ବଲିଉଡରେ ଖିଲାଡି କୁମାରଙ୍କ ୩୦ ବର୍ଷ ପୂର୍ତ୍ତି
Advertisement
Article Detail0/zeeodisha/odisha1176031

ବଲିଉଡରେ ଖିଲାଡି କୁମାରଙ୍କ ୩୦ ବର୍ଷ ପୂର୍ତ୍ତି

କେତେବେଳେ ହିଟ୍ ଫିଲ୍ମ ତ କେତେବେଳ ଫ୍ଲପ୍ ଫିଲ୍ମ , ନିଜ ଅଭିନୟ ଶୈଳୀରେ ଦର୍ଶକଙ୍କୁ ବାନ୍ଧି ରଖିବାରେ ମାହିର ଖିଲାଡି କୁମାର । ବ୍ୟାକଟୁ ବ୍ୟାକ୍ ଦର୍ଶକଙ୍କୁ ଫିଲ୍ମ ଭେଟି ଦିଅନ୍ତି ଅକ୍ଷୟ କୁମାର । କମେଡି ହେଉ ବା ଆକ୍ସନ , ଇମୋସନାଲ ହେଉ ବା ରୋମାନ୍ସ ସବୁଥିରେ ଫିଟ୍ ଅକ୍ଷୟ

ବଲିଉଡରେ ଖିଲାଡି କୁମାରଙ୍କ ୩୦ ବର୍ଷ ପୂର୍ତ୍ତି

ନୂଆଦିଲ୍ଲୀ: ବଲିଉଡ ଅଭିନେତା ଅକ୍ଷୟ କୁମାର (Akshay Kumar) ତାଙ୍କ ଫିଲ୍ମ ଅଭିନୟ , ସିମ୍ପଲ ଜେସ୍ଚର , ଡ୍ୟାନ୍ସ . ଫିଟନେସ ପାଇଁ ସେ ବେଶ ଫେମସ । ତାଙ୍କ ଫିଲ୍ମ ଜରିଆରେ ସେ ଦେଶବିଦେଶରେ ଅଲଗା ଫ୍ୟାନ ବେସ୍ କ୍ରିଏଟ୍ କରିଛନ୍ତି ।  ଅକ୍ଷୟ  ଫିଲ୍ମ ଇଣ୍ଡଷ୍ଟ୍ରୀରେ ନିଜର  ୩୦ ବର୍ଷ ପୂରଣ କରିଛନ୍ତି। ଗତ ୩୦ ବର୍ଷ ଧରି  ଭିନ୍ନ ଭିନ୍ନ ଭୂମିକାରେ ଫ୍ୟାନ୍ସଙ୍କୁ ଏଣ୍ଟରଟେନ କରି ଆସୁଛନ୍ତି ଅକ୍ଷୟ । ବିଭିନ୍ନ ଚରିତ୍ରରେ ଅଭିନୟ କରି ଦର୍ଶକଙ୍କ ହୃଦୟରେ ରାଜ କରିଛନ୍ତି। ସେ ୧୯୮୭ ମସିହାରେ ମହେଶ ଭଟ୍ଟ (Mahesh Bhatt)ଙ୍କ ଫିଲ୍ମ ଆଜ୍ (Aaj) ରେ ମାଇନର ରୋଲ୍ ପ୍ଲେ କରିଥିଲେ । ଏହାପରେ ୧୯୯୧ ମସିହାରେ ସୌଗନ୍ଧ (Sougandh)ଫିଲ୍ମରେ ସେ ଲିଡ୍ ରୋଲ ପ୍ଲେ କରିଥିଲେ । 

୧୯୯୨ ମସିହାରେ ରିଲିଜ ହୋଇଥିଲା ଫିଲ୍ମ ଖିଲାଡି (Khiladi)ତାଙ୍କୁ ସ୍ୱତନ୍ତ୍ର ପରିଚୟ ଦେଇଥିଲା  ।  ୧୯୯୪ ମସିହାରେ ରିଲିଜ ହୋଇଥିବା ଫିଲ୍ମ ମେ ଖିଲାଡି ତୁ ଅନାଡିରେ ଅକ୍ଷୟ କୁମାର , ସୈଫ ଅଲ୍ଲୀ ଖାନ ଏବଂ ଶିଲ୍ପା ସେଟ୍ଟୀ ଲିଡ୍ ରୋଲ୍ ପ୍ଲେ କରିଥିଲେ । ଏହି ଫିଲ୍ମ ସୁପରହିଟ୍ ହୋଇଥିଲା ।ଅକ୍ଷୟଙ୍କ ଅଭିନୟକୁ ପ୍ରଶଂସା କରିଥିଲେ ଦର୍ଶକ ।  ସେହିପରି ୨୦୦୦ ମସିହାରେ ରିଲିଜ ହୋଇଥିବା  ଫିଲ୍ମ ହେରାଫେରିରେ ଅକ୍ଷୟଙ୍କ କେମଡି ଦର୍ଶକଙ୍କୁ ମନୋରଞ୍ଜନର ଖୋରାକ ଯୋଗାଇଥିଲା  । ଅକ୍ଷୟ (Akshay Kumar)ଙ୍କ ଅନେକ ଫିଲ୍ମ  ହିଟ୍ ହୋଇଥିବା ବେଳେ ଅନେକ ଫିଲ୍ମ ଫ୍ଲଫ୍ ମଧ୍ୟ ହୋଇଛି ।ଏହି ଫିଲ୍ମରେ ଅକ୍ଷୟଙ୍କ ନିଆରା ଅଭିନୟ ଦେଖିବାକୁ ମିଳିଥିଲା ।

