Budh Gochar 2024 : କର୍କଟ ରାଶିରେ ବୁଧ ଚଳନ, ୫ ରାଶିକୁ ଆର୍ଥିକ ଲାଭ
Advertisement
Article Detail0/zeeodisha/odisha2299423

Budh Gochar 2024 : କର୍କଟ ରାଶିରେ ବୁଧ ଚଳନ, ୫ ରାଶିକୁ ଆର୍ଥିକ ଲାଭ

Budh Gochar 2024 : ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ବୁଧଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ଗ୍ରହ ଭାବରେ ବିବେଚନା କରାଯାଏ । ବୁଦ୍ଧି, ବ୍ୟବସାୟ ଏବଂ କ୍ୟାରିୟର କ୍ଷେତ୍ର ସହିତ ବୁଧ ଜଡିତ ରହିଥାନ୍ତି । ବୁଧ କର୍କଟ ରାଶିରେ ଚଳନ କରିବା କାରଣରୁ ଜୁଲାଇ ମାସରେ ୫ଟି ରାଶିକୁ ଶୁଭଫଳ ମିଳିବ । ଆସନ୍ତୁ ଜାଣିବା କେଉଁ ରାଶିର ବ୍ୟକ୍ତିବିଶେଷ ଉପକୃତ ହେବେ ।

Budh Gochar 2024 : କର୍କଟ ରାଶିରେ ବୁଧ ଚଳନ, ୫ ରାଶିକୁ ଆର୍ଥିକ ଲାଭ

Budh Gochar 2024 In Kark Rashi: ଗ୍ରହମାନଙ୍କର ରାଜକୁମାର ବୋଲି ବିବେଚନା କରାଯାଉଥିବା ଗ୍ରହ ବୁଧ କର୍କଟ ରାଶିରେ ଚଳନ କରିବାକୁ ଯାଉଛନ୍ତି । ବୁଧ ନିଜର ରାଶି ମିଥୁନରୁ ବାହାରି ଦ୍ୱିପହର ୧୨ଟା୨୬ ରେ ଚନ୍ଦ୍ରଙ୍କ ରାଶି କର୍କଟରେ ଚଳନ କରିବେ । ବୁଧ ୧୯ ଜୁଲାଇ ପର୍ଯ୍ୟନ୍ତ କର୍କଟ ରାଶିରେ ଅବସ୍ଥାନ କରିବେ । ଏହି ସମୟ ମଧ୍ୟରେ ସୂର୍ଯ୍ୟ ମଧ୍ୟ କର୍କଟ ରାଶିରେ ବିଦ୍ୟମାନ କରିବେ । ଏଭଳି ପରିସ୍ଥିତିରେ ସୂର୍ଯ୍ୟ ଏବଂ ବୁଧଙ୍କ ସଂଯୋଗ କର୍କଟ ରାଶିରେ ଦେଖିବାକୁ ମିଳିବ । ଯେଉଁ ପ୍ରଭାବରୁ ବୁଦ୍ଧାଦିତ୍ୟ ରାଜଯୋଗ ସୃଷ୍ଟି ହେବ । ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ବୁଧଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ଗ୍ରହ ଭାବରେ ବିବେଚନା କରାଯାଏ । ବୁଦ୍ଧି, ବ୍ୟବସାୟ ଏବଂ କ୍ୟାରିୟର କ୍ଷେତ୍ର ସହିତ ବୁଧ ଜଡିତ ରହିଥାନ୍ତି । ବୁଧ କର୍କଟ ରାଶିରେ ଚଳନ କରିବା କାରଣରୁ ଜୁଲାଇ ମାସରେ ୫ଟି ରାଶିକୁ ଶୁଭଫଳ ମିଳିବ । ଆସନ୍ତୁ ଜାଣିବା କେଉଁ ରାଶିର ବ୍ୟକ୍ତିବିଶେଷ ଉପକୃତ ହେବେ ।

ମେଷ ରାଶି
ବୁଧଙ୍କ ଚଳନ ଆପଣଙ୍କ ପାଇଁ ମିଶ୍ରିତ ଫଳାଫଳ ପ୍ରଦାନ କରିବ । ଶତୃମାନେ ଆପଣଙ୍କର କ୍ଷତି କରିବାକୁ ଅସମର୍ଥ ହେବେ । ଏହି ସମୟ ମଧ୍ୟରେ ଆପଣଙ୍କର ବନ୍ଧୁ ଏବଂ ସମ୍ପର୍କୀୟମାନଙ୍କଠାରୁ କିଛି ଭଲ ଖବର ପାଇପାରନ୍ତି । ଘର କିମ୍ବା ଗାଡି କିଣିବାର ସମ୍ଭାବନା ରହିଛି । ଆପଣଙ୍କୁ କିଛି ମାନସିକ ବିଭ୍ରାଟର ମଧ୍ୟ ସାମ୍ନା କରିବାକୁ ପଡିପାରେ ।

