Ollywood Casting Couch: ଶିକାର ଜାଲରେ ଫସିଲା ଶିକାରୀ! ବିଜେଡି ସହ ବାହାରିଲା ମଜଭୁତ ଲିଙ୍କ୍
Advertisement

Ollywood Casting Couch: ଶିକାର ଜାଲରେ ଫସିଲା ଶିକାରୀ! ବିଜେଡି ସହ ବାହାରିଲା ମଜଭୁତ ଲିଙ୍କ୍

Ollywood Casting Couch: ମିଡିଆ ରିପୋର୍ଟ ଅନୁସାରେ ପୀଡିତା ଅଭିନେତ୍ରୀ ଜଣକ ଭୁବନେଶ୍ୱର ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ କରିଛନ୍ତି। ସେ ଅକ୍ଷୟ ପରିଜାଙ୍କ ସହ ଅନ୍ତରଙ୍ଗ ମୁହୂର୍ତ୍ତର କିଛି ଫଟୋ ଓ ଭିଡିଓ ଜମା କରିଛନ୍ତି। ପୋଲିସ ଏହି ମାମଲା ବିଷୟରେ ମୁହଁ ଖୋଲୁ ନାହିଁ। ଫିଲ୍ମ ନିର୍ମାତାଙ୍କ ଅଶ୍ଳୀଳ ଭିଡିଓ ମୋବାଇଲଠୁ ମୋବାଇଲ ଘୁରି ବୁଲୁଛି।

Ollywood Casting Couch: ଶିକାର ଜାଲରେ ଫସିଲା ଶିକାରୀ! ବିଜେଡି ସହ ବାହାରିଲା ମଜଭୁତ ଲିଙ୍କ୍

Ollywood Casting Couch, ଭୁବନେଶ୍ୱର: ସିନେମା ପ୍ରଯୋଜକ ଅକ୍ଷୟ ପରିଜା କାଷ୍ଟିଂ କାଉଚ ମାଲାରେ ଏକ ରୋଚକ ମୋଡ ଆସିଛି। ଅଭିଯୁକ୍ତଙ୍କୁ ଛାଡି ପୀଡିତାଙ୍କୁ ପୋଲିସ ଥାନାରେ ଅଟକ ରଖିଛି। ବ୍ଲାକମେଲ କରୁଥିବା ଅଭିଯୋଗରେ ଅଭିନେତ୍ରୀଙ୍କୁ ଖଣ୍ଡଗିରି ଥାନା ପୋଲିସ ଦ୍ୱାରା ଅଟକ ରଖାଯାଇଥିବା ସୂଚନା ମିଳିଛି। ତେବେ ଅଭିନେତ୍ରୀଙ୍କ ବିଶାଳ ଓ ବିଳାଶମୟ କୋଠାକୁ ନେଇ ଚର୍ଚ୍ଚା ଚାଲିଛି।

ପୋଲିସର କହିବା ଅନୁସାରେ, ଯୁବତୀ ଜଣକ ଅକ୍ଷୟ ପରିଜାଙ୍କୁ ବ୍ଲାକମେଲ ଉଦ୍ଦେଶ୍ୟରେ ନିଜକୁ ବ୍ୟବହାର କରିଥିଲେ। ସେ ବିବାହିତା ଓ ତାଙ୍କର ଏକ ଚାରି ବର୍ଷର ପୁଅ ଅଛି। ଯୁବତୀ ଭୁବନେଶ୍ଵରରେ ନିଜ ସ୍ୱାମୀ ସହ ରୁହନ୍ତି। ସେ ଆଖି ଝଲସିଲା ଭଳି ଏକ ବଙ୍ଗଳାରେ ସପରିବାର ରୁହନ୍ତି। ଯୁବତୀ ସିନେ ପ୍ରଯୋଜକ, ରାଜନେତା, ବଡ ବଡ଼ ବ୍ୟବସାୟୀ, ବିଲଡରଙ୍କ ସହ ସୋସିଆଲ ମିଡ଼ିଆରେ ବନ୍ଧୁତା ସ୍ଥାପନ ପରେ ଫୋନ ନମ୍ବର ସଂଗ୍ରହ କରିଥାନ୍ତି। ପରେ ସମ୍ପର୍କ ନିବିଡ଼ କରି ଶାରୀରିକ ସମ୍ପର୍କ ରଖିବା ପାଇଁ ଆମନ୍ତ୍ରଣ କରିଥାଏ। 

