Budh Gochar 2024: ହୋଲି ପରଦିନରୁ ବଦଳିବ ଏହି ରାଶିର ବ୍ୟକ୍ତିଙ୍କ ଭାଗ୍ୟ
Advertisement

Budh Gochar 2024: ହୋଲି ପରଦିନରୁ ବଦଳିବ ଏହି ରାଶିର ବ୍ୟକ୍ତିଙ୍କ ଭାଗ୍ୟ

Budh Gochar 2024: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ମାର୍ଚ୍ଚ ୨୬ ତାରିଖରେରେ ବୁଧ ମେଷ ରାଶିରେ ଚଳନ କରିବେ । ଫଳରେ ଏହାର ପ୍ରଭାବରେ କିଛି ରାଶିର ବ୍ୟକ୍ତିଙ୍କ ଭାଗ୍ୟ ବଦଳିବାକୁ ଯାଉଛି । ଆଜି ଆପଣଙ୍କୁ ଜଣାଇବୁ ଯେ, ବୁଧଙ୍କ ରାଶି ପରିବର୍ତ୍ତନ କାରଣରୁ କେଉଁ କେଉଁ ରାଶିର ବ୍ୟକ୍ତିଙ୍କୁ ଶୁଭଫଳ ମିଳିବ ।

Budh Gochar 2024: ହୋଲି ପରଦିନରୁ ବଦଳିବ ଏହି ରାଶିର ବ୍ୟକ୍ତିଙ୍କ ଭାଗ୍ୟ

Budh Mesh Gochar 2024: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଯେତେବେଳେ କୌଣସିକ ଗ୍ରହ ରାଶି ନକ୍ଷତ୍ର ପରିବର୍ତ୍ତନ କରନ୍ତି ସେତେବେଳେ ପୃଥିବୀର ସମସ୍ତ ଜୀବଙ୍କ ଉପରେ ଏହାର କିଛି ନା କିଛି ପ୍ରଭାବ ପଡିଥାଏ । ଏଭଳି ପରିସ୍ଥିତିରେ ଆଜି ଦେଶର ଅଧିକାଂଶ ସ୍ଥାନରେ ହୋଲି ପର୍ବ ପାଳନ କରାଯାଉଛି । ଆଜି ଚନ୍ଦ୍ରଗ୍ରହଣ ମଧ୍ୟ ରହିଛି । କିନ୍ତୁ ହୋଲି ପରଦିନ ଅର୍ଥାତ ମାର୍ଚ୍ଚ ୨୬ରେ ବୁଧ ରାଶି ପରିବର୍ତ୍ତନ କରିବେ । ଆପଣଙ୍କୁ କହିରଖିବାକୁ ଚାହୁଁ ଯେ, ବୁଧ ବୃହସ୍ପତିର ରାଶି ମୀନ ଛାଡି ମେଷ ରାଶିରେ ଚଳନ କରିବେ । ମୀନ ରାଶିରେ ବୁଧଙ୍କ ପ୍ରବେଶ କାରଣରୁ ବିଶେଷ କରି ୩ଟି ରାଶିର ବ୍ୟକ୍ତିବିଶେଷଙ୍କୁ ଶୁଭ ଫଳାଫଳ ମିଳିବାକୁ ଯାଉଛି । ତେବେ ଆସନ୍ତୁ ଜାଣିବା ସେହି ରାଶି ଗୁଡିକ କିଏ କିଏ ।

ମେଷ ରାଶି
ବୁଧ ଗ୍ରହ ରାଶି ପରିବର୍ତ୍ତନର ପ୍ରଭାବରୁ ମେଷ ରାଶିର ବ୍ୟକ୍ତିବିଶେଷଙ୍କ ଭାଗ୍ୟ ଉଜ୍ୱଳ ହେବ । ଯେଉଁବ୍ୟକ୍ତିମାନେ ଜୀବନରେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ସେମାନଙ୍କ ସମସ୍ତ ସମସ୍ୟାର ସମାଧାନ ହେବ । ବିଶେଷ କରି ଚାକିରି ଏବଂ ବ୍ୟବସାୟରେ ସ୍ଥାନ ପରିବର୍ତ୍ତନ ହେବାର ସମ୍ଭାବନା ରହିଛି । ବୁଧଙ୍କ ଚଳନ ସହିତ ଆପଣଙ୍କ ବ୍ୟକ୍ତିତ୍ୱର ମଧ୍ୟ ଉନ୍ନତି ହେବ ।

ସିଂହ ରାଶି
ବୁଧଙ୍କ ଗତିବିଧିରେ ପରିବର୍ତ୍ତନ କାରଣରୁ ଆପଣଙ୍କ ଜୀବନରେ ଅନେକ ଭଲ ଘଟଣା ଘଟିବାକୁ ଯାଉଛି । ମାର୍ଚ୍ଚ ୨୬ ପରେ ବିଦ୍ୟାର୍ଥୀଙ୍କ କ୍ଷେତ୍ରରେ ଆଶ୍ଚର୍ଯ୍ୟଜନକ ପରିବର୍ତ୍ତନ ଦେଖାଯିବ । ପ୍ରତିଯୋଗିତାମୂଳକ ପରୀକ୍ଷାରେ ଆପଣଙ୍କୁ ସଫଳତା ମିଳିବ । ଆପଣ ନିଜ କ୍ୟାରିଅରରେ ନୂଆ ସୁଯୋଗ ପାଇବେ । ସମାଜରେ ଆପଣଙ୍କର ମାନ ସମ୍ମାନ ବୃଦ୍ଧି ପାଇବ ।

ତୁଳା ରାଶି
ଆପଣଙ୍କ ପାଇଁ ବୁଧଙ୍କ ରାଶି ପରିବର୍ତ୍ତନ ଅତ୍ୟନ୍ତ ଖାସ୍ । ରାଜନୈତିକ କ୍ଷେତ୍ରରେ ଶାସକ ଦଳର ସମର୍ଥନ ମିଳିବ । ପରିବାର ସଦସ୍ୟଙ୍କ ସହଯୋଗ ପାଇବେ । କର୍ମକ୍ଷେତ୍ରରେ ବରିଷ୍ଠମାନେ ସାହାଯ୍ୟ କରିବେ । କୌଣସି କାମରେ ଦୂରଯାତ୍ରା କରିପାରନ୍ତି ।

(Disclaimer: ଏଠାରେ ଦିଆଯାଇଥିବା ତଥ୍ୟ ଜ୍ୟୋତିଷ ଶାସ୍ତ୍ର ଉପରେ ଆଧାରିତ ଓ କେବଳ ଆପଣଙ୍କ ସୂଚନା ପାଇଁ ଦିଆଯାଉଛି। Zee Odisha News ଏହାକୁ ନିଶ୍ଚିତ କରେ ନାହିଁ। ଏହାକୁ କୌଣସି ସମାଧାନ ଭାବେ ନେବା ପୂର୍ବରୁ, ନିଶ୍ଚିତ ଭାବରେ ସମ୍ପୃକ୍ତ ବିଷୟର ଜ୍ଞାନଥିବା ଜଣେ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ।)

Also Read- Shani Nakshatra Parivartan 2024: ହୋଲି ପରେ ୫ଟି ରାଶି ବ୍ୟକ୍ତିଙ୍କ ଜୀବନରେ ଭରିଯିବ ରଙ୍ଗ

Also Read- Budh Gochar 2024: ମେଷ ରାଶିରେ ବୁଧ ଏବଂ ବୃହସ୍ପତିଙ୍କ ସଂଯୋଗ, ଏହି ରାଶିକୁ ମିଳିବ ବିଶେଷ ଲାଭ