The Kashmir Filesକୁ ଟକ୍କର ଦେବ ଏହି ଫିଲ୍ମ! ୩୨,୦୦୦ ଝିଅଙ୍କ ଉପରେ ଆଧାରିତ ଲୋମହର୍ଷଣକାରୀ ସତ କାହାଣୀ
Advertisement
Article Detail0/zeeodisha/odisha1135057

The Kashmir Filesକୁ ଟକ୍କର ଦେବ ଏହି ଫିଲ୍ମ! ୩୨,୦୦୦ ଝିଅଙ୍କ ଉପରେ ଆଧାରିତ ଲୋମହର୍ଷଣକାରୀ ସତ କାହାଣୀ

ପ୍ରଯୋଜକ ବିପୁଲ ଶାହ ସତ୍ୟ ଘଟଣା ଉପରେ ଆଧାରିତ 'ଦ କେରଳ ଷ୍ଟୋରୀ' (The Kerala Story) ଫିଲ୍ମ ନିର୍ମାଣରେ ଲାଗିଛନ୍ତି। ଏଥିରେ ୩୨ ହଜାରରୁ ଊର୍ଦ୍ଧ୍ୱ ଝିଅଙ୍କୁ ଅପହରଣ (KIDNAP)ର କାହାଣୀ ରହିଛି, ଯେଉଁମାନେ କେବେବି ନିଜ ଘରକୁ ଫେରିପାରି ନାହାଁନ୍ତି।

ଡିଜାଇନ୍ ଫଟୋ

ନୂଆଦିଲ୍ଲୀ: କାଶ୍ମୀର ପଣ୍ଡିତଙ୍କ ନରସଂହାର ଉପରେ ଆଧାରିତ ଫିଲ୍ମ 'ଦ କାଶ୍ମୀର ଫାଇଲ୍ସ' (The Kashmir Files) ଲୋକଙ୍କୁ ବହୁ ପସନ୍ଦ ଆସୁଛି। ଏହି ଫିଲ୍ମରେ ୧୯୯୦ରେ କାଶ୍ମୀର ପଣ୍ଡିତଙ୍କ ପ୍ରତି ହୋଇଥିବା ଅତ୍ୟାଚାର କାହାଣୀଙ୍କୁ ବହୁ ନିଖୁଣ ଭାବେ ଦର୍ଶାଯାଇଛି। ଏବେ ଆଉ ଏକ ଏଭଳି ସତ୍ୟ ଘଟଣା ଉପରେ ଆଧାରିତ ଫିଲ୍ମର ଘୋଷଣା କରାଯାଇଛି, ଯାହାର ଟିଜର ରିଲିଜ୍ ହୋଇସାରିଛି। ପ୍ରଡ୍ୟୁସର ବିପୁଲ ଶାହ (Vipul Shah)ଙ୍କ ଏହି ହୃଦୟ ବିଦାରକ ଫିଲ୍ମର ନିର୍ମାଣ କରୁଛନ୍ତି। 

ପ୍ରଯୋଜକ ବିପୁଲ ଶାହ ସତ୍ୟ ଘଟଣା ଉପରେ ଆଧାରିତ 'ଦ କେରଳ ଷ୍ଟୋରୀ' (The Kerala Story) ଫିଲ୍ମ ନିର୍ମାଣରେ ଲାଗିଛନ୍ତି। ଏଥିରେ ୩୨ ହଜାରରୁ ଊର୍ଦ୍ଧ୍ୱ ଝିଅଙ୍କୁ ଅପହରଣ (KIDNAP)ର କାହାଣୀ ରହିଛି, ଯେଉଁମାନେ କେବେବି ନିଜ ଘରକୁ ଫେରିପାରି ନାହାଁନ୍ତି। ମଙ୍ଗଳବାର ମେକର୍ସ ଫିଲ୍ମର ୧ ମିନିଟ୍ ୧୦ ସେକେଣ୍ଡର ଏକ ଟିଜର (Teaser)କୁ ୟୁଟ୍ୟୁବ୍ ଏବଂ ସୋସିଆଲ୍ ମିଡିଆ ପ୍ଲାଟଫର୍ମରେ ରିଲିଜ କରିଛନ୍ତି। ଯାହାକୁ ୟୁଟ୍ୟୁବରେ ଲକ୍ଷେ ୬୧ ହଜାରରୁ ଊର୍ଦ୍ଧ୍ୱ ଥର ଦେଖାଗଲାଣି।

