ତ ତଥ୍ୟ ସୂଚନା ଆଧାରରେ ପ୍ରକାଶିତ । ଏହା ଜୀ ଓଡ଼ିଶା ନ୍ୟୁଜର ନିଜସ୍ୱ ମତ ନୁହେଁ । ଅଧିକ ସୂଚନା ପାଇଁ ଆପଣ ବିଶେଷଜ୍ଞଙ୍କ ସହ ପରାମର୍ଶ କରନ୍ତୁ ।

Also Read- Crime News: କଟକରେ ଚୋରା ବନ୍ଧୁକ କାରବାର, ୩ ଜଣ ଗିରଫ

Also Read- Ghazipur Accident: ଭୟଙ୍କର ଦୁର୍ଘଟଣା; ବରଯାତ୍ରୀ ବସ୍ ଉପରେ ଖସିଲା ବିଜୁଳି ତାର, ୬ ଜୀବନ୍ତ ଦଗ୍ଧ