AI deepkake misuse:ଆସନ୍ତା ନିର୍ବାଚରେ ଡିପ୍ ଫେକ୍ ଭିଡିଓକୁ ନେଇ ହୋଇପାରେ ବିବାଦ,ଜାଣନ୍ତୁ ଚିନ୍ତାର କାରଣ କ’ଣ ?
Advertisement

AI deepkake misuse:ଆସନ୍ତା ନିର୍ବାଚରେ ଡିପ୍ ଫେକ୍ ଭିଡିଓକୁ ନେଇ ହୋଇପାରେ ବିବାଦ,ଜାଣନ୍ତୁ ଚିନ୍ତାର କାରଣ କ’ଣ ?

କିଛିଦିନ ତଳେ ସଚିନ୍ ତେନ୍ଦୁଲକର ଗୋଟିଏ ଭିଡିଓ ସେୟାର କରି ତାଙ୍କ ଭିଡିଓର ଡିଫ୍ ଫେକ୍ କରାଯାଇଥିବା ଅଭିଯୋଗ ଆଣିଥିଲେ । ତାଙ୍କ ଝିଅ ସାରା ତେନ୍ଦୁଲକରଙ୍କ ଡିପ୍ ଫେକ୍ ଭିଡିଓ ଆସିବା ପରେ ତେନ୍ଦୁଲକରଙ୍କ ଭିଡିଓ ଆସିଥିଲା । ଯେଉଁଥିରେ ସେ ଗୋଟିଏ ଗେମିଂ ଆପର ପ୍ରଚାର କରୁଥିବା ଦେଖିବାକୁ ମିଳିଥିଲା । 

SOCIAL MEDIA

AI deepkake misuse: କିଛିଦିନ ତଳେ ସଚିନ୍ ତେନ୍ଦୁଲକର ଗୋଟିଏ ଭିଡିଓ ସେୟାର କରି ତାଙ୍କ ଭିଡିଓର ଡିଫ୍ ଫେକ୍ କରାଯାଇଥିବା ଅଭିଯୋଗ ଆଣିଥିଲେ । ତାଙ୍କ ଝିଅ ସାରା ତେନ୍ଦୁଲକରଙ୍କ ଡିପ୍ ଫେକ୍ ଭିଡିଓ ଆସିବା ପରେ ତେନ୍ଦୁଲକରଙ୍କ ଭିଡିଓ ଆସିଥିଲା । ଯେଉଁଥିରେ ସେ ଗୋଟିଏ ଗେମିଂ ଆପର ପ୍ରଚାର କରୁଥିବା ଦେଖିବାକୁ ମିଳିଥିଲା । ତେନ୍ଦୁଲକର ଏହି ଭିଡିଓ ବାବଦରେ ଚେତାବନୀ ଦେଇ ଏହାକୁ ନେଇ ଚିନ୍ତାବ୍ୟକ୍ତ କରିଥିଲେ । ପୁଷ୍ପା ଫିଲ୍ମ ଜରିଆରେ ନ୍ୟାସନାଲ କ୍ରସ ବନିଥିବା ରଶ୍ମିକା ମନ୍ଦନାଙ୍କ ଡିପ୍ ଫେକ୍ ଭିଡିଓ ମଧ୍ୟ ଭାଇରାଲ ହେବା ପରେ ଗୋଟିଏ ସଭାରେ ପ୍ରଧାନମନ୍ତ୍ରୀ ମୋଦି ଡିପ୍ ଫେକ୍ ଭିଡିଓକୁ ନେଇ ଚିନ୍ତାବ୍ୟକ୍ତ କରିଥିଲେ । ଏମିତିରେ ଆଗକୁ ନିର୍ବାଚନ ଆସୁଥିବାବେଳେ ଡିପଫେକ୍ ଭିଡିଓ ଭୋଟରଙ୍କ ଉପରେ ମଧ୍ୟ ପ୍ରଭାବ ପକାଇପାରେ ବୋଲି ଆଲୋଚନା ହେଉଛି । ତେବେ ନିର୍ବାଚନ ସମୟରେ କିଛି ଦେଶରେ AIର ବ୍ୟବହାର କରାଯାଉଥିବାବେଳେ ଆଗାମୀ ଦିନରେ ଭାରତରେ ନିର୍ବାଚନ ହେବାକୁ ଥିବାବେଳେ AIର ପ୍ରଭାବ କଣ ରହିବ?

ସେପଟେ ଗୁଗୁଲ ଜେମିନି AI ବିବାଦୀୟ ମନ୍ତବ୍ୟ ଏବଂ ପକ୍ଷପାତ ବିଷୟବସ୍ତୁ ଦେଖାଯାଇପାରେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସମ୍ବୋଧିତ କରି ଯେଉଁ ବିବାଦୀୟ ରିପୋର୍ଟ ଆସିଛି ତାହା ବେଶ ଚିନ୍ତାଜନକ । କେନ୍ଦ୍ରୀୟ ଆଇଟି ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ଏକ ସାକ୍ଷାତକାରରେ କହିଛନ୍ତି କି, ଗୁଗୁଲ ନିଜର ଏଆଇ ପ୍ଲାଟଫର୍ମରେ ପ୍ରଧାନମନ୍ତ୍ରୀଙ୍କ ସମ୍ପର୍କରେ ଦେଇଥିବା ବିବାଦୀୟ ଟିପ୍ପଣୀ ପାଇଁ କ୍ଷମା ପ୍ରାର୍ଥନା କରିଛି । ଏହାସହ ଗୁଗୁଲର ସିଇଓ ସୁନ୍ଦର ପିଚାଇ ମଧ୍ୟ ଏଗୁଡ଼ିକ ଗ୍ରହଣୀୟ ନୁହେଁ ବୋଲି କହିଛନ୍ତି । ଏହାସହ କହିଛନ୍ତି କି, ଏକ୍ସପୋର୍ଟମାନେ ଚିନ୍ତାରେ ରହିଛନ୍ତି କି, AIର ଏଭଳି ଅନେକ ଭୁଲ ମଧ୍ୟ ରହିଛି ।