Also Read: ଟେନସନ୍‌ରେ ଜ୍ୟାକଲିନ୍: ପ୍ରଥମେ ସମ୍ପତ୍ତି ଏବେ ବଡ଼ ବଜେଟ୍‌ ଫିଲ୍ମ ବି ହାତରୁ ଗଲା, ଏବେ କରିବେ କ'ଣ...

୨୦୦୭ରେ ରିଲିଜ ହୋଇଥିବା  ହରର କମେଡ୍ ଫିଲ୍ମ ଭୁଲ ଭୁଲୈୟାରେ ଅକ୍ଷୟଙ୍କ ବାବା ଗେଟ୍ ଅପକୁ ପସନ୍ଦ କରିଥିଲେ ଦର୍ଶକ । ଏହିପରି ଅନେକ ଫିଲ୍ମରେ ଅକ୍ଷୟ ନିଜ ଦମଦାର ଅଭିନୟ ଜରିଆରେ ଦର୍ଶକଙ୍କ ହୃଦୟରେ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିବାରେ ସଫଳ ହୋଇଛନ୍ତି । ସବୁବେଳେ ନିଜ ଅଭିନୟକୁ ସ୍ୱତନ୍ତ୍ର ଏବଂ ନିଆରା କରିବା ପାଇଁ ଚେଷ୍ଟା କରନ୍ତି ଅକ୍ଷୟ।  କେତେବେଳେ ହିଟ୍  ଫିଲ୍ମ ତ କେତେବେଳେ ଫ୍ଲପ୍  ଆଉ କେତେବେଳେ ରୋମାନ୍ସ ତ କେବେ କମେଡି ଏହା ସହ ଆକ୍ସନ୍ ଥ୍ରୀଲରରେ ଅକ୍ଷୟଙ୍କ ଜଲୱା ଦେଖିବାକୁ ମିଳିଛି ।  ଅକ୍ଷୟ ବ୍ୟାକଟୁ ବ୍ୟାକ୍ ଅନେକ ଫିଲ୍ମ ଦର୍ଶକଙ୍କୁ ଭେଟି ଦିଅନ୍ତି । ଗତ ବର୍ଷ ଅକ୍ଷୟଙ୍କ  ୩ଟି ଫିଲ୍ମ ରିଲିଜ ହୋଇଥିଲା , ବେଲ ବଟମ୍ (Bell Bottom) , ସୂର୍ଯ୍ୟବଂଶୀ (Sooryavanshi) ଏବଂ ଅତରଙ୍ଗୀ ରେ (Atrangi Re) ।

Also Read: କରନ ଜୋହରଙ୍କ ଟ୍ୱିଷ୍ଟ; ଟିଭି ନୁହେଁ, ଡିଜିଟାଲରେ ପ୍ରସାରଣ ହେବ କଫି ୱିଥ୍ କରନ୍

ସେହିପରି ଚଳିତ ବର୍ଷ ମଧ୍ୟ ଅକ୍ଷୟଙ୍କ ଫିଲ୍ମ ବଚ୍ଚନ ପାଣ୍ଡେ (Bachchan Pandey) ରିଲିଜ ହୋଇଥିଲା । ଆହୁରି ଅନେକ ଫିଲ୍ମ ରିଲିଜ ହେବା ଅପେକ୍ଷାରେ ରହିଛି । ପୃଥ୍ୱୀରାଜ (Prithviraj) , ରକ୍ଷାବନ୍ଧନ (Raksha Bandhan ) , ରାମସେତୁ (RamSetu) ଚଳିତ ବର୍ଷ ରିଲିଜ ହେବ । ଅକ୍ଷୟଙ୍କ ଫିଲ୍ମ ପୃଥ୍ୱୀରାଜ  (Prithviraj)  ଆସନ୍ତା ଜୁନ୍ ୩ ତାରିଖରେ ରିଲିଜ ହେବ ।   'ପୃଥୀରାଜ୍ 'ର ଏକ ନୂଆ ପୋଷ୍ଟର ରିଲିଜ୍  କରାଯାଇଛି। ପ୍ରଡକ୍ସନ୍ ହାଉସ୍ ୟଶ ରାଜ ଫିଲ୍ମସ୍  ପକ୍ଷରୁ  ପୋଷ୍ଟର ରିଲିଜ କରାଯିବା ସହ  ଫିଲ୍ମ ଇଣ୍ଡଷ୍ଟ୍ରୀରେ ଅକ୍ଷୟଙ୍କ  ୩୦ ବର୍ଷର ପୂର୍ତ୍ତିର  ଅଭିନ୍ଦନ ଜଣାଇଛନ୍ତି।