Stevia can weight loss: ଓଜନ କମ୍ କରିବାର ଘରୋଇ ଉପାୟ କଣ ?
Advertisement
Article Detail0/zeeodisha/odisha1973622

Stevia can weight loss: ଓଜନ କମ୍ କରିବାର ଘରୋଇ ଉପାୟ କଣ ?

  ମୋଟାପଣ ଏକ ଗମ୍ଭୀର ସମସ୍ୟା । ଯାହା ଅନେକ ରୋଗକୁ ଆମନ୍ତ୍ରଣ କରେ । ମିଠା ତୁଳସୀ ପତ୍ର ବା ଷ୍ଟିଭିଆ ଖାଇବା ଦ୍ବାରା ଓଜନ କମିବାରେ ସାହାଯ୍ୟ ହୋଇପାରେ । ମିଠା ତୁଳସୀ ପତ୍ର ଖାଇବା ଦ୍ବାରା ଓଜନ ବଢ଼େ ନାହିଁ କାରଣ ଏଥିରେ କ୍ୟାଲୋରୀ ନଥାଏ । ଷ୍ଟିଭିଆ ସେବନ ଦ୍ବାରା ବ୍ଲଡ ସୁଗାର, ଇନ୍ସୁଲିନ ସ୍ତର ଏବଂ ବ୍ଲଡ ପ୍ରେସର କଣ୍

SOCIAL MEDIA

Stevia can weight loss: 

ମୋଟାପଣ ଏକ ଗମ୍ଭୀର ସମସ୍ୟା । ଯାହା ଅନେକ ରୋଗକୁ ଆମନ୍ତ୍ରଣ କରେ । ମିଠା ତୁଳସୀ ପତ୍ର ବା ଷ୍ଟିଭିଆ ଖାଇବା ଦ୍ବାରା ଓଜନ କମିବାରେ ସାହାଯ୍ୟ ହୋଇପାରେ । ମିଠା ତୁଳସୀ ପତ୍ର ଖାଇବା ଦ୍ବାରା ଓଜନ ବଢ଼େ ନାହିଁ କାରଣ ଏଥିରେ କ୍ୟାଲୋରୀ ନଥାଏ । ଷ୍ଟିଭିଆ ସେବନ ଦ୍ବାରା ବ୍ଲଡ ସୁଗାର, ଇନ୍ସୁଲିନ ସ୍ତର ଏବଂ ବ୍ଲଡ ପ୍ରେସର କଣ୍ଟ୍ରୋଲକୁ ଆସିଥାଏ । କିନ୍ତୁ ଏହାକୁ ଅଧିକ ସେବନ କରିବା ଦ୍ବାରା କୁପ୍ରଭାବ ମଧ୍ୟ ପଡ଼ିଥାଏ ।

ମୋଟାପଣ ପ୍ରାୟ ଏକ ଗମ୍ଭୀର ସମସ୍ୟା, ଯାହା ଅଧିକାଂଶ ଲୋକଙ୍କୁ ଗ୍ରାସିଛି । ଏଥିରେ ସନ୍ଦେହ ନାହିଁ ଯେ ମୋଟାପର କେବଳ ଆପଣଙ୍କ ସୁନ୍ଦରତାକୁ କମ କରେ ଏହା ଅନେକ ରୋଗକୁ ମଧ୍ୟ ନିମନ୍ତ୍ରଣ କରେ । ଅଧିକ ଓଜନ ବଢ଼ିବା ଦ୍ବାରା ଡ଼ାଇବେଟିସ, କ୍ୟାନ୍ସର, ହାଇ ବିପି ସମେତ ଅନେକ ରୋଗର ଆଶଙ୍କା ଥାଏ । ଓଜନ ବଢ଼ିବା ଯେତିକି ସହଜ କମ୍ କରିବା ସେ ତୁଳନାରେ ଅଧିକ କଷ୍ଟକର ।