AIର ବ୍ୟବହାର ଯେତିକି ବଢ଼ୁଛି କିଛି କାମ ମଧ୍ୟ ସୁବିଧାରେ ହୋଇଯାଉଛି । ସ୍ମାର୍ଟଫୋନଠାରୁ ମଧ୍ୟ ଏହା ଅଧିକ ସ୍ମାର୍ଟ ହୋଇଥାଏ । କିନ୍ତୁ AIର ବିଭିନ୍ନ ଦୋଷ ତୃଟି ଦେଖାଯାଉଥିବାବେଳେ ଏହା ସ୍ମାର୍ଟ ନୁହେଁ କି? ବୋଲି ପ୍ରଶ୍ନ ଉଠିଥିଲା । ତେବେ ଏକ ଟିଭି ସୋ’ରେ ଯୋଗ ଦେଇଥିବା ଅବସରରେ ଡ. ଏଲ.ଭି ସୁବ୍ରମଣ୍ୟମ କହିଥିଲେ କି, AI ଟେକ୍ନୋଲୋଜି ଏବେ ବିକାଶ କରୁଛି । ଏହା ବିଶ୍ବାସ ଏବଂ ପକ୍ଷପାତିତା ସମନ୍ଧରେ ଏହାର ସୀମା ସ୍ଥିର ହୋଇନାହିଁ । ଯଦି ଆପଣ ଭାରତ ସମ୍ପର୍କରେ ଜଡିତ ବିଭିନ୍ନ ପ୍ରଶ୍ନ ପଚାରିବେ ତାହେଲେ ସମସ୍ତ ଉତ୍ତର ପାଇପାରିବେ ନାହିଁ ।  କାରଣ ଏହି ଏହି ଡାଟା ଦ୍ବାରା ତିଆରି ହୋଇନାହିଁ । ଯଦି ଏହାର ସାମାଜିକ ଦିଗ ଉପରେ ନଜର ପକାଇବା ତାହେଲେ ଏହା ବହୁତ ବିପଦ ହୋଇଥାଏ ।

ସେପଟେ ନିର୍ବାଚନରେ AIର ଅପବ୍ୟବହାର ସମ୍ପର୍କରେ ଯଦି କହିବା ତାହେଲେ ନିଶ୍ଚିତ ଭାବରେ ଦେଖିବାକୁ ମିଳିବ ବୋଲି ଆଲୋଚନା ହେଉଛି । କାହିଁକି ନାଁ ପୂର୍ବରୁ ରଶ୍ମିକା ମାନ୍ଧନା, ସଚିନ ତେନ୍ଦୁଲକର, ଆଲିଆ ଭଟ୍ଟ, କରନିା କପୁର ଏବଂ ପ୍ରଧାନମନ୍ତ୍ରୀଙ୍କ ଡିପଫେକ୍ ଭିଡିଓ ଭାଇରାଲ ହୋଇଛି । ସାରା ଭାରତରେ ନିର୍ବାଚନ ସମୟରେ ଏଆଇ ବ୍ୟବହାର ହେବା ନେଇ ପ୍ରସ୍ତୁତି ଚାଲିଥିବା ସୂଚନା ମିଳିଛି । ୨୦୨୩ ମସିହାରେ ଆର୍ଜେଣ୍ଟିନାରେ ହୋଇଥିବା ନିର୍ବାଚନରେ ଡିପଫେକ ଭିଡିଓ ମଧ୍ୟ ଦେଖିବାକୁ ମିଳିଥିଲା । ଏପରିକି ଭାରତର ପାରମ୍ପରିକ ଶତୃ ବୋଲାଉଥିବା ପାକିସ୍ତାନରେ ମଧ୍ୟ ବିବାଦୀୟ ପ୍ରଯୁକ୍ତି ବିଦ୍ୟାର ବ୍ୟବହାର ହୋଇଥିବା ଅଭିଯୋଗ ଦେଖିବାକୁ ମିଳିଥିଲା । ଆଇଟି ବିଶେଷଜ୍ଞମାନେ ମତ ଦେଇଛନ୍ତି କି, ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ନେତାମାନେ AIର ବ୍ୟବହାର କରି ଡିପଫେକ୍ ଭିଡିଓ ତିଆରି କରିପାରନ୍ତି । ବିରୋଧୀ ନେତାଙ୍କ ଡିପଫେକ ଭିଡିଓ କରି ମଧ୍ୟ ଭୋଟରଙ୍କ ଆକର୍ଷଣ ଭାଙ୍ଗିବା ଉପରେ କାର୍ଯ୍ୟ କରାଯାଇପାରେ । ତେବେ ନିର୍ବାଚନ କମିଶନ ଏଉପରେ ଅଧିକ ଧ୍ୟାନ ଦେବେ ବୋଲି କୁହାଯାଇଛି ।