The Kerala Storyର ଟିଜର ଆରମ୍ଭରୁ ଏକ ଡିଜିଟାଲ ଘଣ୍ଟାରେ ସମୟ ଦେଖାଯାଉଛି। ଯାହା ରାତି ୧୧ଟା ୫୬ରୁ ଆରମ୍ଭ ହୋଇ ଘଣ୍ଟାଟି ୧୨ଟା ୧୦ ସମୟରେ ବନ୍ଦ ହେଇଯାଉଛି। ଘଣ୍ଟା ବନ୍ଦ ହେବାପରେ ଭିଡିଓରେ ଲେଖାଯାଉଛି, ଯଦି ଆପଣଙ୍କ ଝିଅ ବିଳମ୍ବିତ ରାତି ପର୍ଯ୍ୟନ୍ତ ଘରକୁ ନଫେରେ ତେବେ ଆପଣ କେମିତି ଅନୁଭବ କରିବେ? କେରଳରେ ହଜାର ହଜାର ଝିଅ ନିଖୋଜ ହୋଇସାରିଛନ୍ତି। ଆଉ ବିଗତ ୧୨ ବର୍ଷରେ ସେମାନେ ନିଜ ଘରକୁ ଆଉ ଫେରିପାରି ନାହାଁନ୍ତି। ଏହି ଭିଡିଓର ବ୍ୟାକ୍ ଗ୍ରାଉଣ୍ଡରେ ଲୋକଙ୍କ କାନ୍ଦୁଥିବା ଶବ୍ଦ ମଧ୍ୟ ଶୁଣିବାକୁ ମିଳୁଛି।

Also Read: ଦୁଃଖ ବଖାଣିଲେ ବଲିଉଡ ଅଭିନେତ୍ରୀ ଜିନତ ଅମାନ

ଭିଡିଓରେ ଜୁଲାଇ ୨୪ରେ କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ଭି.ଏସ୍ ଅଚ୍ୟୁତାନନ୍ଦ (2006-11)ଙ୍କ ଭାଷଣ ଦେଖାଯାଇଛି। ସେ ମଲୟାଲମ୍ ଭାଷାରେ କଥା ହେଉଛନ୍ତି। ଆଉ ତାଙ୍କ ଇଂରାଜୀ ଅନୁବାଦ ଭିଡିଓରେ ଲେଖାଯାଇଛି। ସେ କହୁଛନ୍ତି, ବ୍ୟାନ୍ ଲଗାଯାଇଥିବା ସଙ୍ଗଠନ NDFର ଏଜେଣ୍ଡା ଭଳି ପପୁଲାର ଫ୍ରଣ୍ଟ ମଧ୍ୟ ଏଜେଣ୍ଡା ପ୍ରସ୍ତୁତ କରୁଛି। ଆଉ ଏହା କେରଳକୁ ଏକ ମୁସଲମାନ ରାଜ୍ୟ ଭାବେ କରିବାକୁ ଚେଷ୍ଟା କରୁଛି। ଆଗାମୀ ୨୦ ବର୍ଷ ମଧ୍ୟରେ କେରଳକୁ ମୁସଲିମ୍ ରାଜ୍ୟ ଗଠନ କରିବା ଏହାର ଲକ୍ଷ୍ୟ ରହିଛି।

ଟିଜରରେ ଆଉ କିଛି ଦୃଶ୍ୟରେ ଲେଖାଯାଇଛି, ହଜାର ହଜାର ସଂଖ୍ୟାରେ ଝିଅଙ୍କୁ ଗତ ୧୦ ବର୍ଷରେ ISIS ଏବଂ ଅନ୍ୟ ଇସଲାମିକ୍ ଯୁଦ୍ଧକ୍ଷେତ୍ର  (Islamic War Zone) ପାଇଁ ତସ୍କରୀ କରାଯାଇଛି। ଭିଡିଓ ଶେଷରେ, ଫିଲ୍ମ ନାଁ ପରେ ଏହି ଫିଲ୍ମଟି ୩୨ ହଜାର ଝିଅଙ୍କ ସତ୍ୟ କାହାଣୀ ଉପରେ ଆଧାରିତ ଥିବା ଲେଖାଯାଇଛି। ଫିଲ୍ମ 'ଦ କେରଳ ଷ୍ଟୋରୀ'ର (The Kerala Story) ଏହି ଟିଜର ଭାଇରାଲ ହେବାରେ ଲାଗିଛି। ଲୋକେ କହୁଛନ୍ତି 'ଦ କାଶ୍ମୀର ଫାଇଲ୍ସ' ପରେ ଏବେ ଅନେକ ନିର୍ମାତା ନିଜ ଫିଲ୍ମ ଜରିଆରେ ସତ୍ୟତା ଲୋକଙ୍କ ସାମନାକୁ ଆଣିବା ପାଇଁ ସାହସ ଜୁଟାଉଛନ୍ତି।