ବୃଷ ରାଶି
ବୁଧଙ୍କ ବିଶେଷ ପ୍ରଭାବ ଆପଣଙ୍କ ଉପରେ ରହିବ । ଏହି ସମୟ ମଧ୍ୟରେ ନିଜ ଭିତରେ ଏକ ଭିନ୍ନ ପ୍ରକାରର ଆତ୍ମବିଶ୍ୱାସ ଦେଖିବେ । କଷ୍ଟଦାୟକ ପରିସ୍ଥିତିରୁ ଆପଣ ସହଜରେ ମୁକୁଳିବେ । ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ପ୍ରତି ମନ ବଳିବ । ଧାର୍ମିକ କାର୍ଯ୍ୟରେ ଅଂଶଗ୍ରହଣ କରିବେ । ଛାତ୍ରମାନଙ୍କ ପାଇଁ ଏହି ସମୟ ଅତ୍ୟନ୍ତ ଲାଭଦାୟକ । ପ୍ରତିଯୋଗିତାରେ ବଡ଼ ସଫଳତା ମିଳିପାରେ ।

କନ୍ୟା ରାଶି
ବୁଧଙ୍କ ଚଳନ ଆପଣଙ୍କ ପାଇଁ ଶୁଭ ସାବ୍ୟସ୍ତ ହେବ । ଏହି ସମୟ ମଧ୍ୟରେ ଆପଣଙ୍କର ଆୟ ବୃଦ୍ଧି ପାଇବ । ଆପଣ ଯାହା ବି କରନ୍ତି ସେଥିରେ ସଫଳତା ପାଇବାର ଅଧିକ ସମ୍ଭାବନା ରହିଛି । ନିଜ ଇଚ୍ଛା ଅନୁଯାୟୀ ଲାଭ ପାଇପାରିବେ । ବିଚାରାଧୀନ ଥିବା କାର୍ଯ୍ୟ ଖୁବଶୀଘ୍ର ଶେଷ ହେବ । ଉଚ୍ଚ ପଦାଧିକାରୀଙ୍କ ସହ  ସମ୍ପର୍କ ଅଧିକ ଶକ୍ତିଶାଳୀ ହେବ । ଛାତ୍ରମାନେ ବହୁତ ଭଲ ଫଳାଫଳ ପାଇବେ । ପ୍ରତିଯୋଗିତାରେ ବିଜୟଲାଭ କରିବାର ସମ୍ଭାବନା ରହିଛି ।

ତୁଳା ରାଶି
ବୁଧଙ୍କ ଚଳନ ଆପଣଙ୍କ ପାଇଁ ଏକ ବଡ଼ ସଫଳତା ଆଣିବାକୁ ଯାଉଛି । ଖୁସିର ସମୟ ଆରମ୍ଭ ହେଲା ବୋଲି ଜାଣନ୍ତୁ । ଏହି ଅବଧି ମଧ୍ୟରେ କରିଥିବା ଡିଲ୍ ଆପଣଙ୍କୁ ଭଲ ଲାଭ ଦେଇପାରେ । ଚାକିରିରେ ପଦୋନ୍ନତି ପାଇବାର ସୁଯୋଗ ରହିଛି । ଲୋକପ୍ରିୟତା ବୃଦ୍ଧି ପାଇବ । ଘର କିମ୍ବା ଯାନବାହନ କିଣିବାର  ସମ୍ଭାବନା ଅଛି ।

ମୀନ ରାଶି
ବୁଧଙ୍କ ଚଳନ ଆପଣଙ୍କୁ ଲାଭ ପ୍ରଦାନ କରିବ । ଆପଣଙ୍କୁ ଏକ ବଡ଼ ସଫଳତା ମିଳିବାର ସମ୍ଭାବନା ଅଛି । ଯେକୌଣସି ନୂଆ କାର୍ଯ୍ୟ ଆରମ୍ଭ କରିବାକୁ ଚାହୁଁଥିଲେ ଏହି ସମୟ ଅତ୍ୟନ୍ତ ଶୁଭ । କ୍ୟାରିୟର ଦୃଷ୍ଟିକୋଣରୁ ସମୟ ବହୁତ ଲାଭଦାୟକ ହେବ । ଧର୍ମ ଏବଂ ଆଧ୍ୟାତ୍ମିକତା କ୍ଷେତ୍ର ପ୍ରତି ଆଗ୍ରହ ବୃଦ୍ଧି ପାଇବ ।  ବିବାହିତ ବ୍ୟକ୍ତିବିଶେଷଙ୍କୁ ସନ୍ତାନ ପ୍ରାପ୍ତି ହେବାର ସମ୍ଭାବନା ରହିଛି । ପ୍ରେମ ସମ୍ପର୍କ ପାଇଁ ଏହା ଶୁଭ ସମୟ ।

ତଥ୍ୟ- ଜ୍ୟୋତିର୍ବିଦ ଆଚାର୍ଯ୍ୟ ସତ୍ୟବ୍ରତ ପାଢୀ, ପ୍ଲଟ ନମ୍ୱର ଏଚଆଇଜି, ୧/୧୨ ବିଡିଏ କଲୋନୀ ଏଲଏନ, ଚନ୍ଦ୍ରଶେଖରପୁର, ଭୁବନେଶ୍ୱର ୭୫୧୦୧୬ 

Disclamer: (ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।)

Also Read- ଆତଙ୍କବାଦୀ ଏବଂ ସୁରକ୍ଷା ବାହିନୀ ମଧ୍ୟରେ ଏନକାଉଣ୍ଟର, ୨ ମୃତ ସୂଚନା

Also Read- ପଶୁପତିନାଥଙ୍କ ବିନା ଅସମ୍ପୂର୍ଣ୍ଣ କେଦାରନାଥଙ୍କ ଦର୍ଶନ, ଜାଣନ୍ତୁ କ'ଣ ରହିଛି ସଂଯୋଗ