ଶାଢୀରେ 'ଦ କାଶ୍ମୀର ଫାଇଲ୍ସ'
Advertisement

ଶାଢୀରେ 'ଦ କାଶ୍ମୀର ଫାଇଲ୍ସ'

ଗୁଜରାଟର ସୁରତ (Surat) ସହରରେ ଚର୍ଚ୍ଚିତ ପ୍ରସଙ୍ଗକୁ ନେଇ ସବୁବେଳେ ଶାଢୀ (Saree) ପ୍ରିଣ୍ଟ ହୁଏ । ସେ ନିର୍ବାଚନ ହେଉ ବା କୌଣସି ଉତ୍ସବ ସବୁ ପ୍ରସଙ୍ଗରେ ସୁରତ ସହରର କାରିଗର ଖୁବ ସ୍ୱତନ୍ତ୍ର ଭାବେ ଶାଢୀ ପ୍ରିଣ୍ଟ କରନ୍ତି ।

ସୌ: ସୋସିଆଲ ମିଡିଆ

ମୁମ୍ବାଇ: ବିବେକ ଅଗ୍ନିହୋତ୍ରୀଙ୍କ ଫିଲ୍ମ ଦ କାଶ୍ମୀର ଫାଇଲ୍ସ ରିଲିଜ ହେବାର ୩ ସପ୍ତାହ ବିତିଗଲାଣି। ହେଲେ ଏବେ ବି ବକ୍ସଅଫିସରେ ଫିଲ୍ମର ଦବଦବା ଜାରି ରହିଛି । ସିନେମାଟି ନିଚ୍ଛକ ସତ୍ୟ ଘଟଣା ଉପରେ ଆଧାରିତ ହୋଇଛି । କାଶ୍ମୀର ପଣ୍ଡିତଙ୍କ ଯନ୍ତ୍ରଣା ଏବଂ ଦୁଃଖର ହୃଦୟ ବିଦାରକ ଦୃଶ୍ୟ ସିନେମାରେ ପ୍ରଦର୍ଶିତ ହୋଇଛି । ସବୁ ବର୍ଗର ଦର୍ଶକ ଏହି ଫିଲ୍ମକୁ ପସନ୍ଦ କରୁଛନ୍ତି । ଏପରିକି ଫିଲ୍ମ ଦ କାଶ୍ମୀର ଫାଇଲ୍ସ ପାଇଁ ସ୍ୱତନ୍ତ୍ର ଶାଢୀ ତିଆରି ହୋଇଛି। ଗୁଜରାଟର ସୁରତ ସହରର ତିଆରି ହୋଇଛି ଏହି ସ୍ୱତନ୍ତ୍ର ଶାଢୀ । 

ଗୁଜରାଟର ସୁରତ (Surat) ସହରରେ ଚର୍ଚ୍ଚିତ ପ୍ରସଙ୍ଗକୁ ନେଇ ସବୁବେଳେ ଶାଢୀ (Saree) ପ୍ରିଣ୍ଟ ହୁଏ । ସେ ନିର୍ବାଚନ ହେଉ ବା କୌଣସି ଉତ୍ସବ ସବୁ ପ୍ରସଙ୍ଗରେ ସୁରତ ସହରର କାରିଗର ଖୁବ ସ୍ୱତନ୍ତ୍ର ଭାବେ ଶାଢୀ ପ୍ରିଣ୍ଟ କରନ୍ତି । ଆଉ ଆଜିକାଲି ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ (Vivek Agnihotri) ଙ୍କ ଫିଲ୍ମ ଦ କାଶ୍ମୀର ଫାଇଲ୍ସକୁ ନେଇ ଚର୍ଚ୍ଚା ଦେଶ ବିଦେଶରେ ହେଉଛି। ଆଉ ଏହି ପ୍ରସଙ୍ଗରେ ସୁରତ କାରିଗର ପଛରେ ବା କାହିଁକି ରହିବେ । ଫିଲ୍ମ ଦ କାଶ୍ମୀର ଫାଇଲ୍ସ (The Kashmir Files) କାଶ୍ମୀର ପଣ୍ଡିତଙ୍କ ଦୁଃଖ ଯନ୍ତ୍ରଣା ବଖାଣିଛି । ଏହି ଫିଲ୍ମ ଦେଖି ସମସ୍ତେ ଭାବବିହ୍ୱଳ ହୋଇପଡ଼ିଛନ୍ତି ଏବଂ କାଶ୍ମୀରରେ ଘଟିଥିବା ନରସଂହାର ଘଟଣାକୁ ଆହୁରି ବୁଝିବାକୁ ଚେଷ୍ଟା କରୁଛନ୍ତି । ସେଥିପାଇଁ ଏହି ଫିଲ୍ମ ଦିନକୁ ଦିନ ନିଜର ପୁରୁଣା ରେକର୍ଡ ଭାଙ୍ଗିବାରେ ଲାଗିଛି ।