Also Read: ଓଲିଉଡରେ ଆଲୋଡ଼ନ: ଅକ୍ଷୟ ପରିଜାଙ୍କ ବିରୁଦ୍ଧରେ କାଷ୍ଟିଂ କାଉଚ ଅଭିଯୋଗ ଆଣିଲେ ଅଭିନେତ୍ରୀ

ତେବେ ପୂର୍ବ ଯୋଜନା ମୁତାବାକ ଯେଉଁ ରୁମକୁ ସେ ଡାକି ଥାନ୍ତି ସେଠାରେ ପୂର୍ବରୁ କ୍ୟାମେରା ଲାଗିଥାଏ। ଆଉ ଶାରୀରିକ ସମ୍ପର୍କ ରଖିବାର ଦୃଶ୍ୟ ରେକଡିଂ କରନ୍ତି। ପରେ ସେହି ଭିଡିଓକୁ ଦେଖାଇ ଲୋକଙ୍କଠାରୁ ଲକ୍ଷାଧିକ ଟଙ୍କା ଆଦାୟ କରନ୍ତି ବୋଲି ସୂଚନା ମିଳିଛି। ତେବେ ଅକ୍ଷୟ ପରିଜା ନୁହଁ ଯୁବତୀ ଜଣକ ବିରୋଧରେ ଆହୁରି ଦୁଇ ଜଣ ବ୍ୟକ୍ତି ନୟାପଲ୍ଲି ଥାନାରେ ସମାନ ଅଭିଯୋଗ ଆଣିଛନ୍ତି। ତେବେ ଏନେଇ ଭୁବନେଶ୍ବର ଡିସିପି ଆନୁଷ୍ଠାନିକ ଭାବେ କୌଣସି ସୂଚନା ଦେଇ ନାହାନ୍ତି। ତେବେ ଯୁବତୀଙ୍କ ପରିବାର ସହ ଅନେକ ବରିଷ୍ଠ ରଜନୈତିଜ୍ଞଙ୍କ ସୁସମ୍ପର୍କ ଥିବା ବେଳେ ତାଙ୍କ ସ୍ୱାମୀ ଶାସକ ଦଳର ଜଣେ ପ୍ରଭାବଶାଳୀ କର୍ମୀ ବୋଲି କୁହାଯାଉଛି।

ସୂଚନାଯୋଗ୍ୟ, ଗତ ସପ୍ତାହରେ ଫିଲ୍ମ ମେକର ଅକ୍ଷୟ ପରିଜାଙ୍କ ବିରୋଧରେ ଅଭିନେତ୍ରୀ ଜଣକ କାଷ୍ଟିଂ କାଉଚ ଅଭିଯୋଗ ଆଣିଛନ୍ତି। ପୀଡ଼ିତାଙ୍କର ଏକ ଭିଡିଓ ମଧ୍ୟ ଭାଇରାଲ ହୋଇଛି। ପୀଡିତା କହିଥିଲେ ଯେ, ସିନେମା ଓ ବ୍ୟବସାୟରେ କାମ କରିବାର ସୁଯୋଗ ଦେବାକୁ କହି ଅକ୍ଷୟ ପରିଜା ତାଙ୍କର ଯୌନ ଶୋଷଣ କରିଛନ୍ତି। ତାଙ୍କ ଅଶ୍ଲୀଳ ଫଟୋ ରଖି ଶାରୀରିକ ସମ୍ପର୍କ ରଖିବାକୁ ପ୍ରଯୋଜକ ବାଧ୍ୟ କରୁଥିଲେ। ସପେଟେ ଅଭିଯୋଗକୁ ଖାରଜ କରିବା ସହ ଅକ୍ଷୟ ପାଲଟା ଯୁବତୀଙ୍କ ବିରୋଧରେ ବ୍ଲାକମେଲିଂ ଅଭିଯୋଗ କରିଛନ୍ତି।