ଓଜନ କମ୍ କରିବାର ଘରୋଇ ଉପାୟ କଣ ? ଯେଉଁମାନେ ଝାଳବୁହା ପରିଶ୍ରମ କରିବା ପରେ ମଧ୍ୟ କୌଣସି ପ୍ରଭାବ ପଡୁ ନାହିଁ । ସେମାନେ ଷ୍ଟିଭିଆ ସେବନ କରନ୍ତୁ । ଅଧ୍ୟୟନରୁ ଜଣାପଡ଼ିଛି ଯେ ମିଠା ତୁଳସୀ ବା ଷ୍ଟିଭିଆ ଖାଇବା ଦ୍ବାରା ଓଜନ ବଢ଼େ ନାହିଁ । କାରଣ ସେଥିରେ କ୍ୟାଲୋରୀ ନଥାଏ ।

ଷ୍ଟିଭିଆ ବା ମିଠା ତୁଳସୀ କଣ ?

ଷ୍ଟିଭିଆ ଦକ୍ଷିଣ ଆମେରିକାର ଏକ ଗୁଳ୍ମ ଜାତୀୟ ଗଛ । ଯାହାକୁ ଶାହ ଶହ ବର୍ଷ ପୂର୍ବରୁ ପ୍ରକୃତିକ ଚିନି ଭାବରେ ବ୍ୟବହାର କରାଯାଉଛି । ଏହି ଗଛର ପତ୍ରର ରସକୁ ବ୍ୟବହାର କରି ପଦାର୍ଥ ଗୁଡ଼ିକରେ ଚିନିର ମାତ୍ରା କମ କରିବା ପାଇଁ ବ୍ୟବହାର କରାଯାଉଛି । ଏଥିରେ ଏମିତି କିଛି ପୋଷକ ତତ୍ତ୍ବ ରହିଛି ଯାହା ଅନେକ ରୋଗର ଆଶଙ୍କାକୁ କମ୍ କରିଥାଏ ।

ଓଜନ କମ୍ କରିବାରେ ଏହା କିଭଳି ସହାୟକ ହୁଏ

ମୋଟା ହେବାର ଅନେକ କାରଣ ରହିଛି । ଯେମିତିକି କଠିନ ପରିଶ୍ରମ ନକରିବା କ୍ୟାଲୋରୀ ଯୁକ୍ତ ଖାଦ୍ୟ ଅଧିକ ଖାଇବା ଭଳି ଅଭ୍ୟାସ ଅନ୍ତର୍ଭୁକ୍ତ । ମିଠା ଖାଇବା ଦ୍ବାରା ମୋଟାପଣ ବୃଦ୍ଧି ପାଏ । ଏହାର ଅର୍ଥ ଏଇୟା ଯେ ଯଦି ଆପଣ ଚିନି ଯୁକ୍ତ ଖାଦ୍ୟ ଅଧିକ ଖାଉଛନ୍ତି ତାହେଲେ ଆପଣଙ୍କ ଠାରେ ମୋଟାପଣ ବୃଦ୍ଧି ପାଇବ । ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯେ ଷ୍ଟିଭିଆରେ ସୁଗାର ନଥାଏ ଆଉ ଯଦି ବି ଥାଏ ତାହା ବହୁ କମ ପରିମାଣର । ସେ ହିସାବରେ ଯଦି ସୁଗାର ନାହିଁ ତାହେଲେ କ୍ୟାଲୋରୀ ମଧ୍ୟ ନଥିବ । ଏହି କାରଣରୁ ଷ୍ଟିଭିଆ ସେବନ ଦ୍ବାରା ମୋଟାପଣ ବୃଦ୍ଧି ହୁଏ ନାହିଁ । ଏବଂ ଓଜନ କମ ହୁଏ ।

ବ୍ଲଡ ସୁଗାର କଣ୍ଟ୍ରୋଲ କରିବାରେ ସହାୟକ ହୋଇଥାଏ

ଚିନି ବ୍ଲଡ ସୁଗାର ଏବଂ ଇନସୁଲିନ ଲେବଲକୁ ବଢ଼ାଇଥାଏ । ସେଥିପାଇଁ ଚିନି ବଦଳରେ ଷ୍ଟିଭିଆ ଭଳି ନନ ଗ୍ଲାଇସେମିକ ମିଠା ବ୍ୟବହାର କରିବା ଦ୍ବାରା ରକ୍ତରେ ସୁଗାରର ମାତ୍ରା କମ୍ ହୋଇଥାଏ । ଯେଉଁମାନେ ଷ୍ଟିଭିଆକୁ ବିକଳ୍ପ ଭାବେ ଗ୍ରହଣ କରିଛନ୍ତି ସେମାନଙ୍କର ମିଠା ଖାଇବା ଲୋକଙ୍କ ତୁନାରେ ରକ୍ତରେ ସୁଗାର ଏବଂ ଇନସୁଲିନ ଲେବଲ କମ୍ ହୋଇଥାଏ ।

 ବ୍ଲଡ ପ୍ରେସର ନିୟନ୍ତ୍ରଣରେ ରୁହେ

ଷ୍ଟିଭିଆ ରସରେ ଗ୍ଲାଇକୋସାଇଡ଼ ଥାଏ । ଯାହା ରକ୍ତ ପ୍ରବାହକୁ ଚୌଡ଼ା କରିଥାଏ । ୨୦୦୩ରେ ଏକ ଅଧ୍ୟୟନରୁ ଜଣାପଡ଼ିଥିଲା ଯେ ଷ୍ଟିଭିଆ ରକ୍ତଚାପକୁ କମ୍ କରିଥାଏ । ଷ୍ଟିଭିଆରେ କାର୍ଡ଼ିଓଟୋନିକ କ୍ରିୟା ଥାଏ । କାର୍ଡ଼ିଓଟୋନିକ କ୍ରିୟା ରକ୍ତଚାପକୁ କମ୍ କରେ । ଏବଂ ହୃଦପିଣ୍ଡକୁ ନିୟନ୍ତ୍ରିତ ରଖେ ।

ଷ୍ଟିଭିଆର ବ୍ୟବହାର

ଡାଏଟିସିଆନଙ୍କ ଅନୁସାରେ ଷ୍ଟିଭିଆକୁ ଚା ରୂପରେ ବ୍ୟବହାର କରି ହେବ । କୌଣସି ଖାଦ୍ୟରେ ମିଠା ବଦଳରେ ଷ୍ଟିଭିଆ ପତ୍ରକୁ ଗୁଣ୍ଡ କରି ବ୍ୟବହାର କରିହେବ । ଏହାଛଡ଼ା ସକାଳୁ ମଧ୍ୟ ଖାଲି ପେଟରେ ଦାନ୍ତ ଘସିବା ପୂର୍ବରୁ କିଛି ପତ୍ର ଚୋବାଇ ଖାଇପାରିବେ । କିନ୍ତୁ ଅଧିକ ଏବଂ ବହୁ ଦିନ ପର୍ଯ୍ୟନ୍ତ ନକରିବା ଭଲ ।

ଷ୍ଟିଭିଆ ଦ୍ବାରା କ୍ଷତି

ଆହୁରି କିଛି ଅଧ୍ୟୟନରୁ ଜଣା ପଡ଼ିଛି ଯେ ଷ୍ଟିଭିଆର କୁପ୍ରଭାବ ମଧ୍ୟ ରହିଛି । କିଡନୀ, ପ୍ରଜନନ ପ୍ରଣାଳୀ ଏବଂ ହୃତପିଣ୍ଡ ପ୍ରଣାଳୀରେ କ୍ଷତି ପହଂଚାଇପାରେ । ଏହାଛଡ଼ା ରକ୍ତରେ ସୁଗାର କମାଇବାକୁ ନେଉଥିବା ଔଷଧ ସହ ଏହାକୁ ସେବନ କଲେ ପାର୍ଶ୍ବ ପ୍ରତିକ୍ରିୟା ମଧ୍ୟ ଶରୀରରେ ହୋଇପାରେ ।

Disclaimer: ଏହି ଆର୍ଟିକିଲରେ ଉଲ୍ଲେଖ କରାଯାଇଥିବା ସୂଚନା, ପଦ୍ଧତି ଓ ପରାମର୍ଶକୁ କାର୍ଯ୍ୟକାରୀ କରିବା ପୂର୍ବରୁ