Hindu Idol:ଆବୁଧାବିର ଭବ୍ୟ ହିନ୍ଦୁ ମନ୍ଦିରରେ କେଉଁ ଭଗବାନଙ୍କର ହେବ ପୂଜାର୍ଚ୍ଚନା ?
Advertisement

Hindu Idol:ଆବୁଧାବିର ଭବ୍ୟ ହିନ୍ଦୁ ମନ୍ଦିରରେ କେଉଁ ଭଗବାନଙ୍କର ହେବ ପୂଜାର୍ଚ୍ଚନା ?

ଆବୁଧାବିର ଭବ୍ୟ ହିନ୍ଦୁ ମନ୍ଦିରରେ କେଉଁ ଭଗବାନଙ୍କର ହେବ ପୂଜାର୍ଚ୍ଚନା ? ଆବୁଧାବିରେ ନିର୍ମିତ ଭବ୍ୟ ହିନ୍ଦୁ ମନ୍ଦିର ବିଏପିଏସକୁ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଫେବ୍ରୁଆରି ୧୪ ତାରିଖ ଅପରାହ୍ନ ସାଢ଼େ ୪ଟାରେ ଏହି ମନ୍ଦିର ଉଦ୍ ଘାଟିତ ହୋଇଥିଲା। ସୂଚନାଯୋଗ୍ୟ, ଏହି ମନ୍ଦିରକୁ ବିଏପିଏସ୍ ସଂଗଠନ ନିର୍ମାଣ କରିଛି। ଆବ

SOCIAL MEDIA

Hindu Idol:

ଆବୁଧାବିର ଭବ୍ୟ ହିନ୍ଦୁ ମନ୍ଦିରରେ କେଉଁ ଭଗବାନଙ୍କର ହେବ ପୂଜାର୍ଚ୍ଚନା ?

ଆବୁଧାବିରେ ନିର୍ମିତ ଭବ୍ୟ ହିନ୍ଦୁ ମନ୍ଦିର ବିଏପିଏସକୁ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଫେବ୍ରୁଆରି ୧୪ ତାରିଖ ଅପରାହ୍ନ ସାଢ଼େ ୪ଟାରେ ଏହି ମନ୍ଦିର ଉଦ୍ ଘାଟିତ ହୋଇଥିଲା। ସୂଚନାଯୋଗ୍ୟ, ଏହି ମନ୍ଦିରକୁ ବିଏପିଏସ୍ ସଂଗଠନ ନିର୍ମାଣ କରିଛି। ଆବୁଧାବିରେ ଏହା ହେଉଛି ପ୍ରଥମ ହିନ୍ଦୁ ମନ୍ଦିର । ବି.ଏ.ପି.ଏସ୍. ଅର୍ଥାତ୍ ବୋଚାସନବାସି ଅକ୍ଷର ପୁରୁଷୋତ୍ତମ ସ୍ୱାମୀନାରାୟଣ ଅନୁଷ୍ଠାନ। ଏହି ସଂଗଠନ ସ୍ୱାମୀନାରାୟଣ ସମ୍ପ୍ରଦାୟ ସହିତ ଜଡିତ । ଏହି ସମ୍ପ୍ରଦାୟରେ ପୂଜ୍ୟ ହେଉଛନ୍ତି  ସ୍ୱାମୀ ନାରାୟଣ ମହାପ୍ରଭୁ । ସେ ୧୪୮୬ ମସିହାରେ ଉତ୍ତରପ୍ରଦେଶର ଛପିଆ ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ । ଆସନ୍ତୁ ଜାଣିବା ଏହି ଭବ୍ୟ ମନ୍ଦିରରେ କେଉଁ ଦେବଦେବୀଙ୍କ ପୂଜା କରାଯିବ ଏବଂ ଏହି ମନ୍ଦିରରେ କେଉଁ ଭଗବାନଙ୍କ ମୂର୍ତ୍ତି ସ୍ଥାପନ କରାଯାଇଛି ।

ଆବୁଧାବି ମନ୍ଦିରରେ କାହାକୁ ପୂଜା କରାଯିବ?