Also Read: ପୁଣି ଚର୍ଚ୍ଚାରେ UAE ରାଜକୁମାରୀ; ଟାର୍ଗେଟରେ ଭାରତ ସରକାର, ହିନ୍ଦୁଙ୍କୁ ନେଇ ଦେଲେ ଏପରି ବୟାନ

ଫିଲ୍ମ The Kashmir Filesର ଲୋକପ୍ରିୟତା ଦିନକୁ ଦିନ କ୍ରମାଗତ ବଢିବାରେ ଲାଗିଛି । ଯାହାକୁ ନେଇ ସୁରତର ଜଣେ କାରିଗର ଫିଲ୍ମକୁ ନେଇ ଶାଢୀ ପ୍ରିଣ୍ଟ କରିଛନ୍ତି । ସୁରତରେ ଶାଢୀ ବ୍ୟବସାୟ କରୁଥିବା ବିନୋଦ କୁମାର ସୁରାନା ଏହି ଶାଢୀ ପ୍ରିଣ୍ଟ କରିଛନ୍ତି । ସୁରତ ସହରର ଅଭିନନ୍ଦନ ଟେକ୍ସଟାଇଲ ମାର୍କେଟରେ ବିନୋଦଙ୍କ ଦୋକାନ ରହିଛି । ସେ ଫିଲ୍ମ ଦ କାଶ୍ମୀର ଫାଇଲ୍ସର ଫଟୋ ଥିବା ଶାଢୀ ତିଆରି କରିଛନ୍ତି । ଏହାପୂର୍ବରୁ ବିନୋଦ ଫିଲ୍ମ ସର୍ଜିକାଲ ଷ୍ଟ୍ରାଇକ   ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫଟୋ ଥିବା ଶାଢୀ ତିଆରି କରିଥିଲେ । ଆଉ ଏବେ ଫିଲ୍ମ ଦ କାଶ୍ମୀର ଫାଇଲ୍ସର ଲୋକପ୍ରିୟତା ଦେଖି ଏହି ସ୍ୱତନ୍ତ୍ର ଶାଢୀ ତିଆରି କରିଛନ୍ତି ।  

fallback

୬ ମିଟରର ଶାଢୀରେ ୩ ଶହ ରଙ୍ଗର ବ୍ୟବହାର କରାଯାଇ The Kashmir Filesର ଶାଢୀ ତିଆରି କରାଯାଇଛି । ଏହାକୁ ଡିଜିଟାଲ ପ୍ରିଣ୍ଟ କରାଯାଇଛି । ଯେମିତି ସରକାର ଫିଲ୍ମକୁ ଟ୍ୟାକ୍ସ ଫ୍ରି କରିଛନ୍ତି, ସେହିପରି ବିନା ଲାଭରେ ଏହି ଶାଢୀ ବିନୋଦ ବିକ୍ରି କରିବେ ବୋଲି କହିଛନ୍ତି । ଫିଲ୍ମ ଦ କାଶ୍ମୀର ଫାଇଲ୍ସ ରିଲିଜ ହେବାର ପ୍ରଥମ ଦିନରୁ ହିଁ ରେକର୍ଡ କରିବାରେ ଲାଗିଛି । ଫିଲ୍ମର କାହାଣୀ ଦମଦାର ଥିବାରୁ ସିନେମାଘରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳୁଛି ।