ଅଶାନ୍ତ ସମୁଦ୍ରକୁ ଶାନ୍ତ କରିବାକୁ ବ୍ରହ୍ମଧ୍ୱନୀ ଯଜ୍ଞ
Advertisement
Article Detail0/zeeodisha/odisha876119

ଅଶାନ୍ତ ସମୁଦ୍ରକୁ ଶାନ୍ତ କରିବାକୁ ବ୍ରହ୍ମଧ୍ୱନୀ ଯଜ୍ଞ

ରାଜନଗର ବଙ୍ଗୋପସାଗର (Bay Of Bengal) ତଟବର୍ତ୍ତୀ ପେଣ୍ଠ ବେଳାଭୂମିରେ ମହିମା ଅଲେଖ ଧର୍ମାବଲମ୍ୱୀ ପରିବ୍ରାଜକ ସନ୍ଥ ବାମନ ବାବାଙ୍କ ତତ୍ତ୍ୱାବଧାନରେ ଅଖଣ୍ଡ ବ୍ରହ୍ମଧ୍ୱନୀ ଯଜ୍ଞ (Brahamadhwani Jangya) ଅନୁଷ୍ଠିତ ହୋଇଛି। 

ପ୍ରତିକାତ୍ମକ ଫଟୋ

କେନ୍ଦ୍ରାପଡା: ଅଶାନ୍ତ ସମୁଦ୍ରକୁ ଶାନ୍ତ କରିବାକୁ ଚାଲିଛି ନିଆରା ପ୍ରୟାସ। ସାମଦ୍ରିକ ଢେଉ ଓ ପ୍ରାକୃତିକ ବିପର୍ଯ୍ୟୟରୁ ସୁରକ୍ଷା ପାଇଁ ଅନୁଷ୍ଠିତ ହୋଇଛି ବ୍ରହ୍ମଧ୍ୱନୀ ଯଜ୍ଞ। ୧୯୪୯ ମସିହାରୁ କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ପେଣ୍ଠ ବେଳାଭୂମିରେ ମହିମା ଧର୍ମର ସନ୍ନ୍ୟାସୀମାନେ ଏହି ବିଶ୍ୱ ଶାନ୍ତି ମହାଯଜ୍ଞ କରୁଛନ୍ତି।

ରାଜନଗର ବଙ୍ଗୋପସାଗର (Bay Of Bengal) ତଟବର୍ତ୍ତୀ ପେଣ୍ଠ ବେଳାଭୂମିରେ ମହିମା ଅଲେଖ ଧର୍ମାବଲମ୍ୱୀ ପରିବ୍ରାଜକ ସନ୍ଥ ବାମନ ବାବାଙ୍କ ତତ୍ତ୍ୱାବଧାନରେ ଅଖଣ୍ଡ ବ୍ରହ୍ମଧ୍ୱନୀ ଯଜ୍ଞ (Brahamadhwani Jangya) ଅନୁଷ୍ଠିତ ହୋଇଛି। ରାଜନଗର ସମେତ ଉପକୂଳବାସୀଙ୍କୁ ସୁରକ୍ଷା ନିମନ୍ତେ ୧୯୪୯ ମସିହାରୁ ଏହି ଯଜ୍ଞ ଅନୁଷ୍ଠିତ ହେଉଛି। ମାର୍ଚ୍ଚ ୨୩ ତାରିଖରୁ ଆରମ୍ଭ ହୋଇ ପୂର୍ଣ୍ଣିମା ଦିନ ପୂର୍ଣ୍ଣାହୁତି ଦିଆ ଯାଇଛି। ଏଥି ପାଇଁ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ମହିମା ଅଲେଖ ଧର୍ମାବଲମ୍ବୀ ସାଧୁ ସନ୍ଥମାନେ ଯୋଗଦେଇ ଯଜ୍ଞ କାର୍ଯ୍ୟ କରିଛନ୍ତି। 

Also Read: ଶସ୍ତା ହେଲା LPG Cylinder, ଜାଣନ୍ତୁ ନୂଆ ଦାମ୍

କୋରୋନା ସଂକ୍ରମଣ (Coronavirus) କୁ ନଜରରେ ରଖି ପ୍ରଶାସନ (Kendrapara)  ପକ୍ଷରୁ ଯଜ୍ଞ ସ୍ଥଳରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିଲା। ସତୁରୀ ବର୍ଷ ଧରି ଚାଲିଥିବା ଏହି ଯଜ୍ଞ ମହାମାରୀ ଯୋଗୁ ଫିକା ପଡ଼ିଛି। ତଥାପି ବିଶ୍ୱ ଶାନ୍ତି ମହାଯଜ୍ଞରେ ଯୋଗ ଦେବାକୁ ଆଖପାଖ ଅଞ୍ଚଳର ଶତାଧିକ ମହିମା ଅଲେଖ ଧର୍ମାବଲମ୍ବୀ ଶ୍ରଦ୍ଧାଳୁ ରାଜନଗର (Rajnagar) ପେଣ୍ଠ ବେଳାଭୂମି ଆସିଥିଲେ।

ଜଳବାୟୁ ପରିବର୍ତ୍ତନ ଯୋଗୁ ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟ (Natural calamity)ଦେଖାଯାଉଛି। କିନ୍ତୁ ଆଜି ବି ବିଜ୍ଞାନ (Science) ପରିବର୍ତ୍ତେ ଆଧ୍ୟାତ୍ମିକତାକୁ ଲୋକେ ଅଧିକ ଭରସା କରୁଛନ୍ତି। ଯେଉଁଥିପାଇଁ ଏଭଳି ଯଜ୍ଞକୁ ଅଂଚଳବାସୀ ଆଦରି ନେଇଛନ୍ତି। ସେପଟେ ସରକାର ମଧ୍ୟ ସବୁ ଜାଣିଶୁଣି ଧର୍ମ ନାମରେ ଅନ୍ଧବିଶ୍ୱାସ (Blind faith) କୁ ପ୍ରଶୟ ଦେଉଥିବା ହେତୁବାଦୀମାନେ ଅଭିଯୋଗ କରୁଛନ୍ତି।