ଆବୁଧାବିରେ ନିର୍ମିତ ଏହି ହିନ୍ଦୁ ମନ୍ଦିର ସ୍ୱାମୀନାରାୟଣ ସମ୍ପ୍ରଦାୟର ଅଟେ ଏବଂ ଏଠାରେ ମୁଖ୍ୟତଃ ଏହି ସମ୍ପ୍ରଦାୟର ସ୍ୱାମୀ ନାରାୟଣ ମହାପ୍ରଭୁଙ୍କ ବିଶାଳ ପ୍ରତିମୂର୍ତ୍ତି ମନ୍ଦିରର ଗର୍ଭଗୃହରେ ରହିଛି । ଏହି ମନ୍ଦିରରେ ପ୍ରତିଦିନ ସକାଳ ୯ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ପୂଜାର୍ଚ୍ଚନା କରାଯିବ।

ସ୍ୱାମୀ ନାରାୟଣ ମହାପ୍ରଭୁ କିଏ?

ସ୍ୱାମୀ ନାରାୟଣ ମହାପ୍ରଭୁ ଉତ୍ତରପ୍ରଦେଶର ଛପିଆ ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିଲାଦିନ ନାମ ଥିଲା ଘନଶ୍ୟାମ ପାଣ୍ଡେ । ସନ୍ୟାସ ଗ୍ରହଣ କରିବା ପରେ ସେ ସ୍ୱାମୀ ନାରାୟଣ ନାମରେ ପରିଚିତ ହେଲେ ଏବଂ ପରବର୍ତ୍ତୀ ସମୟରେ ସ୍ୱାମୀନାରାୟଣ ସମ୍ପ୍ରଦାୟର ପ୍ରତିଷ୍ଠାତା ହୋଇଥିଲେ । ଛପିଆ ଶ୍ରୀରାମ ନଗରୀ ଅଯୋଧ୍ୟାଠାରୁ ପ୍ରାୟ ୪୦ କିଲୋମିଟର ଦୂରରେ ଅବସ୍ଥିତ । ସେ ନୀଳକଣ୍ଠ ବର୍ଣ୍ଣି ନାମରେ ମଧ୍ୟ ପରିଚିତ । ପିଲାଦିନରୁ ସ୍ୱାମୀ ନାରାୟଣ ମହାପ୍ରଭୁ ଆଧ୍ୟାତ୍ମିକ ଓ ଶାନ୍ତ ପ୍ରକୃତିର ଥିଲେ। ସେ ଭଗବାନ ରାମଙ୍କ ସହର ଅଯୋଧ୍ୟାରେ ରହି ବେଦ ଓ ଶାସ୍ତ୍ରରେ ଶିକ୍ଷା ଲାଭ କରିଥିଲେ ।

ଏହି ହିନ୍ଦୁ ଦେବଦେବୀଙ୍କୁ ମଧ୍ୟ ପୂଜା କରାଯିବ

ଆବୁଧାବିର ବିଏପିଏସ ମନ୍ଦିରରେ ମହାପ୍ରଭୁ ସ୍ୱାମୀ ନାରାୟଣଙ୍କ ବ୍ୟତୀତ ସୀତା-ରାମ, ଲକ୍ଷ୍ମଣ, ହନୁମାନ, ଶିବ-ପାର୍ବତୀଙ୍କ ବିଗ୍ରହ, ରାଧା-କୃଷ୍ଣ, ଶ୍ରୀଗଣେଶ, ଭଗବାନ ଜଗନ୍ନାଥ ଏବଂ ଭଗବାନ ଆୟପ୍ପାଙ୍କ ସମେତ ଆହୁରି ଅନେକ ଦେବାଦେବୀଙ୍କ ମୂର୍ତ୍ତିମ ପ୍ରତିଷ୍ଠା ହୋଇଛି। ଅର୍ଥାତ ହିନ୍ଦୁ ଧର୍ମର ପ୍ରାୟ ସବୁ ଦେବାଦେବୀ ଏହି ମନ୍ଦିରରେ  ପୂଜା ପାଇବେ।